Thursday, April 30, 2026 04:56 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମୋଦିଙ୍କ ଅପିଲ୍: ରବିବାର ସାରା ଦେଶରେ ଜନତା କର୍ଫ୍ୟୁ

by Our Correspondent
19 Mar, 2020- 10:53 PM
in Latest News, News
1 min read
0
ମୋଦିଙ୍କ ଅପିଲ୍: ରବିବାର ସାରା ଦେଶରେ ଜନତା କର୍ଫ୍ୟୁ

ନୂଆଦିଲ୍ଲୀ: ‘କରୋନା’ କୁ ନେଇ ସାରା ବିଶ୍ୱରେ ଭୟାବହ ସ୍ଥିତି । ଭାରତରେ ଏହାର ଯୁଦ୍ଧକାଳୀନ ମୁକାବିଲା ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସଜାଗ ଓ ସତର୍କ ରହିବାକୁ ନିବେଦନ କରିଛନ୍ତି । କରୋନା ସଂକ୍ରମଣ ପ୍ରତିଷେଧକ ବ୍ୟବସ୍ଥାସ୍ୱରୂପ ଆସନ୍ତା ୨୨ ତାରିଖ ରବିବାର ଦିନ ଜନତା କର୍ଫ୍ୟୁ ପାଳନ ପାଇଁ ଭାରତବାସୀଙ୍କୁ ଅପିଲ୍ କରିଛନ୍ତି ମୋଦି ।

‘ରବିବାର ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ କେହି ଘରୁ ବାହାରନ୍ତୁ ନାହିଁ । ନିଜ ଘରେ ରହିବେ । ଜରୁରୀକାଳୀନ ପରିସ୍ଥିତିରେ କାମ କରୁଥିବା ବ୍ୟକ୍ତି ମାନଙ୍କ ଉଦ୍ଦେଶ୍ୟରେ ସଂଧ୍ୟା ୫ଟାରେ ନିଜ ଘରର ଝରକା ପାଖରେ କିମ୍ବା ବାଲକୋନିରେ ଛିଡ଼ା ହୋଇ ୫ ମିନିଟ୍ ପାଇଁ ତାଳିମାରି, ଥାଳି ବାଡେଇ କିମ୍ବା ଘଣ୍ଟି ବଜେଇ ପ୍ରତ୍ୟେକ ଲୋକ ସମ୍ମାନ ଜଣାନ୍ତୁ । ରାଜ୍ୟ ସରକାରମାନେ ଏହି ଜନତା କର୍ଫ୍ୟୁ ପାଳନର ନେତୃତ୍ୱ ନିଅନ୍ତୁ ।’
ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ଭାବପୂର୍ଣ୍ଣ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପୂରା ବିଶ୍ୱ ଏବେ ବଡ଼ ସଙ୍କଟ ଦେଇ ଗତି କରୁଛି । ମାନବଜାତିକୁ ଭୀତତ୍ରସ୍ତ କରିଛି କରୋନା । ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ମଧ୍ୟ ଏଭଳି ସଙ୍କଟ ଦେଖା ଯାଇ ନ ଥିଲା । ୧୩୦ କୋଟି ଭାରତୀୟ ମଧ୍ୟ ଏହି କରୋନା ସଙ୍କଟ ଦେଇ ଗତି କରୁଛନ୍ତି । ଏହି ସଙ୍କଟରୁ ମୁକ୍ତି ପାଇଁ ସମସ୍ତେ ଯତ୍ନବାନ ରହିବାକୁ ପରାମର୍ଶ ଦିଆଯାଉଥିଲେ ମଧ୍ୟ ଆମେ ଏହି ମହାମାରୀ ବିପଦରୁ ମୁକ୍ତ ବୋଲି ଭାବିବା ଠିକ୍ ନୁହେଁ । ଆମେ ସବୁ ଭାରତୀୟ ସତର୍କ ରହିବା ଜରୁରୀ ।
କରୋନାଠାରୁ ବର୍ତ୍ତିବା ପାଇଁ ବିଜ୍ଞାନ ବିଶେଷ କିଛି କରିପାରିନି । ବିଶ୍ୱରେ କରୋନା ପାଇଁ ଚିକିତ୍ସା ବାହାରିନାହିଁ । ପ୍ରତିରୋଧକ ଟୀକା ବାହାରିପାରିନି । ଯାହା ଚିନ୍ତାଜନକ ହୋଇଛି । ଆମେ ଦେଖୁଛେ, କରୋନା ଦ୍ୱାରା ସାଂଘାତିକ ଭାବେ ଆକ୍ରାନ୍ତ ଦେଶଗୁଡ଼ିକରେ କିଛି ଦିନ ପରେ ହିଁ ଭୂତାଣୁ ବିସ୍ଫୋରକ ରୂପ ନେଇଛି । କରୋନା ମୁକାବିଲା ଏତେ ସହଜସାଧ୍ୟ ନୁହେଁ । ଭାରତରେ ଏହାର ପ୍ରଭାବ ସେତେ ଅଧିକ ନୁହେଁ, ଏହା ଭାବିବା ଭୁଲ୍ । ତେଣୁ ନିରାପଦରକ୍ଷା ପାଇଁ ଅଧିକ ସତର୍କ ଓ ସଜାଗ ରହିବାକୁ ହେବ । ଭିଡ଼ରୁ ଦୂରରେ ରହିଲେ ଯାଇ ଏହା ସମ୍ଭବ ହୋଇପାରିବ ବୋଲି ମୋଦି କହିଛନ୍ତି ।
ମୁଁ ଯେତେବେଳେ ଯେଉଁ ସହଯୋଗ ମାଗିଛି ଆପଣମାନେ ଦେଇଛନ୍ତି । ଆଜି ମୁଁ ଆପଣଙ୍କଠାରୁ କିଛି ସମୟ ଚାହୁଁଛି । କରୋନା ମହାମାରୀର ମୁକାବିଲା ପାଇଁ ସଂକଳ୍ପ ଓ ସଂଯମ ଲୋଡ଼ା । ସେଥିପାଇଁ ଦେଶବାସୀଙ୍କୁ ସଂକଳ୍ପ ଦୃଢ଼ କରିବାକୁ ପଡ଼ିବ । ସାମାଜିକ ଦୂରତ୍ୱ ବଢ଼ାଇବାକୁ ପଡ଼ିବ । ଏହା ନ କଲେ ଆପଣ ନିଜ ପ୍ରତି ଅନ୍ୟାୟ କରିବେ । ଅତି ଜରୁରୀ ନହେଲେ ନିଜ ଘରୁ ବାହାରନ୍ତୁ ନାହିଁ । ଯେତେ ସମ୍ଭବ ନିଜ କାମ ନିଜ ଘରେ କରନ୍ତୁ । ପରିବାରର ୬୦/୬୫ ବୟସ୍କ ବରିଷ୍ଠ ନାଗରିକଙ୍କୁ ବାହାରକୁ ଛାଡନ୍ତୁନି । ଭୟରେ ଅତ୍ୟାବଶ୍ୟକ ସାମଗ୍ରୀ ଘରେ ମହଜୁଦ ନ ରଖିବା ସହ ଗୁଜବ କିମ୍ବା ଆତଙ୍କରୁ ଦୂରରେ ରହନ୍ତୁ । ନିଜ ଉପରେ କର୍ଫ୍ୟୁ ଲଗାଇ ସଂଯମତା ରଖିବାକୁ ପ୍ରଧାନମନ୍ତ୍ରୀ ମୋଦି ପରାମର୍ଶ ଦେଇଛନ୍ତି ।
Previous Post

ସବୁ ଧାର୍ମିକ ଜାଗାରେ ଦର୍ଶନ ବନ୍ଦ

Next Post

ଓଡ଼ିଶାର ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ

Next Post
ଓଡ଼ିଶାର ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାର ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA