ଭୁବନେଶ୍ୱର: ସମ୍ ହସ୍ପିଟାଲ୍ ରେ ସ୍ଥାପନ ହେଉଥିବା ଦେଶର ସର୍ବବୃହତ୍ତ ୫୦୦ ।ଯ୍ୟା ବିଶିଷ୍ଟ କୋଭିଡ୍-୧୯ ହସ୍ପିଟାଲ୍ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ୫-ଟି ସଚିବ ଭି.କେ. ପାଣ୍ଡିଆନ୍ । ଆଜି ସଂଧ୍ୟାରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ସଚିବ ସୌରଭ ଗର୍ଗଙ୍କ ସହ ଶ୍ରୀ ପାଣ୍ଡିଆନ୍ ସୋଆ କ୍ୟାମ୍ପସ୍ ୨ର କନଭେନସନ ସେଣ୍ଟରରେ କାର୍ଯ୍ୟକ୍ଷମ ହେବାକୁ ଯାଉଥିବା କୋଭିଡ୍-୧୯ ହସ୍ପିଟାଲ୍ ପରିଦର୍ଶନ କରି ଏହାର ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ ।







