Monday, May 25, 2026 04:32 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସରୋଜ ସାହୁ ଓ ଅଲାଜୁକ ମୁଖପାତ୍ର

by Our Correspondent
15 Jan, 2017- 02:14 PM
in Politics
1 min read
0

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଶଶୀଭୂଷଣ ବେହେରା ହେଉଛନ୍ତି ବିଜେଡ଼ିର ମୁଖପାତ୍ର । ଭୁବନେଶ୍ୱର ଜୟଦେବ ନିର୍ବାଚନ ମଣ୍ଡଳୀର ବିଧାୟକ । ପୂର୍ବଥର ଏମପି ଥିଲେ । ତାହା ପୁଣି ରାଜ୍ୟସଭାର । ବିଜେଡ଼ିର ଏହି ବରିଷ୍ଠ ନେତା କହିଛନ୍ତି ନବୀନ ନିବାସକୁ ବହୁତ ଲୋକଆସନ୍ତି । ସରୋଜ ସାହୁ ସେମିତି ଆସୁଥିଲେ । ସିଏ ବିଜେଡ଼ିର ଜଣେ ସାଧାରଣ କର୍ମୀ । ସରୋଜଙ୍କୁ ନ୍ୟୁନ କରି ଦେଖାଇବା ଉଦ୍ଦେଶ୍ୟରେ ଟିଭି ଆଗରେ ଏହା କହିଛନ୍ତି ମାନ୍ୟବର ଶଶୀଭୂଷଣ ବେହେରା । ଏମିତିକା ଅଲାଜୁକ ନେତାଙ୍କ ମନ୍ତବ୍ୟ ଉପରେ ଚର୍ଚ୍ଚା କରିବାକୁ ଆମକୁ ଦ୍ୱିଧା ଲାଗୁଛି । ନେତାମାନେ ତେଲ ମାରି କ୍ଷମତା ଚଉକିରେ ବସିବାକୁ କେଉଁସ୍ତରକୁ ଯାଇପାରନ୍ତି ତାହା ଶଶୀଭୂଷଣ ବେହେରା ପୁଣି ଥରେ ଦେଖାଇ ଦେଇଛନ୍ତି । ସାଧାରଣ ଲୋକଙ୍କୁ ମୁର୍ଖ, ଭକୁଆ ଭାବୁଥିବା ଏହି ନେତାମାନଙ୍କୁ ଆମେ ସହ୍ୟ କରୁଛେ । ଭୋଟ ଦେଇ ଜିତୋଉଛେ ଯାହା ଆହୁରି କଷ୍ଟଦାୟକ ।

ସରୋଜ ସାହୁ କିଏ ? ତାଙ୍କର କ୍ଷମତା କ’ଣ ? ତାଙ୍କର ପ୍ରତିପତ୍ତି କ’ଣ ? ତାହା ଶଶୀଭୂଷଣଙ୍କଠାରୁ ବେଶୀ ଆଉ କେହି ଜାଣି ନ ଥିବେ । ବିଧାୟକଙ୍କୁ ମନେ ପକାଇ ଦେବାକୁ ଚାହୁଁ ଯେ ୨୦୧୪ ନିର୍ବାଚନ ଫଳାଫଳ ବାହାରିବା ଦିନ ବିଜୟ ଘୋଷିତ ହେଲା ପରେ ନବୀନଙ୍କୁ ଭେଟିବା ପାଇଁ ସେ ରାତି ୮ ଟା ବେଳକୁ ନବୀନ ନିବାସ ଯାଇଥିଲେ । ସେତେବେଳକୁ ନବୀନ ନିବାସ ୱେଟିଂ ରୁମ୍ ରେ ଟିଭି ସାମ୍ବାଦିକଙ୍କ ଭିଡ଼ ଥିଲା । ନବୀନ ଜଣ ଜଣ କରି ସାମ୍ବାଦିକଙ୍କୁ ସାକ୍ଷାତକାର ଦେଉଥିଲେ । ଏହି ସମୟରେ ଶଶୀଭୂଷଣ ପହଞ୍ଚିଥିଲେ । ମାତ୍ର ଭିତର ପ୍ରବେଶଦ୍ୱାରରେ ଜଗୁଆଳି ତାଙ୍କୁ ଅଟକାଇଥିଲେ । ଭିତରକୁ ଛାଡ଼ି ନ ଥିଲେ । ଅନୋନ୍ୟପାୟ ହୋଇ ଶଶୀଭୂଷଣ ଖୋଜିଥିଲେ ସରୋଜ ବାବୁଙ୍କୁ । ହେଲେ ସରୋଜ ବାବୁ ବି ତାଙ୍କୁ ଭେଟ ଦେଇ ନ ଥିଲେ । ବହୁ ନେହୁରା ହୋଇଥିଲେ ସରୋଜବାବୁଙ୍କ ଦର୍ଶନ ପାଇଁ । ତାଙ୍କ ଜରିଆରେ ନବୀନଙ୍କୁ ଭେଟିପାରିବେ ଏବଂ ଫୁଲତୋଡ଼ା ଦେଇପାରିବେ ବୋଲି ସେ ଜାଣିଥିଲେ । ଯାହାହେଉ ବହୁ କଷ୍ଟରେ ସାମ୍ବାଦିକଙ୍କ ଧାସରେ ଶଶୀଭୂଷଣ ଭିତରକୁ ପଶିଗଲେ । ଅବଶ୍ୟ ସେଠିକା ଦୃଶ୍ୟ ନ କହିବା ଭଲ । ଶଶୀଭୂଷଣଙ୍କୁ ଭିତରେ ଦେଖି ନବୀନ କାହିଁକି କେଜାଣି ଚିହିଁକି ଉଠିଲେ । ସାମ୍ବାଦିକଙ୍କ ଉପସ୍ଥିତିକୁ ଖାତିର ନ କରି ବହେ ଗାଳି କଲେ ଏବଂ ତାଙ୍କୁ ଗେଟ୍ ଆଉଟ୍ କହି ତଡ଼ିଦେଲେ ।

ଏ ବାବୁ ହେଉଛନ୍ତି ସେହି ଶଶୀଭୂଷଣ ବେହେରା । ଏବେ କହୁଛନ୍ତି କ’ଣ ନା ସରୋଜ ସାହୁ ବିଜେଡ଼ିର ଜଣେ ସାଧାରଣ କର୍ମୀ । ନବୀନ ନିବାସକୁ ଅନ୍ୟ କର୍ମୀଙ୍କ ଭଳି ଆତଯାତ କରନ୍ତି । ଏକଥା କହିଲା ବେଳେ ଶଶୀଭୂଷଣ ବାବୁଙ୍କୁ କେମିତି ଲଜ୍ଜା ସରମ୍ ଲାଗିଲାନି ତାହା ଆଚମ୍ବିତ ଲାଗୁଛି । ଦଳର ମୁଖପାତ୍ର ଭାବେ ଦଳକୁ ସୁରକ୍ଷା ଦେବାରେ ଭୁଲ୍ ନାହିଁ । ସେଥିପାଇଁ ଯୁକ୍ତି ଅଛି । ତା ବୋଲି କଳାକୁ ଧଳା କହିବା ଓ ସମସ୍ତଙ୍କୁ ମୁର୍ଖ, ଭକୁଆ ବନାଇବା ଜଣେ ମାର୍ଜିତ ରାଜନେତାଙ୍କଠାରୁ ଆଶା କରାଯାଏନି । ଏଠି ଲୋକ ନିରୀହ ହୋଇପାରନ୍ତି କିନ୍ତୁ ସଚେତନ । ସେମାନଙ୍କୁ ମୁର୍ଖ, ଅଜ୍ଞ ମନେ କରି ସରୋଜ ସାହୁଙ୍କ ପରିଚୟକୁ ବିଭ୍ରାନ୍ତ କରିବାକୁ ଚାହିଁଲେ ଲୋକ ସହିବେନି । କହିବା ବାହୁଲ୍ୟ, ନବୀନ ନିବାସ ସହିତ ସରୋଜ ସାହୁ ନାମଟି ଓତଃପ୍ରୋତ ଭାବେ ଜଡ଼ିତ । ନବେ ଦଶକରେ ଖବରକାଗଜ ବାଣ୍ଟୁଥିବା ସରୋଜଙ୍କୁ ଦେବାଶିଷ ନାୟକ ଆବିଷ୍କାର କରି ନବୀନଙ୍କ ଘରେ ବୋଲହାକ ପାଇଁ ରଖିଥିଲେ । ପରେ ସେଠି ତାଙ୍କୁ ଟାଇପ୍ ଶିଖାଇ ଟାଇପିଷ୍ଟ କାମ ଦିଆଯାଇଥିଲା । ସେବେଠାରୁ ସେ ଅଛନ୍ତି ନବୀନ ନିବାସରେ । ନବୀନଙ୍କର ବିଶ୍ୱସ୍ତ ପାଲଟି ଯାଇଛନ୍ତି । ସରୋଜଙ୍କ ଅନେକ ପରାମର୍ଶକୁ ନବୀନ ବିନା ଦ୍ୱିଧାରେ ଗ୍ରହଣ କରିନିଅନ୍ତି ବୋଲି ସମସ୍ତେ ଜାଣନ୍ତି । ନବୀନ ନିବାସରେ ସରୋଜଙ୍କର ଖାଦି ଓ ପ୍ରତିପତ୍ତି ଆଗରେ ବିଜେଡ଼ିର ବରିଷ୍ଠ ନେତା ଓ ମନ୍ତ୍ରୀମାନେ ବି ଧରାଶାୟୀ । ଏମିତିକି ସରୋଜଙ୍କୁ ଭେଟିବାକୁ ବି ନବୀନ ନିବାସ ଯାଇ ମନ୍ତ୍ରୀମାନେ ଅପେକ୍ଷା କରନ୍ତି ।

ସିସୋର୍ ଚିଟ୍ ଫଣ୍ଡ ମାମଲାରେ ସିବିଆଇ ୨୦୧୪ ନଭେମ୍ବର ୨୨ରେ ସରୋଜ ସାହୁଙ୍କୁ ଜେରା କରିବା ପରେ ରାଜ୍ୟ ରାଜନୀତିରେ ଭୂକମ୍ପନ ସୃଷ୍ଟି ହୋଇଥିଲା । ସିବିଆଇ ହାତ ନବୀନ ନିବାସରେ ପହଞ୍ଚିଗଲା ବୋଲି ଚର୍ଚ୍ଚା ହୋଇଥିଲା । ପରବର୍ତ୍ତୀ ସମୟରେ ସିବିଆଇ ଚୁପ୍ ହୋଇଯିବା ସହ ଚର୍ଚ୍ଚା ବି ଥମିଯାଇଥିଲା । ସେବେଠାରୁ ସରୋଜ ସାହୁଙ୍କ ଖୁଲମ ଖୋଲା ଆଧିପତ୍ୟ ନବୀନ ନିବାସରେ ବନ୍ଦ ହୋଇଥିଲେ ମଧ୍ୟ ଯାତାୟତ ବନ୍ଦ ହୋଇନାହିଁ କି ତାଙ୍କ ଉପରେ ନବୀନଙ୍କ ଭରସା ଓ ଆସ୍ଥା ତୁଟିନାହିଁ । ଏହି ସରୋଜ ସାହୁଙ୍କୁ ସିବିଆଇ ଦ୍ୱିତୀୟ ବାର ଜାଲରେ ଛନ୍ଦିଛି । ତାଙ୍କ ଘର ଛାନଭିନ୍ କରିଛି । ଆଗକୁ କ’ଣ ହେବ ତାହା ତ ଜଣାନାହିଁ । ହେଲେ ମୁଖ୍ୟମନ୍ତ୍ରୀ ଓ ବିଜେଡ଼ି ପାଇଁ ଏହା ଯେ ଶକ୍ତ ଧକ୍କା ତାହା ଶଶୀଭୂଷଣ ବେହେରା ମହୋଦୟ ଜାଣି ରଖିବା ଉଚିତ୍ । ସିବିଆଇକୁ ରାଜନୈତିକ ହତିଆର କହି ସତୀଚଉରା ବୋଲାଇଲେ ଚଳିବ ନାହିଁ । ଦୋଷୀଙ୍କ ପାଇଁ ବିଚାର ଏକା ହେଉ । ଯୌନ କେଳେଙ୍କାରି ଅଭିଯୁକ୍ତ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ସୁରକ୍ଷା ଦେଇ ବାହାଦୁରି ମାରୁଥିବା ତଥାକଥିତ ବିଜେଡ଼ି ବଡ଼ପଣ୍ଡାମାନେ ସରୋଜ ସାହୁ, ରବିନ୍ଦ୍ର ଜେନା କି ପ୍ରଭାତ ବିଶ୍ୱାଳଙ୍କୁ ସୁରକ୍ଷା ଦେବା ଆଳରେ ଲୋକଙ୍କୁ ବିଭ୍ରାନ୍ତ ନ କରନ୍ତୁ । ଆଇନକୁ ଆଇନ ବାଟରେ ଯିବାକୁ ଛଡ଼ାଯାଉ ।

Previous Post

ଦୁର୍ବଳତା ନା ଆଉ କିଛି ?

Next Post

ଋଷି ମୃତ୍ୟୁ ତଦନ୍ତ ବାଟବଣା !

Next Post
ଋଷି ମୃତ୍ୟୁ ତଦନ୍ତ ବାଟବଣା !

ଋଷି ମୃତ୍ୟୁ ତଦନ୍ତ ବାଟବଣା !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA