Tuesday, June 23, 2026 07:44 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ସାଇକ୍ଲୋନ ମ୍ୟାନ୍’ଙ୍କ ସମ୍ପର୍କରେ..

by Our Correspondent
21 May, 2020- 10:57 PM
in Guest Column, Latest News, News
1 min read
2
‘ସାଇକ୍ଲୋନ ମ୍ୟାନ୍’ଙ୍କ ସମ୍ପର୍କରେ..
ପ୍ରଫେସର ନିରଞ୍ଜନ ପାଢ଼ୀ
ଓଡ଼ିଶାକୁ ସାଇକ୍ଲୋନ ଆସିଲେ ବେଶୀ ଚର୍ଚ୍ଚିତ ହୁଅନ୍ତି ଜଣେ ବିଶିଷ୍ଟ ଓଡ଼ିଆ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର । ସମଗ୍ର ଦେଶରେ ‘ସାଇକ୍ଲୋନ ମ୍ୟାନ୍’ ଭାବେ ପରିଚିତ ଏହି ଓଡ଼ିଆ ଜଣକ ଏବେ ଭାରତୀୟ ପାଣିପାଗ ବିଭାଗର ମହା ନିର୍ଦ୍ଦେଶକ ।
ନିଜ ପରିବାରର କେହି ଜଣେ ଜନ ଜୀବନରେ ପ୍ରସିଦ୍ଧି ଲାଭ କଲେ ଅନ୍ତରରେ ଯେମିତି ଏକ ମୁଗ୍ଧ ଅନୁଭବର ଉଦ୍ରେକ ହୁଏ, ଠିକ୍ ସେମିତି ଲାଗେ ଯେତେବେଳେ ଆମରି ମାଟିର କେହି ଓଡ଼ିଆ ପୁଅ ସର୍ବ ଭାରତୀୟ ସ୍ତରରେ ଏକ ବିଶେଷ ପଦ ମଣ୍ଡନ କରି ପ୍ରସିଦ୍ଧି ହାସଲ କରନ୍ତି । ଓଡ଼ିଶାର ସୌଭାଗ୍ୟ, ସମ୍ପ୍ରତି ପାଞ୍ଚଜଣ ଓଡ଼ିଆ ଏହିଭଳି ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଧିଷ୍ଠିତ ହୋଇ ସର୍ବ ଭାରତୀୟ ସ୍ତରରେ ଓଡ଼ିଶାର ମହତ୍ତ୍ୱ ବୃଦ୍ଧି କରିଛନ୍ତି । ସେମାନେ ହେଲେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ପ୍ରମୋଦ ମିଶ୍ର, ଜାମୁ କାଶ୍ମୀରର ଉପ ରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ, NDRF ର ମହା ନିର୍ଦ୍ଦେଶକ ଏସ.ଏନ. ପ୍ରଧାନ ଓ IMD ର ମହା ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।
ଯିଏ ଯାହା କହନ୍ତୁ ନା କାହିଁକି, ଏମାନଙ୍କ ମଧ୍ୟରୁ କେହି ଜଣେ ଯେତେବେଳେ ଜାତୀୟ ସ୍ୱାର୍ଥ ସମ୍ବଳିତ କୌଣସି କଥାରେ ଚର୍ଚ୍ଚିତ ହୁଅନ୍ତି, ସେତେବେଳେ ଓଡ଼ିଆତ୍ବର ଏକ ଅପୂର୍ବ ଅନୁଭବରେ ଉଦ୍ ବେଳିତ ହୋଇଉଠେ ଉଭୟ ମନ ଓ ହୃଦୟ ।
ଆଜି ମହାବାତ୍ୟା ‘ଅମ୍ପନ’ର କରାଳ କୋପରୁ ମୁକୁଳି ଯାଇ ସମଗ୍ର ଓଡିଶା ଆଶ୍ୱସ୍ତ ଅନୁଭବ କରୁଥିଲା ବେଳେ ଢେର ପ୍ରଶଂସିତ ହେଉଛନ୍ତି ଗତ ସପ୍ତାହେ ହେଲା ଏହାର ଗତିପଥ ନିର୍ଣ୍ଣୟ କରିବାରେ ନିୟୋଜିତ ଥିବା ଶ୍ରୀଯୁକ୍ତ ମହାପାତ୍ର । ଏପରିକି ଗତକାଲି ଏକ ବିଦେଶୀ ସଂସ୍ଥାର ପୂର୍ବାନୁମାନ ଅନୁସାରେ ଅମ୍ପନ ନିଜ ଦିଗ ବଦଳାଇ ଓଡ଼ିଶା ଉପକୂଳରେ ମାଡ଼ ହେବାର ସମ୍ବାଦ ପ୍ରଚାରିତ ହେଲା ପରେ ଯେତେବେଳେ ଓଡ଼ିଶା ପ୍ରଶାସନର ନିଦ ହଜିଗଲା ଓ ନିଶାର୍ଦ୍ଧରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଜରୁରୀକାଳୀନ ବୈଠକ,ସେତେବେଳେ ବି ଚରମ ଆତ୍ମବିଶ୍ୱାସର ସହ ମୃତ୍ୟୁଞ୍ଜୟ ନିଜ ପୂର୍ବାନୁମାନ ଉପରେ ଅଡ଼ି ରହିଥିଲେ । ଆଜି ତାଙ୍କ ଗଣନା ସତ୍ୟ ସାବ୍ୟସ୍ତ ହେଲାପରେ ଜଣା ପଡ଼ିଲା ତାଙ୍କ ବିଦ୍ୟାର ମହତ୍ତ୍ୱ , ପ୍ରମାଣିତ ହେଲା ଏତେ ବଡ଼ ପଦବୀରେ ତାଙ୍କ ନିଯୁକ୍ତିର ଔଚିତ୍ୟ !
ତାଙ୍କୁ ନେଇ ଓ ଭାରତୀୟ ପ୍ରଶାସନର ଏକ ଗୁରୁତ୍ୱପୂର୍ଣ୍ଣ ଜରୁରୀକାଳୀନ ବିଭାଗରେ ତାଙ୍କ ପ୍ରତିଷ୍ଠା ଓ ପ୍ରସିଦ୍ଧିକୁ ନେଇ ସବୁ ଓଡ଼ିଆଙ୍କ ଖୁସି ତୁଳନାରେ ବ୍ୟକ୍ତିଗତ ଭାବେ ମୋର ଆନନ୍ଦ କିନ୍ତୁ ଦୁଇଟି କାରଣ ପାଇଁ ଏକ ସ୍ୱତନ୍ତ୍ର ପର୍ଯ୍ୟାୟର । ପ୍ରଥମଟି ଏଥିପାଇଁ ଯେ ମୁଁ ଯେଉଁ ମାଟିରେ ଜନ୍ମ ନେଇଛି,ସେଇ ମାଟି ସଂଲଗ୍ନ ପ୍ରାୟ ତିରିଶ କି.ମି ଦୂର ଏକ ଅଞ୍ଚଳରେ ତାଙ୍କର ଜନ୍ମ । ପରସ୍ପରଠୁଁ ପ୍ରାୟ ବାରବର୍ଷର ବ୍ୟବଧାନ ହେଲେ ହେଁ ଆମେ ଦୁହେଁ ଏକା କଲେଜର ବିଦ୍ୟାର୍ଥୀ ।
ଦ୍ଵିତୀୟ କାରଣଟି ଅଧିକ ସ୍ମରଣୀୟ ଓ ସ୍ପର୍ଶକାତର । ମୁଁ ଜଳେଶ୍ବର ଦୀନକୃଷ୍ଣ କଲେଜରେ ପ୍ରାୟ ଦଶବର୍ଷରୁ ଉର୍ଦ୍ଧ୍ବ କାଳ ଅଧ୍ୟାପନା କଲା ମଧ୍ୟରେ ଶେଷ ଆଡ଼କୁ ସେ ସେଠାରେ ଯୋଗ ଦେଇଥିଲେ ନିଜ ପ୍ରଥମ ନିଯୁକ୍ତି କ୍ଷେତ୍ରରେ,ପଦାର୍ଥ ବିଜ୍ଞାନ ବିଭାଗର ତରୁଣ ଅଧ୍ୟାପକ ଭାବରେ । ମୋର ସ୍ପଷ୍ଟ ମନେ ଅଛି, ଅବିବାହିତ ଥିବାରୁ ତତ୍କାଳୀନ ଅଧ୍ୟକ୍ଷ ତାଙ୍କୁ କଲେଜ ଛାତ୍ରାବାସର ତତ୍ତ୍ୱାବଧାରକ ଭାବେ ନିଯୁକ୍ତି ଦେଇ ସେଇଠି ସେଇ ଛାତ୍ରମାନଙ୍କ ସହ ରହିବାକୁ ଦାୟିତ୍ୱ ଦେଇଥିଲେ । ଖୁବ ଅଳ୍ପ ଦିନ ମଧ୍ୟରେ ସେ ଅନ୍ତେବାସୀମାନଂକ ବନ୍ଧୁ ଓ ମାର୍ଗଦର୍ଶକ ଭାବେ ଲୋକପ୍ରିୟତା ଅର୍ଜନ କରି ଆମ ଭଳି ବରିଷ୍ଠଙ୍କ ପାଇଁ ଈର୍ଷାର ଈଶ୍ୱର ପାଲଟି ଯାଇଥିଲେ ।
କେବଳ ନିଜ ପାଇଁ ନୁହେଁ, ସମଗ୍ର ରାଜ୍ୟ ପାଇଁ ଏତେ ବଡ଼ ଗୌରବମୟ ଭବିଷ୍ୟତଟିଏ ନିର୍ମାଣ କରିବାକୁ ଯାହାଙ୍କର ଜନ୍ମ , ସେ ବା କାହିଁକି ରାଜ୍ୟର ଏକ ସୀମାନ୍ତରେ ଅବସ୍ଥିତ ଏକ ଛୋଟ ପରିବେଶରେ ପଡ଼ି ରହିଥାନ୍ତେ । ପରବର୍ଷ ସର୍ବ ଭାରତୀୟ ପରୀକ୍ଷାରେ କୃତିତ୍ୱ ହାସଲ କରି ସେ ଭାରତୀୟ ମୌସୁମୀ ବିଭାଗରେ ଯୋଗ ଦେଇଥିଲେ ଓ ନିଜ ପାରଦର୍ଶିତା ବଳରେ ଅତି ଅଳ୍ପ ବୟସରେ ଏକ ବିଶାଳ ସଂସ୍ଥାର ମହା ନିର୍ଦ୍ଦେଶକ ପଦ ମଣ୍ଡନ କରିଥିଲେ ।
ଏହା ମଧ୍ୟରେ ବହୁ ବର୍ଷ ବିତିଯାଇଥିଲେ ବି ତାଙ୍କ ସହ କେବେ ସାକ୍ଷାତ ସୁଯୋଗ ମିଳିନାହିଁ । ଏହି ଉଚ୍ଚ ପଦବୀରେ ନିଯୁକ୍ତି ପାଇଲା ପରେ ମୁଁ ତାଙ୍କୁ ଅଭିନନ୍ଦନ ବାର୍ତ୍ତାଟିଏ ପଠାଇଥିଲି, ଯାହାର ପ୍ରାପ୍ତି ସ୍ୱୀକାର କରି ସେ ଧନ୍ୟବାଦ ଜଣାଇଥିଲେ । ପ୍ରାୟ ତିରିଶବର୍ଷ ତଳେ ସେ ଯେମିତି ଥିଲେ , ଅତି ଭଦ୍ର,ଅତ୍ୟନ୍ତ ନମ୍ର ; ଏବେ ଏତେ ଉଚ୍ଚ ଆସନରେ ବସିଲା ପରେ ତାଙ୍କର ବିଶେଷ କିଛି ପରିବର୍ତ୍ତନ ହୋଇନାହିଁ ବୋଲି ପ୍ରମାଣ ମିଳିଲା କାଲି ତାଙ୍କର ଏକ ଟିଭି ବାର୍ତ୍ତାଳାପରେ ।
କାଲି ଓଡ଼ିଶାରୁ ବାତ୍ୟା ବାହୁଡ଼ି ଗଲାପରେ ଏକ ପ୍ରମୁଖ ଓଡ଼ିଆ ଚାନେଲର ଜଣେ ଉପସ୍ଥାପିକା ତାଙ୍କୁ ବିଚିତ୍ର ପ୍ରଶ୍ନଟିଏ ପଚାରିଲେ ,”ଓଡ଼ିଶା ଉପକୂଳରେ ବାତ୍ୟା ବିତ୍ପାତରେ କେତେ ବିଦ୍ୟୁତ ଖୁଣ୍ଟର କ୍ଷୟକ୍ଷତି ହୋଇଛି, ସେ ସମ୍ପର୍କରେ ଆପଣଙ୍କ ପାଖରେ କଣ ହିସାବ ଅଛି ?” କେଉଁ ଅଧିକାରୀଙ୍କୁ କେଉଁ ପ୍ରଶ୍ନ ପଚରାଯିବା କଥା, ତାହା ସେଇ ଉପସ୍ଥାପିକା ଜାଣିଥିଲେ କି ନାହିଁ କେଜାଣି, କିନ୍ତୁ ତାହା ଶୁଣିବା ଲୋକଙ୍କ କାନକୁ ବଡ଼ ଶ୍ରୁତିକଟୁ ଲାଗୁଥିଲା । ମାତ୍ର ସ୍ଥିତପ୍ରଜ୍ଞ ମୃତ୍ୟୁଞ୍ଜୟ ସାମାନ୍ୟ ହସି ଉତ୍ତର ଦେଲେ , “ଆପଣ ଟିଭି ଦେଖିବାର ସୁଯୋଗ ପାଉଛନ୍ତି ସିନା, ଆମ ଭାଗ୍ୟରେ ସେତକ ବି ନାହିଁ । ବାତ୍ୟାର ଗତିପଥ ନିରୀକ୍ଷଣ କରିବା ଭିତରେ କ୍ଷୟକ୍ଷତି ତଉଲିବାକୁ ଆମର ସମୟ କାହିଁ !”
ମୃତ୍ୟୁଞ୍ଜୟଙ୍କର ଜୟ ହେଉ। ସେ ଆହୁରି ଆଗକୁ ଯାଇ ଓଡ଼ିଶାର ମାନ ବୃଦ୍ଧି କରୁଥାନ୍ତୁ। ଆମେ ତାଙ୍କର କୃତିତ୍ୱକୁ ନେଇ ଓଡ଼ିଆ ଭାବେ ଆହୁରି ଗର୍ବ କରୁଥାଉ ।
(ପ୍ରଫେସର ନିରଞ୍ଜନ ପାଢ଼ୀ ଜଣେ ଅବସରପ୍ରାପ୍ତ ପ୍ରଫେସର ଏବଂ ଜଣାଣୁଣା ସ୍ତମ୍ଭକାର । ଡ. ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସମ୍ପର୍କରେ ତାଙ୍କର ଏହି ଆଲେଖ୍ୟଟି ନିଜ ଫେସବୁକ୍ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି । ତାଙ୍କର ଅନୁମତିକ୍ରମେ ଆମେ ସେହି ଆଲେଖ୍ୟକୁ ଉପସ୍ଥାପନ କରିଛୁ ।)- ସମ୍ପାଦକ
Previous Post

ଝଡ଼ବତାସ ମୁହଁରୁ ଧନଜୀବନର ସୁରକ୍ଷା କବଚ

Next Post

ପୁଣି ବିବାଦରେ ବୁନୁ: ମହିଳାଙ୍କୁ ଅସଦାଚରଣ ଅଭିଯୋଗ, ଥାନାରେ ମାମଲା

Next Post
ପୁଣି ବିବାଦରେ ବୁନୁ: ମହିଳାଙ୍କୁ ଅସଦାଚରଣ ଅଭିଯୋଗ, ଥାନାରେ ମାମଲା

ପୁଣି ବିବାଦରେ ବୁନୁ: ମହିଳାଙ୍କୁ ଅସଦାଚରଣ ଅଭିଯୋଗ, ଥାନାରେ ମାମଲା

Comments 2

  1. Prof. Purna Chandra Mallick says:
    6 years ago

    ଉଭୟ ଆମର ଗର୍ବ ଓ ଗୌରବ, ଶ୍ର ଦ୍ଧେୟ ମୃତ୍ୟୁଞ୍ଜୟ ବାବୁ ଏବଂ ନିରଞ୍ଜନ ବାବୁ ! ଉଭୟଙ୍କୁ ଅଜସ୍ର ଶୁଭେଚ୍ଛା ।

    Reply
  2. Niranjan Parhi says:
    6 years ago

    ଧନ୍ୟବାଦ ଭାଇ ।
    ନମସ୍କାର ।

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA