Friday, May 8, 2026 08:07 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସାବଧାନ! ରାଜ୍ୟକୁ ଜଗା ସାହା

by Our Correspondent
17 Dec, 2015- 07:07 PM
in News
1 min read
0
ସାବଧାନ! ରାଜ୍ୟକୁ ଜଗା ସାହା

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଓଡ଼ିଶାରେ ଅଲ୍‍ କାଏଦା । ସାରା ବିଶ୍ୱକୁ ଥରହର କରୁଥିବା ଦୁର୍ଦ୍ଧନ୍ତ ଆତଙ୍କବାଦୀ ସଙ୍ଗଠନ ଅଲ୍‍ କାଏଦା ଯେ ଓଡ଼ିଶାରେ କାୟା ବିସ୍ତାର କରିସାରିଛି ତାହା ଆଉ ଲୁଚିନାହିଁ । ଅଲ୍‍ କାଏଦା ଇଣ୍ଡିଆନ୍‍ ସବ୍‍ କଣ୍ଟିନେଣ୍ଟ ବା ଏକୁ୍ୟଆଇଏସ୍‍ ଗତବର୍ଷଠାରୁ ଭାରତୀୟ ଉପମହାଦେଶରେ କାୟା ବିସ୍ତାର କରୁଥିବା ବେଳେ ଭୋ÷ଗୋଳିକ ତଥା ସାମାଜିକ ଦୃଷ୍ଟିକୋଣରୁ ଓଡ଼ିଶା ସେମାନଙ୍କର ସଫ୍ଟ ଟାର୍ଗେଟ୍‍ ହୋଇଛି । ଆଉ ଜଗତପୁରର ଗିରଫ ସନ୍ଦିଗ୍ଧ ଆତଙ୍କବାଦୀ ମୋ÷ଲବୀ ଅବଦୁଲ ରେହମାନ୍‍ ଓଡ଼ିଶାରେ ଏହାର ନେଟୱାର୍କ ଦାୟିତ୍ୱରେ ଥିବା କ୍ରମେ ସ୍ପଷ୍ଟ ହେଉଛି ।
ଓଡ଼ିଶାକୁ ଆତଙ୍କବାଦୀଙ୍କ ଟାର୍ଗେଟ୍‍ ଏବେକାର କଥା ନୁହେଁ । ପୁରୀ ଶ୍ରୀମନ୍ଦିରଠାରୁ ଆରମ୍ଭ କରି ଲିଙ୍ଗରାଜ ମନ୍ଦିର, ପାରାଦ୍ୱୀପ ବନ୍ଦର, ଗୋପାଳପୁର ବନ୍ଦର, ଚାରିବାଟିଆ ଏଆରବେସ୍‍, ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ଆଦି ଆତଙ୍କବାଦୀଙ୍କ ଟାର୍ଗେଟ୍‍ରେ ଥିବା ବିଭିନ୍ନ ସମୟରେ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ସୂଚନା ଦେଇଛି । ମାତ୍ର ସେବେଠାରୁ ରାଜ୍ୟ ସରକାର ଏହାକୁ ଗୁରୁତର ସହ ନେଇଥିବା ଲାଗୁନାହିଁ । ରାଜ୍ୟରେ ନକ୍ସଲ ଆତଙ୍କବାଦର ମୁକାବିଲା ପାଇଁ ସରକାରଙ୍କ କଳବଳ ଯେ ଇଣ୍ଡିଆନ୍‍ ମୁଜାହଦ୍ଧିନ କିମ୍ବା ଅଲ କାଏଦା ଆତଙ୍କବାଦୀଙ୍କୁ କବଜାରେ ରଖିପାରିବ ତାହା ଭାବିବା ନିହାତି ମୁର୍ଖାମୀ । ରାଜ୍ୟରେ ଏବେ ସ୍ପେଶାଲ୍‍ ଅପରେସନ୍‍ ଗ୍ରୁପର ଦୁଇଟି ଆଣ୍ଟି ଟେରଜିମ୍‍ ସ୍କ୍ୱାଡ୍‍ ଓ କମିଶନରେଟ୍‍ ପୁଲିସର ଏକ ସ୍ପେଶାଲ୍‍ ସେଲ୍‍ ରହିଛି ଆତଙ୍କବାଦର ମୁକାବିଲା ପାଇଁ । ଏତିକି ବ୍ୟବସ୍ଥା ରାଜ୍ୟର ସହରାଂଚଳକୁ ସୁରକ୍ଷା ଦେବାରେ କଦାପି ସମର୍ଥ ହେବ ନାହିଁ । ଆମେରିକା, ଫ୍ରାନ୍ସ ପରି ଦେଶରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଥିଲେ ବି ଅଲ୍‍ କାଏଦା ଭଳି ଆତଙ୍କବାଦୀ ସଂଗଠନ ସେଠାକୁ ଭେଦ କରିବାରେ ସମର୍ଥ ହୋଇଛନ୍ତି । ଆମ ଭାରତରେ ମୁମ୍ବାଇ,ଦିଲ୍ଲୀ ପରି ସହରରେ ବି ଦୃଢ଼ ଗୁଇନ୍ଦା ସୂଚନା ଓ ପର୍ଯ୍ୟାପ୍ତ ଆତଙ୍କବାଦୀ ମୁକାବିଲା ବ୍ୟବସ୍ଥା ଥିଲେ ବି ତାହା ଫେଲ୍‍ ମାରିଛି ଓ ମାରୁଛି ମଧ୍ୟ । ସାମାନ୍ୟ ଛିଦ୍ର ପାଇଲେ ଆତଙ୍କବାଦୀମାନେ ଯେ କଡ଼ା ସୁରକ୍ଷା ବ୍ୟବସ୍ଥାକୁ ଭେଦ କରିପାରିବେ ତାହାର ଗଦା ଗଦା ପ୍ରମାଣ ରହିଛି । ଆଉ ସେହି ତୁଳନାରେ ଆମ ରାଜ୍ୟର ସୁରକ୍ଷା ବ୍ୟବସ୍ଥାକୁ ଭେଦ କରିବା କି ଆମ ପୁଲିସ ବଳକୁ ଚକମା ଦେବା ଆର୍ନ୍ତଜାତୀୟ ଆତଙ୍କବାଦୀ ସଂଗଠନ ପାଇଁ ଯେ କେତେ ସହଜସାଧ୍ୟ ତାହା ଅନୁମାନ କରିହେଉଛି ।
ସବୁଠାରୁ କଡ଼ା ସୁରକ୍ଷା ବ୍ୟବସ୍ଥାରେ ରହିଥିବା ସଚିବାଳୟ କଥା ନ କହିବା ଭଲ । ଗଣ୍ଡା ଗଣ୍ଡା ପୁଲିସବଳୟ ଭେଦ କରି କେତେବେଳେ କିଏ ଛୁରୀ ଧରି ପଶୁଛି ତ ଆଉ କିଏ ରାସ୍ତାରେ ସିରିଜ୍‍ ଦୁର୍ଘଟଣା ଘଟାଇଲା ପରେ ନିଜ ଗାଡ଼ିକୁ ସଚିବାଳୟର ମୁଖ୍ୟ ପ୍ରବେଶ ଦ୍ୱାରରେ ପୂରାଇ ପଛପଟକୁ ଚାଲିଯାଉଛି । ସେହିଭଳି ଆତଙ୍କବାଦୀଙ୍କ ପ୍ରଥମ ଟାର୍ଗେଟ୍‍ କୁହାଯାଉଥିବା ପୁରୀ ଶ୍ରୀମନ୍ଦିରର ଢ଼ିଲା ସୁରକ୍ଷା ବ୍ୟବସ୍ଥା ବି ତର୍ଦ୍ଧୂପ । ରେହମାନ୍‍ ଗିରଫ ଭଳି ଘଟଣା ଘଟିଲେ ସରକାର ଦିନେ ଓଳିଏ ହାଇ ଆଲର୍ଟ ଜାରି କରି କାମ ସରିଗଲା ବୋଲି ଭାବୁଛନ୍ତି । ସାଙ୍ଗକୁ ରାଜ୍ୟର ଗୁଇନ୍ଦା ବ୍ୟବସ୍ଥା କଥା ନ କହିଲେ ଭଲ । ସବୁ ଘଟିସାରିବା ପରେ ଯାଇ ଆମ ଗୋଇନ୍ଦା ବିଭାଗର ନିଦ ଭାଙ୍ଗେ । ନହେଲେ ଜଗତପୁରରେ ରେହମାନ୍‍ ଭଳି ସନ୍ଦିଗ୍ଧ ଦୁର୍ଦ୍ଧଷ ଅଲ୍‍ କାଏଦା ଆତଙ୍କବାଦୀ ବର୍ଷ ବର୍ଷ ଧରି ମଦ୍ରାସା ଚଲାଉ ନ ଥାଆନ୍ତା କି ଆରାମ୍‍ ରେ ଜୀବନ ଜୀଉଁ ନ ଥାଆନ୍ତା । ତାର କାର୍ଯ୍ୟକଳାପ ସମ୍ପର୍କରେ ରାଜ୍ୟ ଗୁଇନ୍ଦା ତିଳେମାତ୍ର ସୂଚନା ନ ପାଇବା ଆମ ବ୍ୟବସ୍ଥାର ବଡ଼ ତ୍ରୁଟିକୁ ଅଙ୍ଗୁଳି ଉଠାଇଛି । ତେବେ ସେ ଯାହା ହେଉ ଏବେ ସମୟ ଆସିଛି । ସାବଧାନ ନ ହେଲେ ଆତଙ୍କବାଦୀମାନେ କୋ÷ଣସି ମୁହୁର୍ତରେ ଯେ ରକ୍ତର ହୋଲି ଖେଳି ଶହ ଶହ ନିରୀହ ଜୀବନ ଶୋଷି ନ ନେବେ ତାହା କହିହେବ ନାହ÷ିଁ । ପ୍ରାକୃତିକ ଦୁର୍ବିପାକରେ ତଳିତଳାନ୍ତ ସୁନ୍ଦର ଓଡ଼ିଶା ଓ ସରଳ ଓଡ଼ିଆଙ୍କୁ ଇଶ୍ୱର ଅନ୍ତତଃ ଏହି ଦଣ୍ଡ ନ ଦିଅନ୍ତୁ ।

Previous Post

ଆଳ କରି ପଳେଇଲେ

Next Post

ଜାଲି କର୍ମଚାରୀ, ହାଉସିଂ ବୋର୍ଡ ଡବୁଟୁବୁ

Next Post
ଜାଲି କର୍ମଚାରୀ, ହାଉସିଂ ବୋର୍ଡ ଡବୁଟୁବୁ

ଜାଲି କର୍ମଚାରୀ, ହାଉସିଂ ବୋର୍ଡ ଡବୁଟୁବୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA