Wednesday, August 5, 2026 11:01 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସାମ୍ବାଦିକଙ୍କୁ ପୁଲିସ ମାଡ଼ର ଜୋରଦାର ପ୍ରତିବାଦ

by Our Correspondent
29 Sep, 2018- 02:58 PM
in Latest News, News
1 min read
0
ସାମ୍ବାଦିକଙ୍କୁ ପୁଲିସ ମାଡ଼ର ଜୋରଦାର ପ୍ରତିବାଦ
ଭୁବନେଶ୍ୱର: ଗତକାଲି ପୁରୀରେ ସାମ୍ବାଦିକମାନଙ୍କୁ ପୁଲିସର ବର୍ବର ଆକ୍ରମଣ ଘଟଣା ରାଜ୍ୟବ୍ୟାପୀ ସାମ୍ବାଦିକ ମହଲରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି କରିଛି । ବିଭିନ୍ନ ସ୍ଥାନରୁ ଏହା ବିରୋଧରେ ପ୍ରତିବାଦର ସ୍ୱର ଉଠିଛି । ସୋର, ବାଲିଆପାଳ ପରେ ପୁରୀ ପୁଲିସର ଅମାନୁଷିକ କାର୍ଯ୍ୟକୁ ସମସ୍ତେ ନିନ୍ଦା କରିବା ସହ ଦୋଷୀ ପୁଲିସଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।
ପୁରୀ ମେଡ଼ିକାଲ ଛକସ୍ଥିତ ଖୁଣ୍ଟିଆ ପେଟ୍ରୋଲ ଟାଙ୍କିରେ ଗ୍ରାହକଙ୍କୁ ଅପମିଶ୍ରିତ ତେଲ ଓ ମାପରେ ଠକେଇ କରାଯାଉଥିବା ଅଭିଯୋଗ ହୋଇ ଆସୁଥିଲା । ଗତକାଲି ରାତିରେ ଜଣେ ବ୍ୟକ୍ତି ଏଭଳି ଅଭିଯୋଗ କରିବା ପରେ ଟାଙ୍କି କର୍ମଚାରୀଙ୍କ ସହ ତାଙ୍କର ଉଚ୍ଚବାଚ ହୋଇଥିଲା । ଟାଙ୍କିରେ ତେଲ ପକଉଥିବା ଅନ୍ୟ ଗ୍ରାହକମାନେ ମିଳିତ ହେବାରୁ ସେଠାରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା । ଶତାଧିକ ଲୋକ ଏକାଠି ହୋଇ ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା କରିଥିଲେ । ଘଟଣା ସମ୍ପର୍କରେ ସୂଚନା ଖାଇ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନେ ଖବର ସଂଗ୍ରହ କରିବାକୁ ସେଠାରେ ପହଞ୍ଚିଥିଲେ । ଏହି ସମୟରେ ୫୦ରୁ ଅଧିକ ଲାଠିଧାରୀ ପୁଲିସ ସେଠାରେ ପହଞ୍ଚି ପିଟିବା ଆରମ୍ଭ କରିଦେଇଥିଲେ ।
ଗଣ୍ଡଗୋଳକାରୀଙ୍କ ସହ ସାମ୍ବାଦିକ ଓ କ୍ୟାମେରାମ୍ୟାନ୍ ଙ୍କୁ ବି ଗୋଡ଼େଇ ଗୋଡ଼େଇ ପିଟିଥିଲେ । ସାମ୍ବାଦିକମାନେ ନିଜର ପରିଚୟପତ୍ର ପକାଇଥିଲେ ମଧ୍ୟ ପୁଲିସ ଆଖି ବୁଜିଦେଇଥିଲା । ପୁଲିସ ମାଡ଼ରେ କେବଳ ୧୦ ସାମ୍ବାଦିକ ଓ କ୍ୟାମେରାମ୍ୟାନ୍ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଅନେକ ନିରୀହ ଲୋକ ଓ କିଛି ଓକିଲ ମଧ୍ୟ ପୁଲିସ ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ଖବର ପାଇ ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀ ସେଠାରେ ପହଞ୍ଚିଥିଲେ ମଧ୍ୟ ଆକ୍ରମଣକାରୀ ପୁଲିସ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିବାରୁ ସାମ୍ବାଦିକମାନେ ଉତକ୍ଷିପ୍ତ ହୋଇଛନ୍ତି ।
ସାମ୍ବାଦିକଙ୍କ ଉପରେ ପୁଲିସ ମାଡ଼ର ପ୍ରତିବାଦରେ ପୁରୀ ସାମ୍ବାଦିକମାନେ ଏକାଠି ହୋଇଥିଲା ବେଳେ ଭୁବନେଶ୍ୱରରେ ସାମ୍ବାଦିକମାନେ ମଧ୍ୟ ଏକାଠି ହୋଇଛନ୍ତି । ଜୟଦେବ ଭବନ ସାମନାରେ ୨୫ରୁ ଅଧିକ ସାମ୍ବାଦିକ ଏକାଠି ହୋଇ ଦୋଷୀ ପୁଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ରାଜ୍ୟର ଅନ୍ୟ ଜାଗାରେ ସାମ୍ବାଦିକମାନେ ଏହାର ପ୍ରତିବାଦ ଆରମ୍ଭ କରିଛନ୍ତି । ସାମ୍ବାଦିକଙ୍କ ଉପରେ ପୁଲିସ ଆକ୍ରମଣର ପ୍ରତିବାଦ ପାଇଁ ଅନ୍ୟ ସଂଗଠନଗୁଡ଼ିକ ଆଗେଇ ଆସିବାକୁ ଭୁବନେଶ୍ୱର ପ୍ରତିବାଦ ସଭାରେ ଆହ୍ୱାନ ଦିଆଯାଇଛି ।
Previous Post

ଇଣ୍ଡିଆ ଟୁଡେ ସର୍ଭେ: ନବୀନ ନମ୍ବର ୱାନ୍, ଲୋକପ୍ରିୟତାର ଶୀର୍ଷରେ

Next Post

ଦାମଙ୍କୁ ବିଜେଡ଼ି ଷ୍ଟ୍ରୋକ୍: ନିଜ ଗଡ଼ରେ ଘାଇଲା, ଅନୁଗତ ଭୁଲିଗଲେ

Next Post
ଦାମଙ୍କୁ ବିଜେଡ଼ି ଷ୍ଟ୍ରୋକ୍: ନିଜ ଗଡ଼ରେ ଘାଇଲା, ଅନୁଗତ ଭୁଲିଗଲେ

ଦାମଙ୍କୁ ବିଜେଡ଼ି ଷ୍ଟ୍ରୋକ୍: ନିଜ ଗଡ଼ରେ ଘାଇଲା, ଅନୁଗତ ଭୁଲିଗଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA