Tuesday, May 26, 2026 06:37 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦାମଙ୍କୁ ବିଜେଡ଼ି ଷ୍ଟ୍ରୋକ୍: ନିଜ ଗଡ଼ରେ ଘାଇଲା, ଅନୁଗତ ଭୁଲିଗଲେ

by Our Correspondent
30 Sep, 2018- 04:08 PM
in Latest News, Politics
1 min read
0
ଦାମଙ୍କୁ ବିଜେଡ଼ି ଷ୍ଟ୍ରୋକ୍: ନିଜ ଗଡ଼ରେ ଘାଇଲା, ଅନୁଗତ ଭୁଲିଗଲେ
ଜଗତସିଂହପୁର: ବିଜେଡ଼ିରୁ ବହିଷ୍କୃତ ଡାକ୍ତର ଦାମୋଦର ରାଉତଙ୍କ ଗଡ଼ରେ ଆଜି ବିଜେଡ଼ି ତାର ଶକ୍ତି ପ୍ରଦର୍ଶନ କରିଛି । କୁଜଙ୍ଗଠାରେ ଆୟୋଜିତ ଦଳର ମହିଳା ସମାବେଶରେ ୧୫ ହଜାରରୁ ଅଧିକ ମହିଳା ଯୋଗଦେଇଛନ୍ତି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଉପରେ କର୍ମୀମାନେ ଆସ୍ଥା ସ୍ଥାପନ କରିବା ସହ ବିଜେଡ଼ିକୁ ଜିଲ୍ଲାରେ ଅଧିକ ଶକ୍ତିଶାଳୀ କରିବାକୁ ଶପଥ ନେଇଛନ୍ତି । କେହି ଦାମ ରାଉତଙ୍କ ନାଁ ନେଇ ନ ଥିଲେ ମଧ୍ୟ ବିଜେଡ଼ି ଭାଙ୍ଗିବାକୁ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ଚକ୍ରାନ୍ତକୁ ପଣ୍ଡ କରାଯିବ ବୋଲି ନେତାମାନେ ଚେତାଇ ଦେଇଛନ୍ତି ।
କୁଜଙ୍ଗ ବ୍ଲକ୍ ପଡ଼ିଆଠାରେ ଆୟୋଜିତ ହୋଇଥିଲା ଏହି ସମାବେଶ । ସଭାମଞ୍ଚରେ ଥିଲେ ବିଜେଡ଼ି ରାଜ୍ୟ ମହିଳା ସଭାନେତ୍ରୀ ପ୍ରମିଳା ମଲ୍ଲିକ, ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସହ ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରତାପ ଜେନା, ଦଳର ଜିଲ୍ଲା କାର୍ଯ୍ୟକାରୀ ସଭାପତି ତଥା ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି, ତିର୍ତ୍ତୋଲ ବିଧାୟିକା ଡାକ୍ତର ରାଜଶ୍ରୀ ମଲ୍ଲିକ ଏବଂ ସାଂସଦ କୁଳମଣି ସାମଲ । ଜିଲ୍ଲାର ୪ଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀରୁ ଆସିଥିଲେ ମହିଳା କର୍ମୀ । ପାରାଦ୍ୱୀପ ନିର୍ବାଚନମଣ୍ଡଳୀରୁ ଦାମ ରାଉତଙ୍କ ପ୍ରମୁଖ ସମର୍ଥକ ଭାବେ ପରିଚିତ ବିଜେଡ଼ି ନେତା ଓ ନେତ୍ରୀମାନେ ଏହି ସମାବେଶ ଆୟୋଜନରେ ପ୍ରମୁଖ ଭୂମିକା ନେଇଥିଲେ ।
ଦାମ ରାଉତ ବିଜେଡିରୁ ବହିଷ୍କୃତ ହେଲା ପରେ ତାଙ୍କ ଗଡ଼ ଦାବି କରୁଥିବା କୁଜଙ୍ଗରେ ଏହା ଥିଲା ବିଜେଡ଼ିର ପ୍ରଥମ ଶକ୍ତି ପ୍ରଦର୍ଶନ । ଦାମ ରାଉତଙ୍କ ଅନୁଗତମାନେ ଏହି ସମାବେଶରେ ସାମିଲ ହେବେ କି ନାହିଁ ସେୟାଡ଼କୁ ଥିଲା ସମସ୍ତଙ୍କ ନଜର । ମାତ୍ର ଆଜିର ସମାବେଶରେ ସେମିତି କିଛି ଦେଖିବାକୁ ମିଳିନାହିଁ । ଏପରିକି ବିଜେଡ଼ିରେ ପ୍ରବଳ ଗୋଷ୍ଠୀ କନ୍ଦଳ ସତ୍ତ୍ୱେ ଦଳୀୟ ସମାବେଶରେ ସବୁ ଗୋଷ୍ଠୀର କର୍ମୀ ଯୋଗଦେଇଥିଲେ ।

ବିଷ୍ଣୁ ଦାସ ରହିଲେନି

ଜିଲ୍ଲା ବିଜେଡ଼ି ସଭାପତି ବିଷ୍ଣୁ ଦାସଙ୍କୁ ସମାବେଶରେ ଦେଖିବାକୁ ମିଳି ନ ଥିଲା । ସମାବେଶରୁ ତାଙ୍କୁ ଜାଣିଶୁଣି ଦୂରେଇ ରଖାଯାଇଥିବା କୁହାଯାଉଛି । ନିକଟରେ ଭୁବନେଶ୍ୱର ଦଳୀୟ ଅଫିସରେ ଅନୁଷ୍ଠିତ ଜଗତସିଂହପୁର ଜିଲ୍ଲା ବିଜେଡ଼ି ନେତା ଓ କର୍ମୀଙ୍କ ବୈଠକରେ କିଛି କର୍ମୀ ବିଷ୍ଣୁ ଦାସଙ୍କ ବିରୋଧରେ ଫେରାଦ ହୋଇଥିଲେ । ତେଣୁ କୌଣସି ଅସୁବିଧାର ଆଶଙ୍କା କରି ଦଳୀୟ ନେତୃତ୍ୱ ତାଙ୍କୁ ଏହି ବୈଠକରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିବା କୁହାଯାଉଛି । ଖାଲି ବିଷ୍ଣୁ ନୁହଁନ୍ତି, ଜିଲ୍ଲା ଦଳୀୟ ପଦପଦବୀରେ ଥିବା ତାଙ୍କର କୌଣସି ସମର୍ଥକଙ୍କୁ କୁଜଙ୍ଗ ମହିଳା ସମାବେଶକୁ ଡକାଯାଇନାହିଁ । ଡକା ନ ଯିବା ସତ୍ତ୍ୱେ ମଧ୍ୟ ସମାବେଶ ସଫଳ କରିବାକୁ ଆମେ ସମସ୍ତେ ଉଦ୍ୟମ କରିଛୁ ଏବଂ ସମାବେଶକୁ ସଫଳ କରିଛୁ ବୋଲି ବିଷ୍ଣୁ ଅନୁଗତ ଜନୈକ ବିଜେଡ଼ି ଜିଲ୍ଲା ସମ୍ପାଦକ ‘ମିଡ ଡେ ଓଡ଼ିଶା’କୁ କହିଛନ୍ତି ।

ବିଷ୍ଣୁ-ରାଜଶ୍ରୀ ସମର୍ଥକ ଠେଲାପେଲା

କୁଜଙ୍ଗ ସମାବେଶରେ ଯୋଗଦେବାକୁ ଆସୁଥିଲା ବେଳେ ତାରପୁର ବାଇପାସ୍ ଠାରେ ମୁହାଁମୁହିଁ ହୋଇଥିଲେ ବିଷ୍ଣୁ ଦାସ ଓ ରାଜଶ୍ରୀ ମଲ୍ଲିକଙ୍କ ସମର୍ଥକ । ରାଜଶ୍ରୀଙ୍କ ବିରୋଧରେ ସ୍ଲୋଗାନ୍ ବାଜିରୁ ଏହି ପରିସ୍ଥିତି ସୃଷ୍ଟି ହୋଇଥିଲା । ଉଭୟଙ୍କ ସମର୍ଥକଙ୍କ ମଧ୍ୟରେ କିଛି ସମୟ ପାଇଁ ଠେଲାପେଲା ହୋଇଥିଲା । ତେବେ ପୁଲିସ ଓ ଦଳୀୟ ନେତାଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ସମାବେଶ ଭଣ୍ଡୁର କରିବାକୁ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କର ଏହା ଚକ୍ରାନ୍ତ ବୋଲି ବିଧାୟିକା ରାଜଶ୍ରୀ ମଲ୍ଲିକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

ଦାମ ଉତକ୍ଷିପ୍ତ, ମନେ ମନେ ପାୱାରଫୁଲ୍

ବିଜେଡ଼ିର କୁଜଙ୍ଗ ସମାବେଶର ସଫଳତାରେ ଉତକ୍ଷିପ୍ତ ହୋଇପଡ଼ିଛନ୍ତି ଡାକ୍ତର ଦାମ ରାଉତ । ଅଲଗା ନିର୍ବାଚନମଣ୍ଡଳୀ କଥା ଦୂରେ ଥାଉ, ନିଜ ପାରାଦ୍ୱୀପ ନିର୍ବାଚନମଣ୍ଡଳୀରୁ ତାଙ୍କର ଖାସ୍ ସମର୍ଥକମାନେ ସମାବେଶର ଆଗରେ ରହିବା ତାଙ୍କୁ ବିଚଳିତ କରିଛି । ଭୁବନେଶ୍ୱରରେ ବସି ଗଣମାଧ୍ୟମ ଆଗରେ ବେଶ୍ ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି ଦାମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ କାପୁରୁଷ କହିବା ସହ ନିଜକୁ ପାୱାରଫୁଲ୍ ଦେଖାଇଛନ୍ତି । ଜିଲ୍ଲାର ପଡ଼ୋଶୀ ନିର୍ବାଚନମଣ୍ଡଳୀରୁ ସିଡ଼ିପିଓଙ୍କ ଜରିଆରେ ସମାବେଶକୁ ମହିଳାମାନେ ବୁହା ହୋଇ ଆସିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ସାମଲଙ୍କୁ ସେ ଟାର୍ଗେଟ୍ କରି ତାଙ୍କ ପୁଅକୁ ନିଶାନା କରିଛନ୍ତି । ଭଦ୍ରକ ଇଂଜିନିୟରିଂ କଲେଜ ପଇସାରେ ସାମଲଙ୍କ ପୁଅ ବଡ଼ ଗାଡ଼ି ଚଢ଼ୁଛି ବୋଲି ଆକ୍ଷେପ କରିଛନ୍ତି ଦାମ ।
Previous Post

ସାମ୍ବାଦିକଙ୍କୁ ପୁଲିସ ମାଡ଼ର ଜୋରଦାର ପ୍ରତିବାଦ

Next Post

କଂଗ୍ରେସର ନିର୍ବାଚନ ସଜବାଜ: ୪୪ ଟି ଆସନରେ ପ୍ରାର୍ଥୀ ଚୂଡ଼ାନ୍ତ

Next Post
କଂଗ୍ରେସର ନିର୍ବାଚନ ସଜବାଜ: ୪୪ ଟି ଆସନରେ ପ୍ରାର୍ଥୀ ଚୂଡ଼ାନ୍ତ

କଂଗ୍ରେସର ନିର୍ବାଚନ ସଜବାଜ: ୪୪ ଟି ଆସନରେ ପ୍ରାର୍ଥୀ ଚୂଡ଼ାନ୍ତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA