Tuesday, June 30, 2026 09:36 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସାମ୍ବାଦିକଙ୍କ ପେଟରେ ମାଲିକଙ୍କ ଲାତ !

by Our Correspondent
13 May, 2020- 01:12 PM
in Latest News, News
1 min read
1
ସାମ୍ବାଦିକଙ୍କ ପେଟରେ ମାଲିକଙ୍କ ଲାତ !

ଭୁବନେଶ୍ୱର: କରୋନା ମାଡ଼ରେ ଏବେ ବେଶୀ କ୍ଷତି ସହିଛନ୍ତି କିଛି ପ୍ରମୁଖ ଖବରକାଗଜ ସଂସ୍ଥା କର୍ମଚାରୀ ଏବଂ ସାମ୍ବାଦିକ । କାହା ଚାକିରି ଗଲାଣି ତ ଆଉ କାହାରି ଯିବା ଯିବା ଅବସ୍ଥାରେ ରହିଛି । ନିଜକୁ ଏକ ନମ୍ବର ଦାବି କରି ପିଟାପିଟି ହେଉଥିବା ଖବର ସଂସ୍ଥାରେ କର୍ମଚାରୀ ଛଟେଇ ଓ ଦରମାକାଟ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ମାଲିକଙ୍କ ବିଚାରରେ, ବିଜ୍ଞାପନ ନ ଥିବାରୁ କର୍ମଚାରୀଙ୍କୁ ଦରମା ଦେଇ ସଂସ୍ଥା ଚଳାଇବା ସମ୍ଭବ ନୁହେଁ । ତେଣୁ ଅଳ୍ପ କର୍ମଚାରୀ ଏବଂ ଅଳ୍ପ ଦରମାରେ କାମ କରିବାକୁ ପଡ଼ିବ ।

କର୍ମଚାରୀ/ ସାମ୍ବାଦିକ ମାରଣ ପାଇଁ ସଂପୃକ୍ତ ସଂସ୍ଥାର ମାଲିକଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଲକ୍ଷ୍ୟ କରାଯାଉଛି । ଏଇ ଯେମିତି.. ‘ଧରିତ୍ରୀ’ ଖବରକାଗଜରୁ ବିଧିବଦ୍ଧ ଭାବେ କାହାରିକୁ ଛଟେଇ କରାଯାଇ ନ ଥିଲେ ମଧ୍ୟ ଇସାରାରେ କାମ ବଢ଼ିଯାଇଛି । ପ୍ରଥମ ଦଫାରେ ପ୍ରାୟ ୨୦ ଜଣ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଛୁଟି ଦିଆଯାଇଛି । ଦରକାର ପଡ଼ିଲେ ଡାକିବୁ ବୋଲି କର୍ତ୍ତୃପକ୍ଷ ଶୁଣାଇଛନ୍ତି । ଏହି ତାଲିକା ଲମ୍ବା ବୋଲି କର୍ମଚାରୀମହଲରୁ ଜାଣିବାକୁ ମିଳିଛି । ‘ମୋର ଖଣି କି ଅନ୍ୟ ବେପାର ନାହିଁ ଯେ ବିନା ବିଜ୍ଞାପନରେ ସମସ୍ତଙ୍କୁ ଦରମା ଦେଇ ସଂସ୍ଥା ଚଳାଇବି’ । ତେଣୁ ନିଷ୍ପତ୍ତି ଆପଣମାନଙ୍କର ବୋଲି ମାଲିକ କୁଆଡ଼େ ଶୁଣାଇ ଦେଇଛନ୍ତି ।
ଅନ୍ୟପକ୍ଷରେ ମାର୍ଚ୍ଚ ମାସରୁ ସଂସ୍ଥାର ସବୁ କର୍ମଚାରୀଙ୍କ ଦରମାରୁ ୨୫% କଟାଯାଇଛି । ମାର୍ଚ୍ଚ ଓ ଏପ୍ରିଲ୍ ମାସରେ କର୍ମଚାରୀମାନେ ନିଜ ଦରମାରୁ ଏହି ପ୍ରାପ୍ୟ ହରାଇଥିବା ଜଣାପଡ଼ିଛି ।
‘ସମ୍ବାଦ’ ରେ କର୍ମଚାରୀ ଛଟେଇ ହୋଇ ନ ଥିଲେ ମଧ୍ୟ ଏପ୍ରିଲ୍ ମାସର ଦରମା ଉପରେ ଛାଟ ଲାଗିଛି । ୫ଟି ସ୍ଲାବ୍ ରେ କର୍ମଚାରୀଙ୍କର ଦରମା କାଟ୍ କରାଯାଇଛି । ୧୦ ହଜାର ତଳକୁ ଦରମା ପାଉଥିବା କର୍ମଚାରୀମାନଙ୍କର ୨୫% ଦରମା କାଟ ହୋଇଥିବା ବେଳେ ୧୦ ହଜାରରୁ ୩୦ ହଜାର ଦରମା ପାଉଥିବା କର୍ମଚାରୀଙ୍କର ୩୦%, ୩୦ରୁ ୫୦ ହଜାର ଦରମା ପାଉଥିବା କର୍ମଚାରୀଙ୍କର ୪୦ % ଏବଂ ୫୦ ହଜାରରୁ ଉଦ୍ଧ୍ୱର୍ ଦରମା ପାଉଥିବା କର୍ମଚାରୀଙ୍କର ୫୦% ଦରମା କାଟି ଦିଆଯାଇଛି ।
ସଂସ୍ଥାର ଜଣେ ବରିଷ୍ଠ କର୍ମକର୍ତ୍ତାଙ୍କ ସୂଚନା ଅନୁଯାୟୀ, ‘ସମ୍ବାଦ’ କୁ କେବଳ ବିଜ୍ଞାପନ ବାବଦରୁ ଦୈନିକ ହାରାହାରି ୪୦ ରୁ ୫୦ ଲକ୍ଷ ଆୟ ଆସିଥାଏ । ଏପ୍ରିଲ୍ ମାସ ଯାକରେ ବିଜ୍ଞାପନରୁ ଆସିଛି ମାତ୍ର ୫୦ ଲକ୍ଷ ଟଙ୍କା । ଏହି ବିପୁଳ କ୍ଷତିକୁ ସହିବା ଅବସ୍ଥାରେ ନାହାନ୍ତି ମାଲିକ । ତେଣୁ କର୍ମଚାରୀଙ୍କ ଦରମାରୁ କ୍ଷତି ଭରଣା କରିବାକୁ ନିଷ୍ପତ୍ତି ନିଆଯାଇଛି ।
‘ସମାଜ’ ରେ ବି ଅନୁରୂପ ଅବସ୍ଥା । କର୍ମଚାରୀ ଛଟେଇ ହେବାର ସମ୍ଭାବନା ନ ଥିଲେ ମଧ୍ୟ ଏପ୍ରିଲ୍ ମାସରେ ଦରମାକାଟ ନିୟମ ଲାଗୁ ହୋଇଛି । କର୍ମଚାରୀଙ୍କ ବେସିକ୍ ଦରମାର ୫୦% କଟାଯାଇଥିବା ଜଣାପଡ଼ିଛି ।
‘ସମୟ’ କର୍ମଚାରୀଙ୍କୁ ଏ ପର୍ଯ୍ୟନ୍ତ ମାର୍ଚ୍ଚ ମାସର ଦରମା ବି ମିଳିନାହିଁ । ତାପରେ ଏପ୍ରିଲ୍ ଅଛି । ତେଣୁ ଦରମା କାଟ୍ ସଂକ୍ରାନ୍ତରେ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ଜଣାପଡ଼ିନାହିଁ । ଅନ୍ୟ ସଂସ୍ଥାରେ ଦରମା କାଟ୍ ହେଉଥିବାରୁ ସଂସ୍ଥା କର୍ମଚାରୀଙ୍କ ମନରେ ଛାନିଆଁ ପଶିଛି ।
ତେବେ ଅନ୍ୟ ପ୍ରମୁଖ ଖବର ସଂସ୍ଥା ‘ପ୍ରମେୟ’ କିନ୍ତୁ ଏ କ୍ଷେତ୍ରରେ ବ୍ୟତିକ୍ରମ ହୋଇଛି । କର୍ମଚାରୀଙ୍କ ପେଟପାଟଣାରୁ ବିଜ୍ଞାପନ ରାଜସ୍ୱ କ୍ଷତି ଭରଣା କରିବାକୁ କର୍ତ୍ତୃପକ୍ଷ ଚାହିଁନାହାନ୍ତି । ଏପ୍ରିଲ୍ ମାସରେ କର୍ମଚାରୀମାନେ ସେମାନଙ୍କର ଠିକ୍ ଦରମା ପାଇଛନ୍ତି । ଆଗକୁ ବି କର୍ମଚାରୀ ଛଟେଇ କି ଦରମା କାଟର କୌଣସି ଯୋଜନା ନାହିଁ ବୋଲି ସଂସ୍ଥାର ଜଣେ ବରିଷ୍ଠ କର୍ମକର୍ତ୍ତା କହିଛନ୍ତି ।
ସେ ଯାହା ହେଉ, କରୋନା ମହାସଙ୍କଟରେ ଯଦି କିଏ ବେଶୀ ଖଟୁଥାନ୍ତି ସେମାନେ ହେଲେ ଖବର ସଂସ୍ଥାରେ କାମ କରୁଥିବା ସାମ୍ବାଦିକ ଓ କର୍ମଚାରୀ । ଲକଡାଉନ୍ ବେଳେ ନିଜ ଜୀବନକୁ ବିପଦରେ ରଖି ସାମ୍ବାଦିକ ନିଜ ଦାୟିତ୍ୱରୁ ହଟିନାହାନ୍ତି । ବରଂ ସେମାନଙ୍କର ରିସ୍କ, ଦାୟିତ୍ୱବୋଧ ଏବଂ କାର୍ଯ୍ୟ ଚାପ ବରଂ ବହୁତ ବଢ଼ିଯାଇଛି ।
ଲୋକଙ୍କ ଦୁଃଖଦୁର୍ଦ୍ଦଶା ସାମନାକୁ ଆଣି ସେମାନଙ୍କର ସମସ୍ୟାର ସମାଧାନ ଉଦ୍ୟମରେ ଥିବା ଅଧିକାଂଶ ସାମ୍ବାଦିକ ନିଜେ କେତେ ଦହନୀୟ ଅବସ୍ଥାରେ ଚଳନ୍ତି ତାହା ନ କହିବା ଭଲ । ସେମାନେ ଦରମା ନେଲେ ପରିବାର ଚଳାନ୍ତି । ଆର୍ଥିକ ଚାପରେ ରହୁଥିବା ସାମ୍ବାଦିକଙ୍କ ପାଇଁ ମାଲିକଙ୍କ ଚାପ ଆହୁରି ଅଧିକ । ମାଲିକଙ୍କ ଅଧିକରୁ ଅଧିକ ବିଜ୍ଞାପନ ସଂଗ୍ରହ ଲୋଭର ଚାପ ନିଏ ସାମ୍ବାଦିକ । ମାଲିକ ଆଶା ପୂରଣ ନ କଲେ ଚାକିରି ଯିବାଟା ଥୟ ହୋଇଥିବାରୁ ବିଚାରା ସାମ୍ବାଦିକଟି କାନମୁଣ୍ଡା ଆଉଁଷି ଝାଳ ବୁହାଏ । ଏହି ବାସ୍ତବତାକୁ ସମସ୍ତେ ଅନୁଭବ କରୁଥିଲେ ମଧ୍ୟ ଉପାୟ ନାହିଁ ।
ଆଜି କରୋନା ଯୋଗୁଁ ଖବର ସଂସ୍ଥା ବିଜ୍ଞାପନ ପାଉନାହିଁ, କ୍ଷତିରେ ଚାଲୁଛି ଏହା ଠିକ୍ କଥା । ତେବେ ଅନ୍ୟବେଳେ ବର୍ଷ ତମାମ ଦୈନିକ କେତେ ପୃଷ୍ଠାର ବିଜ୍ଞାପନ ଛାପନ୍ତି ଏବଂ ସେଥିରୁ କେତେ ରାଜସ୍ୱ ପାଆନ୍ତି ହିସାବ ଦେବେ କି? ଦୀପାବଳୀ, ଦଶହରା , ରଥଯାତ୍ରା ଭଳି ଓଡ଼ିଶାର ମହାପର୍ବ ବେଳେ ବିଜ୍ଞାପନର ଜୁଆର ଆସେ ନା ନାହିଁ? ଠିକ୍ ବର୍ଷକ ତଳେ ନିର୍ବାଚନ ସମୟରେ ଏହି ସଂସ୍ଥାଗୁଡ଼ିକ ବିଜ୍ଞାପନ ବାବଦରେ ବିପୁଳ ଟଙ୍କା ପାଇଥିଲେ ନା ନାହିଁ? ଖବରକାଗଜର ବାର୍ଷିକୀରେ ବିଜ୍ଞାପନର ବର୍ଷା ହୋଇ ପୁଳା ପୁଳା ଟଙ୍କା ଆସେ ନାହିଁ କି?
ଏହା ନିଃସନ୍ଦେହ ଯେ ସଂସ୍ଥାର ଏହି ବିପୁଳ ରାଜସ୍ୱ ଆଦାୟ ପଛରେ କର୍ମଚାରୀଙ୍କ ଭୂମିକା ବହୁତ । ପ୍ରମୁଖତା ଭାବେ ସେମାନଙ୍କ ପରିଶ୍ରମର ଫଳ ହିଁ ବିଜ୍ଞାପନ ଆକାରରେ ଆସିଥାଏ । ଦୁର୍ଭାଗ୍ୟ ଯେ, ଆଶାରୁ ବହୁତ ଅଧିକ ଏହି ବିପୁଳ ଆୟ ବେଳେ ସଂସ୍ଥା କର୍ମଚାରୀଙ୍କ ପାଇଁ କିନ୍ତୁ କିଛି ଫରକ୍ ଆଣେନି । ତେଣୁ ସଂସ୍ଥାର ଆଶାତୀତ ବିପୁଳ ଲାଭରୁ ଯଦି କର୍ମଚାରୀଙ୍କ ଭାଗ ନାହିଁ, ତେବେ ଅସାଧାରଣ ସମୟରେ ସାମୟିକ କ୍ଷତି ବେଳେ ଖଟିଖିଆ କର୍ମଚାରୀ ଭାଗିଦାର ହେବେ କାହିଁକି? ସେମାନଙ୍କ ପେଟରେ ନାତ କାହିଁକି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ହେଉଛି ।
ବର୍ଷ ତମାମ ବିଜ୍ଞାପନ ବାବଦରୁ ବିପୁଳ ଲାଭ କରୁଥିବା ସଂସ୍ଥା କରୋନା ଭଳି ଅସାଧାରଣ ସମୟରେ ମାସେ ଦୁଇ ମାସର ଆର୍ଥିକ ସଙ୍କଟର ବୋଝ ସମ୍ଭାଳିବାକୁ କ’ଣ ଏତେ ଅସମର୍ଥ? ଭଲ ବେଳେ ଯେଉଁ କାନ୍ଧରେ ହାତ ରଖି ମାଲିକ ସମୃଦ୍ଧ, ଖରାପ ବେଳେ ସେହି କାନ୍ଧକୁ ପର ଭାବି ଓଲଟି ଶୋଷଣ କରିବା କି ପ୍ରକାର ମାନସିକତା? ଖବର ସଂସ୍ଥାର କର୍ମଚାରୀମାନେ ଏବେ କରୋନାର ପ୍ରମୁଖ ଯୋଦ୍ଧା । ରାଜ୍ୟ ସରକାର ମଧ୍ୟ ସାମ୍ବାଦିକମାନଙ୍କୁ କରୋନା ଯୋଦ୍ଧାର ସ୍ୱୀକୃତି ଦେଇଛନ୍ତି । ସାମ୍ବାଦିକଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ବୀମା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
ଅଥଚ ସେମାନେ କାମ କରୁଥିବା ସଂସ୍ଥା ସେମାନଙ୍କ ପାଇଁ ଗର୍ବ କରି ପ୍ରୋତ୍ସାହନ ଦେବା ବଦଳରେ ଶୋଷଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହା ଅତ୍ୟନ୍ତ ନିଷ୍ଠୁର ଓ ଅମାନବୀୟ କାର୍ଯ୍ୟ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।
Previous Post

ବ୍ୟାପିଲା କରୋନା; ଏକାଥରେ ୧୦୧ ପଜିଟିଭ୍

Next Post

ଆସୁଛି ବାତ୍ୟା; ଓଡ଼ିଶାକୁ ଏବେ ଡର ନାହିଁ

Next Post
ଆସୁଛି ବାତ୍ୟା; ଓଡ଼ିଶାକୁ ଏବେ ଡର ନାହିଁ

ଆସୁଛି ବାତ୍ୟା; ଓଡ଼ିଶାକୁ ଏବେ ଡର ନାହିଁ

Comments 1

  1. Chakara Pani says:
    6 years ago

    ଖାଲିତ ଖବରକାଗଜ ସଂସ୍ଥା ନୁହେଁ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି କେନ୍ଦ୍ର, ରାଜ୍ୟ ସରକାରୀ କର୍ମଚାରୀ ଏବଂ ଜିଓ ଭଳି ବଡ଼ କମ୍ପାନୀଠାରୁ ଆରମ୍ଭ କରି ଦେଶ ଓ ବିଶ୍ବସ୍ତର ରେ ବେତନ କାଟ ଏବଂ ଛଟେଇ ଛାଟ ବ୍ୟାପକ ଚାଲିଛି ତେଣୁ ରିପୋର୍ଟର ବାବୁଙ୍କ ସୀମିତ ଜ୍ଞାନ ବୋଧ ହୁଏ ତାଙ୍କୁ ଓଡ଼ିଶାରେ ଖବରକାଗଜ ଶିଳ୍ପ ଭିତରେ ସୀମିତ କରି ଦେଇଛି ନତୁବା ଅଯୋଗ୍ୟତା ପାଇଁ ବିତାଡ଼ିତ ସେ ଜଣେ ଜର୍ଜରିତ ସାମ୍ବାଦିକ।

    ପ୍ରମେୟ ବିଜ୍ଞାପନ ରାଜସ୍ବ କ୍ଷତି ଭରଣା ପାଇଁ କର୍ମଚାରୀଙ୍କ ପେଟରୁ ନ କାଟି ରାଜ୍ୟ ସରକାରଙ୍କଠାରୁ କୋଭିଡ ହସ୍ପିଟାଲ ପାଇଁ ପାଇଥିବା ୩୦୦୦ କୋଟିକୁ କାର୍ଯ୍ୟରେ ଲଗାଇଛନ୍ତି। ସାମ୍ବାଦିକ ଜଣଙ୍କ ସେହି ତଥ୍ୟ ଦେଇଥିଲେ ଖବରଟି ପୂର୍ଣ୍ଣାଙ୍ଗ ହୋଇଥାଆନ୍ତା।

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA