Monday, May 25, 2026 09:33 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସାମ୍ବାଦିକଙ୍କ ମନ ଜିଣିଲେ ମୁଖ୍ୟମନ୍ତ୍ରୀ, ଶୁଭେଚ୍ଛାର ସୁଅ

by Our Correspondent
09 Jun, 2018- 10:14 AM
in Latest News, News
1 min read
0
ସାମ୍ବାଦିକଙ୍କ ମନ ଜିଣିଲେ ମୁଖ୍ୟମନ୍ତ୍ରୀ, ଶୁଭେଚ୍ଛାର ସୁଅ
ଭୁବନେଶ୍ୱର: ଓଡ଼ିଶା ସରକାର ସାମ୍ବାଦିକମାନଙ୍କ କଲ୍ୟାଣ ତଥା ମୌଳିକ ସମସ୍ୟାର ସମାଧାନ ପାଇଁ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଏହା ଅତୁଳନୀୟ ଏବଂ ସମଗ୍ର ଦେଶରେ ଉଦାହରଣ ସୃଷ୍ଟି କରିଛି । କୌଣସି ରାଜ୍ୟ ସରକାର ସାମ୍ବାଦିକଙ୍କ ପାଇଁ ଏଭଳି ସୁବିଧା ପ୍ରଦାନ କରି ନ ଥିବା ବେଳେ ଏହା ସେମାନଙ୍କ ପାଇଁ ଅନୁକରଣୀୟ ହୋଇଛି । ଗତକାଲି ସଚିବାଳୟରେ କାର୍ଯ୍ୟରତ ସାମ୍ବାଦିକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏଭଳି ଭାଷାରେ ସମ୍ବର୍ଦ୍ଧିତ କରିଥିଲେ ।
ସାମ୍ବାଦିକଙ୍କ ସମ୍ବର୍ଦ୍ଧନାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ, ‘ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ଆପଣମାନେ ନିରନ୍ତର କାର୍ଯ୍ୟ କରୁଛନ୍ତି । ସମାଜର ଉନ୍ନତି, ଲୋକଙ୍କ ସୁବିଧା ଓ ରାଜ୍ୟର ବିକାଶ କ୍ଷେତ୍ରରେ ଆପଣମାନେ କଠିନ ପରିଶ୍ରମ କରୁଛନ୍ତି । ଆପଣମାନଙ୍କ ଖୁସିରେ ମୁଁ ଆନନ୍ଦିତ ।’
ଏହି ଅବସରରେ ‘ସାମ୍ବାଦିକ ପେନସନ୍ ଯୋଜନା’ ତୁରନ୍ତ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସାମ୍ବାଦିକମାନେ ଅନେକ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟ କରନ୍ତି । ଅବସରଗ୍ରହଣ ପରେ ସେମାନଙ୍କ ସାମାଜିକ ସୁରକ୍ଷା ପାଇଁ ପେନସନ୍ ଯୋଜନା କାର୍ଯ୍ୟକାରୀ କରିବାକୁ ସାମ୍ବାଦିକମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।
ପରେ ସାମ୍ବାଦିକମାନେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତାଙ୍କ ଚାମ୍ବରରେ ଭେଟି ସାମ୍ବାଦିକଙ୍କ କଲ୍ୟାଣ ପାଇଁ ସରକାର ଘୋଷଣା କରିଥିବା ପ୍ୟାକେଜ୍ ପାଇଁ କୃତଜ୍ଞତା ଜଣାଇଥିଲେ । ରାଜ୍ୟର ଅବସରପ୍ରାପ୍ତ ସାମ୍ବାଦିକମାନଙ୍କୁ ପେନସନ୍ ପ୍ରଦାନ ସହ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ସଚିବାଳୟସ୍ଥିତ ପ୍ରେସ୍ ଲାଉଂଜର ଦୂରାବସ୍ଥା ସମ୍ପର୍କରେ ମଧ୍ୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।
ମୁଖ୍ୟମନ୍ତ୍ରୀ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀଙ୍କ ସହ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ଦିଲ୍ଲୀପ ଶତପଥୀ. କେ.ରବି, ଜୀମୂତ ମଙ୍ଗରାଜ, ହଳଧର ଧୀର୍, ବୈଷ୍ଣବ ଜେନା, ବିଜୟ କୁମାର ପଣ୍ଡା, ସନତ ମିଶ୍ର, ରମେଶ ଚନ୍ଦ୍ର ସ୍ୱାଇଁ, ସୁବ୍ରତ ଦାସ, ଅରବିନ୍ଦ ମିଶ୍ର, ଧୀରେନ୍ଦ୍ର ମିଶ୍ର, ବିରୁପାକ୍ଷ ତ୍ରିପାଠୀ, ଦେବେନ୍ଦ୍ର ସୁଆର, ପ୍ରତାପ ସାମଲ, ବିବେକାନନ୍ଦ ଜେନା, ପ୍ରଦ୍ୟୁମ୍ନ କୁମାର ମହାନ୍ତି, ଜିତେନ୍ଦ୍ର ପଟ୍ଟନାୟକ, କୌସ୍ତୁଭ ଦାସ, ପ୍ରସନ୍ନ ପତି, ଅନିଲ ଦାସ, ପ୍ରକାଶ ସେଠୀ, ପାର୍ଥସାରଥୀ ଜେନା, ଶୁଭାଶିଷ ମହାନ୍ତି, ମାଧବାନନ୍ଦ ବେହୁରା, ସୁରେନ୍ଦ୍ର ସାହୁ, ଅବିନାଶ ମିଶ୍ର, ଚିତ୍ତରଂଜନ ପଟ୍ଟନାୟକ, ଦେବ ମହାପାତ୍ର, ଅଜୟ ଦାସ, ସତ୍ୟବାଦୀ ନାୟକ, କିଶୋର ମଙ୍ଗରାଜ, ଶେଖ ମହମ୍ମଦ ରିୟାଜ, ଧୀରେନ୍ ସ୍ୱାଇଁ, ବ୍ରାହ୍ମିପ୍ରିୟା ସାମନ୍ତରାୟ, ସୌମ୍ୟଜିତ୍ ପଟ୍ଟନାୟକ, ଦିଲ୍ଲୀପ ବିଶୋଇ, ଶରତ ପାଇକରାୟ, ଅଜିତ୍ ଦାଶ, ଦୁର୍ଗା ଷଡ଼ଙ୍ଗୀ, ସୁକାନ୍ତ ରାଉତରାୟ, ସମର ପ୍ରଧାନ, ଯଯାତି ମହାନ୍ତି, ସୁଧାଂଶୁ ଦାସ, ଥବିର ସାମଲ, ଭୂଦୀପ ମହାନ୍ତି, ପ୍ରୀତିକାନ୍ତ ନାୟକ, ଦୁର୍ଗାଶିଷ, ଲକ୍ଷ୍ମୀଧର ମହାପାତ୍ର, ଚିନ୍ମୟ ମହାପାତ୍ର, ଆଶିଷ ପ୍ରଧାନ, ଜ୍ୟୋତି ଓ ଅନୀତା ଦାସ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
Previous Post

ଓଡ଼ିଶା ଛୁଇଁଲା ‘ମୌସୁମୀ’

Next Post

ବାହାରିଲା ଯୁକ୍ତ ଦୁଇ କଳା, ବାଣିଜ୍ୟ ରେଜଲ୍ଟ

Next Post
ବାହାରିଲା ଯୁକ୍ତ ଦୁଇ କଳା, ବାଣିଜ୍ୟ ରେଜଲ୍ଟ

ବାହାରିଲା ଯୁକ୍ତ ଦୁଇ କଳା, ବାଣିଜ୍ୟ ରେଜଲ୍ଟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA