Wednesday, May 6, 2026 11:20 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସାରୁ ଭିତରେ ମାରୁ…

by Our Correspondent
01 Dec, 2017- 04:37 PM
in Latest News, Politics
1 min read
0
ସାରୁ ଭିତରେ ମାରୁ…
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ଯୋଗାଇ ଦିଆଯାଉଥିବା ସାମଗ୍ରୀର ଉତ୍ପାଦନ କରୁଛି କିଏ ? ତାହାର ପରିମାଣ କେତେ ? ମୂଲ୍ୟ କେତେ ? ସେଗୁଡ଼ିକ ମେଡ ଇନ ଓଡ଼ିଶା ନା ମେଡ ଇନ ଇଣ୍ଡିଆ ? ଆଠଗଡ଼ର ବିଜେଡ଼ି ବିଧାୟକ ରଣେନ୍ଦ୍ର ପ୍ରତାପ(ରାଜା) ସ୍ୱାଇଁ ଆଜି ବିଧାନସଭାରେ ଏହି ପ୍ରଶ୍ନ ପଚାରିଥିଲେ ଶିଳ୍ପମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ । ଆଉ ମନ୍ତ୍ରୀ ଏଥିରେ ଘାବରେଇ ଯାଇ ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇଥିଲେ ମଧ୍ୟ ତାଙ୍କ ଉତ୍ତର ଗୃହକୁ ଜମାଣିଆ କରିଥିଲା । ‘ବିଧାୟକ ଯେଉଁ ପ୍ରଶ୍ନ ପଚାରୁଛନ୍ତି ତାହା ଆକାଶର ତାରା ଗଣିଲା ଭଳି କଥା’ କହି ଶିଳ୍ପମନ୍ତ୍ରୀ କଟାକ୍ଷ କରିବା ସହ ଏମଏସଏମଇ ବିଭାଗ ଉପରକୁ ଉତ୍ତର ଟାଳି ଦେବାକୁ ଚେଷ୍ଟା କରିଥିଲେ । ତେବେ ନଛୋଡ଼ବନ୍ଧା ଆଠଗଡ଼ ବିଧାୟକ ବି ମନ୍ତ୍ରୀଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ନ ଥିଲେ । ସରକାରଙ୍କ ମାଗଣା ପ୍ରଦତ୍ତ ଏହି ସାମଗ୍ରୀ ଯୋଗାଣରେ ଲଟରପଟରର ଇଙ୍ଗିତ ଦେଇଥିଲେ । ସାରୁ ଭିତରେ ସେ ମାରୁ କିଏ ବୋଲି ଜାଣିବାକୁ ଚାହିଁଥିଲେ ।
ପୂର୍ବତନ ଶିଳ୍ପମନ୍ତ୍ରୀ ତଥା ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ଅତିରିକ୍ତ ପ୍ରଶ୍ନ କରିଥିଲେ । ସରକାରଙ୍କ ପକ୍ଷରୁ ମାଗଣା ସାମଗ୍ରୀ ଯୋଗାଣରେ ବିଭିନ୍ନ ବିଭାଗ ସଂପୃକ୍ତ ଥିବାରୁ ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା କରି ଉପଯୁକ୍ତ ସମନ୍ୱୟ କରାଇବାକୁ ତାଙ୍କ ଉତ୍ତରାଧିକାରୀ ନିରଞ୍ଜନ ପୂଜାରୀଙ୍କୁ ପ୍ରସ୍ତାବ ଦେଇଥିଲେ । ତେବେ ଦେବୀଙ୍କ ପ୍ରସ୍ତାବକୁ ସେ କଅଁଳେଇ ମାଡ଼ କରିଥିଲେ । ମାନ୍ୟବର ଦେବୀ ମିଶ୍ର ପୂର୍ବରୁ ଏହି ବିଭାଗ ଦାୟିତ୍ୱରେ ଥିବାରୁ ତାଙ୍କୁ ସବୁ ଜଣା ଥିବ । ମନ୍ତ୍ରୀ ହୋଇ ସେ ଯାହା କରିପାରି ନ ଥିଲେ ଆଜି ପରାମର୍ଶ ଦେଉଛନ୍ତି ବୋଲି କଟାକ୍ଷ କରିଥିଲେ । ପୂଜାରୀଙ୍କ ଏହି ଉତ୍ତର ଦେବୀ ମିଶ୍ରଙ୍କ ମୁହଁରେ ଚୂନ ବୋଳିଲା ଭଳି ହୋଇଥିବା ବେଳେ ରାଜା ସ୍ୱାଇଁଙ୍କ ମୁହଁରେ ହସ ଖେଳାଇ ଦେଇଥିଲା । ଖାଲି ରାଜା ସ୍ୱାଇଁ ନୁହଁନ୍ତି, ଗୃହର ଅଧିକାଂଶ ସଭ୍ୟଙ୍କ ମନକୁ ଉତ୍ତରଟି ବେଶ୍ ଛୁଇଁଥିଲା । ଏଥିସହ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମରେ ମାଗଣାରେ ପ୍ରଦାନ କରାଯାଉଥିବା ଲାପଟପ୍, ସାଇକେଲ, ପୋଷାକ, ଛତା, ଜୋତା, କମ୍ବଳ ଆଦି ସାମଗ୍ରୀ ଯୋଗାଣରେ ବାହାର ରାଜ୍ୟର ସଂସ୍ଥାଙ୍କ ସହ ଭଲ ଡିଲ୍ ହୋଇଥିବା ଗୁଂଜରଣ ଖେଳିଥିଲା ।
ଏମଏସଏମଇ ବିଭାଗ ଉପରକୁ ଦାୟିତ୍ୱ ଠେଲି ଶିଳ୍ପମନ୍ତ୍ରୀ ଏହି ଜଟିଳ ପ୍ରଶ୍ନର ଅଡୁଆରୁ ଖସିବାକୁ ପ୍ରସ୍ତୁତ ହୋଇ ଆସିଥିଲେ ମଧ୍ୟ ନିଜ ଉତ୍ତରରେ କିଛିଟା ତଥ୍ୟ ରଖିଥିଲେ । ରାଜ୍ୟରେ ୧୫,୦୦୦ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରତିବର୍ଷ ମାଗଣାରେ ଲାପଟପ୍ ଦିଆଯାଉଛି । ନବମ ଓ ଦଶମ ଶ୍ରେଣୀର ୫ ଲକ୍ଷ ୬୦ ହଜାର ପିଲାଙ୍କୁ ଦିଆଯାଉଛି ସାଇକେଲ । ୧ କୋଟି ୬୪ ଲକ୍ଷ ଟଙ୍କାର ଜୋତା ଓ ପ୍ରାୟ ୨୦ କୋଟି ଟଙ୍କାର ପୋଷାକ ବଣ୍ଟାଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ ।
Previous Post

ବିଧାନସଭାରେ ବିଜେପି ଏକଘରିକିଆ

Next Post

ପାର୍କରେ ଓପନ୍ ସେକ୍ସ

Next Post
ପାର୍କରେ ଓପନ୍ ସେକ୍ସ

ପାର୍କରେ ଓପନ୍ ସେକ୍ସ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA