Wednesday, May 6, 2026 10:14 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପାର୍କରେ ଓପନ୍ ସେକ୍ସ

by Our Correspondent
02 Dec, 2017- 02:50 PM
in Latest News, News
1 min read
0
ପାର୍କରେ ଓପନ୍ ସେକ୍ସ
ଭୁବନେଶ୍ୱର: ଆପଣ ଭୁବନେଶ୍ୱରର ଛୋଟବଡ଼ ଯେ କୌଣସି ପାର୍କକୁ ଗଲେ ଉଶୃଙ୍ଖଳିତ ଯୁବକଯୁବତୀଙ୍କ ଆଚରଣ ଦେଖୁଥିବେ । ପରିବାର ନେଇ ଯାଇଥିଲେ ଲଜ୍ଜାରେ ମୁହଁ ପୋଡ଼ିଯିବାର ଅନୁଭୂତି ପ୍ରାୟ ସମସ୍ତଙ୍କର ଥିବ । ସକାଳଠାରୁ ରାତି ଯାଏଁ ପାର୍କ ସେହି ଉଶୃଙ୍ଖଳିତ ଯୁବକଯୁବତୀଙ୍କ ପାଇଁ ପାଲଟିଯାଇଛି ରାସଲୀଳାର କ୍ଷେତ୍ର । ବୟସ୍କ କି ଛୋଟ ପିଲାଙ୍କ ନଜରକୁ ସେମାନଙ୍କର ଲଜ୍ଜା କି ଡର ରହୁନାହିଁ । ସବୁଠାରୁ ଉଦବେଗର କଥା ହେଉଛି, ଅଧିକାଂଶ ଯୁବକଯୁବତୀ ଆଉ କେହି ନୁହଁନ୍ତି ରାଜଧାନୀର ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀ । କଲେଜକୁ ଯିବା ନାଁରେ ଘରୁ ବାହାରି ପଳାଇ ଆସୁଛନ୍ତି ପାର୍କ । ସେଠି ନିଜ ନିଜ ଗାର୍ଲ ଫ୍ରେଣ୍ଡ କି ବୟଫ୍ରେଣ୍ଡକୁ ଧରି ଚାଲୁଛି ମସ୍ତି । ସାଙ୍ଗସାଥୀର ମସ୍ତିରେ ତାହା ସୀମିତ ରହୁନି । ଲାଜ ମହତ୍ ଭୁଲି ପୂରା ବେଡରୁମ୍ ର ମସ୍ତିକୁ ଚାଲିଯାଉଛନ୍ତି ଏହି ଉଦଭ୍ରାନ୍ତ ଗୋଷ୍ଠୀର ଯୁବବର୍ଗ । ସ୍କୁଲ କି କଲେଜର ୟୁନିଫର୍ମ ପିନ୍ଧିଥିଲେ ମଧ୍ୟ ସେମାନଙ୍କର କାହାରିକୁ ଡର ଭୟ ରହୁନି । ବିଚ୍ ଦିନ ଦ୍ୱିପ୍ରହରେ ନିଜ ଇଜ୍ଜତକୁ ବାଜି ଲଗାଇବାକୁ ସଙ୍କୋଚ କରୁନାହାନ୍ତି । ଓଡ଼ିଆ ସଂସ୍କୃତି,ଇଜ୍ଜତ ଭୁଲି ମେଟ୍ରୋ ସହର ଢ଼ାଞ୍ଚାକୁ ଏହି ଯୁବବର୍ଗ ଆକୃଷ୍ଟ ହୋଇପଡ଼ିଛନ୍ତି ।
ବେଶୀ ଦୂର ଛାଡ଼ନ୍ତୁ, ଭୁବନେଶ୍ୱରର ଭିଭିଆଇପି ଅଞ୍ଚଳର ମୁଖ୍ୟ ରାସ୍ତାରେ ଥିବା ଏକାମ୍ର ପାର୍କ, ଫରେଷ୍ଟ ପାର୍କ, ଆଇଜି ପାର୍କକୁ ସଂଧ୍ୟାବେଳେ ଯିଏ ଯାଇଛନ୍ତି ନିଜ ଆଖିରେ ଦେଖିଥିବେ କ’ଣ ଚାଲୁଛି ସେଠି । ଝାପସା ଅନ୍ଧାରରେ ବିଜେ ଯୁବକଯୁବତୀଙ୍କ ଦେହରେ ଡ୍ରେସ୍ ବି ରହୁନି । ପାଖରେ କିଏ ତାଙ୍କୁ ଚାହୁଁଛନ୍ତି ସେଥିପ୍ରତି ସେହି ଯୋଡିଙ୍କର ଡର ରହୁନି କି ଖାତିର ରହୁନି । ଟ୍ରେଣ୍ଡ ଏମିତି ହୋଇଛି ଯେ କାମନା ମେଣ୍ଟାଇବା ପାଇଁ ଏହି ସର୍ବସାଧାରଣ ପାର୍କକୁ ଏଭଳି ଯୁବକଯୁବତୀ ନିରାପଦ ଜାଗା ଭାବି ଦେଲେଣି । ସଂଧ୍ୟା କ’ଣ ଦିନ ବି ମାନୁନାହାନ୍ତି । ଦିନସାରା ଖୋଲା ରହୁଥିବା ପାର୍କରେ ସ୍କୁଲ ଓ କଲେଜ ପିଲା ୟୁନିଫର୍ମ ଡ୍ରେସ୍ ରେ ରହି ବି କୁତ୍ସିତ ଧନ୍ଦା କରିବାକୁ ସରମ୍ ମଣୁନାହାନ୍ତି । ପୁରୁଣା ଭୁବନେଶ୍ୱର ଅଞ୍ଚଳର ମାଉସୀମା ମନ୍ଦିର ପାର୍କ କଥା ଦେଖନ୍ତୁ । ସେମିତି ଏକ ବଡ଼ ପାର୍କ ନୁହେଁ । ଘଞ୍ଚ ବୁଦାମୂଳରେ ଭର୍ତ୍ତି ନୁହେଁ । ଦିନସାରା ପାର୍କ ଖୋଲା ରହୁଥିବାରୁ ମନ୍ଦିର ପାଖରେ ସମୟ କାଟିବାକୁ ପ୍ରତିଦିନ ସ୍ଥାନୀୟ ଅଞ୍ଚଳରୁ ଆସନ୍ତି ଅନେକ ଭଦ୍ରଲୋକ । ଟୁରିଷ୍ଟ ଏବଂ ପଥଚାରୀଙ୍କର ବି ଗହଳି ରହିଥାଏ । ପାର୍କ ପଛପଟେ ଥିବା କେଦାରପଲ୍ଲୀ ବସ୍ତି ଲୋକଙ୍କ ଯାତାୟତ ଲାଗି ରହୁଛି । ଏସବୁ ସତ୍ତ୍ୱେ ବି ପାର୍କର ଖୋଲାମେଲା ପଡ଼ିଆରେ ଜମୁଛି ଯୁବକଯୁବତୀଙ୍କ ରାସଲୀଳା । ପାଖରେ ଥିବା ରାଜଧାନୀର ସ୍ୱନାମଧନ୍ୟ କଲେଜର ଛାତ୍ରୀମାନେ କ୍ଲାସ୍ ଛାଡ଼ି ଏଠାକୁ ପଳାଇ ଆସୁଛନ୍ତି ଏବଂ ନିଜ ନିଜର ବୟଫ୍ରେଣ୍ଡଙ୍କ ସହ କୁକର୍ମରେ ଲିପ୍ତ ରହୁଛନ୍ତି । ପାଖରେ କିଏ ବସିଛନ୍ତି, ଯା ଆସ କରୁଛନ୍ତି ସେଥିପ୍ରତି ଲଜ୍ଜା, ଡର କି ଖାତିର ରହୁନି ।
ପାର୍କରେ ଥିବା ପୋଖରୀକୁ ଗାଧୋଇବାକୁ ଆସିଥିବା ବସ୍ତିର କରନ୍ ନାମକ ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କ ପ୍ରତିକ୍ରିୟା ଆମେ ନେଇଥିଲୁ । ୧୫ ବର୍ଷର ଏହି ପିଲା ଯାହା କହିଥିଲା ତାହା ସଭ୍ୟ ସମାଜର ଯେ କୌଣସି ଲୋକଙ୍କୁ ଲଜ୍ଜିତ କରିବ । କରନ୍ କହିଥିଲା, ସାର୍ ସବୁଦିନ ଆମେ ଏହି ଦୃଶ୍ୟ ଦେଖି ଦେଖି ଘଷରା ହେଇଗଲୁଣୁ । ପୁଅଝିଅ ଯୋଡି ହୋଇ ଆସୁଛନ୍ତି । ଏମିତି ଖୋଲାରେ… । ପାଖରେ ଛିଡା ହୋଇ ରହିଲେ ବି ସେମାନଙ୍କୁ ଲାଜ ଲାଗୁନି । କଲେଜ ନାଁରେ ଘରୁ ଆସି ଏଠି ଯାହା କରୁଛନ୍ତି ତାହା ଦେଖି ଆମକୁ ଲାଜ ଲାଗୁଛି । ଆମେ କ’ଣ ଶିଖିବୁ ଆଜ୍ଞା ? ଆମେ ବସ୍ତିଲୋକ ସେମାନଙ୍କୁ ନାମ ଦିଅନ୍ତୁ ହେଲେ ପୁଲିସକୁ ଡରୁଛୁ । ପୁଲିସ ଆମକୁ ପାୱାର୍ ଦେଇଦେଲେ ଆମେ ଦିନକରେ ଏହା ବନ୍ଦ କରିଦିଅନ୍ତୁ ବୋଲି କରନ୍ କହିଥିଲା । କରନ୍ ସାଙ୍ଗରେ ଥିବା ତାର ଆଉ ଦୁଇଜଣ ସାଙ୍ଗଙ୍କ ମୁହଁରେ ବି ଥିଲା ସମାନ ପ୍ରତିବାଦ । ବାପାମାଆ ମାନେ ଏମାନଙ୍କୁ କେମିତି ନଜରରେ ରଖୁନାହାନ୍ତି ବୋଲି ସେହି ଛୋଟପିଲା ଆଶ୍ଚର୍ଯ୍ୟ ହୋଇଥିଲେ ।
ଇମଫା ପାର୍କ, ସାଇନସ୍ ପାର୍କଠାରୁ ଆରମ୍ଭ କରି ମଧୁସୂଦନ ପାର୍କ, ଧଉଳି ପାର୍କ ଓ ଜୟଦେବ ଭାଟିକା ସବୁଠି ସେହି ଅବସ୍ଥା । ପରିବାର କି ସାଙ୍ଗସାଥୀଙ୍କ ଆମୋଦ ପାଇଁ ଉଦ୍ଦିଷ୍ଟ ପାର୍କ ଓପନ୍ ସେକ୍ସ ର ନିରାପଦ ଜାଗା ପାଲଟିଯାଇଛି । କାହାର ଅଙ୍କୁଶ ନାହିଁ କି କଟକଣା ନାହିଁ । ଆହୁରି ମାରାତ୍ମକ କଥା ହେଉଛି, ଅସଂଜତ ଅବସ୍ଥାରେ ଏହି ଯୁବକଯୁବତୀମାନେ ଅତି ନିର୍ଲ୍ଳଜ ହୋଇ ସେଲଫି ର ମଜା ବି ନେଉଛନ୍ତି । ଭିଡ଼ିଓ ରେକର୍ଡିଂ କରୁଛନ୍ତି । ସୋସିଆଲ୍ ମିଡ଼ିଆରେ ଯୁବତୀଙ୍କ ଅଶ୍ଲୀଳ ଭିଡ଼ିଓ ଭାଇରାଲ୍ କେମିତି ହେଉଛି ଏବଂ ସେଥିପାଇଁ କିଏ ଦାୟୀ ତାହା ବୁଝିବାର ଆବଶ୍ୟକତା ନାହିଁ ବୋଲି ସାମାଜିକ କର୍ମୀ କେଦାରନାଥ ରାଉତ କହିଛନ୍ତି ।
ପ୍ରଥମେ କଳିଙ୍ଗସେନା ଓ ପରେ ନମିତା ପଣ୍ଡା ମହିଳା କମିଶନ ଅଧ୍ୟକ୍ଷା ଥିଲା ବେଳେ ପାର୍କଗୁଡ଼ିକରେ ଅଚାନକ ଚଢ଼ାଉ କରିଥିଲେ । ଏଥିପାଇଁ ପାର୍କ ଆସି ଖରାପ କାମ କରିବାକୁ ଯୁବକଯୁବତୀ ଡରୁଥିଲେ । ମାତ୍ର ଏହି କାର୍ଯ୍ୟକୁ ଓଲଟି ବିରୋଧ ହେଲା । କଳିଙ୍ଗସେନା ଅଧ୍ୟକ୍ଷ ହେମନ୍ତ ରଥ କହିଛନ୍ତି, ପାର୍କ ଭଳି ସର୍ବସାଧାରଣ ସ୍ଥାନରେ ଅଶ୍ଲୀଳ କାର୍ଯ୍ୟକଳାପକୁ ଆମେ ୨୦୦୫ ମସିହାରୁ ବିରୋଧ କରି ତାହାକୁ ରୋକିବାକୁ ଉଦ୍ୟମ କରିଥିଲୁ । ମାତ୍ର କିଛି ମହିଳା ସଂଗଠନଙ୍କ ବିରୋଧ ଯୋଗୁଁ ସମ୍ଭବ ହେଲାନି । ବର୍ତ୍ତମାନର ପରିସ୍ଥିତିରେ ଏହାକୁ ବନ୍ଦ କରିବାର ନିହାତି ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଛନ୍ତି ।
ପାର୍କରେ ଅଶ୍ଲୀଳ ଓ ଅସାମାଜିକ କାର୍ଯ୍ୟକୁ ରୋକିବା ପାଇଁ ନିୟମିତ ଚଢ଼ାଉ ସପକ୍ଷରେ ବୁଦ୍ଧିଜୀବୀ ଓ ସାମାଜିକ କର୍ମୀମାନେ ମତ ଦେଇଛନ୍ତି । ପୁଲିସର ଏଥିପାଇଁ ସଂଖ୍ୟାବଳ ଓ ସମୟ ନ ଥିଲେ ସ୍ଥାନୀୟ କ୍ଲବ୍ ଏବଂ ନାଗରିକଙ୍କୁ ସ୍ୱତନ୍ତ୍ର ଡ୍ରାଇଭ୍ ରେ ସାମିଲ କରାଯାଉ ବୋଲି ସେମାନେ ପ୍ରସ୍ତାବ ଦେଇଛନ୍ତି । ଏହା ନହେଲେ ଅପସଂସ୍କୃତି ଓ ଅଶ୍ଲୀଳ ଭାଇରାଲ୍ ଭିଡ଼ିଓକୁ ରୋକିହେବନାହିଁ ଏବଂ ଶିଶୁମାନଙ୍କ ଉପରେ ଏହାର ଖରାପ ପ୍ରଭାବ ପଢ଼ି ସମାଜ ନଷ୍ଟ୍ରଭ୍ରଷ୍ଟ ହୋଇଯିବ ବୋଲି ଆଶଙ୍କା କରିଛନ୍ତି । ରାଜ୍ୟ ବାହାର ବଡ଼ ବଡ଼ ସହରରେ ଏଭଳି ହେଉଛି କହି ଓଡ଼ିଶାରେ ତାହାକୁ ଅନୁକରଣ କରିବାର ମାନସିକତାକୁ ଦୂର ନକଲେ ଯୁବବର୍ଗ ପଥଭ୍ରଷ୍ଟ୍ର ହେବାକୁ କେହି ରୋକିପାରିବେ ନାହିଁ । ଅଭିଭାବକ, କଲେଜ କର୍ତ୍ତୃପକ୍ଷ, ସାମାଜିକ ସଂଗଠନ ଓ ପୁଲିସର ଏଥିପାଇଁ ମିଳିତ ଦାୟିତ୍ୱ ରହିଛି ବୋଲି ବୁଦ୍ଧିଜୀବୀଙ୍କ ମତ ।
Previous Post

ସାରୁ ଭିତରେ ମାରୁ…

Next Post

ଟିଭି ଡିବେଟ୍ ଫିକ୍ସିଂ: ସଜ୍ଜନଙ୍କୁ ମହଙ୍ଗା ହେଲା ନାଲିଆଖି

Next Post
ଟିଭି ଡିବେଟ୍ ଫିକ୍ସିଂ: ସଜ୍ଜନଙ୍କୁ ମହଙ୍ଗା ହେଲା ନାଲିଆଖି

ଟିଭି ଡିବେଟ୍ ଫିକ୍ସିଂ: ସଜ୍ଜନଙ୍କୁ ମହଙ୍ଗା ହେଲା ନାଲିଆଖି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA