ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଅପରାହ୍ନ ସାଢ଼େ ୫ଟା ସୁଦ୍ଧା ୬୧ ପ୍ରତିଶତ ମତଦାନର ରିପୋର୍ଟ ଆସିଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି । ଭୁବନେଶ୍ୱରର ୩ଟି ଯାକ ନିର୍ବାଚନମଣ୍ଡଳୀରେ ହାରାହାରି ମତଦାନ ୪୦ରୁ ୪୧ ପ୍ରତିଶତ ରହିଛି । ସବୁ ଜାଗାରେ ମତଦାନ ଶାନ୍ତିପୂର୍ଣ୍ଣ ରହିଛି ।
କଟକ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଡ଼ମ୍ବାର ୧୯୬ ନଂ ବୁଥ୍ ଏବଂ ଦେବଗଡ଼ର ୧୮୩ ନଂ ବୁଥ୍ ରେ ଭିଭିଆଟ୍ ତ୍ରୁଟି ଯୋଗୁଁ ମତଦାନ ସ୍ଥଗିତ ରହିଛି । ଅନ୍ୟପକ୍ଷରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ସ୍ଥଗିତ ଥିବା ୯ଟି ବୁଥ୍ ରେ ଆସନ୍ତା ୨୫ ତାରିଖ ଦିନ ସାନି ଭୋଟ ହେବ । ସୁନ୍ଦରଗଡ଼ର ଦୁଇଟି, କନ୍ଧମାଳର ଦୁଇଟି, ବରଗଡ଼ର ୪ଟି ଏବଂ ଆସ୍କା ଲୋକସଭା ନିର୍ବାଚନମଣ୍ଡଳୀର ଗୋଟିଏ ବୁଥ୍ ରେ ସାନି ମତଦାନ ହେବ ।