Saturday, April 18, 2026 01:43 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ସିଡ଼ିଏମଓଙ୍କ ଉପରେ ଖଣ୍ଡା, ବଡ଼ବାବୁ କେବେ ?

by Our Correspondent
27 Oct, 2016- 06:33 AM
in News
1 min read
0

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ସମ୍ ଅଗ୍ନିକାଣ୍ଡର ସପ୍ତାହେ ପରେ ସରକାରଙ୍କୁ ଦିଶିଛି ତଳିଆ ଅଫିସରଙ୍କ ଦୋଷ । ଖୋର୍ଦ୍ଧା ଜିଲ୍ଲା ସିଡ଼ିଏମଓଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କାରଣଦର୍ଶାଅ ନୋଟିସ୍ ଜାରି ହୋଇଛି । ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେବ ନାହିଁ ତାହାର ଜବାବ ରଖିବାକୁ କୁହାଯାଇଛି । ସମ୍  ହସ୍ପିଟାଲ୍ ରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନ ଥିଲେ ମଧ୍ୟ କିଭଳି ଏନଓସି ଦିଆଗଲା ସ୍ୱାସ୍ଥ୍ୟ ବିଭାଗ ତା”ର ଜବାବ ମାଗିଛି ।

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନେତୃତ୍ୱରେ ସିଡ଼ିଏମ୍ ଓ ଫାୟାର ଅଫିସରଙ୍କୁ ନେଇ ଗଠିତ କମିଟି ସମ୍ ହସ୍ପିଟାଲ୍ କୁ ଗତ ଜୁଲାଇ ମାସରେ ଏନଓସି ଦେଇ ତାର କ୍ଲିନିକାଲ୍ ସାର୍ଟିଫିକେଟ୍ କୁ ନବୀକରଣ କରିଥିଲେ । ଅଗ୍ନିକାଣ୍ଡ ଘଟିଲା ପରେ ଖୋଳତାଡ଼ରୁ ପ୍ରଥମ ଦିନରେ ହିଁ ଏହା ସ୍ପଷ୍ଟ ହୋଇଥିଲା । ମାତ୍ର ରାଜ୍ୟ ସରକାର ଆରଡିସି ତଦନ୍ତ ଆଳରେ କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲେ । ଇତିମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ସବୁଆଡୁ ପ୍ରବଳ ଚାପ ପଡ଼ିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ବଳି ପକାଇ ଦେଇଥିଲେ । ମାତ୍ର ଅଫିସରଙ୍କ ଦେହରେ ହାତ ମାରିବାକୁ ସାହାସ କରି ନ ଥିଲେ । ଆଜି ପର୍ଯ୍ୟନ୍ତ ଦୋଷୀ ବିଭାଗର ଟପ୍ ବ୍ୟୁରୋକ୍ରାଟ୍ ମାନଙ୍କ ଦେହରେ ବି ହାତ ମାରିବାକୁ ସାହସ କରିନାହାନ୍ତି । ନାଁ କୁ ସ୍ୱାସ୍ଥ୍ୟ ବିଭାଗ ଜରିଆରେ ଖୋର୍ଦ୍ଧା ସିଡ଼ିଏମଓଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ହେଲେ ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରୁନାହାନ୍ତି । ଖାଲି ଜିଲ୍ଲାପାଳ କାହିଁକି ନିଜେ ଗୃହ ବିଭାଗର ଦାୟିତ୍ୱରେ ଥିବାରୁ ବିଭାଗର ଦୋଷକୁ ବି ଘୋଡାଇ ଚାଲିଛନ୍ତି । ସମ୍ ଅଗ୍ନିକାଣ୍ଡ ଘଟଣା ପାଇଁ ବାସ୍ତବରେ ମୁଖ୍ୟ ଆସାମୀ ବିଡିଏ ବିରୋଧରେ କାର୍ଯ୍ୟାନୁଷ୍ଠାନ ନାହିଁ କି ଅଗ୍ନିଶମ ବିଭାଗ ଏବଂ ସର୍ବୋପରି ସ୍ୱାସ୍ଥ୍ୟ ସଚିବଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନାହିଁ । ଖାଲି ମନ୍ତ୍ରୀଙ୍କୁ ବଳି ପକାଇ ହାତବାନ୍ଧି ବସି ପଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ।

ପଛକୁ ଫେରିଲେ, ୨୦୦୪ ମସିହାରେ ସମ୍ ହସ୍ପିଟାଲ୍ ପ୍ରଥମ ବିଲଡିଂ ପ୍ଲାନ୍ କୁ ଅନୁମତି ଦେଇଥିଲା ବିଡ଼ିଏ । ବହୁତଳ କୋଠା ପାଇଁ ଅନୁମତି ନ ଥିଲା ବୋଲି ଏବେ ବିଡ଼ିଏ ପ୍ଲାନିଂ ମେମ୍ବର ସୁଧୀର ମହାନ୍ତି କହୁଛନ୍ତି । ସେ ମାନିଛନ୍ତି ଯେ ବିନା ଅନୁମତିରେ ସମ୍ ହସ୍ପିଟାଲ୍ ବହୁତଳ ବିଲଡିଂ ନିର୍ମାଣ କରିଛି । ଏହାର ଅର୍ଥ, ନ୍ୟାସନାଲ୍ ବିଲଡିଂ କୋଡ୍ ରେ ବାଧ୍ୟତାମୂଳକ ଥିବା ଅଗ୍ନି ନିର୍ବାପକ ବ୍ୟବସ୍ଥାକୁ ସମ୍ ହସ୍ପିଟାଲ୍ କର୍ତ୍ତୃପକ୍ଷ ପାଳନ କରିନାହାନ୍ତି । ଏଠି ପ୍ରଶ୍ନ ଉଠୁଛି, ବିଡିଏ ଏହି ବେଆଇନ ବିଲଡିଂ ନିର୍ମାଣ ଉପରେ ଆଜି ଯାଏଁ କେଉଁଠି ଶୋଇଥିଲା ? କାହିଁକି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା । ସମ୍ ବିଲଡିଂ ଅନୁମତି ପାଇଲା ବେଳକୁ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଥିଲେ କନକ ବର୍ଦ୍ଧନ ସିଂହଦେଓ । ବିଡ଼ିଏ ଉପାଧ୍ୟକ୍ଷ ଥଲେ ଅରୁଣ ପଣ୍ଡା । ଆଉ ଏଇ ବାବୁ ସୁଧୀର ମହାନ୍ତି ବି ଥିଲେ ପ୍ଲାନିଂରେ । ସମ୍ ମାଲିକ ମନୋଜ ନାୟକଙ୍କ ସହ ଏମାନଙ୍କ ସମ୍ପର୍କ ସାଧାରଣରେ କେହି ନ ଜାଣିଲେ ମଧ୍ୟ ବଡ଼ବଡ଼ିଆ ମହଲରେ ସମସ୍ତେ ଜାଣିଛନ୍ତି । ଏଥିରୁ ମନୋଜ ନାୟକଙ୍କ ଶହ ଶହ କୋଟି ଟଙ୍କାର ପ୍ରକଳ୍ପକୁ ବେଆଇନ ଠିଆ କରାଇବା ପଛର ରହସ୍ୟ ଜଳ ଜଳ ବାରି ବାରି ହେଉଛି ।

ବିଡ଼ିଏ ପ୍ଲାନିଂ ମେମ୍ବର ସୁଧୀର ମହାନ୍ତି ଆଜି ସମ୍ ର ବେଆଇନ କୋଠା ନିର୍ମାଣ କଥା କହି ତତ୍କାଳୀନ ମୁଣ୍ଡିମାନଙ୍କ ଉପରେ ଦୋଷ ଲଦିବାକୁ ଚେଷ୍ଟା କରିଛନ୍ତି । ମାତ୍ର ଏହି ବିରାଟ ବେଆଇନ କାରବାର ପାଇଁ ସୁଧୀର ମହାନ୍ତି ମିଡ଼ିଲ୍ ମ୍ୟାନ୍ ଭୂମିକା ନେଇଥିବା ଚର୍ଚ୍ଚା ହେଉଛି । ସମ୍ପର୍କରେ ସୁଧୀର ମହାନ୍ତିଙ୍କ ଭାଣିଜୀ ଜ୍ୱାଇଁ ହେଉଛନ୍ତି ମନୋଜ ନାୟକ । ମନୋଜ ନାୟକଙ୍କ ସାନ ଭାଇକୁ ସୁଧୀର ମହାନ୍ତିଙ୍କ ଭାଣିଜି ବାହା ହୋଇଛନ୍ତି । ଏହି ଜୋଇଁ ଶ୍ୱଶୁର ସମ୍ପର୍କ ହିଁ ଏତେବଡ଼ ବେଆଇନ କାରବାରର ଆଧାର ବୋଲି କୁହାଯାଉଛି । ମାତ୍ର ଏହି ଦିଗଟି ଅନ୍ଧାରରେ ଥିବାରୁ ସୁଧୀର ମହାନ୍ତି ଆଜି ନିଜକୁ ଭଦ୍ର ସଜାଇ ତତ୍କାଳୀନ ବିଡିଏ କର୍ତ୍ତୃପକ୍ଷଙ୍କ ଆଡକୁ ଦୋଷ ଠେଲିଛନ୍ତି ।

ରାଜ୍ୟ ସରକାରଙ୍କର ସାହାସ ଥିଲେ ଏସବୁର ତଦନ୍ତ ହେଉ । ଯିଏ ଦୋଷୀ ତାଙ୍କୁ ଖୋଜି ବାହାର କରାଯାଉ ଏବଂ ଉଚିତ୍ ଦଣ୍ଡ ମିଳୁ । ଘଟଣାକ୍ରମରେ ଯେଉଁ ବିଭାଗ ଏବଂ ଅଫିସରମାନେ ଦାୟୀ ତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ତେଣିକି ସେ ଯେତେବଡ଼ କ୍ଷମତାଶାଳୀ ଅଫିସର କି ରାଜନେତା ହୁଅନ୍ତୁ । ନୈତିକତାର ଆଢ଼ୁଆଳରେ ମନ୍ତ୍ରୀଙ୍କୁ ବଳି ପକାଇଦେଲେ ସମ୍ ଅଗ୍ନିକାଣ୍ଡର ପୁନରାବୃତ୍ତି ବନ୍ଦ ହେବନି । ଯେତେବେଳେ ଯାଏଁ ଦୋଷୀ ଅଫିସରମାନଙ୍କୁ ଦଣ୍ଡ ନ ଦେଇ ସରକାର ଗେହ୍ଲା ପୁଅ କରିଥିବେ ସେତେବେଳ ଯାଏଁ ଏଭଳି ଘଟଣା ଯେ ନ ଘଟିବ ତାହା କହିହେବ ନାହିଁ । ମାନ୍ୟବର ମୁଖ୍ୟମନ୍ତ୍ରୀ ଅନ୍ତତଃପକ୍ଷେ ନିଜ ନୈତିକତା ରଖି ଅଫିସରଙ୍କୁ ଦଣ୍ଡ ନ ଦେଲେ ରାଜ୍ୟବାସୀ ତାଙ୍କୁ କ୍ଷମା ଦେବେ ନାହିଁ ।

Previous Post

ଅତନୁଙ୍କ ମୁଣ୍ଡ ପାଇଁ ଭୟଙ୍କର ଖେଳ

Next Post

ଅଚ୍ୟୁତ ସାମନ୍ତଙ୍କ ଭୋଜି ଆସର

Next Post
ଅଚ୍ୟୁତ ସାମନ୍ତଙ୍କ ଭୋଜି ଆସର

ଅଚ୍ୟୁତ ସାମନ୍ତଙ୍କ ଭୋଜି ଆସର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA