Monday, May 25, 2026 08:54 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୁଚିସ୍ମିତାଙ୍କୁ ମାରିଦେଲେ !

by Our Correspondent
08 Feb, 2017- 05:37 PM
in Latest News
1 min read
0
ସୁଚିସ୍ମିତାଙ୍କୁ ମାରିଦେଲେ !

ଭୁବନେଶ୍ୱର(ମିଡ-ଡ଼େ ଓଡ଼ିଶା): ଓୟୁଏଟି ଛାତ୍ରୀ ସୁଚିସ୍ମିତା ବିଶ୍ୱାଳଙ୍କୁ ଗାଡ଼ି ମଡ଼ାଇ ହତ୍ୟା କରାଯାଇଛି । ଗିରଫ କୁହାଯାଉଥିବା ଡ୍ରାଇଭର ମହେଶ୍ୱର ବେହେରାଙ୍କ ଚରିତ୍ର, ଅତୀତ ଇତିହାସ ଜାଣିଲା ପରେ ଆପାତତଃ ଏହି ସନ୍ଦେହ ଘନୀଭୂତ ହୋଇଛି । ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ତଥାକଥିତ ସଫାରି ଗାଡ଼ିର ସେ ନିୟମିତ ଡ୍ରାଇଭର ହୋଇ ନ ଥିବାରୁ ତାଙ୍କୁ ସୁପାରି ଦିଆଯାଇ ସୁଚିସ୍ମିତାଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ମଧ୍ୟ ଆଶଙ୍କା ଜନ୍ମିଛି ।

ଅନୁସନ୍ଧାନରୁ ଜଣାପଡ଼ିଛି, ପୁଲିସ ଦାବି ଅନୁଯାୟୀ ସେଦିନ ରାତିରେ ଗାଡ଼ି ଚଳାଉଥିବା ମହେଶ୍ୱର ବେହେରା ପେଶାରେ ଜଣେ ଅପରାଧୀ । ବଡ଼ମ୍ବା ନିକଟ ଗୋପିନାଥପୁର ଗାଁ ବାସିନ୍ଦା ମହେଶ୍ୱରର ଡାକ ନାଁ ସିଲୁ । ସ୍ଥାନୀୟ ଅଞ୍ଚଳରେ ସିଲୁ ନାଁ ଧରିଲେ ସମସ୍ତେ ଭୟ ଓ ଘୃଣାରେ ନାକ ଟେକନ୍ତି । ଖାଲି ସିଲୁ ନୁହେଁ ସମଗ୍ର ଇଲାକାରେ ତା ପରିବାରର ଦୁର୍ନାମ ରହିଛି । ବାପା ଗୋବର୍ଦ୍ଧନ ବେହେରା, ବଡ଼ ଭାଇ ବୁଲୁର ମଧ୍ୟ ଅପରାଧିକ ଟ୍ରାକ୍ ରେକର୍ଡ ରହିଛି । ଗୋବର୍ଦ୍ଧନ ଚୋରା ମଦ ବେପାର କରୁଥିବା ବେଳେ ବୁଲୁ ଚୋରା କାଠ ବେପାରୀ । ସିଲୁ ଯାବତୀୟ କେଳେଙ୍କାରୀରେ ଲିପ୍ତ । କେତେବେଳେ ଚୋର ମଦ ବେପାର ତ ଆଉ କେତେବେଳେ ଚୋରା କାଠ ବେପାର । ଛୋଟ ବଡ଼ ଅପରାଧ, ଦାଦାବଟି ଆଦାୟରେ ବେଶ୍ ଓସ୍ତାଦ ସେ । ଚୋରା କାଠ ଚାଲାଣକୁ ପେଶା ଭାବେ ଆପଣେଇ କିଛି ବର୍ଷ ତଳେ ୪୦୭ ଟ୍ରକ୍ ଖଣ୍ଡେ କରିଥିଲା । ବଡ଼ମ୍ବା ଅଞ୍ଚଳରୁ କାଠ ବୋଝେଇ ଧରି ଭୁବନେଶ୍ୱର ଆସୁଥିଲା । ହେଲେ ବାଟରେ ପୁଲିସ ଚଢ଼ୋଉର ଖବର ପାଇ ନିଜର ସେହି ଚୋରାକାଠ ବୋଝେଇ ଗାଡ଼ିରେ ପେଟ୍ରୋଲ୍ ଢ଼ାଳି ନିଆଁ ଚେଙ୍ଗିଦେଲା । ଏହି ଘଟଣାରେ ବଡ଼ମ୍ବା ଥାନାରେ ସେ କେସ୍ ଖାଇଥିଲା । ତା ପରଠାରୁ ତାର ଅପରାଧିକ କାର୍ଯ୍ୟକଳାପ ଆହୁରି ବଢ଼ିଯାଇଥିଲା । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଅଞ୍ଚଳରେ ଅଧିକାଂଶ ଅପରାଧିକ କାର୍ଯ୍ୟକଳାପରେ ସିଲୁ ଥାଏ ଆଗରେ । ବଡ଼ମ୍ବା ଓ ନରସିଂହପୁର ଥାନାରେ ତା ନାଁରେ ଏକାଧିକ ଅପରାଧିକ ମାମଲା ଗଡୁଛି ।

ସିଲୁ ଭୁବନେଶ୍ୱରରେ ରହି ନାଁକୁ ୟା ତା ଗାଡ଼ି ଚଲାଉଥିଲେ ମଧ୍ୟ ଅପରାଧ ଥିଲା ପେଶା ଓ ନିଶା । ସେହି କାମରୁ ଭଲ ଦି ପଇସା ରୋଜଗାର କରୁଥିଲା । ଏଭଳି ଅପରାଧ ପୃଷ୍ଠଭୂମିର ସିଲୁକୁ ଦାୟିତ୍ୱବାନ କିଶୋର ମହାନ୍ତି ସେଦିନ ତାଙ୍କ ଗାଡ଼ି ଚଲାଇବାକୁ କେଉଁଠୁ ଧରି ଆଣିଲେ ତାହା ନିଶ୍ଚିତ ଭାବେ ତଦନ୍ତ ସାପେକ୍ଷ । ଦ୍ୱିତୀୟତଃ, କିଶୋର ମହାନ୍ତି ୧୯୯୯ ମସିହାରୁ ସିଦ୍ଧାର୍ଥ କନଷ୍ଟ୍ରକସନ୍ ମାଲିକାନାରେ ଥିବା ଏହି ସଫାରି ଗାଡ଼ି(ଓଆର୦୨ଏଡବ୍ଲୁ-୮୪୮୮)କିଣିଥିବା କୁହାଯାଉଛି । ଅର୍ଥାତ୍ ଗାଡ଼ିଟି ସିଦ୍ଧାର୍ଥ କନଷ୍ଟ୍ରକସନ୍ ର ଅସଲି ମାଲିକ ଶାସକ ଦଳର ପାୱାରଫୁଲ ବିଧାୟକ ଦେବାଶିଷ ସାମନ୍ତରାୟଙ୍କଠାରୁ ସେ କିଣିଥିଲେ । ୧୮ ବର୍ଷ ବିତିଯାଇଥିଲେ ବି ଗାଡ଼ିର ମାଲିକାନା କେମିତି ବଦଳି ନାହିଁ ତାହା ସନ୍ଦେହ ସୃଷ୍ଟି କରିଛି । ହୋଇପାରେ ଦଳୀୟ ଭାଇବନ୍ଧୁ ବିଶ୍ୱାସରେ କିଶୋର ମହାନ୍ତି ଗାଡ଼ିର ମାଲିକାନା ନିଜ ନାଁକୁ କରି ନ ଥିଲେ । ଯଦି ଏମିତି ହୋଇଥାଏ, ତେବେ ଗାଡ଼ିଟିକୁ ସିଦ୍ଧାର୍ଥ କନଷ୍ଟ୍ରକସନ୍ ବାଲା ନିଜ ବ୍ୟବହାର ପାଇଁ କେତେବେଳେ କେମିତି ମାଗି ଆଣିବା ବିଚିତ୍ର ନୁହେଁ । ଗାଡ଼ିଟିକୁ ସାମୟିକ ମାଗି, ସେଥିରେ ସାମୟିକ(କା)ଡ୍ରାଇଭର ଖଞ୍ଜି କିଛି ଗୋଟାଏ ଅଘଟଣ ଘଟାଇବାର ଧ୍ରୃଷ୍ଟତା କଲେ ଆଶ୍ଚର୍ଯ୍ୟ ହେବାର ନାହିଁ ।

ଗତ ୪ ତାରିଖ ରାତି ୧୦ଟାରେ ଓୟୁଏଟିର ଏମସିଏ ଶେଷବର୍ଷ ଛାତ୍ରୀ ସୁଚିସ୍ମିତା ବିଶ୍ୱାଳ ଓ ତାଙ୍କ ସହପାଠୀ ପ୍ରଜ୍ଞା ତିୱାରୀ କଲେଜରୁ ଏକ ପ୍ରୋଜେକ୍ଟ ସାରି ଶିରିପୁର-ଫାୟାର ଷ୍ଟେସନ୍ ରାସ୍ତାରେ ଫେରୁଥିଲା ବେଳେ ଟାଟା ସଫାରୀ ଗାଡ଼ିଟିକୁ ଡ୍ରାଇଭର ଭୁଲ୍ ରାସ୍ତାରେ ଆଣି ଦୁହିଁଙ୍କ ଉପରେ ଚଢ଼ାଇ ଦେଇଥିଲା । ଦୁହେଁ ଗୁରୁତର ଘଣ୍ଡିଆ ଘାବରା ହୋଇ ଛଟପଟ ହେଉଥିଲା ଅବସ୍ଥାରେ ଡ୍ରାଇଭର ପଛୁଆ ଗାଡ଼ିଟିକୁ ପୁଣି ଆଣି ପିଟିଥିଲା ଏବଂ ଦ୍ରୁତ ଗତିରେ ଖସିଯାଇଥିଲା । ଏଥିରେ ସୁଚିସ୍ମିତାଙ୍କର ମୃତ୍ୟୁ ହୋଇଥିଲା ବେଳେ ପ୍ରଜ୍ଞା ଗୁରୁତର ଆହତ ହୋଇଥିଲେ । ସିସିଟିଭି କ୍ୟାମେରାରେ କଏଦ ଏହି ଦୃଶ୍ୟରୁ ଡ୍ରାଇଭର ସେମାନଙ୍କୁ ସୁଚିନ୍ତିତ ଭାବେ ଗାଡ଼ି ମଡ଼ାଇ ହତ୍ୟା କରିଥିବା ଆପାତତଃ ସ୍ପଷ୍ଟ ଜଣାପଡୁଛି । ସୁଚିସ୍ମିତାଙ୍କ ସହପାଠୀ ଓ ସହପାଠିନୀ ସମେତ ଓୟୁଏଟି ଛାତ୍ରସମୂହ ହତ୍ୟା ଅଭିଯୋଗ ଆଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସୁଚିସ୍ମିତାଙ୍କ ବାପା ଶ୍ରୀକାନ୍ତ ବିଶ୍ୱାଳ ମଧ୍ୟ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ।

“କା’ ଡ୍ରାଇଭର ସିଲୁର ଅପରାଧିକ ପୃଷ୍ଠଭୂମି, ଦୁର୍ଘଟଣାର ପାରିପାର୍ଶିକ ସ୍ଥିତି, ଗାଡ଼ିର ମାଲିକ ଇତ୍ୟାଦି ଇତ୍ୟାଦିକୁ ଖୋଳତାଡ଼ କଲେ ସୁଚିସ୍ମିତା ମୃତ୍ୟୁ ରହସ୍ୟରୁ ପର୍ଦ୍ଦା ଉଠନ୍ତା । ଖାସ୍ କରି ସିଲୁକୁ ଠିକ୍ ଜେରା କଲେ ସେ ହିଁ ସବୁ ମାନିଯାଆନ୍ତା । ତେବେ ବିଶ୍ୱସ୍ତ ସୂତ୍ରର ଖବର ଅନୁଯାୟୀ ମାମଲାକୁ ରଫାଦଫା କରିଦେବା ପାଇଁ ପୁଲିସ ଉପରେ ପ୍ରବଳ ଚାପ ପକାଯାଉଛି । ଏହା ଯଦି ସତ, ତେବେ ସୁଚିସ୍ମିତାକୁ ଯେ ହତ୍ୟା କରାଯାଇଛି ତାହା ଆଉ ବୁଝିବାକୁ ବାକି ରହୁନାହିଁ । ସର୍ବୋପରି ପୁଲିସ ଗିରଫ କରିଥିବା ସିଲୁ ସେଦିନ ଗାଡ଼ିର ଅସଲି ନା ନକଲି ଡ୍ରାଇଭର ତାହା ବି ତଦନ୍ତସାପେକ୍ଷ । ଏଭଳି ସ୍ପର୍ଶକାତର ମାମଲାରେ ପୁଲିସ ନିଜର ନିରପେକ୍ଷତା ଦେଖାଇ ଲୋକଙ୍କ ବିଶ୍ୱାସଭାଜନ ହେବାର ସୁଯୋଗ ଆସିଛି ।

Previous Post

ସତ ହୋଇଥିଲେ ସାଂଘାତିକ

Next Post

ବିଧାୟକଙ୍କ ପ୍ରେମ-ବିବାହ-ପ୍ରତାରଣା !

Next Post
ବିଧାୟକଙ୍କ ପ୍ରେମ-ବିବାହ-ପ୍ରତାରଣା !

ବିଧାୟକଙ୍କ ପ୍ରେମ-ବିବାହ-ପ୍ରତାରଣା !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA