Monday, May 25, 2026 08:05 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସତ ହୋଇଥିଲେ ସାଂଘାତିକ

by Our Correspondent
31 Jan, 2017- 11:15 AM
in Latest News
1 min read
0
ସତ ହୋଇଥିଲେ ସାଂଘାତିକ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): “ଦାସବର୍ମା ମୋଠୁଁ ନେଇଛନ୍ତି । ସିବିଆଇ ତାଙ୍କୁ କ’ଣ କରିବେ ସେମାନଙ୍କ ଉପରେ ଡିପେଣ୍ଡ୍ । ମୋ ପାଖରେ ସବୁ ଅଛି । ଯାହା କହିବା କଥା କହିସାରିଛି । ଆଗକୁ ମୋର ଯେତେବେଳେ ୱାନ୍ ସିଷ୍ଟି ଫୋର୍ ଷ୍ଟେଟମେଣ୍ଟ ନେବେ ମୁଁ ପୁଣି ସବୁ ଖୋଲିଦେବି ।’’ ଏହା ଅର୍ଥ ତତ୍ତ୍ୱ ଚିଟ୍ ଫଣ୍ଡ ମୁଖ୍ୟ ପ୍ରଦୀପ ସେଠୀଙ୍କର ବୟାନ । ଗତକାଲି କୋର୍ଟ ହାଜିରା ବେଳେ କୋର୍ଟ ପରିସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ଅନେକ ବିଷ୍ଫୋରକ ତଥ୍ୟ କହିଛନ୍ତି ସେଠୀ । ସେଠି ଉପସ୍ଥିତ “ମିଡ-ଡେ ଓଡ଼ିଶା’ ପ୍ରତିନିଧିଙ୍କ ହାତରେ ବି ପଡ଼ିଛି ବୟାନର ରେକର୍ଡ । ଯେଉଁଥିରେ ପ୍ରଦୀପ ସେଠୀ ମୁହଁର ଅନେକ ସାଂଘାତିକ କଥା କଏଦ ରହିଛି । ନିଜ ବୟାନରେ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ନାଁ ସେ ସ୍ପଷ୍ଟ କହିଥିଲା ବେଳେ ଆଉ ଜଣେ ମନ୍ତ୍ରୀଙ୍କୁ ଡିଆର୍ କହି ସମ୍ବୋଧନ କରିଛନ୍ତି । ସେ ତାଙ୍କଠାରୁ ଏକ ନେଇଛନ୍ତି ବୋଲି କହିଛନ୍ତି । ସମୁଦାୟ କଥାବାର୍ତ୍ତା ବେଳେ ସେ ସଞ୍ଜୟଙ୍କ ନାଁକୁ ବାରମ୍ବାର କହିଛନ୍ତି । ତାଙ୍କୁ ପ୍ରଭାବଶାଳୀ ମନ୍ତ୍ରୀ ବୋଲି ଉଚ୍ଚାରଣ କରିଛନ୍ତି ।

ପ୍ରଦୀପ ତାଙ୍କଠାରୁ ମୋଟା ଅଙ୍କ ନେଇଥିବା କିଛି ପ୍ରଭାବଶାଳୀ ଲୋକଙ୍କ ନାଁ ଧରିଥିବା ବେଳେ କାହାକୁ କେତେ ଦେଇଛନ୍ତି ତାହା ବି ଖୋଲିଛନ୍ତି । ଯଂଗେଶ୍ୱର ବାବୁ ୩ କୋଟି ୫୦ ଲକ୍ଷ ନେଇଛନ୍ତି । ଚିନିକଳ ନାଁରେ ସେ ଏହି ଟଙ୍କା ନେଇଛନ୍ତି । ବିଲଡର କମଳାକାନ୍ତ ଦାସ ଜମି ବାବଦରେ ୩ କୋଟି ୫୦ ନେଇଛନ୍ତି । ତ୍ରିଷ୍ଣା ବିଲଡର ମାଲିକ ସତ୍ୟବ୍ରତ ଧୀର୍ ୩ ନେଇଛନ୍ତି । ଏହି କେସ୍ ରେ ସମସ୍ତେ ଡେଫିନାଇଟିଲି ଆରେଷ୍ଟ ହେବେ ବୋଲି ପ୍ରଦୀପ ଦାବି କରିଛନ୍ତି । “ଦାସବର୍ମାଙ୍କ କଥା ମୁଁ କହିପାରୁନି ହେଲେ ସିବିଆଇ ଷ୍ଟ୍ରାଟେଜି ଯାହା ଏଠି ଏସପି ମଧ୍ୟ କିଛି ଡିସିସନ୍ ନିଅନ୍ତିନି, ଯେତିକି ପ୍ରଧାନବାବୁ ନିଅନ୍ତି । ସେ କାହାରି ନୁହେଁ । ମୁଁ ପରା ଜୁଲାଇ ମାସରୁ ଗିଲଟି ପ୍ଲି କରିଥାଆନ୍ତି କିନ୍ତୁ ସେ କରେଇ ଦେଲେନି ।’’

ଗତକାଲି କୋର୍ଟରେ ତାଙ୍କ ଉପରେ ପୁଲିସର କଡ଼ା ପ୍ରହରକୁ ନେଇ ପ୍ରଦୀପ ସିଂହ ଭଳି ଗର୍ଜିଥିଲେ । “ଏଠି ସରକାରରେ ତାମସା ଚାଲିଛି । କରପ୍ଟ ପୁଲିସ ମାମଲତକାର ଦେଖୋଉଛନ୍ତି । ପଇସା ପାଇଁ ତମେ କେମିତି ବିକ୍ରୀ ହଉଛ ସବୁ ଖୋଲିଦେବି । ମତେ ଏଠି ଆଣି ଧନ୍ଦା ଚଲେଇଛନ୍ତି । ସତିକ ମୁଁ ଗୋଟେ ହାର୍ଡକୋର୍ କ୍ରିମିନାଲ୍ । ସଳା ଯିଏ ମୋ କମ୍ପାନୀରୁ ପଇସା ଖାଇଛି ତାକୁ ଅଡି ଗାଡ଼ିରେ ବସାଇ ମେଡ଼ିକାଲ୍ ନଉଚ । ତା’ ପାଇଁ ପାନ୍ଥନିବାସରେ ରୁମ୍ ବୁକ କରି ଖୁଆଉଛ, ପିଆଉଛ, ଝିଅ ସାଙ୍ଗରେ ଶୁଆଉଛ । କ’ଣ ନା ଆମେ ପାୱାରଫୁଲ୍ । କାହା ଆଣ୍ଠୁ ତଳକୁ ଗୁଳି ମାରି କହୁଛ କ’ଣ ନା ମୁଁ ପାୱାରଫୁଲ୍ ଅଫିସର । ତମେ କେତେ କରପ୍ଟ ଆମେ କ’ଣ ଜାଣିନୁ ? କୋଟି କୋଟି କମଉଛ । ମୋ କେସ୍ ମ୍ୟାନେଜ୍ କରିବା ପାଇଁ ଏକେ ମାଲ୍ ନେଇନି ? ମାର୍କେଟ୍ ବିଲଡିଂରେ ଦି ଦିଟା କପ୍ଲେକ୍ସ ପରା ସାଗର ରାୟ ଦେଇଛି । ଭାଇ ନାଁରେ ପୁନେରେ ୩୫ ଲକ୍ଷ ଟଙ୍କାର ଫ୍ଲାଟ୍ ମୁଁ ଦେଇଛି । ୧୦ ଲକ୍ଷ ଦେଇଛି । ଆଉ ବାକି ପଇସା ସେ ଦେଲାଣି ? ଖାରବେଳନଗର ଥାନାର ଏସବି ମାଡ଼ାମ୍ ଦିଟା ଘର ନେଇଛି । ଦାଣ୍ଠ ଅଫିସର ଦେଖୋଉଥିବା ସାହୁ, ଦାସ, ବେହେରା ପରା ମାସିକିଆ ନେଇ ମୋ ପାଖରେ ଚାକିରି କରିଥିଲେ । ଆଜି କ’ଣ ନା ପାୱାରଫୁଲ୍ ? ମୋର ୫ ଟା ଗାଡ଼ି ଚୋରି ହେଲା । ଯୋଉ ପାଜେରୋ କଥା ଚର୍ଚ୍ଚା ହଉଛି ତାହା ବି ଗଲା । ଏଫଆଇଆର୍ ଦେଲି । ହେଲେ ସେ ଏଫଆଇଆର୍ କପି ଫପି ସବୁ ହଜାଇଦେଲେ । ରହ ତମମାନଙ୍କର ସବୁ ଖୋଲିବି ।’’ କ୍ଷୁବ୍ଧ ପ୍ରଦୀପଙ୍କର ଏହି ବୟାନ ରେକର୍ଡ ଏବେ ସୋସିଆଲ୍ ମିଡ଼ିଆରେ ବୁଲିଲାଣି ।

“ପୁଲିସ ମତେ ଗିରଫ କରିନି । ମୁଁ ସରେଣ୍ଡର କରିଛି । କୋର୍ଟରେ ସରେଣ୍ଡର କରିବାକୁ ଯାଇଥିଲି । ଦେବାଶିଷ ପଣ୍ଡା ମୋ ସାଙ୍ଗରେ ଥିଲେ । ହେଲେ ଦେବାଶିଷଙ୍କ କିଛି ବିରୋଧୀ ଓକିଲ ମତେ ବତେଇଲେ କୋର୍ଟରେ ସରେଣ୍ଡର କରିବା ଭୁଲ୍ ହେବ । ରଙ୍ଗ୍ ମେସେଜ୍ ଯିବ । ତାଙ୍କ କଥା ମାନିଲି । ଭୁବନେଶ୍ୱର କ୍ଲବ୍ ପଛ ପଟୁ ମତେ ଡିସିପି ଅଫିସକୁ ନିଆଗଲା । ଡିସିପି ମୋ ସହ କଥା ହେଲେ । ତାପରେ କୁହାଗଲା କ’ଣ ନା ମତେ ଗିରଫ କରିଦେଲେ ବୋଲି ।’’ ପ୍ରଦୀପ ଏକଥା ବି କହିବାକୁ ଭୁଲିନାହାନ୍ତି ।

ତେବେ ପ୍ରଦୀପ ସେଠୀ ଭଳି ଜଣେ ହାଇପ୍ରୋଫାଇଲ୍ ଚିଟଫଣ୍ଡ ଅଭିଯୁକ୍ତର ଏହି ବୟାନର ସତ୍ୟତା କେତେ ତାହା ସିବିଆଇ ତଦନ୍ତ ପରେ ସ୍ପଷ୍ଟ ଜଣାପଡ଼ିବ ।

Previous Post

ଅଭ୍ୟାସଗତ ଜାଲି ବିଧାୟକ…

Next Post

ସୁଚିସ୍ମିତାଙ୍କୁ ମାରିଦେଲେ !

Next Post
ସୁଚିସ୍ମିତାଙ୍କୁ ମାରିଦେଲେ !

ସୁଚିସ୍ମିତାଙ୍କୁ ମାରିଦେଲେ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA