Thursday, April 30, 2026 01:34 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସୁପ୍ରିମୋଙ୍କ କଡ଼ା ନଜରରେ ବିଜେଡ଼ି ବିଧାୟକ

by Our Correspondent
13 Nov, 2019- 01:47 PM
in Latest News, News, Politics
1 min read
0
ସୁପ୍ରିମୋଙ୍କ କଡ଼ା ନଜରରେ ବିଜେଡ଼ି ବିଧାୟକ

ବିଧାନସଭାରେ ଆଉ ଢ଼ିଲା ମାରିବେନି ଶାସକ ଦଳ 

ଭୁୁବନେଶ୍ୱର: ଲଗାତର ପଞ୍ଚମ ଥର ପାଇଁ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ଜିତିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଦଳର ଉତ୍ତମ ପ୍ରଦର୍ଶନ ଓ ଉତ୍ତର ଦାୟିତ୍ୱ ପାଳନ ପ୍ରତି କଠୋର ହୋଇଛନ୍ତି । ବିଧାନସଭାରେ ଦଳୀୟ ବିଧାୟକଙ୍କ ଉପସ୍ଥିତି, ନବାଗତ ବିଧାୟକଙ୍କ ଶ୍ରେଷ୍ଠତା ପ୍ରତିପାଦନକୁ ମୁଖ୍ୟମନ୍ତ୍ରୀ କେବଳ ଗୁରୁତ୍ୱ ଦେଇନାହାନ୍ତି ବରଂ ଏହାର କଡ଼ାଗଣ୍ଡା ହିସାବ ନିଜେ ଦେଖିବେ ବୋଲି କହିଛନ୍ତି ।
ଆଜି ବିଧାନସଭା ଆରମ୍ଭର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଜେଡ଼ି ବିଧାୟକ ଦଳ ବୈଠକ ବସିଥିଲା । ପାଟକୁରା ଏବଂ ବିଜେପୁର ଉପନିର୍ବାଚନ ଫଳାଫଳ ବିଜେଡ଼ି ଉପରେ ଲୋକଙ୍କ ଅତୁଟ ବିଶ୍ୱାସକୁ ମନେ ପକାଇ ଦେଇଛି । ଏଥିପାଇଁ ଆମ ସମସ୍ତଙ୍କୁ କଠିନ ପରିଶ୍ରମ ଏବଂ ଉତ୍ସର୍ଗୀକୃତ ହୋଇ ରାଜ୍ୟବାସୀଙ୍କ ପାଇଁ କାମ କରିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ଏହି ବୈଠକରେ ରୋକଠୋକ ଶୁଣାଇ ଦେଇଛନ୍ତି ।
ଭାଷଣ ଛଳରେ ଦଳୀୟ ବିଧାୟକମାନଙ୍କ ପାଇଁ ଶୃଙ୍ଖଳା ଓ କାର୍ଯ୍ୟନିଷ୍ଠର ନିର୍ଦ୍ଦେଶାନାମା ଜାରି କରିଥିଲେ ମୁଖ୍ୟମନ୍ତ୍ରୀ । ବିଧାୟକମାନେ ସମୟାନୁବର୍ତ୍ତିତା ଏବଂ ନିଷ୍ଠାପର ସହକାରେ ବିଧାନସଭାରେ ଉପସ୍ଥିତ ରହି କାର୍ଯ୍ୟ କରିବେ । ଦୁଇ ଦିନରୁ ଅଧିକ ଦିନ ଛୁଟିରେ ରହିଲେ ମୁଖ୍ୟମନ୍ତ୍ରୀଙ୍କଠାରୁ ଅନୁମତି ନେବାକୁ ପଡ଼ିବ । ଗୃହରେ ବିଧାୟକଙ୍କ ଶତ ପ୍ରତିଶତ ଉପସ୍ଥାନକୁ ନିଜେ ତଦାରଖ କରିବେ ମୁଖ୍ୟମନ୍ତ୍ରୀ । ଗୃହରେ ବିଭିନ୍ନ ଆଲୋଚନାରେ ବିଧାୟକମାନେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିବେ । ପ୍ରଥମ ଥର ପାଇଁ ବିଧାନସଭା ଆସିଥିବା ବିଧାୟକଙ୍କ କାର୍ଯ୍ୟଶୈଳୀ କୁ ମୁଖ୍ୟମନ୍ତ୍ରୀ ନିଜେ ଦେଖିବେ । ଗୃହରେ ବିଧାୟକଙ୍କ ଉପସ୍ଥାନ ତଦାରଖ ସହ ଆନୁସଙ୍ଗିକ ତଥ୍ୟ ଓ କାଗଜପତ୍ର ସହ ଆଲୋଚନାରେ ଭାଗ ନେବା ପାଇଁ ଦଳ ପକ୍ଷରୁ ଟେକନୋଲୋଜିର ବ୍ୟବହାର କରାଯିବ ।
ଖାଲି ସେତିକି ନୁହେଁ, ଗୃହରେ ଦଳୀୟ ବିଧାୟକଙ୍କ ଉପସ୍ଥାନ ରିପୋର୍ଟ ମୁଖ୍ୟମନ୍ତ୍ରୀ ସବୁଦିନ ଦେଖିବେ । ପ୍ରତିଦିନ ୧୧.୩୦ ସୁଦ୍ଧା ଉପସ୍ଥାନ ରିପୋର୍ଟକୁ ସରକାରୀ ଦଳର ମୁଖ୍ୟ ସଚେତକ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବେ । ସାଂସଦମାନଙ୍କ ଭଳି ବିଧାୟକମାନେ ମଧ୍ୟ ଦୁଇମାସରେ ଥରେ ସେମାନଙ୍କର ଆକ୍ଟିଭିଟି ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦେବେ । ଉକ୍ତ ରିପୋର୍ଟିଂ ଫର୍ମାଟ୍ ପ୍ରସ୍ତୁତ ପାଇଁ ଏକ କମିଟି ଗଠନ କରାଯାଇଛି । ଏହି କମିଟିରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଶ୍ରୀମତୀ ଉଷା ଦେବୀ, ଅମର ପ୍ରସାଦ ଶତପଥୀ ଏବଂ କିଶୋର ମହାନ୍ତିଙ୍କୁ ସଦସ୍ୟ କରାଯାଇଛି । ୧୦ ଦିନ ମଧ୍ୟରେ କମିଟି ତାର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବେ ।
ଚଳିତ ସପ୍ଲିମେଣ୍ଟାରୀ ବଜେଟ୍ ଅଧିବେଶନକୁ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଗୁରୁତ୍ୱ ଦେଇଥିଲେ । ବିରୋଧୀଦଳଙ୍କ ଗଠନମୂଳକ ସମାଲୋଚନାକୁ ଉତ୍ସାହିତ କରିବା ପାଇଁ ଦଳର ବିଧାୟକମାନଙ୍କୁ ସେ ପରାମର୍ଶ ଦେଇଥିବା ବେଳେ ଗୃହରେ ଯେ କୌଣସି ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ।
Previous Post

ବୁଲବୁଲ୍ କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍

Next Post

‘ମୋ ସରକାର’ ପାଇଁ ହାତ ଖୋଲିଦେଲେ ସରକାର

Next Post
‘ମୋ ସରକାର’ ପାଇଁ ହାତ ଖୋଲିଦେଲେ ସରକାର

‘ମୋ ସରକାର’ ପାଇଁ ହାତ ଖୋଲିଦେଲେ ସରକାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA