Thursday, April 30, 2026 03:12 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘ମୋ ସରକାର’ ପାଇଁ ହାତ ଖୋଲିଦେଲେ ସରକାର

by Our Correspondent
13 Nov, 2019- 07:51 PM
in Latest News, News
1 min read
0
‘ମୋ ସରକାର’ ପାଇଁ ହାତ ଖୋଲିଦେଲେ ସରକାର

୮,୧୨୬ କୋଟି ୩୨ ଲକ୍ଷ ଟଙ୍କାର ଅତିରିକ୍ତ ବଜେଟ୍

ଭୁୁବନେଶ୍ୱର: ‘ମୋ ସରକାର’ ପାଇଁ ଅର୍ଥର ଅଭାବ ରହିଲାନି । କାର୍ଯ୍ୟକ୍ରମ ରୂପାୟନ ଓ ଭିତ୍ତିଭୂମି ଉନ୍ନୟନ ପାଇଁ ରାଜ୍ୟ ସରକାର ହାତ ଖୋଲି ଦେଇଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୮ ହଜାର ୧୨୬ କୋଟି ୩୨ ଲକ୍ଷ ଟଙ୍କାର ଅତିରିକ୍ତ ବଜେଟ୍ ଆକଳନ କରିଛନ୍ତି । ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ଅତିରିକ୍ତ ବଜେଟ୍ ଉପସ୍ଥାପିତ କରିଛନ୍ତି । ନାରୀ ନିର୍ଯ୍ୟାତନା ପ୍ରସଙ୍ଗ ନେଇ ବିରୋଧୀ ଦଳଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଗୃହରେ ଏହା ଆଗତ ହୋଇଛି । ‘ମୋ ସରକାର’, ପୁରୀ ନବକଳେବର, ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଉନ୍ନୟନ ଆଦି ବାବଦରେ ପର୍ଯ୍ୟାପ୍ତ ପରିମାଣର ଅର୍ଥ ବରାଦ କରାଯାଇଛି । ଗ୍ରାମାଞ୍ଚଳ ବିକାଶକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି ।
ଅତିରିକ୍ତ ବଜେଟ୍ ରେ କେବଳ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ବାବଦକୁ ୭,୪୩୨ କୋଟି ୮୦ ଟଙ୍କା ବ୍ୟୟବରାଦ କରାଯାଇଛି । ପ୍ରଶାସନିକ ଖର୍ଚ୍ଚ ୨୬୭ କୋଟି ୨୩ ଲକ୍ଷ ଟଙ୍କା ରହିଥିବା ବେଳେ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୬ କୋଟି ୫୨ ଲକ୍ଷ ଏବଂ ରାଜ୍ୟ ବଜେଟ୍ ରୁ ସ୍ଥାନାନ୍ତର ବାବଦକୁ ୪୧୯ କୋଟି ୭୮ ଲକ୍ଷ ଟଙ୍କାର ବ୍ୟୟବରାଦ ରହିଛି ।
ଅତିରିକ୍ତ ବଜେଟ୍ ବାବଦ ଏହି ଖର୍ଚ୍ଚ କେଉଁ ସୂତ୍ରରୁ ଭରଣା କରାଯିବ ତାହାର ହିସାବ ଦେଇଛନ୍ତି ସରକାର । ସହବନ୍ଧିତ(ଟାଇଡ ଅପ୍) ସମ୍ବଳ ସୂତ୍ରରୁ ୨ ହଜାର ୯୮୧ କୋଟି ୮୮ ଲକ୍ଷ ଟଙ୍କା, ଅଣବନ୍ଧିତ(ଅନଟାଇଡ୍) ସମ୍ବଳରୁ ୧ ହଜାର କୋଟି ଟଙ୍କା ଏବଂ ବିଭିନ୍ନ ବିଭାଗ ଦ୍ୱାରା ସରେଣ୍ଡର୍ ଅର୍ଥ ବାବଦରେ ୪ ହଜାର ୧୪୪ କୋଟି ୫୦ ଲକ୍ଷ ଟଙ୍କା ଆଦାୟ ହେବ ।
ଅତିରିକ୍ତ ବଜେଟ୍ ମୁଖ୍ୟାଂଶ
– କୃଷକ କଲ୍ୟାଣ ଓ ଖାଦ୍ୟ ନିରାପତ୍ତା ପାଇଁ ୫୨୭ କୋଟି ୪୦ ଲକ୍ଷ ଟଙ୍କା
– ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନ୍ତର୍ଗତ ବୀମା ପ୍ରିମିୟମ ଦେୟ ପାଇଁ ୧୯୦ କୋଟି
– ସାମାଜିକ ନିରାପତ୍ତା କାର୍ଯ୍ୟକ୍ରମ ପାଇଁ ୫୦୧ କୋଟି ୫୬ ଲକ୍ଷ
– ଅବହେଳିତ ଜାତିର କଲ୍ୟାଣ ପାଇଁ ୫୦୦ କୋଟି ୫୬ ଲକ୍ଷ
– ଜନସ୍ୱାସ୍ଥ୍ୟ ସେବା ପାଇଁ ୪୫୯ କୋଟି
– ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ପାଇଁ ୩୭୦ କୋଟି
– ମହିଳା ଓ ଶିଶୁ ବିକାଶ ସଶକ୍ତିକରଣ ପାଇଁ ୨୬୦ କୋଟି ୯୦ ଲକ୍ଷ
– ଅତିରିକ୍ତ ପୃଷ୍ଟି କାର୍ଯ୍ୟକ୍ରମ ‘ପୋଶାନ୍’ ନିମିତ୍ତ ୧୯୦ କୋଟି ୨୮ ଲକ୍ଷ
– ଅନୁସୂଚିତ ଜନଜାତି ଓ ଜାତି ପାଇଁ ୧୧୪ କୋଟି ୭୦ ଲକ୍ଷ
– ଶିକ୍ଷା, କ୍ରୀଡ଼ା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୧୦୭୩ କୋଟି ୩ ଲକ୍ଷ
– ସମଗ୍ର ଶିକ୍ଷା ପାଇଁ ୭୯୯ କୋଟି ୨୭ ଲକ୍ଷ
– ଗ୍ରାମ୍ୟ ଉନ୍ନୟନ ପାଇଁ ୯୪୮ କୋଟି ୫୫ ଲକ୍ଷ
– ପିଏମଏୱାଇ ଗ୍ରାମୀଣ ଓ ବିଜୁ ପକ୍କା ଘର ଯୋଜନା ଅନ୍ତର୍ଗତ ଗ୍ରାମ୍ୟ ଗୃହ ନିର୍ମାଣ ପାଇଁ ୨୫୧ କୋଟି ୬୭ ଲକ୍ଷ
– ସହରାଞ୍ଚଳ ଉନ୍ନୟନ ପାଇଁ ୪୧୬ କୋଟି ୮୩ ଲକ୍ଷ
– ଭିତ୍ତିଭୂମି ଓ ଶିଳ୍ପ କ୍ଷେତ୍ର ପାଇଁ ୨୬୨୩ କୋଟି ୩୫ ଲକ୍ଷ
– ରାସ୍ତା ନିର୍ମାଣ ଓ ଉନ୍ନତିକରଣ ପାଇଁ ୭୩୦ କୋଟି
– ପୁରୀରେ ମୌଳିକ ସୁବିଧା, ଐତିହ୍ୟ ଓ ସ୍ଥାପତ୍ୟର ଉନ୍ନୟନ ପାଇଁ ଜମି ଅଧିଗ୍ରହଣ ନିମିତ୍ତ ୭୩୦ କୋଟି
ସୂଚନାଯୋଗ୍ୟ, ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ସାଧାରଣ ବଜେଟ୍ ରେ ୧ଲକ୍ଷ ୩୯ ହଜାର କୋଟି ଟଙ୍କା ବ୍ୟୟବରାଦ କରିଥିଲେ ।
ଏକ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ଏବଂ ଅର୍ଥ ସଚିବ ଅଶୋକ କୁମାର ମୀନା ଅତିରିକ୍ତ ବଜେଟ୍ ସଂକ୍ରାନ୍ତରେ ବିସ୍ତୃତ ତଥ୍ୟ ରଖିଥିଲେ । ଏକ ପ୍ରଶ୍ନରେ ଅର୍ଥ ସଚିବ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ମୋଟ ଋଣ ପରିମାଣ ହେଉଛି ୮୩,୩୦୭ କୋଟି ଟଙ୍କା । କେବଳ ଚଳିତବର୍ଷ ସେପ୍ଟେମ୍ବର ସୁଦ୍ଧା ସରକାର ଖୋଲା ବଜାରରୁ ୩,୫୦୦ କୋଟି ଟଙ୍କା ଋଣ ଉଠାଇଛନ୍ତି ।
Previous Post

ସୁପ୍ରିମୋଙ୍କ କଡ଼ା ନଜରରେ ବିଜେଡ଼ି ବିଧାୟକ

Next Post

ବବି, ସଞ୍ଜୟ, ପ୍ରତାପଙ୍କୁ ଗୁରୁଦାୟିତ୍ୱ

Next Post
ବବି, ସଞ୍ଜୟ, ପ୍ରତାପଙ୍କୁ ଗୁରୁଦାୟିତ୍ୱ

ବବି, ସଞ୍ଜୟ, ପ୍ରତାପଙ୍କୁ ଗୁରୁଦାୟିତ୍ୱ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA