Thursday, April 30, 2026 04:50 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବବି, ସଞ୍ଜୟ, ପ୍ରତାପଙ୍କୁ ଗୁରୁଦାୟିତ୍ୱ

by Our Correspondent
15 Nov, 2019- 02:56 PM
in Latest News, News, Politics
1 min read
0
ବବି, ସଞ୍ଜୟ, ପ୍ରତାପଙ୍କୁ ଗୁରୁଦାୟିତ୍ୱ
ଭୁବନେଶ୍ୱର: ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ସାଂଗଠନିକ ଦାୟିତ୍ୱ ବିଧାୟକ ପ୍ରଣବ ପ୍ରକାଶ(ବବି) ଦାସଙ୍କ ଉପରେ ନ୍ୟସ୍ତ କରିଛନ୍ତି । ଆଜି ତାଙ୍କୁ ବିଜେଡ଼ିର ସାଧାରଣ ସମ୍ପାଦକ(ସଂଗଠନ) ପଦରେ ନିଯୁକ୍ତି ଦିଆଯାଇଛି । ଅନୁରୂପ ଭାବେ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ମଧ୍ୟ ଗୁରୁ ଦାୟିତ୍ୱ ଦେଇଛନ୍ତି ସୁପ୍ରିମୋ । ତାଙ୍କୁ ବିଜେଡ଼ି ସାଧାରଣ ସମ୍ପାଦକ( ମୁଖ୍ୟାଳୟ) ପଦରେ ନିଯୁକ୍ତି ଦିଆଯାଇଛି । ଦଳରେ ପ୍ରଥମ ଥର ପାଇଁ ଏଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦବୀ ସୃଷ୍ଟି କରାଯାଇଛି ।
ଅନ୍ୟପକ୍ଷରେ, ଦଳର ବରିଷ୍ଠ ନେତା ତଥା ଆଳି ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ବିଜେଡ଼ିର ରାଜ୍ୟ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି । ଦଳର ଆଗାମୀ ସାଂଗଠନିକ ନିର୍ବାଚନ ସେ ପରିଚାଳନା କରିବେ ।
ଯାଜପୁରର ଯୁବ ବିଧାୟକ ପ୍ରଣବ ପ୍ରକାଶ(ବବି) ଦାସ ମୁଖ୍ୟମନ୍ତ୍ରୀଙ୍କର ଜଣେ ସଚ୍ଚା ଅନୁଗତ ଓ ବିଚକ୍ଷଣ ସଂଗଠକ ଏହା ପ୍ରମାଣିତ କରିଛନ୍ତି । ସାରା ରାଜ୍ୟରେ ବିଜେଡ଼ି ସଂଗଠନକୁ ଅଧିକରୁ ଅଧିକ ଶକ୍ତିଶାଳୀ କରିବା ପଛରେ ତାଙ୍କର ନିଷ୍ଠା ଓ ଅକ୍ଲାନ୍ତ ପରିଶ୍ରମ ବେଶ୍ ପ୍ରଶଂସନୀୟ । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଅକ୍ଷରେ ଅକ୍ଷରେ ପାଳନ କରିବାରେ ତାଙ୍କର ଗୋଟିଚାଳନା ଦଳ ପାଇଁ ବହୁ ସଫଳତା ଆଣିଛି । ଗତ ସାଧାରଣ ନିର୍ବାଚନ ସମୟରେ ଏହାର ଯଥେଷ୍ଟ ଉଦାହରଣ ଦେଖିବାକୁ ମିଳିଥିଲା ।
ସ୍ୱର୍ଗତ ବିଜୁ ବାବୁଙ୍କ ଏକାନ୍ତ ସହଯୋଗୀ ତଥା ଓଡ଼ିଶା ରାଜନୀତିର ଅନ୍ୟତମ ଟାଣୁଆ ନେତା ସ୍ୱର୍ଗତ ଅଶୋକ ଦାସଙ୍କ ପୁଅ ହେଉଛନ୍ତି ବବି । ୨୦୦୯ ମସିହାରେ ପ୍ରଥମ ଥର ପାଇଁ ଯାଜପୁରରୁ ବିଧାୟକ ନିର୍ବାଚିତ ହୋଇଥିଲେ । ଦ୍ୱିତୀୟ ଥର ବିଧାୟକ ହେବା ପରେ ଗୁରୁତ୍ୱପୂର୍ଣ୍ଣ ଶକ୍ତି ବିଭାଗର ମନ୍ତ୍ରୀ ପଦ ପାଇଥିଲେ । ଅତ୍ୟନ୍ତ ଦକ୍ଷତାର ସହ ସେ ସେହି ଦାୟିତ୍ୱକୁ ନିର୍ବାହ କରି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଚଳିତ ଥର ଯାଜପୁରରୁ ହ୍ୟାଟ୍ରିକ୍ ବିଜୟ ହାସଲ କରିଥିବା ବବି ସ୍ୱଇଚ୍ଛାରେ ମନ୍ତ୍ରୀ ପଦ ଗ୍ରହଣ ନ କରି ସାଂଗଠନିକ କାର୍ଯ୍ୟରେ ମନୋନିବେଶ କରିବାକୁ ଆଗ୍ରହୀ ହୋଇଥିବା ଚର୍ଚ୍ଚା ହୋଇଥିଲା । ବର୍ତ୍ତମାନ ଦଳୀୟ ସମସ୍ତ ସାଂଗଠନିକ କାର୍ଯ୍ୟକ୍ରମରେ ସେ ବେଶ୍ ସକ୍ରିୟ ଅଛନ୍ତି ।
ସେହିଭଳି ସଞ୍ଜୟ ଦାସବର୍ମା ମଧ୍ୟ ଜଣେ ବିଚକ୍ଷଣ ସଂଗଠକ ଭାବେ ଜଣାଶୁଣା । ମନ୍ତ୍ରୀ ଦାୟିତ୍ୱଠାରୁ ସଂଗଠନ ଦାୟିତ୍ୱ ପର୍ଯ୍ୟନ୍ତ ସବୁଥିରେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି । ବିଜେଡ଼ି ଯୁବ ସଂଗଠନକୁ ଶକ୍ତିଶାଳୀ ଓ କ୍ରିୟାଶୀଳ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି । ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ସେ ଅତ୍ୟନ୍ତ ସଫଳତାର ସହ କାର୍ଯ୍ୟ କରି ଆସୁଛନ୍ତି । ଚଳିତ ନିର୍ବାଚନରେ ବ୍ରହ୍ମଗିରି ଆସନରୁ ସେ ପରାଜିତ ହୋଇଥିଲେ ମଧ୍ୟ ତାଙ୍କୁ ବିଜେଡ଼ିରେ ଗୁରୁଦାୟିତ୍ୱ ଦେଇଛନ୍ତି ।
ବିଜେଡ଼ି ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତି ପାଇଥିବା ପ୍ରତାପ କେଶରୀ ଦେବ ୨୦୦୦ ମସିହାରେ ପ୍ରଥମ ଥର ପାଇଁ ଆଳିରୁ ବିଧାୟକ ନିର୍ବାଚିତ ହୋଇଥିଲେ । ଏଥରକୁ ମିଶାଇ ଚାରି ଥର ବିଧାୟକ ହେଲେଣି । ୨୦୦୯ ସରକାରରେ ସେ ଖାଦ୍ୟ ଓ ଯୋଗାଣ ବିଭାଗର ମନ୍ତ୍ରୀ ଭାବେ ଅତ୍ୟନ୍ତ ଦକ୍ଷତାର ସହ କାର୍ଯ୍ୟ କରିଥିଲେ ।
Previous Post

‘ମୋ ସରକାର’ ପାଇଁ ହାତ ଖୋଲିଦେଲେ ସରକାର

Next Post

ମନ୍ତ୍ରୀ ଜାଣିନାହାନ୍ତି!! ଗାନ୍ଧୀଜୀଙ୍କ ହତ୍ୟାକାରୀ ରାକ୍ଷସ ନା ମହାପୁରୁଷ ?

Next Post
ମନ୍ତ୍ରୀ ଜାଣିନାହାନ୍ତି!! ଗାନ୍ଧୀଜୀଙ୍କ ହତ୍ୟାକାରୀ ରାକ୍ଷସ ନା ମହାପୁରୁଷ ?

ମନ୍ତ୍ରୀ ଜାଣିନାହାନ୍ତି!! ଗାନ୍ଧୀଜୀଙ୍କ ହତ୍ୟାକାରୀ ରାକ୍ଷସ ନା ମହାପୁରୁଷ ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA