Thursday, April 30, 2026 06:21 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସୁରଟରେ ଓଡ଼ିଆଙ୍କ ମନ ମୋହିଲେ ନବୀନ

by Our Correspondent
17 Dec, 2018- 11:20 PM
in Latest News, News
1 min read
0
ସୁରଟରେ ଓଡ଼ିଆଙ୍କ ମନ ମୋହିଲେ ନବୀନ
ସୁରଟ: ସୁରଟର ରାଜୱାଡଠାରେ ଆୟୋଜିତ ଓଡ଼ିଶା ମହୋତ୍ସବରେ ଝୁମିଛନ୍ତି ଲକ୍ଷାଧିକ ଓଡ଼ିଆ । ଆଜି ଉଦଘାଟନୀ ସଂଧ୍ୟାରେ ମୁଖ୍ୟ ଅତିଥି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାଗତରେ ଫାଟି ପଡ଼ିଥିଲା ଅଞ୍ଚଳ । ଏହି ଅବସରରେ ସୁରଟ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଅନେକ ଗୁଡ଼ାଏ ପ୍ୟାକେଜ୍ ଘୋଷଣା କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ସୁରଟରେ ଓଡ଼ିଆ ପିଲାଙ୍କ ପାଇଁ ଯୁକ୍ତ ଦୁଇ କଲେଜ ଖୁବ୍ ଶୀଘ୍ର ଖୋଲାଯିବ । ସୁରଟରେ ରହି ଓଡ଼ିଆ ପିଲାମାନେ ମାଟ୍ରିକ୍ ପରୀକ୍ଷା ଦେବା ବିଷୟରେ ପଦକ୍ଷେପ ନିଆଯିବ । ସୁରଟରେ ଓଡ଼ିଆ ପିଲାଙ୍କ ପାଇଁ ଓଡ଼ିଶା ସରକାର ଟେକ୍ସ ବୁକ୍ ଯୋଗାଇଦେବେ । ସୁରଟରେ ପ୍ରସ୍ତାବିତ ଓଡ଼ିଆ କଲଚରାଲ୍ ସେଣ୍ଟର ପାଇଁ ୧୦ କୋଟି ଟଙ୍କା ଦିଆଯିବ । ଓଡ଼ିଶା ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା ଦେଶର ସବୁ ଅଞ୍ଚଳରେ ରହୁଥିବା ସବୁ ଓଡ଼ିଆଙ୍କ ପାଖରେ ପହଞ୍ଚିବ । ସୁରଟରେ ରହୁଥିବା ଓଡ଼ିଆମାନେ ଏହି ଯୋଜନାର ସୁବିଧା ପାଇବେ । ବୟନ ଓ ହସ୍ତତନ୍ତ ଉତ୍ପାଦ ଉପରୁ ଜିଏସଟି କମ କରିବା ପାଇଁ ଉଦ୍ୟମ ଜାରି ରହିବ ।
ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କୁ ସ୍ମରଣ କରିଥିଲେ । କହିଥିଲେ, ବାପୁଜୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅବସରରେ ତାଙ୍କ ଜନ୍ମଭୂମିକୁ ଆସି ମୁଁ ବହୁତ ଖୁସି । ବାପୁଜୀ ଥିଲେ ଅହିଂସାର ପୂଜାରୀ । ବାପୁଜୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅବସରରେ ଅହିଂସାକୁ ଆମ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ଦେଲେ ତାହା ହେବ ବାପୁଜୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ମୁଖ୍ୟମନ୍ତ୍ରୀ କହିଥିଲେ, ଅହିଂସା ସହିତ ଶାନ୍ତି ଏବଂ ଶାନ୍ତି ସହିତ ବିକାଶର ସମ୍ପର୍କ ରହିଛି । ବିକାଶ ଆଜି ଓଡ଼ିଶାର ପରିଚୟ ହୋଇଛି । ଓଡ଼ିଆଙ୍କ ଦକ୍ଷତା ଆଜି ଓଡ଼ିଶାର ପରିଚୟ ହୋଇଛି । କଳା, ସଂସ୍କୃତି ସହିତ ଦକ୍ଷ ମାନବ ସମ୍ବଳ ଆଜି ଓଡ଼ିଶାର ପରିଚୟ ହୋଇଛି । ଓଡ଼ିଆଙ୍କ ଭଲପଣ ଆଜି ଓଡ଼ିଶାର ପରିଚୟ ହୋଇଛି । ଓଡ଼ିଆ ଜାତି ଆଜି ଆତ୍ମବିଶ୍ୱାସର ସହ ଆଗକୁ ବଢ଼ୁଛି । ଓଡ଼ିଶାର ବିକାଶରେ ଓ ଗୌରବରେ ସବୁ ଓଡ଼ିଶାବାସୀଙ୍କ ଅବଦାନ ରହିଛି । ଓଡ଼ିଶା ଓ ଗୁଜୁରାଟ ଏହି ଦୁଇ ରାଜ୍ୟର ବିକାଶରେ ସୁରଟରେ ରହୁଥିବା ଓଡ଼ିଆ ଭାଇଭଉଣୀମାନଙ୍କ ଅବଦାନ ରହିଛି ।
ନଭେମ୍ବରରେ ହୋଇଥିବା ମେକ୍ ଇନ ଓଡ଼ିଶା ପୁଞ୍ଜି ବିନିଯୋଗ ପାଇଁ ବିପୁଳ ସୁଯୋଗ ସୃଷ୍ଟି କରିଛି । ଏହି ପୁଞ୍ଜି ବିନିଯୋଗ ଦ୍ୱାରା ୫ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଆସନ୍ତୁ, ସମସ୍ତେ ମିଶି ଓଡ଼ିଶା ମା’ର ଗୌରବ ବୃଦ୍ଧି ପାଇଁ ଏହିପରି କାମ କରି ଚାଲିବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଉତ୍ସବରେ ଲକ୍ଷାଧିକ ପ୍ରବାସୀ ଓଡ଼ିଆ ଯୋଗଦେଇଥିଲେ । ମନ୍ତ୍ରୀ ଉଷା ଦେବୀ, ବିକ୍ରମ କେଶରୀ ଆରୁଖ, ସୂର୍ଯ୍ୟନାରାୟଣ ପାତ୍ର, ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସମେତ କିଛି ସାଂସଦ ଓ ବିଧାୟକ ଉପସ୍ଥିତ ଥିଲେ ।
Previous Post

ଦିବ୍ୟାଙ୍ଗଙ୍କ ମୁହଁରେ ହସ ଫୁଟାଇଲା ‘ଦିବ୍ୟାଙ୍ଗ ମହୋତ୍ସବ’

Next Post

କେନ୍ଦ୍ର ଶୁଣିଲା: ତିତଲି ସହାୟତା ବାବଦରେ ମିଳିଲା ୧୦୨୩ କୋଟି

Next Post
କେନ୍ଦ୍ର ଶୁଣିଲା: ତିତଲି ସହାୟତା ବାବଦରେ ମିଳିଲା ୧୦୨୩ କୋଟି

କେନ୍ଦ୍ର ଶୁଣିଲା: ତିତଲି ସହାୟତା ବାବଦରେ ମିଳିଲା ୧୦୨୩ କୋଟି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA