Wednesday, April 29, 2026 11:21 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News Entertainment

ଦିବ୍ୟାଙ୍ଗଙ୍କ ମୁହଁରେ ହସ ଫୁଟାଇଲା ‘ଦିବ୍ୟାଙ୍ଗ ମହୋତ୍ସବ’

by Our Correspondent
17 Dec, 2018- 09:50 PM
in Entertainment, News
1 min read
0
ଦିବ୍ୟାଙ୍ଗଙ୍କ ମୁହଁରେ ହସ ଫୁଟାଇଲା ‘ଦିବ୍ୟାଙ୍ଗ ମହୋତ୍ସବ’
ଭୁୁବନେଶ୍ୱର: ଛୋଟ ଛୋଟ ସରଳିଆ ପିଲା । କିଏ ଦେଖି ପାରୁ ନ ଥିଲେ ତ କିଏ କଥା କହିପାରୁ ନଥିଲେ ଅବା ଆଉ କିଏ ଶୁଣି ପାରୁ ନ ଥିଲେ । କାହାର ଗୋଡ ତ ଆଉ କାହାର ହାତରେ ଥିଲା ଜଖମ । ହେଲେ ସେମାନଙ୍କ ନିଶ୍ଚାପ ମନରେ ନ ଥିଲା ଦୁଃଖ କି ଅବଶୋଷ । ସାଧାରଣ ମଣିଷଙ୍କ ଭଳି ସେମାନଙ୍କ ମନରେ ଥିଲା ଅଦମ୍ୟ ଉତ୍ସାହ । ଦୁନିଆର ସବୁତକ ହସ ଫୁଟାଉଥିଲେ ନିଜ ମୁହଁରେ । ଏହି ହସ କାହାଠାରୁ ଦୟାରେ ଆଣି ନ ଥିଲେ । ନିଜର ପ୍ରତିଭା ବଳରେ ସାଉଁଟୁଥିଲେ ଶହ ଶହ ପ୍ରଂଶସା ଓ କରତାଳି ।

ଜଣେ ଦୁଇ ଜଣ ନୁହଁନ୍ତି ପାଖାପାଖି ୩ ହଜାର ପ୍ରତିଭାଧାରୀ ଦିବ୍ୟାଙ୍ଗ ମୁହଁରେ ଫୁଟି ଉଠିଥିଲା ହସ । ଆସର ଥିଲା ‘ଦିବ୍ୟାଙ୍ଗ ମହୋତ୍ସବ-୨୦୧୮’ । ‘ନନ୍ଦିନୀ’ ଓ ‘ବ୍ରିଙ୍ଗ୍ ସ୍ମାଇଲ୍’ ଅନୁଷ୍ଠାନର ମିଳିତ ସହଯୋଗରେ ରବିବାର ଦିନ ଭୁବନେଶ୍ୱରର ବିପିନ ବିହାରୀ ଚୌଧୁରୀ ସ୍କୁଲ ପରିସରରେ ଆୟାଜିତ ଏହି ମହୋତ୍ସବ ବେଶ୍ ଧୂମ ଧଡ଼ାସ ଥିଲା । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ସ୍କୁଲରୁ ଆସିଥିବା ଛାତ୍ରଛାତ୍ରୀମାନେ ନାଚ, ଗୀତରେ ଦେଖାଇଥିଲେ ସେମାନଙ୍କ ପ୍ରତିଭା । ପ୍ରତିଭାରେ କେହି କାହାରିଠାରୁ କମ୍ ନ ଥିଲେ । ଦୀର୍ଘ ୫ ଘଣ୍ଟା ଧରି ବିଭିନ୍ନ ପର୍ଯ୍ୟାୟରେ ସେମାନେ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରୁଥିଲେ । ଏହି ପିଲାମାନଙ୍କ ଅର୍ନ୍ତନିହିତ ପ୍ରତିଭା ଓ ଦକ୍ଷତା ଦେଖି ସେଠାରେ ଉପସ୍ଥିତ ସାଧାରଣ ଦର୍ଶକଙ୍କ ଆଖିରେ ଲୁହ ଭରି ହୋଇଯାଇଥିଲା । ଦିବ୍ୟାଙ୍ଗଙ୍କ ମୁହଁରେ ହସ ଫୁଟାଇବାରେ ମୁଖ୍ୟ ଭୂମିକା ନେଇଥିବା କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ତଥା ‘ନନ୍ଦିନୀ’ ସମ୍ପାଦକ ହେମନ୍ତ ରଥଙ୍କର ସମସ୍ତେ ଭୂରି ଭୂରି ପ୍ରଶଂସା କରିଥିଲେ ।

ଶ୍ରୀ ରଥଙ୍କ ଅଧ୍ୟକ୍ଷତାରେ ଦିବ୍ୟାଙ୍ଗ ମହୋତ୍ସବ-୨୦୧୮କୁ ଉଦଘାଟନ କରିଥିଲେ ଭାରତୀୟ ନିର୍ବାଚନ କମିଶନର ମୁଖ୍ୟ ଉପଦେଷ୍ଟା ଡ. ଭଗବାନ ପ୍ରକାଶ । ସାଧାରଣ ଛାତ୍ରଛାତ୍ରୀଙ୍କ ଭଳି ଦିବ୍ୟାଙ୍ଗମାନେ ଆମ ସମାଜର ଭବିଷ୍ୟତ । ଏମାନଙ୍କୁ ଅବହେଳା ଆଦୌ ଗ୍ରହଣୀୟ ନୁହେଁ । ଦିବ୍ୟାଙ୍ଗମାନଙ୍କୁ ଦୟା ନୁହେଁ, ସାହାଯ୍ୟ, ସହଯୋଗ ଓ ଆଦର ଲୋଡ଼ା ବୋଲି ଡ. ପ୍ରକାଶ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମୁମ୍ବାଇ ପୁଲିସ କମିଶନର ତଥା ବିଜୁ ଯୁବ ବାହିନୀର ମୁଖ୍ୟ ଅରୂପ ପଟ୍ଟନାୟକ, ଡ. ପ୍ରଦୀପ ସେଠୀ ଓ ଦିଲ୍ଲୀପ ମହାନ୍ତି ପ୍ରମୁଖ ଭାଷଣ ରଖିଥିଲେ । ‘ବ୍ରିଙ୍ଗ୍ ସ୍ମାଇଲ୍’ ର ଅଧ୍ୟକ୍ଷା ସୁଚରିତା ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ସଦୟ ସ୍ୱୀକୃତି ପ୍ରଦାନ କରିଥିଲେ । ତାଙ୍କୁ ସ୍ୱାଗତ ଜଣାଇବା ପାଇଁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ଉତ୍ସୁକତାର ସହ ଅପେକ୍ଷା କରି ରହିଥିଲେ । ମାତ୍ର ଅନ୍ୟ କାମର ବାହାନା ଦେଖାଇ ମନ୍ତ୍ରୀ ଆସିଲେ ନାହିଁ । ଭୁବନେଶ୍ୱରରେ ୩୦୦୦ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ନେଇ ଏକ ମହୋତ୍ସବ ଆୟୋଜନ କରାଯାଇଥିବା ବେଳେ ସେଠାକୁ ମୁଖ୍ୟ ଅତିଥି ଭାବେ ଆସି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଆର୍ଶିବାଦ ଓ ଭଲ ପାଇବା ଦେବାକୁ ମନ୍ତ୍ରୀଙ୍କର କୁଣ୍ଠାବୋଧକୁ ସମସ୍ତେ ଛିଛାକର କରିଥିଲେ ।
Previous Post

ଶିଷ୍ଟାଚାର ଭୁଲିଗଲେ ରୁପାନୀ !

Next Post

ସୁରଟରେ ଓଡ଼ିଆଙ୍କ ମନ ମୋହିଲେ ନବୀନ

Next Post
ସୁରଟରେ ଓଡ଼ିଆଙ୍କ ମନ ମୋହିଲେ ନବୀନ

ସୁରଟରେ ଓଡ଼ିଆଙ୍କ ମନ ମୋହିଲେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA