Monday, May 25, 2026 04:36 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସେଇ ମାୟାରେ ବାୟା: ଚାଙ୍ଗା ହେଲେ ରମା

by Our Correspondent
11 Jan, 2018- 09:27 PM
in Latest News, Politics
1 min read
0
ସେଇ ମାୟାରେ ବାୟା: ଚାଙ୍ଗା ହେଲେ ରମା
ଭୁବନେଶ୍ୱର: ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଂଜନ ବଳିୟାରସିଂ ଆଜି ଔପଚାରିକ ଭାବେ ବିଜେଡ଼ି ଛାଡ଼ିଛନ୍ତି । ୨୦୧୪ ନିର୍ବାଚନରେ ବିଜେଡ଼ି ତାଙ୍କୁ ଟିକେଟ ଦେଇଥିଲା । ମାତ୍ର ଦଳର ବିଦ୍ରୋହୀ ପ୍ରାର୍ଥୀ ଉମା ସାମନ୍ତରାୟଙ୍କଠାରୁ ସେ ପରାସ୍ତ ହୋଇଥିଲେ । ନିର୍ବାଚନ ହାରିବା ପରେ ରମାଙ୍କର ଦଳରେ ଭାଉ କମିଯାଇଥିଲା । ତାଙ୍କ ଗୁରୁ ସାଂସଦ ପିନାକୀ ମିଶ୍ର ତାଙ୍କୁ ଉପରକୁ ଟେକିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ । ସ୍ୱାଧୀନ ଭାବେ ଜିତିଥିବା ଉମା ସାମନ୍ତରାୟଙ୍କ ଉପରୁ ବିଜେଡ଼ି ନିଲମ୍ବନ ପ୍ରତ୍ୟାହାର କରିବା ପରେ ରମାଙ୍କ ଦୁଃଖ ଆହୁରି ବଢ଼ିଯାଇଥିଲା । ନିର୍ବାଚନମଣ୍ଡଳୀରେ ବିଜେଡ଼ି ସଂଗଠନକୁ ଉମା ସମ୍ପୂର୍ଣ୍ଣ ହାତମୁଠାକୁ ଆଣି ତାଙ୍କର ପାରମ୍ପରିକ ପ୍ରତିଦ୍ୱନ୍ଦୀ ରମାଙ୍କ ସ୍ଥିତି ହଜାଇ ଦେଇଥିଲେ । ଦଳରେ ଅଲୋଡ଼ା ହୋଇଯାଇଥିବା ରମା ପଞ୍ଚାୟତ ନିର୍ବାଚନ ପରେ ବିଜେପି ଆଡକୁ ଢ଼ଳିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଯୋଗସୂତ୍ର ରଖିଥିବା ନେଇ ଚର୍ଚ୍ଚା ହେଉଥିଲା । ଆଉ ଏହାକୁ ସାକାର କରିବାକୁ ବିଜେଡ଼ିରୁ ଆଜି ବିଧିବଦ୍ଧ ଇସ୍ତଫା ଦେଇଛନ୍ତି । ଖୁବ୍ ଶୀଘ୍ର ରମା ବିଜେପିରେ ଯୋଗଦେଇ ସତ୍ୟବାଦୀରେ ନୂଆ ଇଂନିସ୍ ଆରମ୍ଭ କରିବେ ବୋଲି ତାଙ୍କର କିଛି ସମର୍ଥକଙ୍କଠାରୁ ସୂଚନା ମିଳିଛି ।
ରମା ବଳିୟାରସିଂ ବିଜେଡ଼ି ଛାଡ଼ିବା ପରେ ତୃତୀୟ ମହଲାର ଅଣଓଡ଼ିଆ ଅଫିସରଙ୍କୁ ଟାର୍ଗେଟ୍ କରିଛନ୍ତି । ଦଳୀୟ ବ୍ୟାପାର କଥା ଆଗରୁ ପ୍ୟାରୀମୋହନ ମହାପାତ୍ର ବୁଝୁଥିଲେ ଏବେ ତାମିଲ ଅଫିସର ବୁଝୁଛନ୍ତି କହି ନବୀନଙ୍କ ଉପରେ ନିର୍ଘାତ୍ ବର୍ଷିଛନ୍ତି । ତେବେ ଦଳ ଛାଡ଼ିଲା ପରେ ରମାଙ୍କ ଏଭଳି ହାଇ ଭୋଲଟେଜ୍ ଡାଇଲଗ୍ ସାଧାରଣରେ କୌତୁହଳ ସୃଷ୍ଟି କରିଛି । ଏ ଭିତରେ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚେଲା କେବେଠୁଁ ହୋଇସାରିଲେଣି ବୋଲି ଅନେକ ପ୍ରଶ୍ନ କରିଛନ୍ତି । ବିଜେଡ଼ି ନେତାଙ୍କ କହିବାନୁଯାୟୀ, ରମା ଆଜି ଯେଉଁ କଥା କହୁଛନ୍ତି ତାହା ପୂର୍ବରୁ କହିଥିଲେ ଠିକ୍ ହୋଇଥାଆନ୍ତା । ମାତ୍ର ନିର୍ବାଚନମଣ୍ଡଳୀରେ ମାଟି ହୋଇସାରିଥିବା ନେତା ବିଜେପି ଉଷୁମ ପାଇ ଚାଙ୍ଗା ହେବା ଆଉ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଖସ୍ଥ ଡାଇଲଗ୍ କୁ ପାଳି ଧରିବା ଲୋକହସା ଛଡ଼ା କିଛି ନୁହେଁ । କ୍ଷମତା ଓ ଅର୍ଥ ପାଇଁ ନେତା କେଉଁସ୍ତରକୁ ଯାଇପାରନ୍ତି ରମା ତାହାର ଜ୍ୱଳନ୍ତ ଉଦାହରଣ ବୋଲି କୁହାଯାଉଛି ।
ସୂଚନାଯୋଗ୍ୟ, ରମା ସ୍ୱାଧୀନ ପ୍ରାର୍ଥୀ ଭାବେ ୨୦୦୪ ନିର୍ବାଚନରେ ଜିତିଥିଲେ । ପରେ ସେ ବିଜେଡ଼ିରେ ସାମିଲ ହୋଇଥିଲେ । ୨୦୦୯ ରେ ଦଳ ତାଙ୍କୁ ଟିକେଟ ନ ଦେବାରୁ ସେ ଦଳୀୟ ପ୍ରାର୍ଥୀ ଉମା ସାମନ୍ତରାୟଙ୍କ ବିରୋଧରେ ଲାଗିଥିଲେ ଏବଂ ଉମା-ରମାଙ୍କ କଳିରୁ କଂଗ୍ରେସ ଫାଇଦା ନେଇ ପ୍ରସାଦ ହରିଚନ୍ଦନ ଜିତିଥିଲେ । ତେବେ ୨୦୧୪ ମସିହାରେ ରମାଙ୍କୁ ବିଜେଡ଼ି ଟିକେଟ ଦେଇଥିଲା । ମାତ୍ର ସ୍ୱାଧୀନ ଭାବେ ଲଢ଼ୁଥିବା ଦଳର ବିଦ୍ରୋହୀ ପ୍ରାର୍ଥୀ ଉମାଙ୍କୁ ସେ ଟକ୍କର ଦେଇପାରି ନ ଥିଲେ । ନିର୍ବାଚନ ସମୟରେ ରମାଙ୍କୁ ନେଇ ଏକ ଆପତ୍ତିଜନକ ଭିଡ଼ିଓ ଗଣମାଧ୍ୟମରେ ପ୍ରସାରିତ ହେବା ସେତେବେଳେ ବେଶ୍ ଚର୍ଚ୍ଚିତ ହୋଇଥିଲା ।
Previous Post

ପାଣିଟାଙ୍କି ଉଦଘାଟନର ବି ଲାଇଭ୍

Next Post

ବିଜେପି ଦ୍ୱାରରେ ବୈଜୟନ୍ତ !

Next Post
ବିଜେପି ଦ୍ୱାରରେ ବୈଜୟନ୍ତ !

ବିଜେପି ଦ୍ୱାରରେ ବୈଜୟନ୍ତ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA