Wednesday, July 29, 2026 03:51 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସେବାୟତ ପାଲଟିଲେ ରାକ୍ଷସ

by Our Correspondent
28 Dec, 2018- 10:22 PM
in Latest News, News
1 min read
1
ସେବାୟତ ପାଲଟିଲେ ରାକ୍ଷସ

ପୁରୀ: ମହାପ୍ରଭୁଙ୍କ ସେବାରେ ନିୟୋଜିତ ସେବାୟତମାନେ ରାକ୍ଷସ ପାଲଟିଗଲେ । ହଜାର ହଜାର ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଦ୍ୱାରକୁ ବନ୍ଦ କରିଦେଲେ । ଶ୍ରୀଜୀଉଙ୍କ ମଙ୍ଗଳ ଆଳତି, ନୀତିକାନ୍ତି କଲେ ନାହିଁ । ମହାପ୍ରଭୁଙ୍କୁ ଖାଡ଼ା ଉପାସ ରଖିଦେଲେ । ଫୁଟାଣି ଓ ଔଦ୍ଧତାର ସୀମାରେଖା ଡ଼େଇଁଗଲେ । ରାକ୍ଷସ ପାଲଟିଥିବା ସେବାୟତଙ୍କ ପ୍ରାର୍ଦୁଭାବରେ ଅସହାୟ ହୋଇଗଲେ ପୁଲିସ, ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର । କୋଟି କୋଟି ଭକ୍ତଙ୍କ ଭାବନାକୁ ଦଳି ସୃଷ୍ଟିର ନିୟନ୍ତା ଜଗତର ନାଥ ଜଗନ୍ନାଥଙ୍କ ଉପରେ ଦିନତମାମ ଚାଲିଲା ନିଷ୍ଠୁର ଅତ୍ୟାଚାର । ମହାପ୍ରଭୁଙ୍କ ଦର୍ଶନରୁ ଭକ୍ତଙ୍କୁ ଦୂରେଇ ରଖାଗଲା । ଆଜି ପୁରୀରେ ଏଭଳି ଅଭାବନୀୟ ଘଟଣା ରାଜ୍ୟବାସୀଙ୍କ ଛାତି ଥରାଇ ଦେଇଛି ।

ମହାପ୍ରଭୁଙ୍କ ସେବାରେ ନିୟୋଜିତ ସେବାୟତଙ୍କ ଅହଂକାର ଓ ଜିଦ୍ ର ଏହା ଥିଲା ପ୍ରତିଫଳନ । ଗତକାଲି ସଂଧ୍ୟାରେ ଭବାନୀ ଶଙ୍କର ମହାପାତ୍ର ନାମ୍ମୀ ଜଣେ ସେବାୟତ ନିଜ ସାଙ୍ଗରେ ଦୁଇଜଣ ଭକ୍ତଙ୍କୁ ନେଇ ଶ୍ରୀମନ୍ଦିର ପ୍ରବେଶ କରୁଥିଲେ । କୌଣସି କାରଣରୁ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ ସେମାନଙ୍କୁ ଅଟକାଇଥିଲେ । ଏହାକୁ ନେଇ ସେବାୟତ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଉଚ୍ଚବାଚ,ଠେଲାପେଲା ହୋଇଥିଲା । ଏଥିରେ ଶ୍ରୀ ମହାପାତ୍ର ଆହତ ହୋଇଥିବା ଦର୍ଶାଇ ସିଂହଦ୍ୱାର ଥାନାରେ ଏତଲା ଦେଇଥିଲେ । ତେବେ ଘଟଣା ଏତିକିରେ ସରି ନ ଥିଲା । ଏହି ଘଟଣାକୁ ନେଇ ସବୁ ସେବାୟତ ମେଳି ହୋଇଗଲେ । ସଂପୃକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ।
ସେତିକିରେ ବି କଥା ଅଟକିଲାନି । ଉକ୍ତ ଘଟଣା ସହ ସେବାୟତମାନଙ୍କ ପୂର୍ବ ପୁଞ୍ଜିଭୂତ ଅସନ୍ତୋଷ ଦାନା ଧରିଲା । ଆଜି ବଡ଼ିସକାଳୁ ସେବାୟତମାନେ ଆଉ ଶ୍ରୀଜୀଉଙ୍କ ସେବା କଲେ ନାହିଁ । ସକାଳର ଧୂପ ମଙ୍ଗଳ ଆଳତୀ କି କୌଣସି ନୀତିକାନ୍ତି କଲେ ନାହିଁ । ଶ୍ରୀଜୀଉଙ୍କ ପାଇଁ ଖାଇବା ହୋଇପାରିଲାନି । ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଦ୍ୱାର ଖୋଲିଲା ନାହିଁ । ଶ୍ରୀମନ୍ଦିରର ଦୁଇ ମୁଖ୍ୟଦ୍ୱାର ଜୟ ବିଜୟ ଓ ବେହରଣ ଦ୍ୱାର ବନ୍ଦ ରହିଲା । ଦୂର ଦୂରାନ୍ତରୁ ହଜାର ହଜାର ଭକ୍ତ ସକାଳୁ ସକାଳୁ ଶ୍ରୀମନ୍ଦିର ପ୍ରବେଶ ପାଇଁ ଅପେକ୍ଷା କରିଥିଲେ ମଧ୍ୟ ଭିତରକୁ ପଶିପାରିଲେନି ।
ସେବାୟତଙ୍କୁ ବୁଝାଇ ମାମଲାର ସମାଧାନ ପାଇଁ ପୁରୀ ଜିଲ୍ଲାପାଳ ଓ ଏସପି ସେମାନଙ୍କ ସହ ଆଲୋଚନା କଲେ । ଦୋଷୀ ସୁରକ୍ଷାକର୍ମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଲେ । ମାତ୍ର ସେବାୟତମାନେ ଏହାକୁ ଶୁଣିଲେ ନାହିଁ । ନିଜ ଜିଦ୍ ରୁ ହଟିଲେ ନାହିଁ । ଭକ୍ତଙ୍କୁ ଶ୍ରୀମନ୍ଦିର ପୂରାଇ ଦେଲେନି କି ଶ୍ରୀଜୀଉଙ୍କୁ ଖାଇବାକୁ ଦେଲେନି । ସେପଟେ ଏହାକୁ ନେଇ ଭକ୍ତମାନେ ପ୍ରବଳ ଉତ୍ତେଜିତ ହୋଇପଡ଼ିଥିଲେ । ମଧ୍ୟାହ୍ନରେ କିଛି ଭକ୍ତ ଲୁହା ଗ୍ରୀଲ୍ ଭାଙ୍ଗି ଶ୍ରୀମନ୍ଦିର ଭିତରକୁ ଧସେଇ ପଶିଥିଲେ । ତେବେ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଉଦ୍ୟମ ପରେ ଦୀର୍ଘ ୧୨ ଘଣ୍ଟା ପରେ ଅପରାହ୍ନ ୪.୫୦ ମିନିଟ୍ ରେ ସ୍ଥିତି ସ୍ୱାଭାବିକକୁ ଫେରିଥିଲା । ସଂଧ୍ୟା ୫ଟାରେ ଯାଇ ଆରମ୍ଭ ହେଲା ଶ୍ରୀଜୀଉଙ୍କ ନୀତିକାନ୍ତି ଓ ମହାପ୍ରଭୁଙ୍କ ଦର୍ଶନ ।
ଶ୍ରୀମନ୍ଦିରରେ ଏହି ଚରମ ବିଶୃଙ୍ଖଳା ଆଜି କୋଟି କୋଟି ଭକ୍ତଙ୍କୁ ଆଘାତ ଦେଇଛି । ବିଭିନ୍ନ ମହଲରେ ଏହା ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଏଭଳି ଅଭାବନୀୟ କାଣ୍ଡ ଘଟାଇଥିବା ସେବାୟତମାନଙ୍କୁ ସମସ୍ତେ ଛିଛାକର କରିଥିବା ବେଳେ ସରକାରଙ୍କୁ ଛାଡ଼ିନାହାନ୍ତି । ବିଭିନ୍ନ ମହଲର କହିବାନୁଯାୟୀ, ଶ୍ରୀମନ୍ଦିରରେ ବାରମ୍ବାର ଏଭଳି ଘଟଣା ଘଟି ଚାଲିଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ହୋଇପାରୁନାହିଁ । ଏଥିପାଇଁ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତାକୁ ସେମାନେ ଦାୟୀ କରିଛନ୍ତି । ଆଜିର ଘଟଣା ପାଇଁ ରାଜ୍ୟ ସରକାର ଦାୟିତ୍ୱ ମୁଣ୍ଡାନ୍ତୁ ଏବଂ ସେବାୟତମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି ହୋଇଛି ।
ସୂଚନାଯୋଗ୍ୟ, ଆଜି ଦିନତମାମ ଶ୍ରୀମନ୍ଦିର ବନ୍ଦ ହୋଇ ମହାପ୍ରଭୁ ଉପାସ ରହିଥିଲେ ମଧ୍ୟ ପରିସ୍ଥିତି ଉପରେ ନଜର ରଖିଛୁ ବୋଲି ହାଲୁକା ପ୍ରତିକ୍ରିୟା ଦେଇଥିଲେ ଆଇନମନ୍ତ୍ରୀ ପ୍ରତାପ ଜେନା । ଜିଲ୍ଲା ପ୍ରଶାସନ ଭରସାରେ ଦାୟିତ୍ୱ ଛାଡ଼ିଥିଲେ ମନ୍ତ୍ରୀ । ପୁରୀ ଗଜପତି ଶ୍ରୀ ଦିବ୍ୟସିଂହ ଦେବ ଘଟଣାରେ ଉଦବେଗ ପ୍ରକାଶ କରି ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ । ମାମଲାର ସମାଧାନ ଦିଗରେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପ୍ରଥମରୁ ହାତ ଟେକିଦେଇଥିଲେ । ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଜଗନ୍ନାଥଙ୍କ ନାଁ ରେ ପାର ହେବାକୁ ଚାହିଁଥିଲେ । ଅବଶ୍ୟ ସରକାରଙ୍କ ଚାପ ପରେ ମୁଖ୍ୟ ପ୍ରଶାସକ କଠୋର ହୋଇଥିଲେ ଏବଂ ବିବାଦର ଅନ୍ତ ହୋଇଥିଲା ।
Previous Post

ବିଜେଡ଼ି ପାଇଁ ଅଡୁଆ ମହାରଥୀ

Next Post

ନେଲ୍‌ପଲିସ୍‌ ଲଗାଇଲେ ହୋଇପାରେ କ୍ୟାନସର୍‌ !

Next Post
ନେଲ୍‌ପଲିସ୍‌ ଲଗାଇଲେ ହୋଇପାରେ କ୍ୟାନସର୍‌ !

ନେଲ୍‌ପଲିସ୍‌ ଲଗାଇଲେ ହୋଇପାରେ କ୍ୟାନସର୍‌ !

Comments 1

  1. binayak rath says:
    8 years ago

    YEHA YEK DUKHA DAYAK GHATTANA.SEVAYAT NKA SEVA PRATI BITTASPRUHATTA SABU AGHATTAN PAIN DAYEE. SEVAYAT MANE SEVA PUJA CHHADI BIBHINNA SAMAY RE BADA THAKUR NKU BANDHAK RAKHUCHHANTI. BHAKTA ASUBIDHA RE PADU THILE MADHYA SEMANKANKR SETHIPRATI NAJAR NANHI(.) DHARMIK BHABANA,NITI KANTI RE MANYABAR ADALAT HASTAKHEP KARU NANHANTI? JAHA JOGU BIBHRAT SRUTI KARUTHIBA SEVAK NKA UPPARE KOUNSI ANKUSH LAGI PARU NANHI.
    YEBE SAMAY ASICHHHI NIMNA BISHAYA BICHAR KARIBA PAIN;
    A)JEHETU GAJAPATI MAHARAJA PRATHAM SEVAK, TENU GAJAPATI NKU NITI NIYAM SANKRANTA RE NISPATI NEBA PAIN SRI MANDIR AAIN KU SANSODHAN KARA JAI PARE YEBM GAKJA PATI MAHARAJA NKU CABINET MANTRI HISABA RE KHYAMATA HASTANTAR KARA JAI PARE.
    B)SEVAK NKA SAMASTHA ASUBIDHA DURA KARIBA PAIN (AAIN MUTABAK) YEBM DANDA BIDHAN KARIBA(CRIMINAL OFFENCE) BYATITA NISPATI NEBAR ADHIKAR GAJAPATI NKU DIA JAIPARE.DHARMA SANKRANTIYA KOUNSI NISPATI UPPARE KOUNSI APPEAL GRAHAN NA KARIBA YEBM GAJAPATI NISPATI CHUDANT BOLI AAIN RA SANSHODHAN KARA JAIPARE.
    C) YEHA HELE MANDIR RE SRUNKHALA ASIB YEBM BHAKTA HAIRAN HEBE NANHI.

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA