Wednesday, April 29, 2026 10:48 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସୌମ୍ୟଙ୍କ ବନ୍ଧୁକ ବିଜେଡ଼ି ଆଡେ!!

by Our Correspondent
04 Nov, 2019- 06:14 PM
in Latest News, News, Politics
1 min read
0
ସୌମ୍ୟଙ୍କ ବନ୍ଧୁକ ବିଜେଡ଼ି ଆଡେ!!

ଭୁବନେଶ୍ୱର: ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କର ରାଜନୈତିକ ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କେତେବେଳେ ବିଜେଡ଼ି ସରକାରକୁ ମୁଣ୍ଡରେ ବସାଇ ସାଉଁଳୁଛନ୍ତି ତ କେତେବେଳେ ହିଂସ୍ର ହୋଇ କାଳି ବୋଳୁଛନ୍ତି । ସରଳ ଭାଷାରେ ବୁଝିଲେ, ନିଜର ସ୍ୱାର୍ଥ କଥା ଆସିଲା ବେଳେ ନବୀନ ପଟ୍ଟନାୟକ ଓ ତାଙ୍କ ପ୍ରଶାସନ ଭଲ । ମୁହଁରୁ କୃତଜ୍ଞତା ବାହାରୁଛି । ଯେତେବେଳେ ସ୍ୱାର୍ଥ ବ୍ୟାଘାତ ହେଉଛି କିମ୍ବା ହେବାର ଆଶଙ୍କା ଅଛି, ନବୀନ ପଟ୍ଟନାୟକ ସେତେବେଳେ ଭିଲିଆନ୍ । ଠିକ୍ ଏଣ୍ଡୁଅ ଭଳି ଋତୁ ଦେଖି ରଙ୍ଗ ବଦଳୁଛି । ସୌମ୍ୟଙ୍କର ଏହା ନିରୋଳା ବ୍ଲାକମେଲିଂ ବୋଲି ରାଜନୈତିକ ମହଲ ବିବେଚନା କରୁଛନ୍ତି ।

ବିଜେଡ଼ିରେ ଶରଣ ପଶିବାର ୨୦ ମାସ ବିତିନି, ଦଳରୁ ସୌମ୍ୟଙ୍କ ମନ ଛାଡ଼ିବା ଆରମ୍ଭ କରିଛି । ତାଙ୍କର କାର୍ଯ୍ୟକଳାପରୁ ଏହି ବାତ୍ସ୍ନା ବାରିହେଉଛି । ଖବରକାଗଜ ଓ ଟିଭିକୁ ଆୟୁଧ କରି ରାଜନୀତି କରୁଥିବା ସୌମ୍ୟ ବାବୁ ମନ୍ତ୍ରୀ ପଦରୁ ବଞ୍ଚିତ ହୋଇଥିବାରୁ ବିଜେଡ଼ି ନେତୃତ୍ୱ ପ୍ରତି ଅସୂୟା ହୋଇପଡ଼ିଥିବା ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀଙ୍କୁ ପାନେ ଦେବା ପାଇଁ ସେ ସମସ୍ତ ବଳ ଖଟାଇଛନ୍ତି । ବିଜେଡ଼ିରୁ ତଡ଼ା ଖାଇଲା ପରେ ବୈଜୟନ୍ତ ପଣ୍ଡାଙ୍କ ଟିଭି ଯେଉଁ ଭୂମିକା ନେଇଛି, ମନ୍ତ୍ରୀ ପଦ ପାଇ ନ ଥିବା ସୌମ୍ୟ ତାଙ୍କ ଖବରକାଗଜ ଓ ଟିଭିକୁ ସେହି ଭୂମିକାକୁ ଆଣୁଛନ୍ତି । ନବୀନଙ୍କୁ ଡରେଇ ମନ୍ତ୍ରୀ ପଦ ହାସଲ କରିବା ତାଙ୍କର ଲକ୍ଷ୍ୟ । ସୁତରାଂ ନିର୍ବାଚନ ବେଳେ ବିଜେଡ଼ି ଓ ବିଜେଡ଼ି ସରକାରକୁ ପ୍ରଶଂସାରେ ପୋତୁଥିବା ସୌମ୍ୟ ବାବୁ ନିଜ ଛେପ ଢ଼ୋକିବା ଆରମ୍ଭ କରିଥିବା କୁହାଯାଉଛି ।
ବିଗତ ଦିନରେ ବିଜେଡ଼ି ଓ ନବୀନ ପଟ୍ଟନାୟକଙ୍କ ପ୍ରତି ସୌମ୍ୟଙ୍କର ଦୃଷ୍ଟିଭଙ୍ଗୀ ସମସ୍ତଙ୍କୁ ଜଣା । କ୍ଷମତା ହାସଲ ଲକ୍ଷ୍ୟରେ ବିଜେଡ଼ିରେ ଯୋଗଦେବା ପରେ ପୁରୁଣା ଦୃଷ୍ଟିଭଙ୍ଗୀ ବଦଳେଇଥିଲେ । ୫ ମାସ ତଳେ ସାଧାରଣ ନିର୍ବାଚନ ଦୃଶ୍ୟପଟରେ ନବୀନଙ୍କର ଭୀଷଣ ସ୍ତୁତିଗାନ କରିଥିଲେ ସୌମ୍ୟ । ନୂଆ ସରକାର ଗଠନ ଯାଏଁ ତାଙ୍କ ଆଖକୁ ସବୁ ଠିକ୍ ଦିଶୁଥିଲା । ମାତ୍ର ସେହି ସମୟ ବଦଳି ଯାଇଛି । ସମ୍ଭବତଃ ମନ୍ତ୍ରୀ ନ ହେବାର କଷ୍ଟ ତାଙ୍କୁ ବ୍ୟଥିତ କରିଛି । ରାଜ୍ୟ ସରକାରଙ୍କ ୫-ଟି, ‘ମୋ ସରକାର’ କାର୍ଯ୍ୟକାରିତାଠାରୁ ଆରମ୍ଭ କରି ସ୍ମିତାରାଣୀ ମୃତ୍ୟୁମାମଲା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସରକାରଙ୍କୁ ଘଣାରେ ପକାଇବା କାର୍ଯ୍ୟରେ ସୌମ୍ୟ ତାଙ୍କ କାଗଜକୁ ଲଗାଇଛନ୍ତି । ଯାହା ସାଧାରଣରେ କୌତୁହଳ ସୃଷ୍ଟି କରିଛି । ମନ୍ତ୍ରୀ ନ ହେବାରୁ କ’ଣ ଏତେ ରାଗ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି ।
ସୌମ୍ୟ ବାବୁଙ୍କର ବୌଦ୍ଧିକ ଜ୍ଞାନ, ଗାରିମା ଉପରେ ସମସ୍ତଙ୍କର ଯଥେଷ୍ଟ ସମ୍ମାନ ରହିଛି । ସାଙ୍ଗକୁ ତାଙ୍କର ରାଜନୈତିକ ଯାତ୍ରା ସମ୍ପର୍କରେ ଓଡ଼ିଶାବାସୀ ଭଲ ଭାବେ ଅବଗତ । ସେ କହୁଥିବା ନୀତି, ଆଦର୍ଶ ତାଙ୍କ ରାଜନୈତିକ ଜୀବନରେ କେତେ ପ୍ରାସଙ୍ଗିକତା ରଖେ ତାହା ବି ସମସ୍ତଙ୍କୁ ଜଣା । ବାରମ୍ବାର ରାଜନୈତିକ ବିଫଳତା, ଦଳବଦଳ ତାଙ୍କୁ ଦୁର୍ନାମରେ ପୋତିଥିବା ବେଳେ ବିଜେଡ଼ି ତାଙ୍କୁ ପୁର୍ନଜନ୍ମ ଦେଇଥିଲା । କୁହାଯାଏ, ବିଜେଡ଼ି ତାଙ୍କ ପାଇଁ ଆବଶ୍ୟକ ଥିବା ବେଳକୁ ବିଜେଡ଼ି ପାଇଁ ସେ ମଧ୍ୟ ଆବଶ୍ୟକ ଥିଲେ । କହିବା ବାହୁଲ୍ୟ ଯେ ନବୀନ ନିବାସରେ ସୌମ୍ୟଙ୍କ ପହଞ୍ଚିବାର ମାଧ୍ୟମ ଥିଲା ତାଙ୍କ ମିଡ଼ିଆ । ସମୟର ତାଳ ଦେଖି ମିଡ଼ିଆ ଅସ୍ତ୍ରର ସଫଳ ପ୍ରୟୋଗ କରିବାରେ ସେ ସମର୍ଥ ହୋଇଥିଲେ ।
ବର୍ଷ ବର୍ଷ ଧରି ନବୀନ ସରକାରଙ୍କ ଆତ୍ମାର ସଦଗତି କାମନା କରୁଥିବା ସୌମ୍ୟ ରାତାରାତି ତାଙ୍କ ଶରଣ ପଶି କୃତ୍ କୃତ୍ ହୋଇଥିଲେ । ବିଜେଡ଼ିରେ ଯୋଗଦେବାର ମାତ୍ର ୬ ଘଣ୍ଟା ନ ପୂରୁଣୁ ସେ ଦିଲ୍ଲୀ ଟିକେଟ ପାଇ ରାଜ୍ୟସଭା ସାଂସଦ ବନିଗଲେ । ଜିଲ୍ଲା ପର୍ଯ୍ୟବେକ୍ଷକ ଭଳି ସାଂଗଠନିକ ଦାୟିତ୍ୱ ବି ହାତେଇଲେ ।
ତେବେ ରାଜ୍ୟସଭାରେ ବର୍ଷେ ନ ପୁରୁଣୁ ମନ ତାଙ୍କର ବିଧାନସଭା ଧରିଲା । ଖଣ୍ଡପଡ଼ାରୁ ବିଧାନସଭା ଟିକେଟ ପାଇଁ ନବୀନ ନିବାସରେ ଅଧିଆ ପଡ଼ିଲେ । ମିଡ଼ିଆ ଅସ୍ତ୍ର ଦେଖାଇ ବ୍ଲାକ୍ ମେଲିଂ କରିଥିବା ବି ଶୁଣାଯାଏ । ଖୋଦ୍ ମୁଖ୍ୟମନ୍ତ୍ରୀ ତାଙ୍କ ଚାପରେ ଚାପି ହୋଇ ଟିକେଟ ଦେଲେ । ଆଉ ଟିକେଟ ପାଇଲା ପରେ ନବୀନଙ୍କ ସ୍ତୁତିଗାନରେ ନିଜ କାଗଜକୁ ସମର୍ପି ଦେଲେ । ବୋଧହୁଏ, ଏହି ସ୍ତୁତିଗାନକୁ ମନ୍ତ୍ରୀ ପଦର ପୁଞ୍ଜି କରିଥିଲେ । ତେଣୁ ବିଧାୟକ ନିର୍ବାଚିତ ହେବା ପରେ ସିଧା ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ସେ ଦାବିଦାର ବୋଲି ତାଙ୍କ ସମର୍ଥକମାନେ ପ୍ରଚାର କଲେ । ଉପମୁଖ୍ୟମନ୍ତ୍ରୀ ନହେଲା ନାଇଁ, ଗୁରୁତ୍ୱପୂର୍ଣ୍ଣ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ପଦ ପାଇଁ ତାଙ୍କର ଶେଷ ଇଚ୍ଛା ଥିବା ସମସ୍ତେ ଜାଣନ୍ତି । ସେଥିରେ ବିଫଳ ହେବା ପରେ ସୌମ୍ୟ ବିଚଳିତ ହୋଇପଡ଼ିଥିବା କୁହାଯାଉଛି ।
ଇତିମଧ୍ୟରେ ସୌମ୍ୟ ନିଜ କାଗଜକୁ ସମ୍ଭବତଃ ଛାୟା ବିରୋଧୀ ଦଳର ମାନ୍ୟତା ଦେଇଦେଲେଣି । ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ସେ ଏହି ବାଟ ଆପଣେଇଥିବା ବିଜେଡ଼ି ମହଲରେ ଚର୍ଚ୍ଚା ହେଉଛି । ବ୍ୟକ୍ତିଗତ ଅଭିଳାଷ ପୂରଣ ନ ହେଲା ଯାଏଁ ସରକାରଙ୍କୁ ଡରେଇବାର କୌଣସି ସୁଯୋଗ ହାତଛଡ଼ା କରିବେ ନାହିଁ । ଏହିକ୍ରମରେ ତାଙ୍କ କାଗଜକୁ ମିଳିଛି ହରିଦାସପୁର ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ଭଳି ନିହାତି ସମ୍ବେଦନଶୀଳ ପ୍ରସଙ୍ଗ । ବିରୋଧୀଙ୍କୁ ଉସକେଇ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରିବାକୁ ସୁଚିନ୍ତିତ ଯୋଜନା ହୋଇଥିବା ଦଳୀୟ ମହଲ ଅନୁଭବ କଲେଣି ।
ସୂଚନାଯୋଗ୍ୟ, ଦୁଇଦିନ ତଳେ ସୌମ୍ୟ ବାବୁ ତାଙ୍କ କାଗଜର ପ୍ରଥମପୃଷ୍ଠା ସମ୍ବାଦକୀୟ ସ୍ତମ୍ଭ ‘ଆମ ଘରର ହାଲଚାଲ୍’ ଲେଖିଥିଲେ । ଶୀର୍ଷକ ଥିଲା “ଏ କି ଏକତା” । ଆଦର୍ଶ ଥିଲେ ଏକତା ସୂତ୍ରରେ ବାନ୍ଧି ହୋଇପାରିବ । ଏହା ହିଁ ଥିଲା ସୌମ୍ୟ ବାବୁଙ୍କ ବାର୍ତ୍ତା । ମାତ୍ର ବାସ୍ତବରେ ସେ ନିଜେ କେତେ ଆଦର୍ଶବାଦୀ ଓ ଆଦର୍ଶକୁ ଏକତାର ମନ୍ତ୍ର କରିଛନ୍ତି ତାହା ପ୍ରଶ୍ନ ସୃଷ୍ଟି କରିଛି । ଓଲଟି ବ୍ୟକ୍ତିଗତ ସମୃଦ୍ଧିରେ ରାଜନୈତିକ ଛାତର ଆବଶ୍ୟକତା ଓ ଏହାକୁ ହାସଲ କରିବାର କଳାରେ ସୌମ୍ୟ ବାବୁ ମାହିର ବୋଲି ଚର୍ଚ୍ଚା ହୁଏ । ତାଙ୍କର ଆଦର୍ଶ କ’ଣ ତାହା ଏ ପର୍ଯ୍ୟନ୍ତ କେହି ବୁଝିନାହାନ୍ତି । ଅନ୍ୟପକ୍ଷରେ, ନିଜର ଅହଂକାର ସ୍ୱଭାବ ଓ ଅସ୍ଥିର ମନ ତାଙ୍କର ବଡ଼ ଶତ୍ରୁ ବୋଲି ସୌମ୍ୟଙ୍କ ସମର୍ଥକମାନେ ସ୍ୱୀକାର କରନ୍ତି ।
ମନ୍ତ୍ରୀ ପଦ ଉପରୁ ଆଖି ଛାଡୁ ନ ଥିବା ସୌମ୍ୟଙ୍କର ମିଡ଼ିଆ ଚାଲ୍ କୁ ମୁଖ୍ୟମନ୍ତ୍ରୀ କିଭଳି ନେଉଛନ୍ତି ତାହାକୁ ଅପେକ୍ଷା କରାଯାଇଥିବା ବେଳେ ସେ ବିଜେଡ଼ିର ନା ଖଣ୍ଡପଡ଼ାବାସୀଙ୍କର ନା ରାଜ୍ୟବାସୀଙ୍କର ନା ଆଉ କାହାର ତାକୁ ନେଇ ସମସ୍ତେ ଦ୍ୱନ୍ଦରେ ।
Previous Post

ଆଉ ୬ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଚାକିରି ଗଲା; ୨ ମାସରେ ୪୪ ଚାକିରିଆ ବରଖାସ୍ତ

Next Post

କାହା ବଳରେ ବଳିୟାନ୍? ୫-ଟିକୁ ଗିଳିଦେଲେ ଆୟୁଷ ନିର୍ଦ୍ଦେଶକ

Next Post
କାହା ବଳରେ ବଳିୟାନ୍? ୫-ଟିକୁ ଗିଳିଦେଲେ ଆୟୁଷ ନିର୍ଦ୍ଦେଶକ

କାହା ବଳରେ ବଳିୟାନ୍? ୫-ଟିକୁ ଗିଳିଦେଲେ ଆୟୁଷ ନିର୍ଦ୍ଦେଶକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA