Thursday, April 30, 2026 12:19 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କାହା ବଳରେ ବଳିୟାନ୍? ୫-ଟିକୁ ଗିଳିଦେଲେ ଆୟୁଷ ନିର୍ଦ୍ଦେଶକ

by Our Correspondent
05 Nov, 2019- 09:47 AM
in Latest News, News
1 min read
0
କାହା ବଳରେ ବଳିୟାନ୍? ୫-ଟିକୁ ଗିଳିଦେଲେ ଆୟୁଷ ନିର୍ଦ୍ଦେଶକ
ଭୁୁବନେଶ୍ୱର: ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ(ଆୟୁର୍ବେଦ)ର ଅବସରପ୍ରାପ୍ତ ଉପ ନିର୍ଦ୍ଦେଶକ ଡାକ୍ତର ନିଗମ ପ୍ରସାଦ ନାୟକ ପୁନଃ ନିଯୁକ୍ତି ସହ ନିକଟରେ ଆୟୁଷ କନସଲଟାଣ୍ଟ ଭାବେ ଅବସ୍ଥାପିତ ହୋଇଛନ୍ତି । ଆଶ୍ଚର୍ଯ୍ୟର କଥା, ଏହି ନିଯୁକ୍ତି ପଛରେ ସ୍ୱାସ୍ଥ୍ୟ ବିଭାଗର ସ୍ୱୀକୃତି ନାହିଁ । ଯାହାଙ୍କ ଦସ୍ତଖତ(ସ୍ୱାସ୍ଥ୍ୟ ସଚିବ)ରେ ଏହି ନିଯୁକ୍ତି ହେବା କଥା, ସିଏ ଏହା ଜାଣିନାହାନ୍ତି । ଆୟୁଷ ନିର୍ଦ୍ଦେଶକ ଡାକ୍ତର ଦିଲ୍ଲୀପ ଷଡ଼ଙ୍ଗୀ ନିଜ ମର୍ଜିରେ ଏହି ନିଯୁକ୍ତି ଦେଇଛନ୍ତି । ଅର୍ଥାତ କର୍ତ୍ତୃପକ୍ଷଙ୍କ ବିନା ଅନୁମତି ଏବଂ ମୋହରରେ ଡାକ୍ତର ନାୟକ ପୁନଃ ନିଯୁକ୍ତି ପାଇଛନ୍ତି ।
ରାଜ୍ୟ ସରକାରଙ୍କ ୫-ଟି ପୃଷ୍ଠଭୂମିରେ ଏଭଳି କାରସାଦି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଯାହା ଆୟୁଷ ନିର୍ଦ୍ଦେଶକଙ୍କ କ୍ଷେତ୍ରରେ ସମ୍ଭବ ହୋଇପାରିଛି । ବଡ଼କଥା ହେଲା, ଡାକ୍ତର ନିଗମ ନାୟକ ଜଣେ ଦୁର୍ନୀତିଖୋର ବ୍ୟକ୍ତି ବୋଲି ବହୁ ଅଭିଯୋଗ ରହିଛି । ଖୋଦ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ବିଭାଗୀୟ ସଚିବଙ୍କ ପାଖକୁ ତାଙ୍କ ବିରୋଧରେ ଲିଖିତ ଅଭିଯୋଗ ଆସିଛି । ମାତ୍ର କାର୍ଯ୍ୟାନୁଷ୍ଠାନ ଶୂନ ।
ଅଭିଯୋଗ ଅନୁଯାୟୀ, ଡାକ୍ତର ନାୟକ ଆୟୁର୍ବେଦ ଉପ ନିର୍ଦ୍ଦେଶକ ଥିବା ବେଳେ ସରକାରୀ କାମରୁ ମନ ଛଡ଼େଇ କେବଳ ବଦଳି ଓ ପୋଷ୍ଟିଂରେ ମନ ଦେଇଥିଲେ । ପଇସା ରୋଜଗାରର ଏହା ତାଙ୍କ ପାଇଁ ଥିଲା ସହଜ ଓ ସରଳ ବାଟ । ନିର୍ଦ୍ଦିଷ୍ଟ ଭାବେ ଡିଏଏମଓମାନଙ୍କୁ ବଦଳି ନ ହେବାର ପ୍ରଲୋଭନ ଦେଇ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥିଲେ । ବରିଷ୍ଠ ଏଏମଓଏସ୍ ଙ୍କୁ ଭାରପ୍ରାପ୍ତ ଡିଏଏମଓ ଭାବେ ନିଯୁକ୍ତି ଦେବାର ପ୍ରଲୋଭନ ଦେଇ ମୋଟା ଟଙ୍କା କମୋଉଥିଲେ । ଖାଲି ସେତିକି ନୁହେଁ, ଆୟୁଷ ନିର୍ଦ୍ଦେଶାଳୟର ବିଭିନ୍ନ ସାମଗ୍ରୀ କିଣାରେ ପ୍ରବଳ ମାତ୍ରାରେ କମିଶନ(ପିସି) ଆଦାୟ କରିଥିଲେ । ଏହିଭଳି ଭାବେ ତାଙ୍କ ପାଖରେ ପ୍ରବଳ ସ୍ଥାବର ଓ ଅସ୍ଥାବର ଆୟ ବର୍ହିଭୂତ ସମ୍ପତ୍ତି ଥିବା ଏହି ପିଟିସନ୍ ରେ ଉଲ୍ଲେଖ କରାଯାଇଛି ।
ଏହିଭଳି ଜଣେ ଦୁର୍ନୀତିଖୋର ଡାକ୍ତର ଚାକିରିରୁ ଅବସର ନେଲା ପରେ ପୁନଃ ନିଯୁକ୍ତି ପାଇବା ଏବଂ କର୍ତ୍ତୃପକ୍ଷଙ୍କ ଅଗୋଚରରେ ଆୟୁଷ କନସଲଟାଣ୍ଟ ଭାବେ ନିଯୁକ୍ତି ପାଇବା ସନେ୍ଦହ ଘେରକୁ ଆସିଛି । ସେଥିଯୋଗୁଁ ଅନେକ ଯୋଗ୍ୟ ପ୍ରାର୍ଥୀଙ୍କୁ ବଞ୍ଚିତ କରାଯାଇଥିବା ଅଭିଯୋଗ ହୋଇଛି ।
ସଙ୍ଗୀନ କଥା ହେଉଛି, ଅଭିଯୋଗକାରୀଙ୍କ ପିଟିସନ୍ ଅକ୍ଟୋବର ୧୪ ତାରିଖରେ ସ୍ୱାସ୍ଥ୍ୟ ସଚିବଙ୍କ ପାଖରେ ପହଞ୍ଚିବା ପରେ ସେ ଏହାକୁ ଗମ୍ଭୀରତାର ସହ ଗ୍ରହଣ କରିଥିଲେ । ଏହାର ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ତା’ ପରଦିନ ଲିଖିତ ନିର୍ଦ୍ଦେଶ ଦେଇଥିଲେ । ଯାହାର ଦସ୍ତାବିଜ୍ ‘ମିଡ଼ ଡ଼େ ଓଡ଼ିଶା’ ହାତରେ ଲାଗିଛି । ଇତିମଧ୍ୟରେ ୨୦ ଦିନ ଅତିକ୍ରାନ୍ତ ହୋଇସାରିଥିଲେ ମଧ୍ୟ ଆୟୁଷ ନିର୍ଦ୍ଦେଶକ ତଦନ୍ତର ନାଁ ଗନ୍ଧ ଧରିନାହାନ୍ତି । ସଚିବଙ୍କ ଆଦେଶକୁ ଅମାନ୍ୟ କରିବାକୁ ସାହାସ କରିଛନ୍ତି ।
ଖାଲି ଏହି ଗୋଟିଏ ଉଦାହରଣ ନୁହେଁ, ଆୟୁର୍ବେଦ ଡାକ୍ତର ନିଯୁକ୍ତି ଓ ବଦଳିରେ ଅନିୟମିତତା ନେଇ ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଛି । ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଧୀନସ୍ଥ ଛଚା ସରକାରୀ ଆୟୁର୍ବେଦିକ୍ ଡିସପେନସରିରେ ୧୯୮୯ ମସିହାରୁ ଏକାଦିକ୍ରମେ ଦୀର୍ଘ ୩୦ ବର୍ଷ ଧରି ଅବସ୍ଥାପିତ ଅଛନ୍ତି ଡାକ୍ତର ରଞ୍ଜନ କୁମାର ପାଢ଼ୀ । ମାତ୍ର ସେ କେବେ ହେଲେ ଡାକ୍ତରଖାନା ଯାଆନ୍ତି ନାହିଁ । ବରଂ ଉମରକୋଟରେ କ୍ଲିନିକ୍ ଖୋଲି ବେପାର କରୁଛନ୍ତି । ଗୋଟେ ପଟେ କ୍ଲିନିକ୍ ବେପାରରୁ ଟଙ୍କା ଆସୁଥିବା ବେଳେ ସେପଟେ ବିନା ବାଧା, ବିଘ୍ନ ଓ କାର୍ଯ୍ୟରେ ଶୂନ୍ୟରୁ ମାସିକିଆ ସରକାରୀ ଦରମା ପକେଟକୁ ଆସୁଛି ।
ଆହୁରି ଆଶ୍ଚର୍ଯ୍ୟର କଥା, ୩୦ ବର୍ଷ ଧରି ଗୋଟିଏ ଜାଗାରେ ଅବସ୍ଥାପିତ ଏହି ଡାକ୍ତର ବାବୁ ରୋଗୀସେବାରୁ ଦୂରେଇ ବିଭିନ୍ନ ଦୁର୍ନୀତି କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ତାଙ୍କୁ ଦଣ୍ଡ ପରିବର୍ତ୍ତେ ପୁରସ୍କୃତ କରାଯାଇଛି । ମାଲକାନଗିରି, ନବରଙ୍ଗପୁର, କୋରାପୁଟ ଏବଂ ରାୟଗଡ଼ା ଜିଲ୍ଲାକୁ ନେଇ ଗଠିତ ରାୟଗଡ଼ା ସର୍କଲର ଡିଏଏମଓ ଦାୟିତ୍ୱ ପାଇଛନ୍ତି ଡାକ୍ତର ପାଢ଼ୀ । ତାହା ପୁଣି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅଗୋଚରରେ ।
ଏ ସଂକ୍ରାନ୍ତରେ ଗତ ଅକ୍ଟୋବର ୪ ତାରିଖରେ ସ୍ୱାସ୍ଥ୍ୟ ସଚିବଙ୍କ ପାଖକୁ ଅଭିଯୋଗ ଆସିବା ପରେ ବିଭାଗ ପକ୍ଷରୁ ଏହାର ତଦନ୍ତ ନିଦେ୍ର୍ଦଶ ଦିଆଯାଇଛି । ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ସେଥିରେ କୁହାଯାଇଛି । ମାତ୍ର ତାହା ବି ପବନରେ ଉଡ଼ିଗଲାଣି । ବିଭାଗର ଆଦେଶକୁ ଫୁ କରିଛନ୍ତି ଆୟୁଷ ନିର୍ଦ୍ଦେଶକ ।
ସଚିବଙ୍କ ଆଦେଶକୁ ବାରମ୍ବାର ବେଖାତିର କରି ସରକାରୀ ନୀତି ନିୟମକୁ ମୋଡ଼ି ଚାଲିଥିବା ଆୟୁଷ ନିର୍ଦ୍ଦେଶକ ଡାକ୍ତର ଦିଲ୍ଲୀପ ଷଡ଼ଙ୍ଗୀ କିଏ ଏବଂ ଏତେ ପ୍ରଭାବଶାଳୀ କେମିତି ବୋଲି ସ୍ୱାସ୍ଥ୍ୟ ବିଭାଗରେ ଜୋରଦାର ଚର୍ଚ୍ଚା । କୁହାଯାଉଛି, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସେ ଖାସ୍ ଲୋକ । ଯେଉଁଥିପାଇଁ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଏବଂ ଆୟୁଷ ନିର୍ଦ୍ଦେଶକ ଭଳି ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦବୀ ପୁରସ୍କାର ଆକାରରେ ପାଇଛନ୍ତି । ମନ୍ତ୍ରୀଙ୍କ ଆର୍ଶିବାଦରେ ସେ କୁଆଡ଼େ ଭାରି ବଳିୟାନ୍ ।
ଗତ ଜୁଲାଇ ୧୨ ତାରିଖରେ ସେ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ପଦରେ ଯୋଗଦେବା ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ହସ୍ପିଟାଲ୍ ରେ ସିଡ଼ିଏମଓ ଥିଲେ । ସେଠାରେ ତାଙ୍କର ପ୍ରାୟ ଦୁଇବର୍ଷ କାର୍ଯ୍ୟକାଳ ଭିତରେ ଡାକ୍ତରଖାନାରେ ବିଭିନ୍ନ ଅନିୟମିତତାର ପୁଳା ପୁଳା ଅଭିଯୋଗ ଥିଲା । ଯାହାକୁ ରୋକିବାରେ ବିଫଳ ହୋଇଥିଲେ ତାଙ୍କର ଉତ୍ତରାଧିକାରୀ ଡାକ୍ତର ପଙ୍କଜ ପଟେଲ । ୫-ଟି ସଚିବଙ୍କ ହାବୁଡ଼ରେ ପଡ଼ିବା ପରେ ତାଙ୍କର ପଦବୀ ଚାଲିଗଲା ।
ତେବେ ଏହି ମାମଲାରେ ସରକାର ଆଗକୁ କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ଦେଖିବାର କଥା ।
Previous Post

ସୌମ୍ୟଙ୍କ ବନ୍ଧୁକ ବିଜେଡ଼ି ଆଡେ!!

Next Post

ଭୋର୍ ୫ ଟା ପୂର୍ବରୁ ଏସସିବି ଯାଇ ଛାନଭିନ୍ କଲେ ପାଣ୍ଡିଆନ୍

Next Post
ଭୋର୍ ୫ ଟା ପୂର୍ବରୁ ଏସସିବି ଯାଇ ଛାନଭିନ୍ କଲେ ପାଣ୍ଡିଆନ୍

ଭୋର୍ ୫ ଟା ପୂର୍ବରୁ ଏସସିବି ଯାଇ ଛାନଭିନ୍ କଲେ ପାଣ୍ଡିଆନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA