Thursday, July 2, 2026 10:10 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଭୋର୍ ୫ ଟା ପୂର୍ବରୁ ଏସସିବି ଯାଇ ଛାନଭିନ୍ କଲେ ପାଣ୍ଡିଆନ୍

by Our Correspondent
06 Nov, 2019- 12:44 PM
in Latest News, News
1 min read
0
ଭୋର୍ ୫ ଟା ପୂର୍ବରୁ ଏସସିବି ଯାଇ ଛାନଭିନ୍ କଲେ ପାଣ୍ଡିଆନ୍
ଭୁବନେଶ୍ୱର: କାହାରି ପାଖରେ କୌଣସି ସୂଚନା ନ ଥିଲା । ସମସ୍ତଙ୍କୁ ଚକମା ଦେଇ ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍ ଅଚାନକ ଯାଇ ପହଞ୍ଚିଲେ କଟକ ବଡ଼ ମେଡ଼ିକାଲ(ଏସସିବି)ରେ । ତାହାପୁଣି ଭୋର ୫ଟା ପୂର୍ବରୁ । ସାଙ୍ଗରେ ଥିଲେ ସ୍ୱାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ ମେହେର୍ଦ୍ଦା, ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ପୂର୍ତ୍ତ ସଚିବ ଡ. କ୍ରିଷନ୍ କୁମାରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ । ଏସସିବି ଅଧିକାରୀମାନେ ଏହି ଖବର ପାଇ ଆସିବା ବେଳକୁ ପାଣ୍ଡିଆନ୍ ଓ ତାଙ୍କ ଟିମ୍ ବିଭିନ୍ନ ୱାର୍ଡ ବୁଲି ରୋଗୀସେବା ଅନୁଧ୍ୟାନ କରୁଥିଲେ । ବଡ଼ ଡାକ୍ତରଖାନାର ବିଭିନ୍ନ ସୁବିଧା ଅସୁବିଧା ଛାନଭିନ୍ କରିଥିଲେ ।
ରାତି ପାହିବା ପୂର୍ବରୁ ଆଜି ପାଣ୍ଡିଆନ୍ ଙ୍କ ଏସସିବି ଅଚାନକ ଗସ୍ତ ଚର୍ଚ୍ଚାର ବିଷୟ ହୋଇଛି । ତାଙ୍କର ଏଭଳି ଅଭିଯାନକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । କେତେବେଳେ କେଉଁ ଡାକ୍ତରଖାନାରେ ସେ ପହଞ୍ଚିବେ ତାହା ଅନୁମାନ ବାହାରକୁ ଚାଲିଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ୫-ଟି ଆଧାରରେ ରାଜ୍ୟର ବିଭିନ୍ନ ଡାକ୍ତରଖାନା ବୁଲି ରୋଗୀସେବା ଅନୁଧ୍ୟାନ କରୁଥିବା ୫-ଟି ସଚିବ ପାଣ୍ଡିଆନ୍ ବଡ଼ି ଭୋରୁ ଭୋରୁ ଅଚାନକ ଏସସିବିରେ ଆସି ପହଞ୍ଚିଯିବେ ବୋଲି କର୍ତ୍ତୃପକ୍ଷ ସୁରାକ୍ ବି ପାଇ ନ ଥିଲେ । ନିଜ ଟିମ୍ ସହ ପାଣ୍ଡିଆନ୍ ସିଧା ଆସି ମେଣ୍ଟାଲ୍ ୱାର୍ଡ ଓ ଟିଭି ୱାର୍ଡ ବୁଲିଥିଲେ ଏବଂ ସ୍ୱାସ୍ଥ୍ୟସେବା ବିଷୟରେ ଦାୟିତ୍ୱରେ ଥିବା ଡାକ୍ତର, ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନଙ୍କଠାରୁ ପଚାରି ବୁଝିଥିଲେ । ମେଡ଼ିକାଲ୍ ବିଲଡିଂ ଏବଂ ଖେଳ ପଡ଼ିଆ ବୁଲି ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ । ଭିତ୍ତିଭୂମିର ଅଧିକ ଉନ୍ନତି ପାଇଁ କ’ଣ ଆବଶ୍ୟକ ସେ ସମ୍ପର୍କରେ ପୂର୍ତ୍ତ ସଚିବଙ୍କ ସହ ସ୍ପଟ୍ ରେ ହିଁ ଆଲୋଚନା କରିଥିଲେ । ପ୍ରାୟ ଦୁଇ ଘଣ୍ଟାର ରହଣି ପରେ ଏକ ବ୍ଲୁ ପ୍ରିଣ୍ଟ ସହ ସକାଳ ପ୍ରାୟ ୬.୪୫ ମିନିଟ୍ ରେ ଏସସିବି ଛାଡ଼ିଥିଲେ ପାଣ୍ଡିଆନ୍ ।
ତେବେ ଖାଲି ଅନୁଧ୍ୟାନ ଓ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତିରେ କାମ ସାରିନାହାନ୍ତି ପାଣ୍ଡିଆନ୍ । ଏସସିବିର ବିକାଶ ଏବଂ ରୋଗୀ କଲ୍ୟାଣ ପାଇଁ ତ୍ୱରିତ ବେଗରେ ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସୁପାରିଶ କରିଛନ୍ତି । ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟା ୬.୩୦ ମିନିଟ୍ ରେ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ଏସସିବିର ବିଭିନ୍ନ ବିଭାଗର ମୁଖ୍ୟ, ଛାତ୍ରଛାତ୍ରୀ, ପ୍ରଶାସନିକ କର୍ତ୍ତୃପକ୍ଷଙ୍କୁ ଏହି ବୈଠକକୁ ଡକାଯାଇଛି । ସମସ୍ତଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ବଡ଼ ପ୍ୟାକେଜ୍ ଘୋଷଣା କରିବେ ବୋଲି ଅନୁମାନ କରାଯାଉଛି ।
Previous Post

କାହା ବଳରେ ବଳିୟାନ୍? ୫-ଟିକୁ ଗିଳିଦେଲେ ଆୟୁଷ ନିର୍ଦ୍ଦେଶକ

Next Post

ଏସସିବି ପାଇଁ ହଜାର କୋଟି; ଏମସ୍ ପ୍ଲସ୍ ଅନୁଷ୍ଠାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

Next Post
ଏସସିବି ପାଇଁ ହଜାର କୋଟି; ଏମସ୍ ପ୍ଲସ୍ ଅନୁଷ୍ଠାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଏସସିବି ପାଇଁ ହଜାର କୋଟି; ଏମସ୍ ପ୍ଲସ୍ ଅନୁଷ୍ଠାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA