Monday, May 25, 2026 08:20 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସ୍ୱାଧିକାର କମିଟିରୁ କେଭିଙ୍କ ଇସ୍ତଫା: ଚାପ ନା ଆଉ କିଛି?

by Our Correspondent
30 Jan, 2019- 04:51 PM
in Latest News, News
1 min read
0
ସ୍ୱାଧିକାର କମିଟିରୁ କେଭିଙ୍କ ଇସ୍ତଫା: ଚାପ ନା ଆଉ କିଛି?
ଭୁବନେଶ୍ୱର: ବିଧାନସଭା ସ୍ୱାଧିକାର କମିଟିରୁ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଆଜି ଇସ୍ତଫା ଦେଇଛନ୍ତି । ଓଟିଭି ପରିଚାଳନା ନିର୍ଦ୍ଦେଶିକା ଜାଗିମଙ୍ଗତ ପଣ୍ଡାଙ୍କୁ କମିଟି ଜେରା କରିଥିବାରୁ ତାହାର ପ୍ରତିବାଦରେ ଇସ୍ତଫା ଦେଇଛନ୍ତି । ଗତ ୨୧ ତାରିଖରେ ସ୍ୱାଧିକାର କମିଟି ଜାଗିଙ୍କୁ ସମନ୍ ପଠେଇଥିଲା । ୨୮ ରେ କମିଟି ପାଖରେ ତାଙ୍କୁ ହାଜର ହେବାକୁ କୁହାଯାଇଥିଲା । ମାତ୍ର କମିଟିର ସଦସ୍ୟ ଥିବା କେଭି ଏହାର ପ୍ରତିବାଦ କରି ନ ଥିଲେ । ୨୮ ତାରିଖରେ କମିଟି ଆଗରେ ଜାଗି ହାଜର ହୋଇ ଫେରିଲା ପରେ ଗଣମାଧ୍ୟମ ଆଗରେ ନିଜର କ୍ଷୋଭ ଜଣାଇଥିଲେ । ମାତ୍ର କେଭିଙ୍କୁ ତାହା କଷ୍ଟ ଦେଲା ନାହିଁ । ସେଦିନ ବି ପ୍ରତିବାଦ କଲେନି । ୧୦ ଦିନ ପରେ ଯାଇ କେଭିଙ୍କ ମନରେ କଷ୍ଟ ଆସିଛି । ମର୍ମାହତ ହୋଇ ଇସ୍ତଫା ଦେଇଛନ୍ତି ।

କେଭିଙ୍କ କହିବାକଥା, ଓଟିଭି ବିରୋଧରେ ସ୍ୱାଧିକାର ଭଙ୍ଗ ଅଭିଯୋଗ ଆଣିଥିଲେ କଂଗ୍ରେସ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି । ସେ କିନ୍ତୁ ଜାଗିଙ୍କୁ ସମନ୍ କରିବାକୁ କହି ନ ଥିଲେ । ଏଭଳି କ୍ଷେତ୍ରରେ ସାଧାରଣତଃ ସମ୍ପାଦକ ଏବଂ ରିପୋର୍ଟରଙ୍କୁ ସମନ କରିବା କଥା । ମାତ୍ର ତାହା କରା ନ ଯାଇ ସଂସ୍ଥାର ପରିଚାଳନା ନିର୍ଦ୍ଦେଶିକା ଜାଗିମଙ୍ଗତ ପଣ୍ଡାଙ୍କୁ ଡକାଯାଇଥିଲା । ଜାଗିମଙ୍ଗତ ପଣ୍ଡା ରାଜ୍ୟର ଜଣେ ଜଣାଶୁଣା ମହିଳା ଶିଳ୍ପୋଦ୍ୟୋଗୀ । ଏମିତି ସର୍ବସାଧାରଣରେ ହଇରାଣ କରାଯିବା ମହିଳା ବିରୋଧୀ । ସ୍ୱାଧିକାର କମିଟି ଅଧ୍ୟକ୍ଷଙ୍କ ଏଭଳି କାରବାର ପଛରେ ରାଜନୈତିକ ଗନ୍ଧ ବାରି ହେଉଛି । ରାଜନୈତିକ କାରଣରୁ ଜାଗିଙ୍କୁ ସମନ୍ କରାଯାଇଥିବା ସ୍ପଷ୍ଟ ହେଉଛି । ବାଚସ୍ପତି ପ୍ରଦୀପ ଅମାତ୍ ଙ୍କୁ ଦେଇଥିବା ଇସ୍ତଫାପତ୍ରରେ କେଭି ଏହା ଲେଖିଛନ୍ତି ।
ଜାଗିମଙ୍ଗତ ପଣ୍ଡା ରାଜ୍ୟର ଜଣେ ସମ୍ମାନସ୍ପଦା ମହିଳା ଓ ଜଣାଶୁଣା ଶିଳ୍ପୋଦ୍ୟାଗୀ । ଏକଥା ସମସ୍ତେ ଜାଣନ୍ତି । ଓଟିଭି ପରିଚାଳନା ନିର୍ଦ୍ଦେଶିକା ଭାବେ ତାଙ୍କୁ ସ୍ୱାଧିକାର କମିଟିକୁ ସମନ୍ କରାଯାଇଥିବା ବି ସମସ୍ତେ ଜାଣନ୍ତି । ତେବେ ଏକଥା ଅଭିଜ୍ଞ ରାଜନେତା ବୁଝିବାରେ ଏତେ ଡେରି କଲେ କାହିଁକି ବୋଲି ସାଧାରଣରେ ପ୍ରଶ୍ନ ହେଉଛି । କେଭି ଆଜି ଯାହା ବୁଝିଲେ ୨୧ ତାରିଖ ଜାଗିଙ୍କୁ ସମନ୍ ଜାରି ଦିନ ବୁଝିପାରିଲେନି କାହିଁକି? ୨୮ ତାରିଖରେ ଜାଗି କମିଟି ଆଗରେ ହାଜର ହୋଇଥିଲେ ମାତ୍ର କେଭି ତାହାର ପ୍ରତିବାଦ କଲେ ନାହିଁ କାହିଁକି? କମିଟି ଆଗରୁ ବାହାରି ଗଣମାଧ୍ୟମରେ ଜାଗି ନିଜର ଦୁଃଖ ଜଣାଇଥିଲେ । ଜଣେ ମହିଳା ଉଦ୍ୟୋଗୀ ଭାବେ ତାଙ୍କୁ ପ୍ରବଳ ହଇରାଣ କରାଯାଉଛି ବୋଲି କହିଥିଲେ । ସେଦିନ ସଂଧ୍ୟାରେ ଜାଗିଙ୍କ ବୟାନ ଟିଭିରୁ କି ସୋସିଆଲ୍ ମିଡ଼ିଆରୁ କେଭି ଶୁଣିଥିବେ । ତୁରନ୍ତ ଇସ୍ତଫା ଦେଲେନି କାହିଁକି?
ସୂଚନାଥାଉକି, ଗତ ନଭେମ୍ବର ୨୦ ତାରିଖ ବିଧାନସଭାରେ ଓଟିଭି ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଦେଇଥିଲେ ତାରା ବାହିନୀପତି । ପରବର୍ତ୍ତୀ ସମୟରେ ଓଟିଭିରେ ବସି ଏହି ନୋଟିସ୍ ପଛର କାହାଣୀ ଗପିଥିଲେ । ତାରା କହିଥିଲେ, ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଧାନସଭା କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକରେ ଆଲୋଚନା ହୋଇ ଓଟିଭି ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିବାକୁ ନିଷ୍ପତ୍ତି ହୋଇଥିଲା । ସେହି ବୈଠକରେ ନରସିଂହ ମିଶ୍ର, କନକ ବର୍ଦ୍ଧନ ସିଂହଦେଓ ପ୍ରଭୃତି ଉପସ୍ଥିତ ଥିଲେ । ବିଧାନସଭା ସମ୍ପର୍କରେ ଓଟିଭି ଯେଉଁ ଖବର କରିଛି ତାହା ଗୃହର ମର୍ଯ୍ୟାଦାହାନି କରୁଛି ବୋଲି ସମସ୍ତଙ୍କର ଅନୁଭବ ହୋଇଥିଲା ।
Previous Post

ଲକ୍ଷ୍ମୀଦତ୍ତ ମର୍ଡର କେସ୍: ଗୋଲକ ଓ ଭୃଗୁଙ୍କୁ ପୁଲିସ ନୋଟିସ୍

Next Post

ମୟୁରଭଞ୍ଜରେ ନବୀନଙ୍କ ମହିଳା ଶକ୍ତି ପ୍ରଦର୍ଶନ

Next Post
ମୟୁରଭଞ୍ଜରେ ନବୀନଙ୍କ ମହିଳା ଶକ୍ତି ପ୍ରଦର୍ଶନ

ମୟୁରଭଞ୍ଜରେ ନବୀନଙ୍କ ମହିଳା ଶକ୍ତି ପ୍ରଦର୍ଶନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA