ଭୁବନେଶ୍ୱର: ବିଶ୍ୱକପ୍ ହକିର ଉଦଘାଟନୀ ଉତ୍ସବ ଆସନ୍ତାକାଲି(୨୭ ତାରିଖ) । ଏଥିପାଇଁ ସମଗ୍ର ରାଜ୍ୟ ହକିମୁଖର ହୋଇଯାଇଛି । କଳିଙ୍ଗ ଷ୍ଟାଡିୟମ୍ ରେ ଉଦଘାଟନୀ ପର୍ବର ମଜା ନେବା ପାଇଁ ଆସନ୍ତାକାଲି ଭୁବନେଶ୍ୱରର ସମସ୍ତ ଶିକ୍ଷାନୁଷ୍ଠାନକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ରାଜ୍ୟର ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଅପରାହ୍ନ ୧.୩୦ରୁ ବନ୍ଦ ରହିବ । ସେହିଭଳି ଭୁବନେଶ୍ୱର ସମେତ ସାରା ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟଗୁଡ଼ିକ ୨୭ ତାରିଖ ଦିନ ଅପରାହ୍ନ ୧.୩୦ରୁ ବନ୍ଦ ରହିବ । ନଭେମ୍ବର ୨୮ ବୁଧବାର ଦିନ କଟକର ବାରବାଟୀ ଷ୍ଟାଡିୟମ୍ ରେ ଉଦଘାଟନୀ ଉତ୍ସବ ହେଉଥିବାରୁ କଟକର ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ଅପରାହ୍ନ ୧.୩୦ରୁ ବନ୍ଦ ରହିବ । ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏହି ଘୋଷଣା ପ୍ରକାଶ ପାଇଛି ।