Wednesday, April 29, 2026 09:07 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ହାଇଦ୍ରାବାଦ, ଉନ୍ନାଓ ଘଟଣା ଚେତାଇବ ତ?

by Our Correspondent
08 Dec, 2019- 10:04 PM
in Latest News, National, News
1 min read
0
ହାଇଦ୍ରାବାଦ, ଉନ୍ନାଓ ଘଟଣା ଚେତାଇବ ତ?
ଭୁବନେଶ୍ୱର: ବର୍ଷକ ତଳେ ଗଣଦୁଷ୍କର୍ମର ଶିକାର ହୋଇଥିବା ଉତ୍ତରପ୍ରଦେଶ ଉନ୍ନାଓର ଯୁବତୀ ଆଖି ବୁଜିଦେଲେ । ସୈତାନ୍ ମାନେ ତାଙ୍କୁ ଜିଅନ୍ତା ଜାଳି ହତ୍ୟା କରିବାରେ ସଫଳ ହେଲେ । ଶୁକ୍ରବାର ରାତିରେ ଏହି ପୀଡ଼ିତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା ।
ହାଇଦ୍ରାବାଦରେ ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କୁ ଗଣଦୁଷ୍କର୍ମ କରି ଜୀଅନ୍ତା ଜାଳିଦେବା ଘଟଣା ଦେଶକୁ ଥରହର କରୁଥିବା ବେଳେ ଉନ୍ନାଓରେ ଏହି ଜଘନ୍ୟ କାଣ୍ଡ ଘଟିଲା । ଏହା ନିରାଟ ସତ ଯେ ଦୁବୃର୍ତ୍ତ ଙ୍କୁ ତୁରନ୍ତ ଦଣ୍ଡ ମିଳିଥିଲେ ଆଜି ପୀଡ଼ିତାଙ୍କୁ ଜୀଅନ୍ତା ଜାଳିବାକୁ ନ ଥାଆନ୍ତା । ପୁଲିସର ଆକ୍ସନ୍ ଅନ ସ୍ପଟ୍ କିମ୍ବା ତ୍ୱରିତ ବିଚାର ଦ୍ୱାରା ଦଣ୍ଡବିଧାନ ହେଉଥିଲେ ହାଇଦ୍ରବାଦ କି ଉନ୍ନାଓର ସେହି ନିରୀହ ଯୁବତୀଙ୍କ ଇଜ୍ଜତ ଓ ଜୀବନ ସୈତାନଙ୍କ ହାତରେ ଯାଇ ନ ଥାଆନ୍ତା । ଦେଶରେ ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ଏକାଧିକ ନାବାଳିକା, ମହିଳା ଦୁଷ୍କର୍ମର ଶିକାର ହୁଅନ୍ତେନି ।
ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ସ୍ୱତନ୍ତ୍ର ଆଇନ ବ୍ୟବସ୍ଥା ଭାରତୀୟ ପିଙ୍ଗଳ କୋଡ୍ ରହିଛି । ବିଚାର ଓ ଦଣ୍ଡବିଧାନର ନିର୍ଣ୍ଣୟ ପାଇଁ କୋର୍ଟ କଚେରୀ ଅଛି । ସୁତରାଂ ଆଇନକୁ ଆଇନର ବାଟରେ ଯିବାକୁ ଦେବା କଥା । ନଚେତ୍ ଦେଶରେ ଅରାଜକତା ବ୍ୟାପିବ । ଏସଟ୍ରା ଜୁଡ଼ିସିଆଲ୍ କିଲିଂସ୍ ବଢ଼ିଚାଲିବ । କିଛି ବୁଦ୍ଧିଜୀବୀ ଏବଂ ମାନବାଧିକାରୀ କର୍ମୀ ଏହି ଯୁକ୍ତି ବାଢ଼ୁଛନ୍ତି । ହାଇଦ୍ରାବାଦର ୪ ସୈତାନଙ୍କୁ ପୁଲିସ ଏନକାଉଣ୍ଟ ସେମାନଙ୍କୁ ବିଚଳିତ କରୁଛି । ତେବେ ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ଯେଉଁ ନିରୀହ ଯୁବତୀଟି ତିଳ ତିଳ କରି ମରୁଛି, ନ୍ୟାୟ ପାଉନି ତାହାର ସମାଧାନ କ’ଣ? ନିର୍ଭୟା ମାମଲା ୭ ବର୍ଷ ବିତିଯାଇଥିଲେ ବି ଦୋଷୀଙ୍କୁ କାହିଁକି ଦଣ୍ଡ ମିଳୁନି । ଏହାର ସମାଧାନର ରାସ୍ତା କ’ଣ? ଆଇନର ଦ୍ୱାହି ଦେଇ ଶହ ଶହ ନାରୀଙ୍କ ଇଜ୍ଜତ ଓ ଜୀବନ ଲୁଟ୍ କୁ କେତେଦିନ ସହିଚାଲିବା?
୨୦୧୨ ଡିସେମ୍ବର ୧୬ରେ ଦିଲ୍ଲୀର ଡାକ୍ତରୀ ଛାତ୍ରୀ ନିର୍ଭୟା ବର୍ବର କାଣ୍ଡ ଦେଶବାସୀଙ୍କ ଛାତି ଥରାଇ ଦେଇଥିଲା । ଦେଶର ଆଇନ ଓ ବିଚାର ବ୍ୟବସ୍ଥା ଉପରେ ଲୋକଙ୍କ ଆକ୍ରୋଶ ବଢ଼ିଲା । ଫଳରେ, ମହିଳା ସମ୍ପର୍କିତ ସଙ୍ଗୀନ ଅପରାଧକଗୁଡ଼ିକର ମୁକାବିଲା ତଥା ବିଚାର ବ୍ୟବସ୍ଥାରେ ଉନ୍ନତି ଆଣି ଦୋଷୀଙ୍କୁ ତୁରନ୍ତ ଦଣ୍ଡବିଧାନ ପାଇଁ ବାଟ ଖୋଜାଗଲା । ଡିସେମ୍ବର ୨୩ ରେ ସୁପ୍ରିମକୋର୍ଟର ତକ୍ରାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଜେ.ଏସ୍.ବର୍ମାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହେଲା । ସଦସ୍ୟ ରହିଲେ ଜଷ୍ଟିସ୍ ଲିଲା ସେଠ୍ ଏବଂ ଜଷ୍ଟିସ୍ ଗୋପାଳ ସୁବ୍ରମଣ୍ୟମ୍ ।
ବର୍ମା କମିଟି ତାଙ୍କ ରିପୋର୍ଟରେ କହିଥିଲେ ଯେ ଆସାମୀକୁ ମୃତ୍ୟୁଦଣ୍ଡ ଖରାପ ନୁହେଁ କି ସମାଧାନର ବାଟ ନୁହେଁ । ତେବେ ଅପରାଧର ତ୍ୱରିତ ବିଚାର ସହ ନ୍ୟାୟ ପ୍ରଦାନ ପାଇଁ ଅପରାଧିକ ଆଇନରେ ସଂଶୋଧନ ଏବଂ କଠୋର ଦଣ୍ଡବିଧାନର ଗୁଡ଼ାଏ ପ୍ରସ୍ତାବ ଦିଆଯାଇଥିଲା ।
ଇତିମଧ୍ୟରେ ୭ ବର୍ଷ ବିତିଯାଇଥିଲେ ବି ଉକ୍ତ ରିପୋର୍ଟ କାର୍ଯ୍ୟକାରୀ ହୋଇଛି ନା ନାହିଁ, ଯଦି ହୋଇଛି କ’ଣ ହୋଇଛି କେହି ଜାଣନ୍ତିନି । ଯେଉଁ ମାମଲା ପରିପ୍ରେକ୍ଷୀରେ ଏଭଳି କମିଟିର ଲୋଡା ପଡ଼ିଥିଲା, ସେହି ନିର୍ଭୟାଙ୍କ ଆତ୍ମାକୁ ଏଯାଏଁ ନ୍ୟାୟ ମିଳିପାରିଲା ନାହିଁ । ଫାଷ୍ଟଟ୍ରାକ୍ ବିଚାର ହୋଇଥିଲେ ମଧ୍ୟ ଫାଷ୍ଟଟ୍ରାକ୍ ଦଣ୍ଡ ଆସିପାରିନାହିଁ । ଆଇନର ପେଞ୍ଚ ଭିତରେ ଘୁରୂଛି ବିଚାର ବ୍ୟବସ୍ଥା ।
ଏପଟେ ତମାମ ଦେଶରେ ମହିଳାଙ୍କ ବିରୋଧରେ ହିଂସା ଦିନକୁ ଦିନ ବଢ଼ିଚାଲିଛି । କାଠୁଆ, ଶାହାଜାନପୁର, ହାଇଦ୍ରାବାଦ, ଉନ୍ନାଓ ଭଳି ଅମାନୁଷିକ ବର୍ବର କାଣ୍ଡ ଘଟି ଚାଲିଛି । ୟୁପି, ବିହାର କି ପଶ୍ଚିମବଙ୍ଗ କଥା ଛାଡ଼ନ୍ତୁ, ଅପେକ୍ଷାକୃତ ଶାନ୍ତିପ୍ରିୟ ଆମ ଓଡ଼ିଶାରେ ମହିଳା ଦୁଷ୍କର୍ମ ଘଟଣା ବଢ଼ି ଚାଲିଛି । ଅଥଚ ଉଦବେଗଜନକ କଥା ହେଉଛି, ଏଭଳି ମାମଲାରେ ଦଣ୍ଡବିଧାନ ହାର ୨୦% ବି ଛୁଉଁନାହିଁ । କିଛି ରାଜ୍ୟରେ ଏହା ୧୦% ରୁ ବି କମ । ପୁଲିସ ତଦନ୍ତ, ସାକ୍ଷ୍ୟ ପ୍ରମାଣ ଓ ବିଚାର ବ୍ୟବସ୍ଥାର ଛିଦ୍ରରେ ଦୋଷୀମାନେ ଆରାମ୍ ରେ ମୁକୁଳି ଯାଉଛନ୍ତି । ଫଳରେ ବାରମ୍ବାର ଅପରାଧ କରିବାକୁ ସେମାନଙ୍କର ସାହାସ ହେଉଛି । ଯାହା ଉନ୍ନାଓ ଘଟଣାରୁ ସ୍ପଷ୍ଟ ପ୍ରମାଣିତ ।
ପ୍ରିୟଙ୍କା ରେଡ୍ଡୀଙ୍କୁ ମାରିଥିବା ୪ ସୈତାନଙ୍କୁ ପୁଲିସ ଏନକାଉଣ୍ଟର କରି ମାରିବା ପରେ ସାରା ଦେଶରେ ପୁଲିସର ପଦକ୍ଷେପକୁ ଅଦ୍ଭୂତପୂର୍ବ ସମର୍ଥନ ମିଳିବା ପଛରେ ନ୍ୟାୟ ବ୍ୟବସ୍ଥା ପ୍ରତି ଲୋକଙ୍କ ଫ୍ରଷ୍ଟେସନ୍ ବାରିହୋଇଯାଉଛି । ଏହାକୁ ଆଇନ ବିରୋଧୀ ଶ୍ରେଣୀରେ ଗଣା ନ ଯାଇ ଏସଟ୍ରା ଅର୍ଡିନାରୀ ମାମଲା ଭାବେ ଗଣା ଗଲେ ଆଇନର ପୋଥି ମାରା ହୋଇଯିବନି ବୋଲି କୁହାଯାଉଛି । ପ୍ରିୟଙ୍କା ରେପ୍ ଆଣ୍ଡ ମର୍ଡର ଭଳି ଜଘନ୍ୟ ଓ ବର୍ବରୋଚିତ କାଣ୍ଡର ସୈତାନମାନଙ୍କ କ୍ଷେତ୍ରରେ ଆଇନର ଭଲ ମନ୍ଦ ବିଚାର ନ କରିବା ସମାଜ ପାଇଁ ମଙ୍ଗଳ ବୋଲି ସାଧାରଣ ଜନତା ମତ ଦେଉଛନ୍ତି ।
୪ ସୈତାନଙ୍କୁ ପୁଲିସର ଏନକାଉଣ୍ଟରକୁ ସମାଲୋଚନା କରିବା ଅର୍ଥ, ବିଚାର ବ୍ୟବସ୍ଥା ନାଁ ରେ ଆସାମୀଙ୍କ ପ୍ରତି ସମବେଦନା ଢ଼ାଳିବା । ପୁଲିସର ଏଭଳି କାର୍ଯ୍ୟ ବେଆଇନ ହେଲେ ବି ନ୍ୟାୟ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ଏହା ଏକ ଚେତାବନୀ ବୋଲି ଅନେକ ବୁଦ୍ଧିଜୀବୀ ଗ୍ରହଣ କରିଛନ୍ତି । ଦେଶବାସୀଙ୍କ ଭାବାବେଗକୁ ସମ୍ମାନ ଦେଇ ଆଗକୁ ବଢ଼ିଲେ ସମାଜ ପାଇଁ ମଙ୍ଗଳ ହେବ ବୋଲି ସେମାନଙ୍କ ମତ ।
Previous Post

୬ ଜିଲ୍ଲା ପାଇଁ ସ୍ୱାସ୍ଥ୍ୟ ପ୍ୟାକେଜ୍

Next Post

ପୁଲିସ ଡିଜି ଦାୟିତ୍ୱ ନେଲେ ଅଭୟ

Next Post

ପୁଲିସ ଡିଜି ଦାୟିତ୍ୱ ନେଲେ ଅଭୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA