Thursday, April 30, 2026 03:22 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ହିଞ୍ଜିଳି ପାଇଁ ନବୀନଙ୍କ ନାମାଙ୍କନ, ଦିଲ୍ଲୀରେ ଛିଣ୍ଡୁନି ବିଜେପି ତାଲିକା

by Our Correspondent
20 Mar, 2019- 12:29 PM
in Latest News, News, Politics
1 min read
0
ହିଞ୍ଜିଳି ପାଇଁ ନବୀନଙ୍କ ନାମାଙ୍କନ, ଦିଲ୍ଲୀରେ ଛିଣ୍ଡୁନି ବିଜେପି ତାଲିକା
ଭୁବନେଶ୍ୱର: ହିଂଜିଳିରୁ ପଞ୍ଚମ ଥର ପାଇଁ ପ୍ରାର୍ଥୀ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନ ୧୧.୧୦ ମିନିଟ୍ ରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ତାରାତାରିଣୀ ମନ୍ଦିର ଯାଇ ମା’ଙ୍କ ଆର୍ଶିବାଦ ନେଇଥିଲେ । ୨୫ ତାରିଖରେ ବିଜେପୁର ଆସନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀପତ୍ର ଦାଖଲ କରିପାରନ୍ତି । କେବଳ ନବୀନ ନୁହଁନ୍ତି, ବିଜେଡ଼ି ଓ କଂଗ୍ରେସରୁ ବହୁ ପ୍ରାର୍ଥୀ ଆଜି ସେମାନଙ୍କର ମନୋନୟନ ପାତ୍ର ଦାଖଲ କରୁଥିବା ଖବର ମିଳିଛି ।
ସୂଚନାଥାଉକି, ପ୍ରଥମ ପର୍ଯ୍ୟାୟ ନାମାଙ୍କନ ଦାଖଲ ୧୮ ତାରିଖରୁ ଆରମ୍ଭ ହୋଇସାରିଲାଣି । ୨୫ ତାରିଖ ଶେଷ ଦିନ । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ନାମାଙ୍କନ ଦାଖଲ ୧୯ ତାରିଖରୁ ଆରମ୍ଭ ହୋଇଥିବା ବେଳେ ୨୬ ତାରିଖରେ ସରିବ । ପ୍ରଥମେ ବିଜେଡ଼ି ଗତ ୧୮ ତାରିଖରେ ୯ ଟି ଲୋକସଭା ଓ ୫୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ସେଦିନ ରାତି ଅଧରେ କଂଗ୍ରେସ ୬ଟି ଲୋକସଭା ଓ ୩୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ତେବେ ବିଜେପି ଏଯାଏଁ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରି ନ ପାରିବା ସମସ୍ତଙ୍କୁ ବିସ୍ମିତ କରିଛି । ସମୟ ଗଡ଼ି ଯାଉଥିବାରୁ ପ୍ରାର୍ଥୀ ତାଲିକାରେ ବିଳମ୍ବକୁ ନେଇ ଆଶାୟୀମାନେ ଆଶଙ୍କାରେ ପଡ଼ିଛନ୍ତି । ପ୍ରାର୍ଥୀ ଅଙ୍କ ଛିଣ୍ଡାଇବା ପାଇଁ ଗତକାଲି ସଂଧ୍ୟାରୁ ଦିଲ୍ଲୀରେ କସରତ୍ ଚାଲିଥିଲେ ମଧ୍ୟ ଅଙ୍କ ଛିଣ୍ଡିପାରୁନାହିଁ ।
୧୫ ତାରିଖରେ ବିଜେପି ରାଜ୍ୟ ନିର୍ବାଚନ କମିଟି ବୈଠକ ବସିଥିଲା । ୯ଟି ଲୋକସଭା ଓ ୬୫ ବିଧାନସଭା ଆସନର ପ୍ରାର୍ଥୀ ତାଲିକାକୁ ପରଦିନ ଦିଲ୍ଲୀ ନେଇ ଯାଇଥିଲେ ରାଜ୍ୟ ନେତୃବୃନ୍ଦ । କେନ୍ଦ୍ରୀୟ କମିଟିର ମୋହର ପାଇ ୧୬ ତାରିଖ ସଂଧ୍ୟାରେ ପ୍ରଥମ ଦଫା ପ୍ରାର୍ଥୀ ତାଲିକା ଘୋଷଣା ହୋଇଯିବ କୁହାଯାଇଥିଲା । ତେବେ ୫ ଦିନ ପରେ ମଧ୍ୟ ତାଲିକା ଚୂଡ଼ାନ୍ତ ହୋଇପାରୁନାହିଁ । ୧୭ ତାରିଖରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ମୃତ୍ୟୁ ଯୋଗୁଁ ୧୮ ତାରିଖ ବୈଠକ ୧୯ ତାରିଖରେ ବସିଥିଲା । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନ୍ୟ ରାଜ୍ୟ ସମେତ ଓଡ଼ିଶା ପ୍ରାର୍ଥୀ ତାଲିକା ଉପରେ ଘଣ୍ଟାଚକଟା ହୋଇଥିଲା । ମାତ୍ର ଅଙ୍କ ଛିଣ୍ଡି ନ ଥିଲା । ତେଣୁ ଆଜି(ବୁଧବାର) ପୁଣିଥରେ ବୈଠକ ବସି ପ୍ରାର୍ଥୀ ଚୂଡ଼ାନ୍ତ କରିବାକୁ ଉଦ୍ୟମ ଚାଲିଛି ।
ବିଜେପିର କିଛି ମହଲରୁ ମିଳୁଥିବା ସୂଚନା ଅନୁଯାୟୀ, ପ୍ରାର୍ଥୀ ତାଲିକା ବିଳମ୍ବର କାରଣ ହୋଇଛନ୍ତି ବିଜେଡ଼ି ଅସନ୍ତୁଷ୍ଟ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ବିଜେଡ଼ି ତାଲିକାରୁ ନାଁ କଟିଥିବା ୧୪ ଜଣ ବିଧାୟକଙ୍କ ମଧ୍ୟରୁ ଅଧଡର୍ଜନ ବିଧାୟକ ବିଦ୍ରୋହ କରି ବିଜେପି ବାଟ ଚାହିଁଛନ୍ତି । କଳାହାଣ୍ଡି ସାଂସଦ ଅର୍କକେଶରୀ ଦେଓ ମଧ୍ୟ ବିଜେପି ଟିକେଟ ପାଇଁ ଆଗ୍ରହୀ ଅଛନ୍ତି । ସେହିଭଳି ବିଜେଡ଼ିରେ ବିଦ୍ରୋହ କରିଥିବା ସୁନ୍ଦରଗଡ଼ର କୁସୁମ ଟେଟେ, ଜୁନାଗଡ଼ର ପ୍ରମୋଦ ପଟ୍ଟନାୟକ, ପାରଳାଖେମୁଣ୍ଡିର କେ.ନାରାୟଣ ରାଓଙ୍କୁ ମଧ୍ୟ ବିଜେପି ଟିକେଟ ଦେବାକୁ ବିଚାର କରୁଛି । ଅନ୍ୟପକ୍ଷରେ ବିଜେଡ଼ି ଝୁଲାଇ ରଖିଥିବା ୯ ଟି ବିଧାନସଭା ଆସନରୁ ବିଦ୍ରୋହୀଙ୍କ ଉପରେ ବିଜେପିର ନଜର ରହିଛି । ତେଣୁ ବିଜେପିର ମୂଳ ଆଶାୟୀ ଏବଂ ଆମଦାନୀ ନେତାଙ୍କୁ ନେଇ ବିଜେପି ଅଙ୍କ ଜଟିଳ ହୋଇପଡ଼ିଛି ।
ଯାହା ବି ହେଲେ, ସମୟ ଗଡ଼ିଯାଉଛି । ବିଜେପି ଆଉ ବିଳମ୍ବ କରିବାର ଜୁ ନାହିଁ । ବିଜେଡ଼ି ବିଦ୍ରୋହୀଙ୍କୁ ଚାହିଁ ବସିଲେ ନିଜ ଘର ଅସମ୍ଭାଳ ହୋଇଯିବାର ଯଥେଷ୍ଟ ଆଶଙ୍କା ରହିଛି । ଏହି ଦୃଷ୍ଟିରୁ ଆଜି ସଂଧ୍ୟା ସୁଦ୍ଧା ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଯିବ ବୋଲି ରାଜ୍ୟ ନେତୃବୃନ୍ଦ ବିଶ୍ୱାସ ରଖିଛନ୍ତି ।
ବିଜେପି ପ୍ରାର୍ଥୀ ତାଲିକା ବିଳମ୍ବକୁ ନେଇ ବିଜେଡ଼ି ସମାଲୋଚନା କରିଛି । ଦଳର ମୁଖପାତ୍ର ଡ. ସସ୍ମିତ୍ ପାତ୍ର କହିଛନ୍ତି ବିଜେପି ପର ତିଅଣରେ ଅତିଥି ଚର୍ଚ୍ଚା କରିବାକୁ ଚାହିଁ ବସିଛି । ମିଶନ ୧୨୦ର ଦମ୍ଭ ଦେଖାଉଥିବା ବିଜେପି ୧୨୦ ଟି ଆସନ ପାଇଁ ପ୍ରାର୍ଥୀ ଖୋଜିପାଉନି ଏବଂ ବିଜେଡ଼ି ଅସନ୍ତୁଷ୍ଟଙ୍କୁ ଚାହିଁ ବସିଛି ବୋଲି ସେ କଟାକ୍ଷ କରିଛନ୍ତି ।
Previous Post

ବିଜୟ ମହାପାତ୍ରଙ୍କୁ ବାସନ୍ଦ! କେନ୍ଦ୍ରାପଡ଼ା ବାଟ ଜଗିଲେ ଜିଲ୍ଲା ବିଜେପି ୟୁନିଟ୍

Next Post

ବନ୍ଧୁଙ୍କ ହାତ ଛାଡ଼ିଲେ ବନ୍ଧୁ; କଂଗ୍ରେସରେ ନବୀନ ନନ୍ଦ

Next Post
ବନ୍ଧୁଙ୍କ ହାତ ଛାଡ଼ିଲେ ବନ୍ଧୁ; କଂଗ୍ରେସରେ ନବୀନ ନନ୍ଦ

ବନ୍ଧୁଙ୍କ ହାତ ଛାଡ଼ିଲେ ବନ୍ଧୁ; କଂଗ୍ରେସରେ ନବୀନ ନନ୍ଦ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA