Tuesday, May 26, 2026 06:03 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ହେଲିକପ୍ଟର ବୁଲା ଋଣ ସୁଝିଲେ

by Our Correspondent
14 Jan, 2018- 10:52 PM
in Latest News, Politics
1 min read
0
ହେଲିକପ୍ଟର ବୁଲା ଋଣ ସୁଝିଲେ
ଭୁୁବନେଶ୍ୱର: ଗତ କେତେ ମାସ ଧରି ହେଲିକପ୍ଟରର ମଜା ନେଉଥିବା ନବୀନ ନନ୍ଦ ଆଜି ବୈଜୟନ୍ତଙ୍କୁ ସମର୍ଥନ ଜଣାଇ ତୃତୀୟ ମହଲା ବିରୋଧରେ ତାଙ୍କ ଟିଭିରେ ବାହାରିଛନ୍ତି । ଦଳ ଠିକ୍ ଭାବେ ଚାଲୁନି ଏବଂ ମୁଖ୍ୟମନ୍ତ୍ରୀ ଅନ୍ଧାରରେ ରହୁଛନ୍ତି । ପାଣ୍ଡିୟାନ୍ ଙ୍କ ପରାମର୍ଶ ଦଳକୁ ପ୍ରଭାବିତ କରୁଛି ବୋଲି ସେ କହିଛନ୍ତି । ବିଜେପିରୁ ଉଧାରି ବୈଜୟନ୍ତଙ୍କ ତୃତୀୟ ମହଲା ଡାଇଲଗ୍ କୁ ପ୍ରମ୍ପଟିଂ କରି ନବୀନ ନନ୍ଦ ତୃତୀୟ ବ୍ୟକ୍ତିଭାବେ ମୁଣ୍ଡଗଣତି ହୋଇଛନ୍ତି । ରମାରଂଜନ ବଳିୟାର ସିଂ, ବୈଷ୍ଣବ ପରିଡ଼ାଙ୍କ ପରେ ନବୀନ ନନ୍ଦ ।
ଗତ ମେ ମାସରେ ସୁଧୀର ସାମଲ ବିଜେଡ଼ି ମିଶିବା ପରଠାରୁ ନବୀନ ନନ୍ଦ ପରୋକ୍ଷରେ ବିଦ୍ରୋହ ଆରମ୍ଭ କରିଥିଲେ । ବିଜେଡ଼ି ନେତୃତ୍ୱକୁ ଡରେଇବା ପାଇଁ ସେବେଠାରୁ ଭିତିରିଆ ଗୋଟେ ଗୋଡ଼ ବିଜେପିରେ ତ ଖୋଲାଖୋଲି ଆଉ ଗୋଟେ ଗୋଡ଼ ବୈଜୟନ୍ତଙ୍କ ପାଖରେ ରଖିଛନ୍ତି । ନିକଟରେ ବୈଜୟନ୍ତଙ୍କ ଲାଗ ଲାଗ ଢ଼େଙ୍କାନାଳ ଗସ୍ତ ପଛର ମୁଖ୍ୟ ପୁରୋଧା ଥିଲେ ନବୀନ ନନ୍ଦ । ତାଙ୍କ ସାଙ୍ଗରେ ହେଲିକପ୍ଟରରେ ବସି ଉଡୁଥିଲେ । ଆଉ ବୈଜୟନ୍ତ ଖୋଲାଖୋଲି ତୃତୀୟ ମହଲା ବିରୋଧରେ ନଗଦ ବିଦ୍ରୋହ ଘୋଷଣା କରିଥିବାରୁ ନବୀନ ତାଙ୍କ ଋଣ ସୁଝିଛନ୍ତି । ବିଜେଡ଼ିରେ ନିଜର ଭବିଷ୍ୟତ ଅନ୍ଧାର ଜାଣି ସେ ବିଜେପି ଭାୟା ବୈଜୟନ୍ତଙ୍କ କାନ୍ଧରେ ନାଉ ହୋଇଯାଇଛନ୍ତି । ତାଙ୍କୁ ଖୁସି କରାଇଛନ୍ତି । ଅବଶ୍ୟ ବରିଷ୍ଠ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ନବୀନ ନନ୍ଦଙ୍କୁ ପର କହି ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି । ନବୀନ ନନ୍ଦ କେବେଠାରୁ ବିଜେଡ଼ି ଛାଡ଼ିସାରିଲେଣି ବୋଲି ସେ ଆକ୍ଷେପ କରିଛନ୍ତି ।
ସେ ଯାହା ବି ହେଉ, ନବୀନ ନନ୍ଦଙ୍କ ସହଯୋଗ ପାଇ ବୈଜୟନ୍ତ ଖୁସ୍ । ବିଜେଡ଼ିରେ ଅସନ୍ତୁଷ୍ଟ ରହି ଦଳୀୟ ସ୍ରୋତରେ ସାମିଲ ନ ଥିବା ଏମିତି କିଛି ନେତାଙ୍କ ମୁହଁରେ ସେ ତୃତୀୟ ମହଲା ବିରୋଧରେ କୁହାଇବାକୁ କୁଆଡ଼େ ଷ୍ଟ୍ରାଟେଜି ନେଇଛନ୍ତି । ନିଜ ଟିଭିରେ ଏମିତି ହାୱା କରିବେ ଯେମିତି ବିଜେଡ଼ି ଦୋହଲିଯିବ । ଅବଶ୍ୟ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସିଧାସଳଖ ବିଦ୍ରୋହ କରିବାକୁ ତାଙ୍କର ସାହାସ ଜୁଟିନି । ସବୁକଥାରେ ପାଣ୍ଡିୟାନ୍ ଙ୍କୁ ଅଲବତ୍ ଭିଡ଼ାଯିବ ବୋଲି ବୈଜୟନ୍ତଙ୍କର ଜଣେ ବଡ଼ ସହଯୋଗୀ ଜଣାଇଛନ୍ତି ।
ସୂଚନାଯୋଗ୍ୟ, ବୈଜୟନ୍ତଙ୍କ କାନ୍ଧରେ ଓହଳିଥିବା ନବୀନ ନନ୍ଦ ୨୦୦୦ ମସିହାରେ ବିଜେଡ଼ି ଟିକେଟରେ ପ୍ରଥମଥର ପାଇଁ ଗଁଦିଆରୁ ନିର୍ବାଚନ ଜିତିଥିଲେ । ୨୦୦୪ରେ ବିଜେଡ଼ି ତାଙ୍କୁ ପୁନର୍ବାର ଟିକେଟ ନ ଦେବାରୁ ସେ ସମାଜବାଦୀ ପାର୍ଟିରେ ମିଶି ନିର୍ବାଚନ ଲଢ଼ିଥିଲେ ଏବଂ ହାରିଥିଲେ । ୨୦୦୯ ମସିହାରେ ବିଜେଡ଼ି ସମର୍ଥିତ ଏନସିପିରୁ ସେ ପ୍ରାର୍ଥୀ ହୋଇ ଦ୍ୱିତୀୟ ଥର ପାଇଁ ବିଧାୟକ ହୋଇଥିଲେ । ମାତ୍ର ୨୦୧୪ ରେ ବିଜେଡ଼ି ତାଙ୍କୁ ଟିକେଟ ଦେଲାନାହିଁ । ଟିକେଟ ତ ପାଇଲେନି, କିଛି ନିଗମରେ ଥଇଥାନ ଆଶା ରଖିଥିଲେ ମଧ୍ୟ ତାହା ନ ହେବାରୁ ତାଙ୍କର ପ୍ରଚଣ୍ଡ ରାଗ ବଢ଼ିଥିଲା । ସେଇ ରାଗର ନିଆଁରେ ଘିଅ ଢ଼ାଳିଦେଲା କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ସୁଧୀର ସାମଲଙ୍କ ବିଜେଡ଼ିରେ ଯୋଗଦାନ । ଏଣିକି ଆଉ ନୁହେଁ ଭାବି ସେ ବିଦ୍ରୋହୀ ହୋଇଯାଇଥିଲେ । ମେ ମାସରେ ସେ ଖୋଲାଖୋଲି ମୁଖ୍ୟମନ୍ତ୍ରୀଙ୍କୁ ଚାଲେଂଜ କରି ମନ୍ତବ୍ୟ ଦେଇଥିଲେ । ୨୦୧୯ ମସିହାରେ ଅଲବତ୍ ନିର୍ବାଚନ ଲଢ଼ିବି ବୋଲି ଘୋଷଣା କରିଥିଲେ ମଧ୍ୟ କେଉଁ ଚିହ୍ନରେ ଲଢ଼ିବେ କହି ନ ଥିଲେ ।
Previous Post

ପଣ୍ଡା-ପାଣ୍ଡିୟାନ୍: ଚାଲୁଣି କହୁଛି ଛୁଞ୍ଚିକୁ

Next Post

ଏକା ହୋଇଗଲେ ବୈଜୟନ୍ତ

Next Post
ଏକା ହୋଇଗଲେ ବୈଜୟନ୍ତ

ଏକା ହୋଇଗଲେ ବୈଜୟନ୍ତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA