Tuesday, May 26, 2026 05:08 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଏକା ହୋଇଗଲେ ବୈଜୟନ୍ତ

by Our Correspondent
15 Jan, 2018- 11:02 PM
in Latest News, Politics
1 min read
0
ଏକା ହୋଇଗଲେ ବୈଜୟନ୍ତ
– ଫୁସୁକିଗଲା ମେଳି
– ନବୀନ ଦରବାରରେ ବୈଷ୍ଣବ, ନବୀନ ନନ୍ଦ
ଭୁବନେଶ୍ୱର: ଏକା ହୋଇଗଲେ ବୈଜୟନ୍ତ ପଣ୍ଡା । ଯୁଦ୍ଧ କରିବେ କ’ଣ ଆରମ୍ଭରୁ ଚୋଟ ଖାଇଯାଇଛନ୍ତି । ତୃତୀୟ ମହଲାକୁ ନିଶାନା କରି ବିଜେଡ଼ିରେ ଆରମ୍ଭ କରିଥିବା ମେଳି ଉଦ୍ୟମ ଭଣ୍ଡୁର ହୋଇଯାଇଛି । ଅଲୋଡ଼ା କୁହାଯାଉଥିବା ଯେଉଁ ବିଜେଡ଼ି ନେତାଙ୍କୁ ନବୀନ ସାମ୍ରାଜ୍ୟ ବିରୋଧରେ ଲଢ଼ାଇ ଥିଲେ ୨୪ ଘଣ୍ଟା ନ ହେଉଣୁ ସେମାନଙ୍କୁ ତର ସହିନି । ଆଜି ସଂଧ୍ୟାରେ ସଚିବାଳୟ ଆସି ବୈଷ୍ଣବ ପରିଡ଼ା ଏବଂ ନବୀନ ନନ୍ଦ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ପରେ ଏହା ସ୍ପଷ୍ଟ ହୋଇଯାଇଛି । ବୈଜୟନ୍ତଙ୍କ ଟିଭିରେ ନିଜର ବୟାନ ପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ‘ସରି’ କହିଥିବା ଜଣାପଡ଼ିଛି ।
ଆଜି ସଂଧ୍ୟା ପ୍ରାୟ ୬ଟାରେ ସଚିବାଳୟ ତୃତୀୟ ମହଲାରେ ବୈଷ୍ଣବ ପରିଡ଼ା ଓ ନବୀନ ନନ୍ଦଙ୍କର ଆର୍ବିଭାବ ହୋଇଥିଲା । ପ୍ରଥମେ ବୈଷ୍ଣବ ପରିଡ଼ା ଓ ପରେ ପରେ ନବୀନ ନନ୍ଦ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଆଗ ପଛ ହୋଇ ଫେରିଥିଲେ । ବାହାରକୁ ଆସି ଅପେକ୍ଷାରତ ଗଣମାଧ୍ୟମ ଆଗରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ତୃତୀୟ ମହଲା ଅଫିସରଙ୍କୁ ବି ତାରିଫ୍ କରିଥିଲେ । ବୈଷ୍ଣବ ପରିଡ଼ା ଭାଷା ଆନ୍ଦୋଳନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା କହିଥିଲେ । ‘ପାଣ୍ଡିୟାନ୍ ସାହେବ ବହୁତ ଇଫେକ୍ଟିଭ୍ ଅଫିସର’ ବୋଲି ମନ୍ତବ୍ୟ ଦେବା ସହ ତାଙ୍କ ସମ୍ପର୍କରେ ସେ ସେଭଳି କିଛି କହିନାହାନ୍ତି ବୋଲି ସଫେଇ ଦେଇଥିଲେ । ତାଙ୍କ ମନ୍ତବ୍ୟକୁ ଭୁଲ୍ ରେ ପ୍ରଚାର କରାଯାଇଛି ବୋଲି ମଧ୍ୟ କହିଥିଲେ । ନବୀନ ନନ୍ଦ ବି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କରି ତାଙ୍କ ସହ ଅଛି ଓ ରହିବି ବୋଲି ଘୋଷଣା କରିଥିଲେ । ତୃତୀୟ ମହଲା ଅଫିସରଙ୍କ ହସ୍ତକ୍ଷେପ ସମ୍ପର୍କରେ ସେ ବିଲକୁଲ୍ କହିନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉପରେ ତାଙ୍କର ଭରସା ଅଛି ବୋଲି କହିଥିଲେ । ଆଗାମୀ ନିର୍ବାଚନରେ ବିଜେଡ଼ି ଟିକେଟରେ ସେ ଲଢ଼ିବେ ଏବଂ ନ ପାଇଲେ ବି ସ୍ୱାଧୀନ ଭାବେ ଲଢ଼ିବେ ବୋଲି ଅବଶ୍ୟ ମୁହଁଟାଣ ଦେଖାଇଥିଲେ ।
ଉଲ୍ଲେଖନୀୟ କି ବୈଜୟନ୍ତଙ୍କ ଟିଭିରେ ବୈଷ୍ଣବ ଓ ନବୀନ ନନ୍ଦଙ୍କର ଭାଷା କିନ୍ତୁ ଭିନ୍ନ ରୂପରେ ଆସିଥିଲା । ପଅରଦିନ ତାଙ୍କ ଟିଭିରେ ଝାଡ଼ି ହୋଇଥିଲେ ବୈଷ୍ଣବ । ଭାଷା ଆନ୍ଦୋଳନ ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ଓ ତାଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିୟାନ୍ ଙ୍କୁ ଆକ୍ଷେପ କରିଥିଲେ । ଗତକାଲି ବୈଜୟନ୍ତଙ୍କ ଟିଭିରେ ନବୀନ ନନ୍ଦଙ୍କ ମୁହଁରୁ ସମାନ ଢ଼ଙ୍ଗରେ ବୟାନ ଆସିଥିଲା । ଦୁଇଦିନ ଧରି ଏହି ଦୁହିଁଙ୍କ ବୟାନ ବୈଜୟନ୍ତଙ୍କ ଟିଭିର ଥିଲା ମୁଖ୍ୟ ଖବର । ତୃତୀୟ ମହଲାର ଅଣଓଡ଼ିଆ ଅଫିସରଙ୍କ ବିରୋଧରେ ଉକ୍ତ ମନ୍ତବ୍ୟକୁ ଆଣି ବିଜେଡ଼ିରେ ଅସନ୍ତୋଷର ମେଳି ହେଲାଣି ବୋଲି ବୈଜୟନ୍ତ ତାଙ୍କ ଟିଭିରେ ପ୍ରଚାର କରିବାକୁ ଉଦ୍ୟମ କରିଥିଲେ ।
ମାତ୍ର ଯାହାଙ୍କୁ କ୍ୟାମେରା ସାମନାକୁ ଆଣି ସେମାନଙ୍କ ପାଟିରେ ତୃତୀୟ ମହଲା ଅଫିସରଙ୍କୁ ଗାଳି ଦେଖାଇଥିଲେ ଆଜି ତାହାକୁ ସେମାନେ ମାନିନାହାନ୍ତି । ନବୀନଙ୍କ ନେତୃତ୍ୱକୁ ସମ୍ମାନ ଦେବା ସହ ତାଙ୍କ ବ୍ୟକ୍ତିଗତ ସଚିବଙ୍କ କାର୍ଯ୍ୟଦକ୍ଷତାକୁ ତାରିଫ୍ କରିବା ବୈଜୟନ୍ତଙ୍କ ଅଙ୍କକୁ ଗୋଳମାଳିଆ କରିଦେଇଛି । ଏହି ଘଟଣା ପରେ ବୈଜୟନ୍ତ କେତେ ବିବ୍ରତ ତାହା ତାଙ୍କ ଟିଭିରୁ ଧରାପଡ଼ିଯାଇଛି । ଆଜି ସଂଧ୍ୟା ବୁଲେଟିନ୍ ମୁଖ୍ୟ ଖବରରେ ‘ଥାର୍ଡ ଫ୍ଲୋର୍ ପଲିଟିକ୍ସ’ ଶୀର୍ଷକରେ ଏକ ଖବର ସ୍ଥାନିତ ହୋଇଥିଲେ ମଧ୍ୟ ତାହା ଆଉ ଦେଖିବାକୁ ମିଳି ନ ଥିଲା ।
Previous Post

ହେଲିକପ୍ଟର ବୁଲା ଋଣ ସୁଝିଲେ

Next Post

ଖୁସି ନା ହତାଶାର ଟୁଇଟ୍ ?

Next Post
ଖୁସି ନା ହତାଶାର ଟୁଇଟ୍ ?

ଖୁସି ନା ହତାଶାର ଟୁଇଟ୍ ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA