Tuesday, May 26, 2026 04:02 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଖୁସି ନା ହତାଶାର ଟୁଇଟ୍ ?

by Our Correspondent
16 Jan, 2018- 07:23 PM
in Latest News, Politics
1 min read
0
ଖୁସି ନା ହତାଶାର ଟୁଇଟ୍ ?
– ବୈଜୟନ୍ତଙ୍କ ବିରୋଧରେ ଅସନ୍ତୋଷ ବ୍ୟାପିଲା: ମାହାଙ୍ଗା ପରେ ମହାକାଳପଡ଼ା
– ବହିଷ୍କାର ଦାବି, ମୁଖ୍ୟମନ୍ତ୍ରୀ କହିଲେ ବିଚାର କରାଯିବ
ଭୁବନେଶ୍ୱର: ମେଳିରେ ବିଫଳ ବୈଜୟନ୍ତ ପଣ୍ଡା ନିଜ ମୁହଁ ବଞ୍ଚାଇବାକୁ ନୂଆ ଚାଲ୍ ଖେଳିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ବୈଷ୍ଣବ ପରିଡ଼ା ଓ ନବୀନ ନନ୍ଦଙ୍କ ଭେଟଘାଟକୁ ସେ ନିଜର ସଫଳତା ବୋଲି ଓଲଟି ଦାବି କରିଛନ୍ତି । ରାଜ୍ୟ ଓ ଦଳର ସ୍ୱାର୍ଥ ପାଇଁ ସେ ଚିନ୍ତିତ ହୋଇପଡ଼ିଥିଲେ । କିଛି ବିଜେଡ଼ି ନେତାଙ୍କର ମଧ୍ୟ ସେହି ଚିନ୍ତା ଥିଲା । ତାଙ୍କ ନେତା ସେମାନଙ୍କୁ ଡାକି ଏହା ଶୁଣିଥିବାରୁ ସେ ଖୁସି ହୋଇଯାଇଛନ୍ତି । ଏମିତି ଭାଷାରେ ଆଜି ଟୁଇଟ୍ କରିଛନ୍ତି ଟୁଇଟ୍ ମାଷ୍ଟର ବୈଜୟନ୍ତ । ତେବେ ବନ୍ଧୁ ନବୀନ ନନ୍ଦ ରି-ଟୁଇଟ୍ କରି ବୈଜୟନ୍ତଙ୍କୁ ସମର୍ଥନ କରିବା ଆହୁରି ମଜାର ବିଷୟ ହୋଇଛି । ରାଜ୍ୟ ଓ ଦଳର ହିତ ପାଇଁ ଆପଣଙ୍କ(ବୈଜୟନ୍ତ)ଙ୍କ ଉଦ୍ୟମ ଖୁବ୍ ଶୀଘ୍ର ଫଳପ୍ରଦ ହେବ ବୋଲି ନନ୍ଦ ଲେଖିଛନ୍ତି । ଅର୍ଥାତ୍ ନବୀନ ନନ୍ଦ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କର ଭରସା ଢ଼ାଳିଥିଲେ ମଧ୍ୟ ବୈଜୟନ୍ତଙ୍କ ପ୍ରତି ଆନୁଗତ୍ୟରୁ ଓହରିନାହାନ୍ତି । ଏକମାତ୍ର ନବୀନ ନନ୍ଦ ବୈଜୟନ୍ତଙ୍କର ଆଶା ଭରସା ହୋଇଛନ୍ତି ।
ଦଳର ହିତାକାଂକ୍ଷୀ ବୋଲି ନିଜକୁ ନିଜେ ଦାବି କରି ମହାନ୍ ଦେଖାଉଥିବା ବୈଜୟନ୍ତଙ୍କ ବିରୋଧରେ ତାଙ୍କ ନିର୍ବାଚନମଣ୍ଡଳୀ କର୍ମୀ ତାତି ନିଆଁ ହେଲେଣି । ମାହାଙ୍ଗା ନିର୍ବାଚନମଣ୍ଡଳୀ ନିଶ୍ଚିନ୍ତକୋଇଲିରେ ବୈଜୟନ୍ତଙ୍କୁ ବିରୋଧ ପରେ ମହାକାଳପଡ଼ାକୁ ବ୍ୟାପିଛି ବିରୋଧ । ମହାକାଳପଡ଼ା ବ୍ଲକ୍ ସଭାପତିଙ୍କ ନେତୃତ୍ୱରେ ନିର୍ବାଚନମଣ୍ଡଳୀର ଶତାଧିକ କର୍ମୀ ଆଜି ଅପରାହ୍ନରେ ନବୀନ ନିବାସ ଆସି ସାଂସଦଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଫେରାଦ ହୋଇଛନ୍ତି । ସାଂସଦ ବୈଜୟନ୍ତ ଦଳୀୟ କର୍ମୀଙ୍କୁ ଉପେକ୍ଷା କରିଚାଲିଥିବା ସେମାନେ ଅଭିଯୋଗ କରି ବହିଷ୍କାର ଦାବି କରିଛନ୍ତି । ଅଭିଯୋଗର ବିଚାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରତିଶ୍ରୁତି ଦେବା ବି ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ଅର୍ଥାତ୍ ବୈଜୟନ୍ତଙ୍କ ଉପରେ ବିପଦ ଯେ ମାଡ଼ିଆସୁଛି ତାହା ସ୍ପଷ୍ଟ ହୋଇଛି ।
ନିଜ ନିର୍ବାଚନମଣ୍ଡଳୀରେ କର୍ମୀଙ୍କ ଅସନ୍ତୋଷର ଶିକାର ବୈଜୟନ୍ତଙ୍କ ବିଜେଡ଼ିରେ ହଲଚଲ କରିବା ଯୋଜନା ନୂଆ ନହେଲେ ମଧ୍ୟ ଏବେ ଧରାପଡ଼ିଯାଇଛି । ରାଜନୈତିକ ମହଲର ଚର୍ଚ୍ଚା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଆଟାକ୍ କରିବାକୁ ସାହାସ ନ ଥିବା ଏହି ମୁଖ୍ୟମନ୍ତ୍ରୀ ସ୍ୱପ୍ନଦାର ସାଂସଦ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ଟାର୍ଗେଟ୍ କରି ଦଳର ଅସନ୍ତୁଷ୍ଟ ନେତାଙ୍କ ସମର୍ଥନ ଓ ସହାନୁଭୂତି ପାଇବାର ଆଶା ବାନ୍ଧିଥିଲେ । ମାତ୍ର ତାହା ଯେ ସମ୍ଭବ ନୁହେଁ ତାଙ୍କର ହୃଦବୋଧ ହୋଇଛି । ବୈଷ୍ଣବ ପରିଡ଼ା ଓ ନବୀନ ନନ୍ଦଙ୍କ ମୁହଁରେ ତାଙ୍କର ଭାଷା କୁହାଇ ସେ ଖେଳ ଆରମ୍ଭ କରିଥିଲେ ମଧ୍ୟ ଦୁହିଁଙ୍କୁ ପଂଝାରେ ରଖିପାରିନାହାନ୍ତି । ତାଙ୍କର ମିଶନ୍ ବିଗିଡ଼ିଯାଇଛି । ଦି ପଟକୁ ଗୋଡ଼ ରଖିଥିବା ନନ୍ଦଙ୍କ ସମର୍ଥନ ଯାହା ଟିକେ ତାଙ୍କୁ ଆଶ୍ୱସ୍ତ କରିଛି ।
ତେଣେ ଜାତିଭାଇ ହିସାବରେ ଅନ୍ୟ ପ୍ରମୁଖ ଗଣମାଧ୍ୟମଠାରୁ ସେ ସମର୍ଥନ ଆଶା ରଖିଥିଲେ ମଧ୍ୟ ତାହା ବି ସମ୍ଭବ ହୋଇନି । ନିର୍ଦ୍ଦଷ୍ଟ ଟିଭିକୁ ଛାଡ଼ିଦେଲେ ଅନ୍ୟ ଟିଭି କି ପ୍ରମୁଖ ଖବରକାଗଜରେ ତାଙ୍କ ପାଇଁ ପଦେ ଖବର ନାହିଁ । ପାଣିଟାଙ୍କି ଉଦଘାଟନ ଲାଇଭ୍ ଠାରୁ ଆରମ୍ଭ କରି ବୈଜୟନ୍ତଙ୍କ ତୃତୀୟ ମହଲା ଅଫିସର ସ୍ୱର ସହ ସ୍ୱର ମିଳାଇ ଏହି ନିର୍ଦ୍ଦିଷ୍ଟ ଟିଭି ତାଙ୍କୁ ହୀରୋ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ତାହା ବି ଫଳପ୍ରଦ ହେଉନାହିଁ । ଓଲଟି ସଂପୃକ୍ତ ଟିଭି ମାଲିକଙ୍କ ଏହା ରାଜନୈତିକ ଫନ୍ଦି ବୋଲି ଚର୍ଚ୍ଚା ହେଉଛି । ବିଜେଡ଼ିରେ ନିଜ ପାଇଁ ଜାଗା ମିଳୁ ନ ଥିବାରୁ ଅସହିଷ୍ଣୁ ହୋଇ ସେ ଭିତିରିଆ ବୈଜୟନ୍ତଙ୍କ ହାତ ଧରିଛନ୍ତି ବୋଲି କୁହାଯାଉଛି ।
Previous Post

ଏକା ହୋଇଗଲେ ବୈଜୟନ୍ତ

Next Post

ମହାରଥୀଙ୍କ ଏ କି ରୂପ ?

Next Post
ମହାରଥୀଙ୍କ ଏ କି ରୂପ ?

ମହାରଥୀଙ୍କ ଏ କି ରୂପ ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA