Sunday, May 10, 2026 04:34 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ହୋସ୍ ଉଡ଼ିଯାଇଥିଲା, ମିଳିଲେ

by Our Correspondent
01 Jul, 2018- 07:07 PM
in Latest News, News
1 min read
0
ହୋସ୍ ଉଡ଼ିଯାଇଥିଲା, ମିଳିଲେ
ଭୁବନେଶ୍ୱର: ଦୀର୍ଘ ୮ ଘଣ୍ଟାର ନିଖୋଜ ନାଟକରୁ ପର୍ଦ୍ଦା ହଟିଛି । ଢ଼େଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ କୋଲକତାରେ ଠାବ ହୋଇଛନ୍ତି । ତାଙ୍କୁ ନିଶାଶକ୍ତ ଅବସ୍ଥାରେ କୋଲକତା ପୁଲିସ ଠାବ କରିଥିବା ଜଣାପଡ଼ିଛି । କେହି ଚା’ ରେ ତାଙ୍କୁ ନିଶା ଦେଇ ଲୁଟପାଟ କରିଥିବା ତାଙ୍କ ପୁଅ ସମ୍ବିତ ସୂଚନା ଦେଇଛନ୍ତି । ତେବେ ତାଙ୍କ ପୁଅ ସତ କହୁଛନ୍ତି ନା ଘଟଣା ପଛରେ ଆଉ କିଛି ରହସ୍ୟ ରହିଛି ତାହା ସ୍ପଷ୍ଟ ହୋଇନାହିଁ ।
ଗତ ୨୯ ତାରିଖ ଦିନ ନବୀନ ନନ୍ଦ ବ୍ୟବସାୟିକ କାର୍ଯ୍ୟରେ କୋଲକତା ଯାଇଥିଲେ । ସେକ୍ସପିୟର୍ ସାରଣୀ ଥାନା ଅଞ୍ଚଳର ହୋଟେଲ ‘ଅରିସି’ ର ୪୦୩ ନମ୍ବର ରୁମ୍ ରେ ସେ ରହୁଥିଲେ । ଆଜି ସକାଳେ ସେ କୋଲକତାରୁ ବିମାନରେ ଫେରିଥାନ୍ତେ । ସକାଳ ୭ ଟା ବେଳେ ସେ ଆସିବାକୁ ଥିବା ବିମାନ କୋଲକତା ଛାଡ଼ିଥିଲା । ମାତ୍ର ସେ ଆସି ନ ଥିଲେ । ତାଙ୍କ ଫୋନ୍ ମଧ୍ୟ ସୁଇଚ୍ ଅଫ୍ ହୋଇଯାଇଥିଲା । ସେପଟେ ହୋଟେଲ୍ ରୁମ୍ ରେ ତାଙ୍କର ସବୁ ଜିନିଷପତ୍ର ଅକ୍ଷତ ଅବସ୍ଥାରେ ଥିଲା । ତାଙ୍କ ସହ କୌଣସି ଯୋଗାଯୋଗ ହୋଇ ନ ପାରିବାରୁ ବଡ଼ପୁଅ ସମ୍ବିତ ତୁରନ୍ତ କୋଲକତା ଯାଇଥିଲେ । ବାପାଙ୍କ ଖୋଜଖବର ମିଳୁ ନ ଥିବାରୁ ଥାନାରେ ଏତଲା ଦେଇଥିଲେ ।
ତେବେ ଥାନାରେ ଏତଲା ହେବାର କେଇ ଘଣ୍ଟା ପରେ ନବୀନ ନନ୍ଦଙ୍କୁ ନିଶାସକ୍ତ ଅବସ୍ଥାରେ ଠାବ କରାଯାଇଥିବା ସୂଚନା ମିଳିଛି । ତାଙ୍କ ପୁଅଙ୍କ ସୂଚନା ସତ ହୋଇଥିଲେ, ତାଙ୍କୁ କିଏ କେଉଁଭଳି ଅବସ୍ଥାରେ ନିଶା ଖୁଆଇଲା ତାହାର ସବିଶେଷ ତଥ୍ୟ ମିଳିନାହିଁ । ତାଙ୍କଠାରୁ କ’ଣ ଜିନିଷ ଲୁଟ୍ ହୋଇଛି ତାହା ମଧ୍ୟ ଏଯାଏଁ ସ୍ପଷ୍ଟ ହୋଇନି ।
କୋଲକତାରେ ନବୀନ ନନ୍ଦଙ୍କ ନିଖୋଜ ଖବରକୁ ଅପହରଣର ରୂପ ଦେବାକୁ ଏଠି କିଛି ନିର୍ଦ୍ଦିଷ୍ଟ ମହଲରେ ଉଦ୍ୟମ ହୋଇଥିବା ଦେଖିବାକୁ ମିଳିଥିଲା । ରାଜନୈତିକ କାରଣରୁ ତାଙ୍କୁ ଅପହରଣ କରାଯାଇଥାଇପାରେ ବୋଲି ଚର୍ଚ୍ଚା ହୋଇଥିଲା । ହେଲେ ଲୁଟପାଟ ଉଦ୍ଦେଶ୍ୟରେ ତାଙ୍କୁ ଚା’ ରେ ନିଶା ଦିଆଯାଇଥିବା ତାଙ୍କ ପୁଅ ସୂଚନା ଦେବା ପରେ ଏହି ଚର୍ଚ୍ଚା ଭୁଲ୍ ପ୍ରମାଣିତ ହୋଇଛି ।
Previous Post

ନବୀନ ନନ୍ଦ ନିଖୋଜ

Next Post

ବେଶ୍ୟାଳୟରୁ ଗିରଫ ହୋଇଥିଲେ ନବୀନ ନନ୍ଦ

Next Post
ବେଶ୍ୟାଳୟରୁ ଗିରଫ ହୋଇଥିଲେ ନବୀନ ନନ୍ଦ

ବେଶ୍ୟାଳୟରୁ ଗିରଫ ହୋଇଥିଲେ ନବୀନ ନନ୍ଦ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA