ଭୁୁବନେଶ୍ୱର: ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଠୋର ଆଭିମୁଖ୍ୟ ଦେଖାଇଛନ୍ତି । ଭିଜିଲାନସ୍ କୋର୍ଟରେ ଦୋଷୀ ସାବ୍ୟସ୍ତ ୧୫ ଜଣ କର୍ମଚାରୀଙ୍କୁ ଆଜି ଚାକିରିରୁ ବରଖାସ୍ତ କରିଛନ୍ତି । ୨ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ବି ବନ୍ଦ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ବରଖାସ୍ତ କର୍ମଚାରୀମାନେ ହେଲେ
୧. ଦେବୀ ପ୍ରସାଦ ପାଢ଼ୀ- ପୂର୍ବତନ ଆଇଏମଭି, ବୌଦ୍ଧ ଜିଲ୍ଲା
୨. ଦେବଦତ୍ତ ଦାଶ- ଡୁଙ୍ଗୁରିପାଲି ସମବାୟ ସମିତିର ପୂର୍ବତନ ସମ୍ପାଦକ
୩. କାଳିପ୍ରସାଦ ସିଂ- ଉମରକୋଟ ମୁ୍ୟନିସିପାଲିଟି ଅକଟ୍ରାଇ ଟାକ୍ସ ସର୍କାର
୪. ବଟକୃଷ୍ଣ ବାରିକ- ଧାମନଗର ତହସିଲର ପୂର୍ବତନ କନିଷ୍ଠ କିରାଣୀ
୫. କୃଷ୍ଣମୋହନ ଦାସ- କଳାହାଣ୍ଡି ଏମ.ରାମପୁର ବ୍ଲକ୍ ର ପୂର୍ବତନ ଭିଏଲଡବ୍ଲୁ
୬. ଅଶୋକ କୁମାର ସାହା- କେସିଙ୍ଗା ବ୍ଲକ୍ ର ପୂର୍ବତନ ସମ୍ପାଦକ/ପିଇଓ
୭. ପଦ୍ମମୁଖ ଶବର- ଜୁନାଗଡ଼ ବ୍ଲକ୍ ର ପୂର୍ବତନ ପିଇଓ
୮. କିଶୋର ଚନ୍ଦ୍ର ପ୍ରଧାନ- ବୌଦ୍ଧ ଜିଲ୍ଲା ମୁର୍ଷୁଣ୍ଢି ପଞ୍ଚାୟତର ପୂର୍ବତନ ସମ୍ପାଦକ
୯. ବିଜୟ କୁମାର ସାହୁ- ସାଳିଆ(ବାଣପୁର) ଜଳସେଚନ ପ୍ରକଳ୍ପର ପୂର୍ବତନ ଆସିଷ୍ଟାଣ୍ଟ ଇଂଜିନିୟର
୧୦. କରୁଣାକର ପଣ୍ଡା- ଭବାନୀପାଟଣା ଆଇଟିଡିଏର ପୂର୍ବତନ ଜେଇ
୧୧. ମଙ୍ଗଳ ସିଂ ମୁଣ୍ଡା- କୁଳିଅଣା ବ୍ଲକ୍ ପୂର୍ବତନ ଜେଇ
୧୨. ବୈଦ୍ୟନାଥ ମାଝୀ- କୁଳିଅଣା ବ୍ଲକ୍ ର ପୂର୍ବତନ ଆସିଷ୍ଟାଣ୍ଟ ଇଂଜିନିୟର
୧୩. ପ୍ରତାପ ଚନ୍ଦ୍ର ରାଉତ- ମୟୁରଭଂଜ ସରକଣା ବ୍ଲକ୍ ପୂର୍ବତନ ଜେଇ
୧୪. ନିଗମାନନ୍ଦ ପଣ୍ଡା- ଥୁଆମୂଳ-ରାମପୁର ଆଇଟିଡିଏ ପୂର୍ବତନ ଜେଇ
୧୫. ଚିତ୍ତରଞ୍ଜନ ଲାଲ- ବିଏମସି ବରିଷ୍ଠ କିରାଣୀ(ହେଲଥ୍ ଅଫିସ)
ପେନସନ୍ ବନ୍ଦ
ଅଶ୍ୱିନୀ କୁମାର ଶର୍ମା- କଳାହାଣ୍ଡି ଆଇଟିଡିଏର ଅବସରପ୍ରାପ୍ତ ଆସିଷ୍ଟାଣ୍ଟ ଇଂଜିନିୟର
ଶଶାଙ୍କ ଶେଖର ପଟ୍ଟନାୟକ- କଳାହାଣ୍ଡି ଡିଆରଡିଏର ଅବସରପ୍ରାପ୍ତ ପୂର୍ବତନ ଏପିଡି
ଦୁର୍ନୀତି ପ୍ରତି ଏହା ମୁଖ୍ୟମନ୍ତ୍ରୀଙ୍କ ଜିରୋ ଟଲେରାନ୍ସ ନୀତି ବୋଲି ତାଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।