ଭୁବନେଶ୍ୱର: ଜେଲ୍ ବିଭାଗର ଡିଜି ପଦରେ ମାତ୍ର ଦୁଇମାସ ରହିଥିବା ବିଜୟ କୁମାର ଶର୍ମାଙ୍କର ବଦଳି ହୋଇଯାଇଛି । ତାଙ୍କୁ ଅଗ୍ନିଶମ ବିଭାଗର ଡିଜି ପଦ ଦିଆଯାଇଛି । ହୋମଗାର୍ଡ ବିଭାଗର କମାଣ୍ଡାଣ୍ଟ ଜେନେରାଲ୍ ଏବଂ ସିଭିଲ୍ ଡିଫେନ୍ସର ଡାଇରେକ୍ଟର ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି । ଦେବାଶିଷ ପାଣିଗ୍ରାହୀଙ୍କୁ ଭିଜିଲାନସ୍ ନିର୍ଦ୍ଦେଶକ ପଦରେ ଅବସ୍ଥାପିତ କରାଯାଇଛି । ଅମିତାଭ ଠାକୁରଙ୍କୁ ଆଇଜି, ଆଇନଶୃଙ୍ଖଳା ଦାୟିତ୍ୱ ଦିଆଯାଇଛି । ଏମାନଙ୍କୁ ମିଶାଇ ଆଜି ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ୧୭ ଜଣ ବରିଷ୍ଠ ଆଇପିଏସ୍ ଏବଂ ଦୁଇଜଣ ବରିଷ୍ଠ ଓପିଏସ୍ ଅଧିକାରୀଙ୍କର ବଦଳି ହୋଇଛି ।
ବିଜୟ କୁମାର ଶର୍ମା- ଡିଜି, ଅଗ୍ନିଶମ ବିଭାଗ, କମାଣ୍ଡାଣ୍ଟ ଜେନେରାଲ୍,ହୋମଗାର୍ଡ ଏବଂ ଡାଇରେକ୍ଟର ସିଭିଲ୍ ଡିଫେନ୍ସସତ୍ୟଜିତ୍ ମହାନ୍ତି- ଅତିରିକ୍ତ ଡିଜିପି(ପ୍ରୋଭିଜନିଂ)
ସନ୍ତୋଷ କୁମାର ଉପାଧ୍ୟାୟ- ଅତିରିକ୍ତ ଡିଜିପି, ସିିଆଇଡ଼ି,କ୍ରାଇମବ୍ରାଞ୍ଚ
ବିନୟାନନ୍ଦ ଝା- ଅତିରିକ୍ତ ଡିଜି, ଜେଲ୍ ଏବଂ ଡାଇରେକ୍ଟର, କରେକ୍ସନାଲ୍ ସର୍ଭିସେସ୍
ଅରୁଣ କୁମାର ରାୟ- ଅତିରିକ୍ତ ଡିଜିପି, କମ୍ୟୁନିକେସନ୍
ପ୍ରାଣବିନ୍ଦୁ ଆଚାର୍ଯ୍ୟ- ଅତିରିକ୍ତ ଡିଜିପି, ରେଲୱେ କୋଷ୍ଟାଲ୍ ସିକ୍ୟୁରିଟି
ସୁଧାଂଶୁ ଷଡ଼ଙ୍ଗୀ- ଡାଇରେକ୍ଟର, ଏସସିଆରବି
ଡ. ଦେବାଶିଷ ପାଣିଗ୍ରାହୀ- ଭିଜିଲାନ୍ସ ନିର୍ଦ୍ଦେଶକ
ଲଳିତ ଦାସ- ସିଏମଡ଼ି, ଓପିଏଚ ଆଣ୍ଡ ଡବ୍ଲୁସି
ଡ. ସନ୍ତୋଷ ବାଲା- ସ୍ୱତନ୍ତ୍ର ସଚିବ, ଗୃହ ବିଭାଗ
ଅରୁଣ ବୋଥ୍ରା- ଆଇଜି, ଆଧୁନିକୀକରଣ
ଅମିତାଭ ଠାକୁର- ଆଇଜି, ଆଇନଶୃଙ୍ଖଳା
ରାଜେଶ କୁମାର- ଆଇଜି, ଅଗ୍ନିଶମ ଏବଂ ହୋମଗାର୍ଡ
ନିଖିଲ କୁମାର କାନୋଡ଼ିଆ- ଡିଆଇଜି,ସିଆଇଡ଼ି, କ୍ରାଇମବ୍ରାଞ୍ଚ
ସଞ୍ଜୟ କୁମାର କୌଶଲ- ଡିଆଇଜି, ଭିଜିଲାନସ୍(ପଦୋନ୍ନତି)
ସାରା ଶର୍ମା- ଏସପି, ବିପିଏସପିଏ
ବନବିହାରୀ ସାହୁ,ଓପିଏସ୍-୧- ଏସପି, ରେଲୱେ,କଟକ
ବି.ଏନ.ଦଣ୍ଡପାଟ,ଓପିଏସ୍-୧- ଏସପି,ପିଏମଟି