Tuesday, June 30, 2026 08:05 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘କାଳିଆ’ ପାଇଁ ଅର୍ଥ ଅଜାଡ଼ି ଦେଲେ

by Our Correspondent
07 Feb, 2019- 11:00 PM
in Latest News, News
1 min read
0
‘କାଳିଆ’ ପାଇଁ ଅର୍ଥ ଅଜାଡ଼ି ଦେଲେ
ଭୁବନେଶ୍ୱର: ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧ ଲକ୍ଷ ୩୨ ହଜାର ୬ ଶହ ୬୦ କୋଟି ଟଙ୍କାର ଅନ୍ତରୀଣ ବଜେଟ୍ ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି । ବିଗତ ଆର୍ଥିକ ବର୍ଷର ବଜେଟ୍ ତୁଳନାରେ ଏହା ୧୦.୪ ପ୍ରତିଶତ ଅଧିକ । ଏପ୍ରିଲରୁ ଜୁଲାଇ ୪ ମାସ ପର୍ଯ୍ୟନ୍ତ ଖର୍ଚ୍ଚ ବାବଦ(ଭୋଟ୍ ଅନ ଆକାଉଣ୍ଟ)କୁ ରହିଛି ୫୬ ହଜାର ୯୨୧ କୋଟି ଟଙ୍କା । ଚଳିତବର୍ଷ ନିର୍ବାଚନ ଥିବାରୁ ଚାଲୁ ରହିଥିବା ଯୋଜନା ଓ କାର୍ଯ୍ୟକ୍ରମ ପାଇଁ ଏହି ଟଙ୍କା ଖର୍ଚ୍ଚ ହେବ । ଲୋକପ୍ରିୟ ଯୋଜନା ‘କାଳିଆ’ ପାଇଁ ବଜେଟ୍ ରେ ଅର୍ଥ ଅଜାଡ଼ି ଦେଇଛନ୍ତି ରାଜ୍ୟ ସରକାର । ଏହି ଯୋଜନାରେ ୪୪୬୧ କୋଟି ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଏହି ବଜେଟ୍ ଉପସ୍ଥାପନ କରିଛନ୍ତି । ଏଥିରେ ଅଭିବୃଦ୍ଧି, ବିକାଶ, ଭିତ୍ତିଭୂମି ଉନ୍ନୟନ ଓ ପୁଞ୍ଜି ନିବେଶ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି ।
ରାଜ୍ୟ ସରକାରଙ୍କ ଅଗ୍ରାଧିକାର ଯୋଜନା ‘କାଳିଆ’ ପାଇଁ ଏହି ବଜେଟ୍ ରେ ସର୍ବାଧିକ ୪୪୬୧ କୋଟି ଟଙ୍କା ବରାଦ କରାଯାଇଛି ।
କୃଷି ଋଣରେ ସୁଧ ରିହାତି ବାବଦରେ ୮୦୦ କୋଟି, ‘ପିଠା’ ଯୋଜନା ପାଇଁ ୪୦୦ କୋଟି, ଗ୍ରାମୀଣ ଜଳଯୋଗାଣ ‘ବସୁଧା’ ପାଇଁ ୨୯୩୫ କୋଟି, ମଧୁବାବୁ ପେନସନ୍ ଯୋଜନା ପାଇଁ ୨୧୨୦ କୋଟି, ମିଶନ ଶକ୍ତି ପାଇଁ ୩୦୧ କୋଟି, ‘ମମତା’ ପାଇଁ ୩୦୫ କୋଟି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୮୬୪ କୋଟି, ଗୋପବନ୍ଧୁ ଗ୍ରାମୀଣ ଯୋଜନା ପାଇଁ ୫୦୦ କୋଟି, ବିଜୁ ଯୁବ ବାହିନୀ ପାଇଁ ୧୦୫ କୋଟି ଟଙ୍କା ବରାଦ କରାଯାଇଛି ।
ମୋଟାମୋଟି ଏହି ବଜେଟ୍ ରେ କାର୍ଯ୍ୟକ୍ରମ ଖର୍ଚ୍ଚର ପରିମାଣ ୬୬ ହଜାର କୋଟି ଟଙ୍କା ଅଟକଳ କରାଯାଇଛି । କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ବ୍ୟୟ ଅଟକଳ ୧୯,୫୫୭ କୋଟି ଆକଳନ କରାଯାଇଛି । ଯାହା ପୂର୍ବ ବର୍ଷଠାରୁ ଯଥେଷ୍ଟ ଅଧିକ । ଶିକ୍ଷା ଓ ଦକ୍ଷତା କ୍ଷେତ୍ର ପାଇଁ ୧୯,୯୧୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ସ୍ୱାସ୍ଥ୍ୟ କ୍ଷେତ୍ରରେ ୬,୭୦୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ପାଇପ୍ ଯୋଗେ ପାନୀୟ ଜଳଯୋଗାଣ ପ୍ରକଳ୍ପ ପାଇଁ ୨,୯୩୫ କୋଟି ଟଙ୍କା ଟଙ୍କାର ପୁଞ୍ଜି ବିନିଯୋଗ କରାଯିବ । ଅନୁସୂଚିତ ଜନଜାତି ଓ ଜାତିମାନଙ୍କ ପାଇଁ ଚିହ୍ନିତ ଯୋଜନା ଦ୍ୱାରା କାର୍ଯ୍ୟକ୍ରମ ବ୍ୟୟ ମାଧ୍ୟମରେ ୨୨,୦୪୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଉନ୍ନୟନ ଖର୍ଚ୍ଚ ବାବଦକୁ ଚିହ୍ନିତ ଅର୍ଥର ପରିମାଣ ମୋଟ ବଜେଟ୍ ଅଟକଳର ୭୫ ପ୍ରତିଶତରୁ ଅଧିକ ରଖାଯାଇଛି ।
ସେହିଭଳି ପ୍ରଶାସନିକ ବ୍ୟୟ ଅଟକଳ ରହିଛି ୫୮,୧୭୦ କୋଟି ଟଙ୍କା । ସେଥିମଧ୍ୟରେ ଦରମା ବାବଦକୁ ୨୫,୫୦୦ କୋଟି, ପେନସନ୍ ବାବଦରେ ୧୩,୩୦୦ କୋଟି, ସୁଧଦେୟ ୬,୫୦୦ କୋଟି ଏବଂ ପୁଞ୍ଜି ସମ୍ପତ୍ତି ପରିଚାଳନା ପାଇଁ ୪,୮୮୦ କୋଟି ଟଙ୍କା ରହିଛି ।
୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ରାଜସ୍ୱ ଆୟ ୧ ଲକ୍ଷ ୧୦ ହଜାର ୭୧୦ କୋଟି ଟଙ୍କା ଆକଳନ କରାଯାଇଥିବା ବେଳେ ରାଜସ୍ୱ ବ୍ୟୟ ୧ ଲକ୍ଷ ୨ ହଜାର ୨୨୭ କୋଟି ଟଙ୍କା ଆକଳନ କରାଯାଇଛି । ଫଳରେ ୮ ହଜାର ୪୩୩ କୋଟି ଟଙ୍କା ରାଜସ୍ୱ ବଳକା ବାହାରିବ । ତାହା ସାମଗ୍ରିକ ଘରୋଇ ଉତ୍ପାଦର ୧.୬ ପ୍ରତିଶତ । ଏହି ହିସାବରେ ୨୦୧୯-୨୦ ନିମନ୍ତେ ବିତ୍ତୀୟ ନିଅଣ୍ଟ ବା ଫିସକାଲ୍ ଡେଫିସିଟ୍ ୧୬,୧୯୩ କୋଟି ଟଙ୍କା ଆକଳନ କରାଯାଇଛି । ତାହା ସାମଗ୍ରିକ ଘରୋଇ ଉତ୍ପାଦର ୩ ପ୍ରତିଶତ ।

ଋଣଭାର ୧ ଲକ୍ଷ କୋଟିକୁ ଟପିବ

ଆସନ୍ତା ୨୦୨୦ ମାର୍ଚ୍ଚ ସୁଦ୍ଧା ରାଜ୍ୟର ଋଣଭାର ୧ ଲକ୍ଷ ୩ ହଜାର ୮୪୩ କୋଟିକୁ ଛୁଇଁବ ବୋଲି ରାଜ୍ୟ ସରକାର ଆକଳନ କରିଛନ୍ତି । ଯାହାକି ଜିଏସଡିପିର ୧୯ ପ୍ରତିଶତ । ଚଳିତବର୍ଷ ଡିସେମ୍ବର ସୁଦ୍ଧା ରାଜ୍ୟର ଋଣଭାର ୭୯,୭୮୯ କୋଟି ଟଙ୍କା ରହିଛି । ଆଗାମୀ ମାର୍ଚ୍ଚ ୩୧ ସୁଦ୍ଧା ଏହା ୮୭,୬୫୦ କୋଟି ଟଙ୍କା ଆକଳନ କରାଯାଇଛି । ଯାହା ଜିଏସଡିପିର ୧୮ ପ୍ରତିଶତ । ତେବେ ଋଣ କରିବାର ଅନୁମୋଦିତ ନିୟମଠାରୁ ଓଡ଼ିଶା ବହୁତ ପଛରେ ଥିବାରୁ ଆଶଙ୍କାର କାରଣ ନାହିଁ ବୋଲି ଅର୍ଥ ସଚିବ ଅଶୋକ ଚନ୍ଦ୍ର ମୀନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ପ୍ରତିଶ୍ରୁତି ନୁହେଁ, ପ୍ରକୃତ କାମରେ ବିଶ୍ୱାସ କରୁ:ମୁଖ୍ୟମନ୍ତ୍ରା
ବଜେଟ୍ କୁ ଚାଷୀ, ଗରିବ, ମହିଳା, ଅନୁସୂଚିତ ଜାତି/ଜନଜାତି, ଯୁବବର୍ଗ ଏବଂ ବିକାଶର ବଜେଟ୍ ବୋଲି ଅଭିହିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆମର ଭଲ କାମକୁ ଏହି ବଜେଟ୍ ଆହୁରି ଆଗେଇ ନେବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ କେବଳ ପ୍ରତିଶ୍ରୁତି ଦେଉନା, ପ୍ରକୃତ କାମରେ ବିଶ୍ୱାସ କରୁ ।
ବିରୋଧୀଙ୍କ ସମାଲୋଚନା
ବିଜେଟ୍ ରେ ଦିଆଯାଇଥିବା ତଥ୍ୟ ସତ୍ୟ ଉପରେ ଆଧାରିତ ନୁହେଁ ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି । ନିର୍ବାଚନକୁ ଆଖିରେ ରଖି ବଜେଟ୍ ପ୍ରସ୍ତୁତ କରାଯାଇଥିବା ସେ କହିଛନ୍ତି । ସେହିଭଳି ବଜେଟ୍ ରେ କିଛି ନାହିଁ ଏବଂ ସବୁ ବର୍ଗଙ୍କୁ ନିରାଶ କରାଯାଇଛି ବୋଲି ବିଜେପି ଅଭିଯୋଗ କରିଛି । ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ତାଙ୍କ ବଜେଟ୍ ଭାଷଣ ଆରମ୍ଭ କଲା କ୍ଷଣି ବିରୋଧୀ ଦଳ ସଦସ୍ୟମାନେ ପ୍ରତିବାଦ କରି କକ୍ଷତ୍ୟାଗ କରିଥିଲେ ।
Previous Post

ବେମାର ଆଣିଲା ସମନ

Next Post

ବେଆଇନର ଖୁଲାସା: ଜଣଙ୍କୁ ମେଞ୍ଚେ, ଅନ୍ୟଙ୍କୁ କେଞ୍ଚେ

Next Post
ବେଆଇନର ଖୁଲାସା: ଜଣଙ୍କୁ ମେଞ୍ଚେ, ଅନ୍ୟଙ୍କୁ କେଞ୍ଚେ

ବେଆଇନର ଖୁଲାସା: ଜଣଙ୍କୁ ମେଞ୍ଚେ, ଅନ୍ୟଙ୍କୁ କେଞ୍ଚେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA