Tuesday, May 26, 2026 10:35 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବେମାର ଆଣିଲା ସମନ

by Our Correspondent
07 Feb, 2019- 03:34 PM
in Latest News, News, Politics
1 min read
0
ବେମାର ଆଣିଲା ସମନ
ଭୁବନେଶ୍ୱର: ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଆଜି ଛତ୍ରପୁର ଥାନାରେ ହାଜର ହେବା ପାଇଁ ପୁଲିସ ସମନ ପାଇଥିଲେ । ମାତ୍ର ସେ ହାଜର ହୋଇନାହାନ୍ତି । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ହାଜର ହୋଇପାରୁ ନ ଥିବା ଓକିଲଙ୍କ ଜରିଆରେ ଜଣାଇଛନ୍ତି । ଗୋଲକଙ୍କ ପକ୍ଷରୁ ତାଙ୍କ ଦୁଇ ଓକିଲ ଆଜି ଛତ୍ରପୁର ଥାନାରେ ଏସଡ଼ିପିଓ ରମେଶ ଚନ୍ଦ୍ର ସେଠୀଙ୍କୁ ଭେଟି ଏହା ଅବଗତ କରାଇଛନ୍ତି । ଗୋଲକଙ୍କ ହାଜର ପାଇଁ ମାସେ ସମୟ ମାଗିଛନ୍ତି । ହାଜିରାର ପରବର୍ତ୍ତୀ ତାରିଖ ଏସଡ଼ିପିଓ ସ୍ଥିର କରିବେ ।
ଛତ୍ରପୁର କାଉନସିଲର୍ ଲକ୍ଷ୍ମୀଦତ୍ତ ମର୍ଡର କେସ୍ ରେ ଥାନାରେ ହାଜର ପାଇଁ ଗତ ୨୯ ତାରିଖ ରାତିରେ ଗୋଲକଙ୍କୁ ସମନ ଜାରି ହୋଇଥିଲା । ତାଙ୍କ ସହ ଭୃଗୁ ବକ୍ସିପାତ୍ରଙ୍କୁ ମଧ୍ୟ ସମନ ଜାରି କରାଯାଇଥିଲା । ଭୃଗୁ ଆସନ୍ତା ୯ ତାରିଖରେ ହାଜର ହେବାକୁ କୁହାଯାଇଛି ।
ନିର୍ଭରଯୋଗ୍ୟ ସୂତ୍ରର ସୂଚନା ଅନୁଯାୟୀ, ଛତ୍ରପୁର ଥାନାରେ ଗୋଲକ ହାଜିରା ଦେବାକୁ ଦୁଇଦିନ ତଳୁ ସ୍ଥିର ହୋଇସାରିଥିଲା । ଦଳର ଥିଙ୍କ ଟ୍ୟାଙ୍କ୍ ଏଥିପାଇଁ ମନ୍ତ୍ରଣା ସାରିଥିଲେ । ଏୟା ସ୍ଥିର ହୋଇଥିଲା ଯେ ଗୋଲକ ଓକିଲଙ୍କୁ ଧରି ଥାନାରେ ହାଜର ହେବେ । ପୂର୍ବଥର ଭଳି ତାଙ୍କ ସାଙ୍ଗରେ ଦଳର ପଲଟନ ଯିବନି । ତେବେ ଗତକାଲି ଏହି ନିଷ୍ପତ୍ତିରେ ପରିବର୍ତ୍ତନ ହୋଇଥିଲା । ସତରେ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିଲା ନା ଆଉ କିଛି ରାଜନୀତି ତାହା ଜଣାପଡ଼ିନାହିଁ ।
ସୂଚନାଯୋଗ୍ୟ, ଗୋଲକ ଓ ଭୃଗୁଙ୍କୁ ପୁଲିସ ସମନ ପଛରେ ବିଜେଡ଼ିର ଦୁଇ ହେଭିୱେଟ୍ ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ କୁମାର ସାହୁଙ୍କୁ ସିବିଆଇ ସମନର ସମ୍ପର୍କ ଥିବା ଚର୍ଚ୍ଚା ହୋଇଛି । ଚିଟଫଣ୍ଡ ମାମଲାକୁ ଆଳ କରି ଠିକ ନିର୍ବାଚନ ପୂର୍ବରୁ ବିଜେପି ସିବିଆଇକୁ ଲଗାଇଛି ଏବଂ ଅତନୁ ଓ ଅରୁଣଙ୍କୁ ସମନ କରାଯାଇ ବିଜେଡ଼ିକୁ ବଦନାମ କରିବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ସିବିଆଇ ସମନ ରେ ପ୍ରତିଶୋଧପରାୟଣ ହୋଇ ବିଜେଡ଼ି ପୁଲିସକୁ ଲଗାଇ ଗୋଲକ ଓ ଭୃଗୁଙ୍କୁ ସମନ କରିଥିବା ଅଭିଯୋଗ ହୋଇଛି ।
ଉଭୟ ପକ୍ଷକୁ କାଗଜ ସମନ ନେଇ ରାଜନୈତିକ ଛକାପଂଝା ଚାଲିଥିବା ବେଳେ ଅସଲ ଡ୍ରାମା କିନ୍ତୁ ଏଯାଏଁ ଦେଖିବାକୁ ମିଳିଲାନି । ସିବିଆଇରେ ହାଜର ପାଇଁ ଅତନୁଙ୍କୁ ୨୮ ତାରିଖ ଓ ଅରୁଣଙ୍କୁ ୩୦ ତାରିଖକୁ ସମନ ଦିଆଯାଇଥିଲା । ମାତ୍ର ସେମାନେ ହାଜର ହେଲେନି । ସ୍ୱାସ୍ଥ୍ୟଗତ ନା ଆଉ କିଛି କାରଣ ଜଣାପଡ଼ିଲାନି ।ସମୟ ଗଡ଼ିଗଲା ପରେ ଯାଇ ଦୁହେଁ ମିଡ଼ିଆ ଆଗରେ ମୁହଁ ଖୋଲିଲେ ଏବଂ ସିବିଆଇରେ ହାଜର ହେବେ ବୋଲି ନିଶ୍ଚିତ କରାଇଲେ । ତେବେ ସିବିଆଇଠାରୁ ସେମାନେ କେବେ ସମୟ ନେଇଛନ୍ତି ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଏପଟେ ଆଜି ଗୋଲକ ସ୍ୱାସ୍ଥ୍ୟଗତ ଆଳ ଦେଖାଇ ପୁଲିସ ସମନକୁ ଫାଙ୍କିଦେଇଥିବା ସାଧାରଣରେ ଚର୍ଚ୍ଚା ହେଲାଣି । ଭୃଗୁଙ୍କ ସ୍ୱାସ୍ଥ୍ୟ ଠିକ୍ ଅଛି ନା ନାହିଁ ତାହା ୯ ତାରିଖରେ ଜଣାପଡ଼ିବ ।
Previous Post

ବିଜେଡ଼ିରେ ଯୋଗେଶ ସିଂ, କୁସୁମ ଟେଟେଙ୍କୁ ଥଇଥାନ

Next Post

‘କାଳିଆ’ ପାଇଁ ଅର୍ଥ ଅଜାଡ଼ି ଦେଲେ

Next Post
‘କାଳିଆ’ ପାଇଁ ଅର୍ଥ ଅଜାଡ଼ି ଦେଲେ

‘କାଳିଆ’ ପାଇଁ ଅର୍ଥ ଅଜାଡ଼ି ଦେଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA