Thursday, April 30, 2026 02:25 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୨୫ ପୂର୍ବରୁ ବିଜେଡ଼ିର ଥଇଥାନ ପୋଷ୍ଟିଂ

by Our Correspondent
17 Jun, 2019- 07:46 PM
in Latest News, News, Politics
1 min read
0
୨୫ ପୂର୍ବରୁ ବିଜେଡ଼ିର ଥଇଥାନ ପୋଷ୍ଟିଂ

ରାଜ୍ୟସଭା ପ୍ରାର୍ଥୀ,ପ୍ରମୁଖ ସଂସ୍ଥା ମୁଖିଆଙ୍କ ନାଁ ଏକାସାଙ୍ଗେ ହୋଇପାରେ ଘୋଷଣା

ଭୁବନେଶ୍ୱର: ଗୋଟିଏ ଥାକରେ ଘୋଷଣା ହେବ ବିଜେଡ଼ିର ରାଜ୍ୟସଭା ପ୍ରାର୍ଥୀ, ଯୋଜନା ବୋର୍ଡ ଉପାଧ୍ୟକ୍ଷ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ, ମହିଳା କମିଶନ ଅଧ୍ୟକ୍ଷ, ଓଡ଼ିଶା ହାଉସିଂ ବୋର୍ଡ ଏବଂ ବିଡ଼ିଏ ଅଧ୍ୟକ୍ଷ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀର ନାଁ । ୨୫ ତାରିଖ ରାଜ୍ୟସଭା ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଥିବାରୁ ସମ୍ଭବତଃ ୨୩ କିମ୍ବା ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମାନଙ୍କ ନାଁ ଘୋଷଣା କରିବେ । ସମସ୍ତ ଆଶାୟୀଙ୍କୁ ଥଇଥାନ କରିବା ଯୋଜନାରେ ମୁଖ୍ୟମନ୍ତ୍ରୀ ଏଭଳି ବିଚାର କରୁଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।
ରାଜ୍ୟସଭାର ତିନୋଟି ଆସନ ପାଇଁ ବିଜେଡ଼ିରେ ଅତି କମ୍ ରେ ୧୫ ଜଣ ଆଶା ବାନ୍ଧି ବସିଛନ୍ତି । ପ୍ରସନ୍ନ ପାଟ୍ଟଶାଣୀଙ୍କ ଭଳି ନେତା ମୁଖ୍ୟମନ୍ତ୍ରୀଙ୍କ ପୂର୍ବ ପ୍ରତିଶ୍ରୁତିକୁ ମନରେ ଧରି ନିଶ୍ଚିତ ରହିଛନ୍ତି । ପ୍ରସନ୍ନ ପାଟ୍ଟଶାଣୀ ଏବଂ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଟିକେଟ କାଟିଲା ବେଳେ ରାଜ୍ୟସଭା ଆସନର ଥୋପ ଦେଇଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଯାହା କହନ୍ତି, ତାହା କରନ୍ତି ବୋଲି ଶ୍ରୀ ପାଟ୍ଟଶାଣୀ ଗଣମାଧ୍ୟମ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ମନେ ପକାଇ ଦେଇଛନ୍ତି ।
ତେବେ ଶେଷ ପର୍ଯ୍ୟାୟ ନିର୍ବାଚନ ସମୟରେ ବାରିପଦାଠାରେ ଶ୍ରୀ ପାଟ୍ଟଶାଣୀ ଦଳୀୟ କର୍ମୀମାନଙ୍କୁ ବିଜେଡ଼ି ଏବଂ ନବୀନଙ୍କ ବିରୋଧରେ ଯେଉଁ କଟୁ ମନ୍ତବ୍ୟ ଦେଇଥିଲେ ତାହା ବୋଧହୁଏ ଭୁଲି ଯାଇଛନ୍ତି । ସେ କହିଥିଲେ, ଚଳିତ ନିର୍ବାଚନରେ ବିଜେଡ଼ିର ବିପର୍ଯ୍ୟୟ ଘଟିବ । ଅପରାଜିତା ଷଡ଼ଙ୍ଗୀଙ୍କୁ ସେ ବି ଭୋଟ ଦେଇଛନ୍ତି । ଖାଲି ସେତିକି ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଟାଣୁଆ ଅରୁଚିକର ମନ୍ତବ୍ୟ ଦେବାକୁ ବି ସେ ପଛାଇ ନ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଏହା ଆସିଥିବାରୁ ସେ ତାଙ୍କ ପ୍ରତିଶ୍ରୁତିର ପୁନର୍ବିଚାର କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ମନ ଏ ଯାଏଁ ସ୍ପଷ୍ଟ ଜଣାପଡୁନାହିଁ ।
ଯାହା ବି ହେଉ, ୩ ଟି ଆସନ ପାଇଁ ଗଣମାଧ୍ୟମ ଚର୍ଚ୍ଚାରେ ରହୁଥିବା ଅନ୍ୟ ପ୍ରମୁଖ ଆଶାୟୀଙ୍କ ମଧ୍ୟରେ ଅଛନ୍ତି ଅମର ପଟ୍ଟନାୟକ, ଅରୂପ ପଟ୍ଟନାୟକ, ରବୀନ୍ଦ୍ର ଜେନା, ସଞ୍ଚୟ ଦାସବର୍ମା, ମହେଶ୍ୱର ମହାନ୍ତି, ପୁଷ୍ପେନ୍ଦ୍ର ସିଂହଦେଓ, ଅନୁପ ସାଏ, ଶ୍ରୀମୟୀ ମିଶ୍ର, ଡ. ସସ୍ମିତ୍ ପାତ୍ର । ଗଣମାଧ୍ୟମ ଚର୍ଚ୍ଚାରେ ନ ଥିବା ଆଉ କିଛି ଦକ୍ଷ ନେତାଙ୍କ ନାଁ ବି ଆଶାୟୀ ତାଲିକାରେ ରହିଛି । ନିର୍ବାଚନରେ ପରାଜୟ ବରଣ କରିଥିବା ବଲାଙ୍ଗୀର ରାଜ ପରିବାରର ଆଖି ବି ରାଜ୍ୟସଭା ଆସନ ଉପରେ । ଅନଙ୍ଗ ଉଦୟ ସିଂହଦେଓ ନିଜେ ନଚେତ ତାଙ୍କ ପୁଅ କଳିକେଶଙ୍କ ପାଇଁ ଆଶାୟୀ ରହିଛନ୍ତି । ବରୀ ଆସନ ପାଇଁ ବିଜେଡ଼ି ଟିକେଟରୁ ବାରମ୍ବାର ବଞ୍ଚିତ ହୋଇଥିବା ବିଜୟ ନାୟକ, କଟକ ବାରବାଟୀ ଟିକେଟରୁ ନିରାଶ ହୋଇଥିବା ସୁବାସ ସିଂ ବି ରାଜ୍ୟସଭା ଟିକେଟ ଦୌଡରେ ଅଛନ୍ତି । ବିଜେପୁର ଟିକେଟ ନ ହେଲେ ନଳିନୀ ପ୍ରଧାନ ଏବଂ ସୁବାସ ଚୌହ୍ୱାନ୍ ଙ୍କର ଆଖି ବି ରାଜ୍ୟସଭା ଆସନ ଉପରେ ରହିଛି ।
ବିଶ୍ୱସ୍ତ ମହଲର ସୂଚନା ଅନୁଯାୟୀ, ଆଶାୟୀଙ୍କ ସଂଖ୍ୟା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ରାଜ୍ୟସଭା ପ୍ରାର୍ଥୀ ଚୟନ ସହଜ ହେଉନାହିଁ । କାହାରିକୁ ନିରାଶ ନ କରି ଅନ୍ୟତ୍ର ଥଇଥାନ ଯୋଜନାରେ ଅଛନ୍ତି । ଯୋଜନା ବୋର୍ଡ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ, ମହିଳା କମିଶନ, ହାଉସିଂ ବୋର୍ଡ ଏବଂ ବିଡ଼ିଏ ଭଳି ସଂସ୍ଥାରେ ସେମାନଙ୍କୁ ଥଇଥାନ କରିବେ । ତେଣୁ ଏକା ସାଙ୍ଗରେ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ସହ ଏହି ସଂସ୍ଥାଗୁଡ଼ିକର ଅଧ୍ୟକ୍ଷଙ୍କ ନାଁ ଘୋଷଣା ହୋଇପାରେ ।
ଆସନ୍ତାବର୍ଷ ଏପ୍ରିଲ୍ ମାସରେ ରାଜ୍ୟସଭାର ଆଉ ତିନୋଟି ଆସନ ଖାଲି ପଡୁଥିବାରୁ କିଛି ପ୍ରମୁଖ ଆଶାୟୀଙ୍କୁ ମୁଖ୍ୟମନ୍ତ୍ରୀ ସେ ପର୍ଯ୍ୟନ୍ତ ଝୁଲାଇ ରଖିବେ । ରାଜ୍ୟସଭା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନଜରରେ ସବୁଠାରୁ ଅଧିକ ଯୋଗ୍ୟ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ହୁଏତ ୬ ବର୍ଷର ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପାଇଁ ସୁଯୋଗ ଦେବେ । ତେଣୁ ଏବେ ନହେଲେ ସେମାନଙ୍କୁ ଆର ପାଳିରେ ସୁଯୋଗ ମିଳିପାରେ ।
Previous Post

ନିତି ଆୟୋଗ ବୈଠକରେ ନବୀନ ଉଠାଇଲେ ‘ସ୍ୱତନ୍ତ୍ର ଫୋକସ୍ ରାଜ୍ୟ’

Next Post

କେନ୍ଦ୍ରାପଡ଼ାରେ ନବୀନ: ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରୁ ପାଟକୁରା ପ୍ରଚାରର ଶୁଭାରମ୍ଭ!

Next Post
କେନ୍ଦ୍ରାପଡ଼ାରେ ନବୀନ: ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରୁ ପାଟକୁରା ପ୍ରଚାରର ଶୁଭାରମ୍ଭ!

କେନ୍ଦ୍ରାପଡ଼ାରେ ନବୀନ: ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରୁ ପାଟକୁରା ପ୍ରଚାରର ଶୁଭାରମ୍ଭ!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA