Thursday, April 30, 2026 12:38 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କେନ୍ଦ୍ରାପଡ଼ାରେ ନବୀନ: ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରୁ ପାଟକୁରା ପ୍ରଚାରର ଶୁଭାରମ୍ଭ!

by Our Correspondent
17 Jun, 2019- 09:11 PM
in Latest News, News
1 min read
0
କେନ୍ଦ୍ରାପଡ଼ାରେ ନବୀନ: ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରୁ ପାଟକୁରା ପ୍ରଚାରର ଶୁଭାରମ୍ଭ!
ଭୁୁବନେଶ୍ୱର: ପାଟକୁରା ନିର୍ବାଚନ ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ ପ୍ରଚାର ଆରମ୍ଭ ହୋଇଗଲାଣି । ରଣକୌଶଳ ଓ କର୍ମୀ ସମ୍ମିଳନୀରେ ବିଜେଡ଼ି ଆଗୁଆ ରହିଥିବା ବେଳେ ବିଜେପି ପ୍ରଚାର ଉପରେ ଗୁରୁତ୍ୱ ଦେଇଛି । ଭୁବନେଶ୍ୱରରେ ପାଇଥିବା ସଫଳତାକୁ ପାଟକୁରାରେ ଦୋହରାଇବା ପାଇଁ ଅପରାଜିତା ଷଡ଼ଙ୍ଗୀ ସେଠାକୁ ଯାଇ ପ୍ରଚାରର ମଙ୍ଗ ଧରିଲେଣି । ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ସହ ସେ ରୋଡ ସୋ ଆରମ୍ଭ କରିଛନ୍ତି । ଏପଟେ ଦିଲ୍ଲୀରୁ ଫେରିଲା ପରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏବେ କେନ୍ଦ୍ରାପଡ଼ା ମୁହାଁ ହୋଇଛନ୍ତି । ରଜଛୁଟି ସରିଲା ପରେ ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଯାଇ ଶ୍ରୀ ବଳଦେବଜୀଉଙ୍କ ଦର୍ଶନ କରିଛନ୍ତି । ମନ୍ଦିର ଓ ଏହାର ପାରିପାଶ୍ୱିକ ଉନ୍ନତି ପାଇଁ ୨ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ସେଠାରେ କୌଣସି ସଭା ସମିତି କରି ନ ଥିଲେ ମଧ୍ୟ ପାଟକୁରା ନିର୍ବାଚନ ପାଇଁ ଏହାକୁ ପ୍ରଚାରର ଶୁଭାରମ୍ଭ ବୋଲି କୁହାଯାଉଛି ।
ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ଯାଇ ସ୍ନାନ ମଣ୍ଡପରେ ଠାକୁରମାନଙ୍କୁ ଦର୍ଶନ କରିଥିଲେ । ଏହି ଅବସରରରେ ମନ୍ଦିରର ବିଭିନ୍ନ ସମସ୍ୟା ସମ୍ପର୍କରେ ପୂଜକମାନେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ଏହାର ପ୍ରତିକାର ପାଇଁ ମୁଖ୍ୟମନ୍ତ୍ରୀ ତୁରନ୍ତ ପଦକ୍ଷେପ ନେଇ ୨ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଥିଲେ । ସେଥିରେ ଠାକୁରଙ୍କ ଝୁଲଣ ମଣ୍ଡପର ପୁନରୁଦ୍ଧାର, ସାଆନ୍ତ ସାହିଠାରେ ଶ୍ରୀ ବଳଦେବଜୀଉ କଲ୍ୟାଣ ମଣ୍ଡପ ନିର୍ମାଣ, ମନ୍ଦିରର ଉତ୍ତର ପାଶ୍ୱର୍ରେ ପ୍ରାଚୀର ନିର୍ମାଣ, ବିବାହ ମଣ୍ଡପ ନିକଟରେ ଶୌଚାଳୟ ନିର୍ମାଣ ଓ ଗଭୀର ନଳକୂପ ଓ ଓଭରହେଡ଼ ଟ୍ୟାଙ୍କ ଜରିଆରେ ୨୪ ଘଣ୍ଟିଆ ଜଳଯୋଗାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ପାଟକୁରା ନିର୍ବାଚନ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ଗୁରୁତ୍ୱ ଦିଆଯାଉଛି । ଶ୍ରୀ ବଳଦେବଜୀଉଙ୍କ ଦର୍ଶନ କରି ଫେରିଥିବା ମୁଖ୍ୟମନ୍ତ୍ରୀ ନିର୍ବାଚନ ତାରିଖ ଘୋଷଣା ପରେ ପ୍ରଚାର ମୈଦାନକୁ ଓହ୍ଲାଇବେ ବୋଲି ଜଣାପଡ଼ିଛି । ଇତିମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଦଳୀୟ ନେତାମାନେ ପାଟକୁରାରେ ଡେରା ପକାଇଛନ୍ତି । ପଞ୍ଚାୟତସ୍ତରରୁ କର୍ମୀମାନଙ୍କୁ ଏକାଠି କରି ଯୁଦ୍ଧକ୍ଷେତ୍ର ପ୍ରସ୍ତୁତ କରୁଛନ୍ତି । ତିନି ହେଭିୱେଟ୍ ଅତନୁ ସବ୍ୟସାଚୀ ନାୟକ, ଅରୁଣ କୁମାର ସାହୁ ଏବଂ ସଞ୍ଚୟ ଦାସବର୍ମାଙ୍କ ଉପରେ ନିର୍ବାଚନ ପରିଚାଳନା ଦାୟିତ୍ୱ ନ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ବି ଦାୟିତ୍ୱ ଦିଆଯାଇଛି ।
ସେପଟେ ବିଜୟ ମହାପାତ୍ର ନିଜ ସପକ୍ଷରେ ସମର୍ଥନ ଗୋଟାଇବା ପାଇଁ ଅକ୍ଲାନ୍ତ ଉଦ୍ୟମ କରୁଛନ୍ତି । ଦଳୀୟ ରଣନୀତି ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ ବୈଜୟନ୍ତ ପଣ୍ଡାଙ୍କ ଭୂମିକାକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଛି । ଗତ ୧୪ ତାରିଖରେ ବିଜୟ ମହାପାତ୍ର ଓ ଅପରାଜିତା ଷଡ଼ଙ୍ଗୀଙ୍କ ମେଗା ରୋଡ୍ ସୋରେ ବୈଜୟନ୍ତଙ୍କୁ ଦେଖିବାକୁ ମିଳି ନ ଥିଲା । ଚର୍ଚ୍ଚା ହେଉଛି, କେନ୍ଦ୍ରାପଡ଼ାରୁ ହାରିଥିବା ବୈଜୟନ୍ତ ପାଟକୁରା ନିର୍ବାଚନ ଦୃଶ୍ୟପଟରୁ ଆଉଟ୍ ହୋଇଛନ୍ତି । ଅପରାଜିତା ଷଡ଼ଙ୍ଗୀ ଇନ୍ ହୋଇ ପ୍ରଚାରର ମଙ୍ଗ ଧରିଛନ୍ତି । ଭୁବନେଶ୍ୱରରେ ଜନସମ୍ପର୍କ ମାଧ୍ୟମରେ ପାଇଥିବା ସଫଳତାକୁ ସେ ପାଟକୁରାରେ କରି ଦେଖାଇବାକୁ ବାହାରିଛନ୍ତି । ତେବେ ନିର୍ବାଚନ ତାରିଖ ଘୋଷଣା ପରେ ଦଳର କୌଶଳ ସ୍ପଷ୍ଟ ହୋଇଯିବ ।
Previous Post

୨୫ ପୂର୍ବରୁ ବିଜେଡ଼ିର ଥଇଥାନ ପୋଷ୍ଟିଂ

Next Post

୫୦୦ ଏଏସଓଙ୍କ ନିଯୁକ୍ତିକୁ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

Next Post
୫୦୦ ଏଏସଓଙ୍କ ନିଯୁକ୍ତିକୁ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

୫୦୦ ଏଏସଓଙ୍କ ନିଯୁକ୍ତିକୁ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA