Monday, May 25, 2026 05:22 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୫୨୫ ଶଯ୍ୟାର ସମ୍ କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ

by Our Correspondent
06 Apr, 2020- 02:25 PM
in Latest News, News
1 min read
0
୫୨୫ ଶଯ୍ୟାର ସମ୍ କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ
ଭୁୁବନେଶ୍ୱର: କିମସ୍ ଏବଂ ଅଶ୍ୱିନୀ ପରେ ଭୁବନେଶ୍ୱର ସମ୍ ରେ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି ଅତ୍ୟାଧୁନିକ କୋଭିଡ୍ ହସ୍ପିଟାଲ୍ । ୫୦୦ ସାଧାରଣ ଶଯ୍ୟା ଏବଂ ୨୫ଟି ଆଇସିୟୁ ଶଯ୍ୟା ବିଶିଷ୍ଟ ସମ୍ କୋଭିଡ୍ ହସ୍ପିଟାଲ୍ ଦେଶର ସର୍ବବୃହତ୍ତ ହସ୍ପିଟାଲ୍ ର ମାନ୍ୟତା ପାଇଛି । ଡାକ୍ତର, ନର୍ସଙ୍କଠାରୁ ଆରମ୍ଭ କରି ଆବଶ୍ୟକୀୟ ମେଡ଼ିକାଲ୍ ଭିତ୍ତିଭୂମି ସମ୍ ମେଡ଼ିକାଲ୍ କଲେଜ ଏବଂ ହସ୍ପିଟାଲ୍ ଯୋଗାଇ ଦେଇଥିବା ବେଳେ ଏମସିଏଲ୍ ଆର୍ଥିକ ସହଯୋଗ କରିଛି ।

ସେହିଭଳି ରାଉରକେଲାରେ ଜିଲ୍ଲାସ୍ତରୀୟ କୋଭିଡ୍ ହସ୍ପିଟାଲ୍ ସ୍ଥାପିତ ହୋଇଛି । ୨୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ୍ ପାଇଁ ହାଇଟେକ୍, ଏମସି ସହଯୋଗ କରିଛନ୍ତି । ସମ୍ କୋଭିଡ୍ ହସ୍ପିଟାଲ୍ ଏବଂ ରାଉରକେଲା ଜିଲ୍ଲାସ୍ତରୀୟ କୋଭିଡ୍ ହସ୍ପିଟାଲ୍ କୁ ମିଶାଇ ରାଜ୍ୟରେ ଏବେ ୪ଟା କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇଛି । ଯାହାର ସମୁଦାୟ ଶଯ୍ୟା ସଂଖ୍ୟା ହେଉଛି ୧୩୫୦ । ରାଜ୍ୟ ସରକାର ସମ୍ ହସ୍ପିଟାଲ୍ ସହଯୋଗରେ ଅନୁଗୁଳ ଏବଂ କେନ୍ଦ୍ରାପଡ଼ାରେ ମଧ୍ୟ ଦୁଇଟି କୋଭିଡ୍ ହସ୍ପିଟାଲ୍ ସ୍ଥାପନ କରିବାକୁ ଯାଉଥିବା ସୂଚନା ଦେଇଛନ୍ତି ।
ଖାଲି ସେତିକି ନୁହେଁ, ରାଜ୍ୟର ୭ ହଜାର ପଞ୍ଚାୟତରେ ୪ ଲକ୍ଷ ଶଯ୍ୟା ବିଶିଷ୍ଟ ଆଇସୋଲେସନ୍ ସୁବିଧା ବ୍ୟବସ୍ଥା କରାଯାଉଛି । ଏହି କାର୍ଯ୍ୟ ଆରମ୍ଭ ହୋଇସାରିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଆଜି ଭିଡ଼ିଓ କନଫରେନସିଂ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରହଲ୍ଲାଦ ଯୋଗୀ ସମ୍ କୋଭିଡ୍ ହସ୍ପିଟାଲ୍ ର ଲୋକାର୍ପଣ କରିଥିଲେ । ରେକର୍ଡ ସମୟ ମଧ୍ୟରେ ଏହା ସ୍ଥାପିତ ହୋଇପାରିଥିବାରୁ ମୁଖ୍ୟମନ୍ତ୍ରୀ ସମ୍ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ ଶ୍ରୀ ଯୋଶୀଙ୍କୁ ମଧ୍ୟ ସେମାନଙ୍କର ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ସଂପୃକ୍ତ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କ ସହ ଭିଡ଼ିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ । କରୋନା ଭଳି ବିଶ୍ୱ ମହାମାରୀ ସମୟରେ ସେମାନଙ୍କ ଉତ୍ସର୍ଗୀକୃତ ସେବା କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ବେଶ୍ ପ୍ରଶଂସା କରିଥିଲେ ।
ସେହିଭଳି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ମୁକାବିଲାରେ ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ । କେନ୍ଦ୍ର ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କରୋନା ମୁକାବିଲାେରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାକୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।
ସୂଚନାଥାଉକି, କୋଭିଡ୍ ମୁକାବିଲା କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ଦୃଷ୍ଟାନ୍ତ ସୃଷ୍ଟି କରିଛି । ବିଧାନସଭାରୁ ମୁଖ୍ୟମନ୍ତ୍ରୀ କରୋନା ସତର୍କତାର ଅଭିଯାନ ଆରମ୍ଭ କରିଥିଲେ । ବାଚସ୍ପତିଙ୍କ ସମେତ ସମସ୍ତ ବିଧାୟକମାନଙ୍କୁ ନେଇ ହାତ ସଫା ଅଭିଯାନ ଆରମ୍ଭ କରି ଲୋକଙ୍କୁ ସଚେତନ କରାଇଥିଲେ । ସାମାଜିକ ଦୂରତ୍ୱ, ହାତ ସଫା ଭଳି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିୟମାବଳୀ ପାଳନ କରିବାରେ ଓଡ଼ିଶା ଦେଶର ଅନ୍ୟ ରାଜ୍ୟମାନଙ୍କଠାରୁ ବହୁ ପୂର୍ବରୁ ଆରମ୍ଭ କରିଥିଲା । କୋଭିଡ୍ ହସ୍ପିଟାଲ୍ ସ୍ଥାପନ କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାର ଆଗରେ ଅଛନ୍ତି ।
ସମ୍ କୋଭିଡ୍ ହସ୍ପିଟାଲ୍ ଲୋକାର୍ପଣରେ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ସମ୍ ହସ୍ପିଟାଲ୍ ପ୍ରତିଷ୍ଠାତା ଡ. ମନୋଜ ନାୟକ, ସୋଆ ବିଶ୍ୱବିଦ୍ୟାଳୟ କୁଳପତି ଡ. ଅଶୋକ ମହାପାତ୍ରଙ୍କ ସହ ରାଜ୍ୟ ସରକାର ଏବଂ ଏମସିଏଲ୍ ର ପଦାଧିକାରୀମାନେ ଯୋଗଦେଇଥିଲେ ।
Previous Post

ବମିଖାଲର ୧୯ ଯାକ ଆକ୍ରାନ୍ତ ଗୋଟିଏ ପରିବାରର

Next Post

ଲକ୍ ଡାଉନ୍ ଅମାନ୍ୟ ଓ ପୋଲିସ୍

Next Post
ଲକ୍ ଡାଉନ୍ ଅମାନ୍ୟ ଓ ପୋଲିସ୍

ଲକ୍ ଡାଉନ୍ ଅମାନ୍ୟ ଓ ପୋଲିସ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA