ଭୁବନେଶ୍ୱର: ଗତକାଲି ଭଦ୍ରକ ଜିଲ୍ଲାରୁ ଓଡ଼ିଶାର ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ସମୁଦାୟ ୭ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗଚୀ ଆକ୍ରାନ୍ତଙ୍କ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ ।
ଆକ୍ରାନ୍ତଙ୍କ ଘର ଭଦ୍ରକ ଅଞ୍ଚଳରେ । ୨୯ ବର୍ଷର ଏହି ଯୁବକ ଦୁବାଇରେ କାମ କରୁଛନ୍ତି । ମାର୍ଚ୍ଚ ୧୮ରେ ସେ ଦୁବାଇରୁ ଏମିରେଟସ୍ ବିମାନ ଯୋଗେ କୋଲକତା ଆସିଥିଲେ । କୋଲକତା ଏୟାରପୋର୍ଟରୁ ହାୱାଡା ରେଲୱେ ଷ୍ଟେସନ୍ କୁ ଟ୍ୟାକ୍ସିରେ ଆସିଥିଲେ । ସେଇ ମାର୍ଚ୍ଚ ୧୮ରେ ହାୱାଡାରୁ ଇଷ୍ଟକୋଷ୍ଟ୍ ଏକ୍ସପ୍ରେସ୍ (ବଗି ନମ୍ବର ଏସ-୧୧) ରେ ଭଦ୍ରକ ଆସିଥିଲେ । ଭଦ୍ରକ ଷ୍ଟେସନ୍ ରେ ଓହ୍ଲାଇ ନିଜ ଘରକୁ ଅଟୋରେ ଯାଇଥିଲେ । ସେହିଦିନଠାରୁ ହୋମ୍ ଆଇସୋଲେସନ୍ ରେ ଥିଲେ । ମାର୍ଚ୍ଚ ୩୦ ରେ ତାଙ୍କର ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ୩୧ ତାରିଖରେ କରୋନା ନମୁନା ପଜିଟିଭ୍ ଆସିଥିଲା ।