ଭୁୁବନେଶ୍ୱର: ବିଶ୍ୱରେ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଆଜି ଗୋଟିଏ ଦିନରେ ୭୨ ହଜାର ଆକ୍ରାନ୍ତ ଓ ୪୪୦୭ ଜଣ ମୃତ୍ୟୁବରଣ କରିଛନ୍ତି । ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀଙ୍କ ସୂଚନା ଅନୁଯାୟୀ, ଗତକାଲି ସୁଦ୍ଧା ବିଶ୍ୱରେ ୨୦୦ ଦେଶ କରୋନା ସଂକ୍ରମିତ ହୋଇଥିଲା ବେଳେ ଆଜି ୨୦୩ ଦେଶକୁ ବ୍ୟାପିଛି । କାଲି ସଂକ୍ରମିତଙ୍କ ସଂଖ୍ୟା ୭,୮୯,୯୩୬ ଥିଲା । ଆଜି ୩ଟା ସୁଦ୍ଧା ତାହା ୮,୬୨,୪୯୫ ହୋଇଛି । ଗତକାଲି ସୁଦ୍ଧା ୩୮,୧୦୩ ଜଣ ମୃତ୍ୟୁବରଣ କରିଥିଲା ବେଳେ ଆଜି ସେହି ସଂଖ୍ୟା ୪୨,୫୧୦କୁ ବୃଦ୍ଧି ପାଇଛି ।
ଭାରତ ସ୍ଥିତି: ଭାରତରେ ଗତକାଲି ସୁଦ୍ଧା ୧୨୫୧ ଜଣ ସଂକ୍ରମିତ ଥିଲେ । ଆଜି ୩ଟା ସୁଦ୍ଧା ତାହା ୧୫୯୦ରେ ପହଞ୍ଚିଛି । ଗତକାଲି କରୋନା ମୃତ୍ୟୁ ସଂଖ୍ୟା ୩୨ ଥିଲା ବେଳେ ଆଜି ୪୫କୁ ବୃଦ୍ଧି ପାଇଛି ।
ଓଡ଼ିଶା ସ୍ଥିତି: ସମୁଦାୟ ୬୧୦ ନମୁନା ପରୀକ୍ଷା ହୋଇଛି । ସେଥିରୁ କରୋନା ପଜିଟିଭ୍ ୪ ଜଣ । ପ୍ରଥମ ଓ ଦ୍ୱିତୀୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୫୫ ଜଣ ଲୋକ ଆସିଥିଲା ବେଳେ ତୃତୀୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୧୧୨ ଜଣ ଏବଂ ଚତୁର୍ଥ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୭ ଜଣ ଆସିଛନ୍ତି । ୮୮ ଜଣ ସନ୍ଦିଗ୍ଧ ଲୋକଙ୍କୁ ବିଭିନ୍ନ ମେଡ଼ିକାଲରେ ଆଇସୋଲେସନ୍ ରେ ରଖାଯାଇଛି ।
ଆଜି ସୁଦ୍ଧା ୧୫,୦୪୫ ଜଣ ପଞ୍ଜିକୃତ ହୋଇଛନ୍ତି । ସେଥିମଧ୍ୟରୁ ୪,୩୩୨ ଜଣ ବିଦେଶ ଫେରନ୍ତା ।