ଭୁବନେଶ୍ୱର: ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଆଜି ୭ ଜଣ ନେତାଙ୍କୁ ଦଳର ନୂଆ ସାଂଗଠନିକ ଦାୟିତ୍ୱ ଦେଇଛନ୍ତି । ରାଜ୍ୟସଭା ସାଂସଦ ସୌମ୍ୟ ରଂଜନ ପଟ୍ଟନାୟକଙ୍କୁ ଅବିଭକ୍ତ କୋରାପୁଟ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ପ୍ରଫୁଲ୍ଲ ମଲ୍ଲିକଙ୍କୁ ଢ଼େଙ୍କାନାଳ ଜିଲ୍ଲା ସଭାପତି, ମନ୍ତ୍ରୀ ଡକ୍ଟର ନୃସିଂହ ଚରଣ ସାହୁଙ୍କୁ ଦଳର ସାଧାରଣ ସମ୍ପାଦକ, ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଜଗତସିଂହପୁର ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେ ବର୍ତ୍ତମାନ ଅନୁଗୁଳ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଅଛନ୍ତି । ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ଦାୟିତ୍ୱ ଦିଆଯାଇଥିଲା ବେଳେ ବିଜୟ କୁମାର ନାୟକଙ୍କୁ ଢ଼େଙ୍କାନାଳ ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି ।