Monday, May 25, 2026 12:47 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦାମଙ୍କ ପାଇଁ ବାଣ ଫୁଟିଲାନି, ଆଗକୁ ଫୁଟିବ ତ?

by Our Correspondent
15 Sep, 2018- 06:55 AM
in Latest News, Politics
1 min read
0
ଦାମଙ୍କ ପାଇଁ ବାଣ ଫୁଟିଲାନି, ଆଗକୁ ଫୁଟିବ ତ?

ଭୁବନେଶ୍ୱର: ଦଳୀୟ ପରିଚୟ ହରାଇଲା ପରେ ରାଜନୀତିରେ ତିଷ୍ଠି ରହିବା କେତେ କଷ୍ଟ ତାହାର ପହିଲି ଅନୁଭୂତି ପାଇଛନ୍ତି ଡାକ୍ତର ଦାମୋଦର ରାଉତ । ବିଜେଡ଼ିରୁ ବହିଷ୍କୃତ ହେଲା ପରେ କାଲି ପ୍ରଥମ ଥର ପାଇଁ ଦାମ ଯାଇଥିଲେ ପାରାଦ୍ୱୀପ ଓ କୁଜଙ୍ଗ । ଦିନକ ପୂର୍ବରୁ ଦାମ ମିଡ଼ିଆରେ ବାହାସ୍ଫୋଟ ମାରିଥିଲେ କି ସେ ଜିଲ୍ଲାକୁ ଗଲେ କେତେ ବାଣ ଫୁଟିବ ସମସ୍ତେ ଦେଖିବ, ଅପେକ୍ଷା କରନ୍ତୁ । ବିଷ୍ଣୁ ଦାସ ଲୋକ ଲଗାଇ କି ବାଣ ମାରୁଛି? ହେଲେ ଦାମଙ୍କ ବାହାସ୍ଫୋଟ ମିଳେଇ ଯାଇଛି । ବାଣ ତ ଫୁଟିଲାନି । କୁଜଙ୍ଗ ଓ ପାରାଦ୍ୱୀପରେ ହାତଗଣତି ସମର୍ଥକଙ୍କ ମେଳି କରିବାରେ ସକ୍ଷମ ହୋଇଛନ୍ତି ଦାମ । ପାରାଦ୍ୱୀପରେ ତାଙ୍କର ଖାସ୍ ଅନୁଗତ ନଗର ବିଜେଡ଼ି ସଭାପତି ସୁମନ୍ତ ବିଶ୍ୱାଳ ଏବଂ ପୌରପାଳିକା ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ ବି ତାଙ୍କ ସାଙ୍ଗରେ ରହିଲେନି ।

ବିଷ୍ଣୁ ଦାସ ଓ ପ୍ରଶାନ୍ତ ମୁଦୁଲି ଦାମଙ୍କ ବହିଷ୍କାର ଦାବିରେ ଯେଉଁଦିନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ତା ପରଦିନ କୁଜଙ୍ଗ ଓ ଏରସମାରେ ଶତାଧିକ ଦାମଙ୍କ ସମର୍ଥକ ବିକ୍ଷୋଭ କରିଥିଲେ । ମାତ୍ର ପାର୍ଟିରୁ ସେ ବହିଷ୍କାର ହେବା ପରେ ଜଣେ ବି ସମର୍ଥକ ତାଙ୍କ ସପକ୍ଷରେ ବାହାରିଲେନି କି ପ୍ରତିବାଦ କଲେନି । ଏହା ବିଡ଼ମ୍ବନା ବୋଲି କୁହାଯାଉଛି ।
ଦାମ ଦମ୍ଭ ଦେଖାଇଛନ୍ତି ସେ ନବୀନ ପଟ୍ଟନାୟକଙ୍କୁ ପାଣି ପିଆଇବେ । ହୋଇପାରେ, ବିଜେଡ଼ିରୁ ବିଦା ହୋଇଥିବା ନେତାଙ୍କୁ ଏକାଠି କରି ନବୀନଙ୍କ ବିରୋଧରେ ଲଢ଼ିବାକୁ ସେ ପାଗ ଭିଡ଼ିଛନ୍ତି । ତାଙ୍କ ଭଳି ସମାନ ଦଶା ଭୋଗୁଥିବା ବୈଜୟନ୍ତ ପଣ୍ଡା ତାଙ୍କୁ ସଙ୍ଖୋଳିକି ଆସିବା ପରେ ସେ ଆଶାବାଦୀ ହୋଇପଡ଼ିଛନ୍ତି । ତାଙ୍କ ସପକ୍ଷରେ ବ୍ରଜ ତ୍ରିପାଠୀଙ୍କ ଭଳି ବିଜେଡ଼ି ପରିତ୍ୟକ୍ତ ନେତା ବି ମିଡ଼ିଆରେ ପାଟି ଖୋଲିଛନ୍ତି । ଏହି ପରିପ୍ରେକ୍ଷୀରେ ନବୀନ ବିରୋଧୀ ସମୀକରଣକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ଚର୍ଚ୍ଚାର ସମ୍ଭାବ୍ୟ ସମୀକରଣରେ ଆସିଛନ୍ତି ଡାକ୍ତର ଦାମୋଦର ରାଉତ, ବୈଜୟନ୍ତ ପଣ୍ଡା, ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ପ୍ରଫୁଲ୍ଲ ଘଡ଼େଇ, ରାମକୃଷ୍ଣ ପଟ୍ଟନାୟକ, ପଞ୍ଚାନନ କାନୁନଗୋ ଓ ବ୍ରଜ ତ୍ରିପାଠୀ । ଏମାନେ ସମସ୍ତେ ହେଉଛନ୍ତି ବିଜେଡ଼ିର ବିତାଡ଼ିତ ନେତା । ବିଜୁ ଅନୁଗାମୀ । ଏମାନେ ଏକାଠି ହୋଇ ନବୀନଙ୍କୁ ମାତ୍ ଦେବେ ବୋଲି କୁହାଯାଉଛି ।
ଆମ ପାଖରେ ଯାହା ଖବର, ଏକ ପୃଥକ୍ ରାଜନୈତିକ ଦଳ ଗଢ଼ି ନବୀନଙ୍କ ବିରୋଧରେ ଲଢ଼ିବାକୁ ବିଜୟ ମହାପାତ୍ରଙ୍କର ଆଗ୍ରହ ନାହିଁ । ୧୮ ବର୍ଷ ହେଲା ସେ ନିଜର ଶକ୍ତି ପରୀକ୍ଷାରେ ଫେଲ୍ ହୋଇସାରିଛନ୍ତି । ନିଜେ ଆଞ୍ଚଳିକ ଦଳ ଗଢ଼ି ତାର ତିକ୍ତ ଅନୁଭୂତି ପାଇସାରିଛନ୍ତି । ନିକଟରେ ବୈଜୟନ୍ତ ପଣ୍ଡା ତାଙ୍କୁ ଦିଲ୍ଲୀରେ ଭେଟି ଏକ ଫ୍ରଣ୍ଟ ଗଢ଼ିବାକୁ ପ୍ରସ୍ତାବ ଦେଇଥିଲେ । ମାତ୍ର ବିଜୟ ସେଥିରେ ରାଜି ହୋଇ ନ ଥିଲେ । ନିର୍ବାଚନ ପାଖେଇ ଆସିଥିବାରୁ ନୂଆ ରାଜନୈତିକ ଦଳ ଗଢ଼ି ଶକ୍ତି ପରୀକ୍ଷା କରିବା ସମ୍ଭବ ନୁହେଁ ବୋଲି କହିଥିଲେ । ସେହିଭଳି ଦିଲ୍ଲୀପ ରାୟ ମଧ୍ୟ ବୈଜୟନ୍ତଙ୍କୁ ଧରାଛୁଆଁ ଦେଇ ନ ଥିଲେ । ଯଦିଓ ବିଜୟ ଓ ଦିଲ୍ଲୀପ ବିଜେପିରେ ଥାଇ କୋଣଠେସା ହୋଇଛନ୍ତି ତେଣୁ ସେମାନଙ୍କୁ ମନାଇବାକୁ ବୈଜୟନ୍ତ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇନାହାନ୍ତି ।
ରାମକୃଷ୍ଣ ପଟ୍ଟନାୟକ କୁଆଡ଼େ ହଜିଗଲେଣି । ଶକ୍ତିଯୋଗାଡ଼ କରି ଲଢ଼ିବାକୁ ବୟସ ନାହିଁ କି ସାମର୍ଥ ନାହିଁ । ସମତା କ୍ରାନ୍ତି ଦଳ ଗଢ଼ି ନିଜର ପରିଚୟ ରଖିଥିବା ବ୍ରଜ ତ୍ରିପାଠୀଙ୍କର କାଟତି ନାହିଁ କି ଚମକ୍ ନାହିଁ । ମଝିରେ ମଝିରେ ପ୍ରେସ୍ ମିଟ୍ କରି ଟିଭିରେ ମୁହଁ ଦେଖାଇବା ଛଡ଼ା ତାଙ୍କର ଆଉ କୌଣସି କାର୍ଯ୍ୟକ୍ରମ ନାହିଁ । ସାଙ୍ଗରେ ଲୋକବଳ ବି ନାହାନ୍ତି । ପଞ୍ଚାନନ କାନୁନଗୋଙ୍କ କ୍ଷେତ୍ରରେ ବି ସେୟା । ନବୀନ ବିରୋଧୀ ବିଜୁପ୍ରେମୀଙ୍କ ମଞ୍ଚ ତିଆରି କରି ଇଲେକ୍ସନ୍ ଲଢ଼ିବାକୁ ତାଙ୍କର କୁଆଡ଼େ ଆଗ୍ରହ ନାହିଁ । ସୁଯୋଗ ମିଳିଲେ ବିଜେଡ଼ିରେ ମିଶି ନିର୍ବାଚନ ଲଢ଼ିବାକୁ ବରଂ ତାଙ୍କର ଅଧିକ ଆଗ୍ରହ ଥିବା କୁହାଯାଉଛି । ସେହିଭଳି ନବୀନଙ୍କ ବିରୋଧରେ ସଂଗ୍ରାମ କରିବାକୁ ପ୍ରଫୁଲ୍ଲ ଘଡ଼ାଇ ଆଦୌ ଆଗ୍ରହୀ ନାହାନ୍ତି । ବିଜେଡ଼ିରୁ ବହିଷ୍କୃତ ହେଲା ପରେ ସେ ନିଜର ଅସ୍ତିତ୍ୱ ଖୋଜି ପାଉନାହାନ୍ତି । ଶେଷ ଜୀବନରେ ଆଉ ଥରୁଟିଏ ନିର୍ବାଚନ ଲଢ଼ିବାକୁ ସେ ବିଜେଡ଼ି ସହ ଯୋଗସୂତ୍ରରେ ରହିଛନ୍ତି । ତାଙ୍କର ବହୁତ ଆଶା ନବୀନ ତାଙ୍କୁ ଗ୍ରହଣ କରିବେ ଓ ଟିକେଟ ଦେବେ । ଏପରି କ୍ଷେତ୍ରରେ ସେ ତଥାକଥିତ ନବୀନ ବିରୋଧୀ ମଞ୍ଚରେ ନାଁ ଚଢ଼େଇବା ଅସମ୍ଭବ ବୋଲି ତାଙ୍କର ବିଶ୍ୱସ୍ତ ଅନୁଗତଙ୍କ ସୂତ୍ରରୁ ଜଣାପଡ଼ିଛି ।
ଦାମ ରାଉତଙ୍କୁ ପାଇଲା ପରେ ବୈଜୟନ୍ତ ପଣ୍ଡା ଅତ୍ୟଧିକ ଉତ୍ସାହିତ ହୋଇଥିଲେ ମଧ୍ୟ ତାହା ଯେ ଫଳପ୍ରଦ ହେବ ନାହିଁ ତାହା ଏଥିରୁ ସ୍ପଷ୍ଟ ହେଉଛି । ରାଜନୈତିକ ପରିଚୟ ସଙ୍କଟରେ ଥିବା ବୈଜୟନ୍ତଙ୍କ ପାଇଁ ଦାମ ଏବେ ଆଶାବାଡ଼ି ସାଜିଛନ୍ତି । ତାଙ୍କ ତୁୂଣ୍ଡକୁ ବ୍ୟବହାର କରି ନବୀନଙ୍କ ବିରୋଧରେ ଜନମତ ସଂଗ୍ରହ ପାଇଁ ହୁଏତ ସେ ଅନେକ ସ୍ୱପ୍ନ ଦେଖି ସାରିବେଣି । ସମୟ କହିବ ସେ ଏ ଦିଗରେ କେତେବାଟ ଆଗକୁ ଯାଇପାରିବେ । ତେବେ ଏ ଦିଗରେ ଆଗକୁ ବଢ଼ିବାରେ ବୈଜୟନ୍ତଙ୍କ ସାଙ୍ଗରେ ରହିବେ ବୋଲି ଦାମ ଇଙ୍ଗିତ ଦେଇସାରିଲେଣି । ନବୀନ ବିରୋଧୀ ବିଜୁପ୍ରେମୀ ଶକ୍ତିଙ୍କୁ ଏକାଠି କରିବାକୁ ଦାମ ହୁଏତ ତାଙ୍କର ସାମର୍ଥ ଖଟାଇବେ । ବୈଜୟନ୍ତ ଯାହା ପାରିଲେନି ଦାମ ତାହା କରିବାକୁ ଉଦ୍ୟମ କରିବେ । ତେବେ ଏତେ ସପନକୁ ରାତି ଅଛି କି ନାହିଁ ତାହା ଏବେ ସମସ୍ତଙ୍କ ଉତ୍କଣ୍ଠାରେ ।
Previous Post

ଦାମଙ୍କ ମନ୍ତବ୍ୟକୁ ହସରେ ଉଡ଼ାଇଲେ ନବୀନ

Next Post

୭ ନେତାଙ୍କୁ ବିଜେଡ଼ିର ନୂଆ ସାଂଗଠନିକ ଦାୟିତ୍ୱ

Next Post
୭ ନେତାଙ୍କୁ ବିଜେଡ଼ିର ନୂଆ ସାଂଗଠନିକ ଦାୟିତ୍ୱ

୭ ନେତାଙ୍କୁ ବିଜେଡ଼ିର ନୂଆ ସାଂଗଠନିକ ଦାୟିତ୍ୱ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA