Friday, June 26, 2026 06:38 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଶ୍ୱ ପାଳନ କଲା ୧୦ମ ଆର୍ଟ ଅଫ୍‍ ଗିଭିଂ ଦିବସ

୬ଜଣଙ୍କୁ ଆର୍ଟ ଅଫ୍‍ ଗିଭିଂ ହିରୋ ସମ୍ମାନ

by Our Correspondent
17 May, 2023- 09:18 PM
in Latest News, News
1 min read
0
ବିଶ୍ୱ ପାଳନ କଲା ୧୦ମ ଆର୍ଟ ଅଫ୍‍ ଗିଭିଂ ଦିବସ

ଭୁବନେଶ୍ୱର: ସମଗ୍ର ବିଶ୍ୱରେ ଆଜି ଆନ୍ତର୍ଜାତୀୟ ଆର୍ଟ ଅଫ୍‍ ଗିଭିଂ ଦିବସ ପାଳିତ ହୋଇଛି । ବିଶ୍ୱର ୬ଟି ମହାଦେଶ, ୧୨୦ଟି ଦେଶର ୩୫୦ଟି ସ୍ଥାନରେ ୧୦ମ ଅନ୍ତର୍ଜାତୀୟ ଆର୍ଟ ଅଫ୍‍ ଗିଭିଂ ଦିବସ ପାଳିତ ହେଉଛି । ଭାରତର ୨୯ଟି ରାଜ୍ୟ, ୪ଟି କେନ୍ଦ୍ରଶାସିତ ଅଞ୍ଚଳର ୩୫ଶହ ସ୍ଥାନରେ ଏବଂ ୨ଶହ ସହର ସମେତ ଓଡ଼ିଶାର ୩୦ଟି ଜିଲ୍ଲା, ୧୦ଟି ପ୍ରମୁଖ ସହର, ୩ଶହରୁ ଊର୍ଦ୍ଧ୍ୱ ବ୍ଲକ୍‍, ୫ହଜାରରୁ ଊର୍ଦ୍ଧ୍ୱ ଗ୍ରାମ ପଞ୍ଚାୟତର ୧୦ ହଜାର ସ୍ଥାନରେ ଆର୍ଟ ଅଫ୍‍ ଗିଭିଂ ଦିବସ ପାଳିତ ହୋଇଥିଲା ।

ସମାଜରେ ପରସ୍ପରକୁ ସାହାଯ୍ୟ, ସହଯୋଗ, ଶାନ୍ତି, ମୈତ୍ରୀ ଓ ସୌହାର୍ଦ୍ଦ୍ୟ ବାଣ୍ଟିବା ପାଇଁ ୨୦୧୩ ମସିହା ମେ ୧୭ ତାରିଖଠାରୁ ଶିକ୍ଷାବିତ୍‍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ଆର୍ଟ ଅଫ୍‍ ଗିଭିଂ’ ପ୍ରୟାସ ଏବେ ସମଗ୍ର ବିଶ୍ୱରେ ପ୍ରସାର ଲାଭ କରିଛି । ପ୍ରତ୍ୟେକ ବର୍ଷ ବିଭିନ୍ନ ବିଷୟବସ୍ତୁ ଉପରେ ଆଧାରିତ ଆର୍ଟ ଅଫ୍‍ ଗିଭିଂର ଚଳିତବର୍ଷର ବିଷୟବସ୍ତୁ ରହିଛି ହେଲ୍‍ପିଂ ଦି ହେଲ୍‍ପ (ସାହାଯ୍ୟକାରୀକୁ ସାହାଯ୍ୟ) । ଏହି ଅବସରରେ ଆଜି ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ସମାଜସେବା କରୁଥିବା ୬ଜଣ ବ୍ୟକ୍ତିଙ୍କୁ ‘ଆର୍ଟ ଅଫ୍‍ ଗିଭିଂ’ ହିରୋ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

ଟଙ୍କିକିଆ ଡାକ୍ତର ଭାବେ ଖ୍ୟାତି ଅର୍ଜନ କରିଥିବା ସମ୍ବଲପୁରର ବିଶିଷ୍ଟ ଡାକ୍ତର ଶଙ୍କର ରାମଚନ୍ଦାନୀ, ଯାଜପୁର ଜିଲ୍ଲାର ମହିଳା ସ୍ୱାସ୍ଥ୍ୟକର୍ମୀ ରଞ୍ଜିତା ରଥ, କନ୍ଧମାଳ ଜିଲ୍ଲାର ଆଶାକର୍ମୀ ଶିଲାବତୀ ପ୍ରଧାନ, କେନ୍ଦୁଝର ଜିଲ୍ଲାର ଆମ୍ବୁଲାନ୍ସ ଡ୍ରାଇଭର ଅମରନାଥ ମହାନ୍ତ, କମିଶନ୍‍ରେଟ୍‍ ପୋଲିସର ଟ୍ରାଫିକ୍‍ କନେଷ୍ଟବଲ୍‍ ଫିରୋଜ ମହମ୍ମଦ ଏବଂ ପତିତା ଉଦ୍ଧାର ସମିତିର ସମ୍ପାଦକ ଆଭାରାଣୀ ଚୌଧୁରୀଙ୍କୁ ଆର୍ଟ ଅଫ୍‍ ଗିଭିଂ ହିରୋ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର. ବାଲକ୍ରିଷ୍ଣନ୍‍ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଏବଂ ଭୁବନେଶ୍ୱର ୟୁନିଟ-୨ ଶ୍ରରାମ ମନ୍ଦିରର ପ୍ରତିଷ୍ଠାତା ସଭାପତି ବାବା ରାମ ନାରାୟଣ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଆର୍ଟ ଅଫ୍‍ ଗିଭିଂର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ କରିବା ସହ ଆର୍ଟ ଅଫ୍‍ ଗିଭିଂର ଉଦ୍ଦେଶ୍ୟ ଉପରେ କହିଥିଲେ । ଏହି ଅବସରରେ ଆର୍ଟ ଅଫ୍‍ ଗିଭିଂର ୬ମାସିଆ ପାଠ୍ୟକ୍ରମ ପୁସ୍ତିକା ଓ ଆର୍ଟ ଅଫ୍‍ ଗିଭିଂ ସ୍ମରଣିକା ଉନ୍ମୋଚିତ ହୋଇଥିଲା ।

ମୁଖ୍ୟ ଅତିଥି ଶ୍ରୀ ବାଲକ୍ରିଷ୍ଣନ୍ କହିଲେ, ଆର୍ଟ ଅଫ୍ ଗିଭିଂ ହେଉଛି ହାର୍ଟ ଅଫ୍ ଗିଭିଂ । ଏହା ଆମ ପ୍ରତ୍ୟେକଙ୍କ ନୈତିକ ଦାୟିତ୍ୱବୋଧ ହେବା ଉଚିତ ବୋଲି ସେ କହିଥିଲେ। ଶ୍ରୀ ସାମନ୍ତଙ୍କ ଏଭଳି ପ୍ରୟାସକୁ ସେ ପ୍ରଶଂସା କରିଥିଲେ । ଶ୍ରୀ ସେଠୀ କହିଲେ, ଆର୍ଟ ଅଫ୍ ଗିଭିଂ ମାଧ୍ୟମରେ ଅନ୍ୟକୁ ଆନନ୍ଦ ଦିଆଯିବା ସହ ନିଜକୁ ପ୍ରକୃତ ଖୁସି ମିଳିଥାଏ । ଶ୍ରୀ ସାମନ୍ତଙ୍କ ଏଭଳି ପ୍ରୟାସ ଏକ ଆନ୍ଦୋଳନରେ ପରିଣତ ହୋଇଥିବା ଖୁସିର ବିଷୟ ବୋଲି ସେ କହିଥିଲେ । ବାବା ରାମ ନାରାୟଣ ଦାସ କହିଲେ, ଆମେ ଯେଉଁ ସବୁ ସତ୍‌କର୍ମ କରୁଛନ୍ତି ସେ ସବୁ ଆମକୁ ଜୀବନରେ ଶାନ୍ତି ପ୍ରଦାନ କରିଥାଏ ।

Previous Post

ବିଧାୟକ ଶଶୀ ବେହେରାଙ୍କ ବିରୋଧରେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ

Next Post

ଏବର୍ଷ ମାଟ୍ରିକ୍ ପାସ୍ ହାର ୯୬.୪ %

Next Post
ଏବର୍ଷ ମାଟ୍ରିକ୍ ପାସ୍ ହାର ୯୬.୪ %

ଏବର୍ଷ ମାଟ୍ରିକ୍ ପାସ୍ ହାର ୯୬.୪ %

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA