Tuesday, July 8, 2025 04:50 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ବିଧାୟକ ଶଶୀ ବେହେରାଙ୍କ ବିରୋଧରେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ

ବିଧାୟକ, ପୁଅ ଓ ପତ୍ନୀଙ୍କ ନାଁରେ ମାମଲା ରୁଜୁ

by Our Correspondent
16 May, 2023- 12:56 PM
in Crime, Latest News, News
1 min read
0
ବିଧାୟକ ଶଶୀ ବେହେରାଙ୍କ ବିରୋଧରେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ

ଭୁବନେଶ୍ୱର: ବଲାଙ୍ଗୀର ରାଜା ଅନଙ୍ଗ ଉଦୟ ସିଂହଦେଓ ଓ ପରିବାର ସଦସ୍ୟଙ୍କ ବିରୋଧରେ ସାନବୋହୁଙ୍କ ନିର୍ଯ୍ୟାତନା ଅଭିଯୋଗକୁ ନେଇ ହଟଚମଟ ସୃଷ୍ଟି ହୋଇଥିବା ବେଳେ ବିଜେଡ଼ିର ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ବୋହୁ ଯୌତୁକ ନିର୍ଯ୍ୟାତନା ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ବିଧାୟକ, ତାଙ୍କ ପୁଅ ଓ ପତ୍ନୀଙ୍କ ସମେତ ୫ ଜଣଙ୍କ ବିରୋଧରେ ବାଙ୍କୀ ଥାନାରେ ସଙ୍ଗୀନ ଦଫାରେ ମାମଲା ରୁଜୁ ହୋଇଛି ।

କେନ୍ଦ୍ରାପଡ଼ା ବିଧାୟକ ଶଶୀ ବେହେରାଙ୍କ ପୁଅ ସତ୍ୟପ୍ରକାଶଙ୍କୁ ବିବାହ କରିଥିଲେ ବାଙ୍କୀ ଅଞ୍ଚଳର ରୋନାଲି ବେହେରା । ତାଙ୍କ ବାପା ଜଣେ ଅବସରପ୍ରାପ୍ତ ବିଚାରପତି । ରୋନାଲିଙ୍କ ଅଭିଯୋଗ ଅନୁଯାୟୀ, ବିବାହ ପରେ ୪୦ ଲକ୍ଷ ଟଙ୍କା ଯୌତୁକ ପାଇଁ ଶାଶୁଘର ଲୋକେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ । ସ୍ୱାମୀ ସତ୍ୟପ୍ରକାଶ ତାଙ୍କୁ ମାରପିଟ୍ କରୁଥିଲେ । ସ୍ୱାମୀଙ୍କର ଅନ୍ୟ ଜଣେ ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍କ ବି ଥିଲା । ପୁଅର ସମସ୍ତ କାର୍ଯ୍ୟକଳାପ ସମ୍ପର୍କରେ ଶ୍ୱଶୁର ଶଶୀଭୂଷଣ ଜାଣି ମଧ୍ୟ ଚୁପ୍ ରହୁଥିଲେ । ଓଲଟି ତାଙ୍କୁ ଗାଳିଗୁଲଜ କରି ଘରୁ ବାହାର କରିଦେଇଥିବା ରୋନାଲି ଅଭିଯୋଗ କରିଛନ୍ତି ।

ବାପଘରେ ରହୁଥିବା ରୋନାଲି ଆଜି ବାଙ୍କୀ ଥାନାରେ ଶ୍ୱଶୁର ଶଶୀଭୂଷଣ ବେହେରା, ସ୍ୱାମୀ ସତ୍ୟ ପ୍ରକାଶ ବେହେରା, ଶାଶୁ ସୁପ୍ରଭା ବେହେରାଙ୍କ ସମେତ ୫ ଜଣଙ୍କ ବିରୋଧରେ ଏତଲା ଦେଇଥିଲେ । ପୁଲିସ ଏହି ଏତଲାକୁ ଗ୍ରହଣ କରିଛି । ସେମାନଙ୍କ ବିରୋଧରେ ଦଫା ୪୯୮(କ), ୨୯୪, ୫୦୬, ୩୪ ଏବଂ ଯୌତୁକ ନିରୋଧ ଆଇନ ୧୯୬୧ ର ଧାରା ୪ ରେ ମାମଲା ରୁଜୁ ହୋଇଛି ।

ତେବେ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ବିଧାୟକ ଶଶୀ ବେହେରା । ସେ କହିଛନ୍ତି, ପୁଅ ବୋହୁଙ୍କ ମଧ୍ୟରେ କିଛି ମନୋମାଳିନ୍ୟ ଥାଇପାରେ । ମାତ୍ର ଯୌତୁକ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତହୀନ । ଅର୍ଥ ଓ ଯୌତୁକକୁ ନେଇ ମୋ ଆଚରଣ ଓଡ଼ିଶାବାସୀ ଜାଣନ୍ତି ବୋଲି ସେ ସଫେଇ ଦେଇଛନ୍ତି ।

ସୂଚନାଥାଉକି, ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ତାଙ୍କ ବୋହୁ ଗତବର୍ଷ ଯୌତୁକ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ । ଘଟଣାଟି ସେତେବେଳେ ଚର୍ଚ୍ଚାର ବିଷୟ ହୋଇଥିଲା ।

Previous Post

ବଲାଙ୍ଗୀର ରାଜପରିବାରରେ ଘରୋଇ ହିଂସା !

Next Post

ବିଶ୍ୱ ପାଳନ କଲା ୧୦ମ ଆର୍ଟ ଅଫ୍‍ ଗିଭିଂ ଦିବସ

Next Post
ବିଶ୍ୱ ପାଳନ କଲା ୧୦ମ ଆର୍ଟ ଅଫ୍‍ ଗିଭିଂ ଦିବସ

ବିଶ୍ୱ ପାଳନ କଲା ୧୦ମ ଆର୍ଟ ଅଫ୍‍ ଗିଭିଂ ଦିବସ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19067 shares
    Share 7627 Tweet 4767
  • ନବୀନ..ନବୀନ, ମୋହନ..ମୋହନ

    16583 shares
    Share 6633 Tweet 4146
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5780 shares
    Share 2312 Tweet 1445
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5465 shares
    Share 2186 Tweet 1366

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA