Thursday, May 7, 2026 10:29 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବଲାଙ୍ଗୀର ରାଜପରିବାରରେ ଘରୋଇ ହିଂସା !

ବଡ଼ ଘର ବଡ଼ ଗୁମର କଥା

by Our Correspondent
16 May, 2023- 12:23 PM
in Crime, Latest News, News
1 min read
0
ବଲାଙ୍ଗୀର ରାଜପରିବାରରେ ଘରୋଇ ହିଂସା !

ଭୁବନେଶ୍ୱର: ବଲାଙ୍ଗୀର ରାଜପରିବାର ଗୁମର ପଦାରେ ପଡ଼ିଛି । ଅନଙ୍ଗ ଉଦୟ ସିଂହଦେଓ ଓ ତାଙ୍କ ପରିବାର ବିରୋଧରେ ସାନବୋହୁ ଅଦ୍ରିଜା ମଞ୍ଜରୀ ସିଂହଦେଓ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଡେରାଡୁନ୍ ପୁଲିସରେ ଏନେଇ ଏତଲା ଦେଇଥିବା ବେଳେ ଗଣମାଧ୍ୟମ ସାମନାରେ ତାଙ୍କ ନିର୍ଯ୍ୟାତନାର କାହାଣୀ ବର୍ଣ୍ଣନା କରିଛନ୍ତି । ସ୍ୱାମୀ ଓ ଶାଶୁ ଘର ଲୋକେ ତାଙ୍କୁ ମାଡ଼ପିଟ୍ କରି ଘରୁ ବାହାର କରିଦେଇଛନ୍ତି ଏବଂ ମାମଲାକୁ ଚପାଇବା ପାଇଁ ପୁଲିସ ଉପରେ ଚାପ ପକାଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ଦେବାକୁ ଅଦ୍ରିଜା ପୁଲିସର ସହଯୋଗ ଲୋଡିଛନ୍ତି ।

ଅନଙ୍ଗ ଉଦୟ ସିଂହଦେଓଙ୍କ ସାନପୁଅ ଅର୍କେଶ ନାରାୟଣ ସିଂହଦେଓଙ୍କ ପତ୍ନୀ ହେଉଛନ୍ତି ଅଦ୍ରିଜା । ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂହଙ୍କର ସେ ନାତୁଣୀ । ୨୦୧୭ ମସିହା ନଭେମ୍ବର ୨୩ ତାରିଖରେ ଅର୍କେଶଙ୍କ ସହ ତାଙ୍କର ବିବାହ ହୋଇଥିଲା । ସ୍ୱାମୀ ଅର୍କେଶଙ୍କୁ ରାଜନୀତିରେ ସହଯୋଗ କରିବା ସହ ବଲାଙ୍ଗୀର ଅଞ୍ଚଳର ବିଭିନ୍ନ ସାମାଜିକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଉଥିଲେ ।

ତେବେ ଅର୍କେଶ ଓ ଅଦ୍ରିଜାଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହୋଇଥିବା କିଛି ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲେ ମଧ୍ୟ ବଲାଙ୍ଗୀର ରାଜପରିବାର କିମ୍ବା ଅଦ୍ରିଜାଙ୍କ ପକ୍ଷରୁ କିଛି ସ୍ପଷ୍ଟ ହୋଇପାରି ନ ଥିଲା । ଗତକାଲି ଅଦ୍ରିଜା ହଠାତ୍ ଗଣମାଧ୍ୟମ ସାମନାକୁ ଆସି ସ୍ୱାମୀ ଅର୍କେଶ, ଶ୍ୱଶୁର ଅନଙ୍ଗ ଉଦୟ, ଶାଶୁ ବିଜୟଲକ୍ଷ୍ମୀ ଦେବୀ, ଦେଢ଼ଶୁର କଳିକେଶ ଏବଂ ଯାଆ ମେଘନା ରାଣାଙ୍କ ବିରୋଧରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ । ବଲାଙ୍ଗୀର ଏବଂ ଡେରାଡୁନ୍ ପୁଲିସଠାରୁ ସହଯୋଗ ପାଉ ନ ଥିବାରୁ ସେ ଗଣମାଧ୍ୟମର ସାହାରା ନେବାକୁ ବାଧ୍ୟ ହେଲେ ବୋଲି କହିଥିଲେ ।

ସେ କହିଛନ୍ତି, ବିବାହ ପରଠାରୁ ଶ୍ୱଶୁର ଘର ଲୋକେ ତାଙ୍କୁ ନିର୍ଯ୍ୟାତନା ଦେଇ ଆସୁଥିଲେ । ରାଜପରିବାରର ଷ୍ଟାଫ୍ ଙ୍କୁ ଲଗାଇ ମାଡ଼ ମରାଯାଉଥିଲା । ତାଙ୍କ ବେଡରୁମ୍ ରେ ସିସିଟିଭି କ୍ୟାମେରା ଲଗାଯାଇ ପ୍ରାଇଭେସି ନଷ୍ଟ କରାଯାଉଥିଲା । ୨୦୧୯ ନିର୍ବାଚନ ବେଳେ ସ୍ୱାମୀ ଅର୍କେଶଙ୍କ ନିର୍ବାଚନ ଖର୍ଚ୍ଚ ପାଇଁ ଟଙ୍କା ଆଣିବାକୁ ଶ୍ୱଶୁର ଅନଙ୍ଗ ଉଦୟ ତାଙ୍କୁ ବାଧ୍ୟ କରିଥିଲେ । ତେବେ ରାଜପରିବାରର ମର୍ଯ୍ୟାଦା ଦୃଷ୍ଟିରୁ ସେବୁକୁ ମୁଣ୍ଡପାତି ସହିଯାଉଥିଲେ । ୨୦୧୯ରେ ସ୍ୱାମୀ ଅର୍କେଶ ବିଧାନସଭା ନିର୍ବାଚନ ହାରିବା ପରେ ସ୍ୱାମୀ-ସ୍ତ୍ରୀ ଦୁହେଁ ଅଧିକାଂଶ ସମୟ ଡେରାଡୁନ୍ ରେ ରହୁଥିଲେ ।

ଅଦ୍ରିଜା କହିଛନ୍ତି, ଗତବର୍ଷ ଜାନୁଆରୀ ମାସରେ ମୋ ମାଆଙ୍କର କ୍ୟାନସର୍ ଚିହ୍ନଟ ହୋଇଥିଲା । ସେଥିପାଇଁ ବିବ୍ରତ ଥିଲି । ଠିକ୍ ସେହି ସମୟରେ ସ୍ୱାମୀ ଓ ଶ୍ୱଶୁର ଘର ଲୋକେ ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ ବଲାଙ୍ଗୀର ଆସିବାକୁ ବାଧ୍ୟ କରିଥିଲେ । ବୋହୁ ହିସାବରେ ମୋର କର୍ତ୍ତବ୍ୟ ପାଳନ କରିଥିଲି ଏବଂ ରୋଗୀଣା ମା’ଙ୍କୁ ଡେରାଡୁନ୍ ରେ ଏକୁଟିଆ ଛାଡ଼ି ବଲାଙ୍ଗୀର ଆସିଥିଲି । ପଞ୍ଚାୟତ ନିର୍ବାଚନ ସରିଲା ପରେ ଆମ ଭିତରେ ସେମିତି କୌଣସି ସମସ୍ୟା ନ ଥିଲା । ମାତ୍ର ଅଗଷ୍ଟ ମାସରେ ହଠାତ୍ ଅର୍କେଶ ଛାଡ଼ପତ୍ର ଚାହିଁଥିଲେ । ବୁଝାମଣାରେ ଛାଡ଼ପତ୍ର ପାଇଁ ବାଧ୍ୟ କରିଥିଲେ । ମାତ୍ର ମୁଁ ନିଷ୍ପତ୍ତି ନେବା ଅବସ୍ଥାରେ ନ ଥିଲି । ଏହାପରେ ସମସ୍ତଙ୍କର ଅତ୍ୟାଚାର ବଢ଼ିଥିଲା । ସ୍ୱାମୀ ଅର୍କେଶ, ଘରେ କାମ କରୁଥିବା ହରି ସିଂହ ଓ ଅନ୍ୟମାନେ ମାଡ଼ମାରି ଘରୁ ବାହାର କରିଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି ।

ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ ୬ ମାସ ତଳେ ପୁଲିସରେ ଘରୋଇ ହିଂସା ଅଭିଯୋଗ ଆଣିଥିଲେ ମଧ୍ୟ କୋ÷ଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା କହିଛନ୍ତି । ଶ୍ୱଶୁର ଘର ଲୋକେ ପ୍ରଭାବଶାଳୀ ହୋଇଥିବାରୁ ବଲାଙ୍ଗୀର ଓ ଉତ୍ତତ୍ତରାଖଣ୍ଡ ପୁଲିସ ଉପରେ ଚାପ ପକାଇ ମାମଲାକୁ ଚାପି ଦେବା ପାଇଁ ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି । ତେବେ ତାଙ୍କ ପ୍ରତି ହୋଇଥିବା ନିର୍ଯ୍ୟାତନା ବିରୋଧରେ ସେ ଅଲବତ୍ ଲଢ଼େଇ କରିବେ ଏବଂ ନ୍ୟାୟ ପାଇବେ ବୋଲି କହିଛନ୍ତି ।

ଅନ୍ୟପକ୍ଷରେ ଏହି ଅଭିଯୋଗ ଉପରେ ଅର୍କେଶ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ଏହି ବ୍ୟକ୍ତିଗତ ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ବିଶେଷ କିଛି କହିବି ନାହିଁ ବୋଲି ସେ କହିଥିଲା ବେଳେ ତାଙ୍କ ଶ୍ୱଶୁର ଜଣେ ଜମି ମାଫିଆ ଏବଂ ସେମାନଙ୍କ ଡିମାଣ୍ଡ ଫୁଲଫିଲ ନ ହେବାରୁ ଏହି ଅଭିଯୋଗ ଆଣିଥିବା କହିଛନ୍ତି । ଏହି ମର୍ମରେ ସେ ଡେରାଡୁନ୍ ଘରେ ଗଣ୍ଡଗୋଳର କିଛି ଭିଡିଓ ଜାରି କରିଛନ୍ତି । ଏହି ଭିଡିଓରେ ଅର୍କେଶଙ୍କ ସହ ତାଙ୍କ ଶ୍ୱଶୁର ପାଟିତୁଣ୍ଡ କରୁଥିଲା ବେଳେ ଅଦ୍ରିଜା, ତାଙ୍କ ଭଉଣୀ ଗୋଟିଏ ଘରର ତାଲା ପକାଉଛନ୍ତି ।

Previous Post

ଭୁବନେଶ୍ୱର-ଦୁବାଇ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ

Next Post

ବିଧାୟକ ଶଶୀ ବେହେରାଙ୍କ ବିରୋଧରେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ

Next Post
ବିଧାୟକ ଶଶୀ ବେହେରାଙ୍କ ବିରୋଧରେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ

ବିଧାୟକ ଶଶୀ ବେହେରାଙ୍କ ବିରୋଧରେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA