Thursday, May 21, 2026 10:13 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଶ୍ୱ ପାଳନ କଲା ୧୨ତମ ଆର୍ଟ ଅଫ୍‍ ଗିଭିଂ ଦିବସ

by Our Correspondent
17 May, 2025- 10:05 PM
in Latest News, News
1 min read
0
ବିଶ୍ୱ ପାଳନ କଲା ୧୨ତମ ଆର୍ଟ ଅଫ୍‍ ଗିଭିଂ ଦିବସ

ଭୁବନେଶ୍ୱର: ସମଗ୍ର ବିଶ୍ୱରେ ଆଜି ପାଳିତ ହୋଇଛି ଅନ୍ତର୍ଜାତୀୟ ‘ଆର୍ଟ ଅଫ୍‍ ଗିଭିଂ’ ଦିବସ । ଓଡ଼ିଶାର ସମସ୍ତ ଜିଲ୍ଲା ସମେତ ୩୫ଟି ସହର, ଭାରତର ବିଭିନ୍ନ ସହର ସହ ବିଶ୍ୱର ପ୍ରାୟ ୧୨୦ଟି ଦେଶର ୩୫୦ଟି ସ୍ଥାନରେ ୧୨ତମ ଅନ୍ତର୍ଜାତୀୟ ଆର୍ଟ ଅଫ୍‍ ଗିଭିଂ ଦିବସ ପାଳିତ ହୋଇଛି । ଭାରତର ୨୯ଟି ରାଜ୍ୟ, ୪ଟି କେନ୍ଦ୍ରଶାସିତ ଅଞ୍ଚଳର ୩୫ଶହ ସ୍ଥାନରେ ଏବଂ ୨ଶହ ସହର ସମେତ ଓଡ଼ିଶାର ୩୦ଟି ଜିଲ୍ଲା, ୩୫ଟି ପ୍ରମୁଖ ସହର, ୩ଶହରୁ ଊର୍ଦ୍ଧ୍ୱ ବ୍ଲକ୍‍, ୫ହଜାରରୁ ଊର୍ଦ୍ଧ୍ୱ ଗ୍ରାମ ପଞ୍ଚାୟତର ୧୦ ହଜାର ସ୍ଥାନରେ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍ ଗିଭିଂ’ ଦିବସ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି । ବିଭିନ୍ନ ସ୍ଥାନରେ ସଭା ସମିତି କରାଯାଇ ଆର୍ଟ୍‍ ଅଫ୍‍ ଗିଭିଂର ବାର୍ତ୍ତା ଶାନ୍ତି, ମୈତ୍ରୀ, ସୌହାର୍ଦ୍ଦ୍ୟ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା ।

ସମାଜରେ ପରସ୍ପରକୁ ସାହାଯ୍ୟ, ସହଯୋଗ, ଶାନ୍ତି, ମୈତ୍ରୀ ଓ ସୌହାର୍ଦ୍ଦ୍ୟ ବାଣ୍ଟିବା ପାଇଁ ୨୦୧୩ ମସିହା ମେ ୧୭ ତାରିଖଠାରୁ ଶିକ୍ଷାବିତ୍‍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ଆର୍ଟ ଅଫ୍‍ ଗିଭିଂ’ ପ୍ରୟାସ ଏବେ ସମଗ୍ର ବିଶ୍ୱରେ ପ୍ରସାର ଲାଭ କରିଛି । ସମସାମୟିକ ଆବଶ୍ୟକତା ଓ ଆବେଗ ଆଧାରରେ ପ୍ରତିବର୍ଷ ‘ଆର୍ଟ ଅଫ୍ ଗିଭିଂ’ର ଏକ ସ୍ୱତନ୍ତ୍ର ବିଷୟବସ୍ତୁ ରହିଥାଏ । ଚଳିତବର୍ଷର ବିଷୟବସ୍ତୁ ଥିଲା ନେବରଗୁଡ୍‍ (ପଡ଼ୋଶୀଙ୍କ ସହ ଉତ୍ତମ ସମ୍ପର୍କ) ।

ମୁଷ୍ଟିମେୟ ଅଂଶଗ୍ରହଣକାରୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଏବେ କାୟା ବିସ୍ତାର କରିଚାଲିଛି । ଦେଶରୁ ମହାଦେଶକୁ ବ୍ୟାପିଛି । ଲକ୍ଷ ଲକ୍ଷ ବ୍ୟକ୍ତି ସାମିଲ ହୋଇଛନ୍ତି । ଜାତି, ଧର୍ମ, ବୟସ, ଲିଙ୍ଗ, ଜନ୍ମସ୍ଥାନ ନିର୍ବିଶେଷରେ ଏହି ଦିନଟି ସମସ୍ତଙ୍କ ପାଇଁ ଆଶା, ଖୁସି ଓ ମାନବିକତାର ଦିବସ ରୂପେ ପ୍ରତୀଭାତ ହୋଇଛି । ମେ୨ରୁ ୧୬ ତାରିଖ ପର୍ଯ୍ୟନ୍ତ ୧୫ ଦିନ ବ୍ୟାପୀ ପାଳିତ ହୋଇଯାଇଛି ଖୁସିର ପକ୍ଷ । ଏହି ଅବସରରେ ‘ଆର୍ଟ ଅଫ୍‍ ଗିଭିଂ’  ର ଅନୁଗାମୀମାନେ ସେମାନଙ୍କ ପଡ଼ୋଶୀ ଓ ସ୍ଥାନୀୟ ବାସିନ୍ଦାଙ୍କ ସହ ଖୁସି ବାଣ୍ଟିବା ସହ  ‘ଆର୍ଟ ଅଫ୍‍ ଗିଭିଂ’ ର ବାର୍ତ୍ତ ପ୍ରଚାର କରିଥିଲେ ।

ଏହି ଅବସରରେ ଆର୍ଟ୍‍ ଅଫ୍‍ ଗିଭିଂର ଅନୁଗାମୀ ଓ ଶୁଭେଚ୍ଛୁ ମାନଙ୍କୁ ଧନ୍ୟବାଦ ଜଣାଇ ‘ଆର୍ଟ ଅଫ୍‍ ଗିଭିଂ’ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, ୨୦୧୩ ମେ ୧୭ତାରିଖରେ ଯେଉଁ ବୀଜ ବପନ କରାଯାଇଥିଲା, ତାହା ଆଜି ଏକ ଜନଆନ୍ଦୋଳନରେ ପରିଣତ ହୋଇଛି । ଲୋକମାନେ ଏହାକୁ ଗ୍ରହଣ କରିଛନ୍ତି । ଏହା ଲୋକଙ୍କ ମଧ୍ୟରେ ଏତେ ଆଦୃତ ହୋଇଛି ଯେ, ସମଗ୍ର ବିଶ୍ୱରେ ବିଶେଷ କରି ଭାରତ ଏବଂ ଓଡ଼ିଶାର ଲୋକମାନେ ଏହାକୁ ଏକ ପର୍ବ ଭାବରେ ପାଳନ କରୁଛନ୍ତି । ଏହା ଦ୍ୱାରା ସମାଜରେ ଶାନ୍ତି, ମୈତ୍ରୀ, ସୌହାର୍ଦ୍ଦ୍ୟ, ବନ୍ଧୁତା ଓ ଭଲପାଇବା ଆହୁରି ଦୃଢ଼ିଭୂତ ହେବା ସହ ବୃଦ୍ଧି ପାଇବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

Previous Post

ମୋହନ ପ୍ରଶାସନରେ କେଁ କଟର!

Next Post

ଗରିବ, ଅସହାୟଙ୍କୁ ସହାୟତା ଆମ ସରକାରଙ୍କ ପ୍ରାଥମିକତା:ମୁଖ୍ୟମନ୍ତ୍ରୀ

Next Post
ଗରିବ, ଅସହାୟଙ୍କୁ ସହାୟତା ଆମ ସରକାରଙ୍କ ପ୍ରାଥମିକତା:ମୁଖ୍ୟମନ୍ତ୍ରୀ

ଗରିବ, ଅସହାୟଙ୍କୁ ସହାୟତା ଆମ ସରକାରଙ୍କ ପ୍ରାଥମିକତା:ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA