Wednesday, July 1, 2026 12:03 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୧୩ତମ କିଟ୍‍ ଅନ୍ତର୍ଜାତୀୟ ଚେସ୍‍ ମହୋତ୍ସବ ଉଦ୍‍ଘାଟିତ

by Our Correspondent
22 May, 2022- 07:28 PM
in Latest News, News
1 min read
0
୧୩ତମ କିଟ୍‍ ଅନ୍ତର୍ଜାତୀୟ ଚେସ୍‍ ମହୋତ୍ସବ ଉଦ୍‍ଘାଟିତ

ଭୁୁବନେଶ୍ୱର: ୧୩ତମ କିଟ୍‍ ଅନ୍ତର୍ଜାତୀୟ ଚେସ୍‍ ମହୋତ୍ସବ ରବିବାର କିଟ୍‍ ପରିସରରେ ଉଦ୍‍ଘାଟିତ ହୋଇଛି। ଓଡ଼ିଶା ଚେସ୍‍ ଆସୋସିଏସନ୍‍ ଓ ସର୍ବଭାରତୀୟ ଚେସ୍‍ ଫେଡେରେସନ୍‍ର ମିଳିତ ଆନୁକୂଲ୍ୟରେ ଏବଂ ଓଡ଼ିଶା ସରକାର ଓ କେନ୍ଦ୍ର ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରାଳୟ ମିଳିତ ସହଯୋଗରେ କିଟ୍‍ ଓ କିସ୍‍ ଦ୍ୱାରା ଆୟୋଜିତ ଏହି ଅନ୍ତର୍ଜାତୀୟ ଚେସ୍‍ ମହୋତ୍ସବ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, କିଟ୍‍ ଓ କିସ୍‍ କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କୁ ସର୍ବଦା ପ୍ରୋତ୍ସାହନ ଦେଇ ଆସୁଛି । ଚେସ୍‍ର ପ୍ରଚାର ଓ ପ୍ରସାର ପାଇଁ କିଟ୍‍ ଓ କିସ୍‍ ମଧ୍ୟ କାର୍ଯ୍ୟ କରିଆସୁଛି।

ଏହି ଉତ୍ସବରେ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ରାଜ୍ୟ ସରକାରଙ୍କ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ କହିଲେ, କ୍ରୀଡ଼ା କ୍ଷେତ୍ରରେ କିଟ୍‍ ଓ କିସ୍‍ର ଉଲ୍ଲେଖନୀୟ ଅବଦାନ ରହିଆସିଛି।  ରଗ୍‍ବୀ ଓ ଚେସ୍‍ କ୍ରୀଡ଼ାର ପ୍ରଚାର ଓ ପ୍ରସାର କ୍ଷେତ୍ରରେ କିଟ୍‍ ଓ କିସ୍‍ର ଅବଦାନ ପ୍ରଶଂସନୀୟ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରତିଯୋଗିତା ନିର୍ଦ୍ଦେଶକ ତଥା ଚେସ୍‍ ଆଇଏମ୍‍ ଶେଖର ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଓଡ଼ିଶା ଚେସ୍‍ ଆସୋସିଏସନ୍‍ର ସଭାପତି ଗୋବିନ୍ଦ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଭାରତୀୟ ଚେସ୍‍ ଫେଡେରେସନ୍‍ର ଯୁଗ୍ମ ସମ୍ପାଦକ ରଞ୍ଜନ ମହାନ୍ତି ଓ ଓଡ଼ିଶା ଚେସ୍‍ ଆସୋସିଏସନ୍‍ର ସମ୍ପାଦକ ଦେବବ୍ରତ ଭଟ୍ଟ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅନ୍ତର୍ଜାତୀୟ ଚେସ୍‍ ମହୋତ୍ସବରେ ଭାରତର ସମସ୍ତ ରାଜ୍ୟ ସମେତ ଆମେରିକା, ଋଷ, ବେଲାରୁଷ, କାଜିଗିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା, ଭିଏତ୍‍ନାମ ଆଦି ୧୨ଟି ଦେଶରୁ ୧୨ ଗ୍ରାଣ୍ଡ ମାଷ୍ଟର, ୧୨ ଇଣ୍ଟରନ୍ୟାସ୍‍ନାଲ୍‍ ମାଷ୍ଟର ସମେତ ବିଭିନ୍ନ ଦେଶରୁ ବହୁ ଅନ୍ତର୍ଜାତୀୟ ଚେସ୍‍ ଖେଳାଳି ଯୋଗ ଦେଇଛନ୍ତି। ସର୍ବ କନିଷ୍ଠ, କନିଷ୍ଠ ଓ ବରିଷ୍ଠ ବର୍ଗରେ ଅନୁଷ୍ଠିତ ହେଉଥିବା ଏହି ଅନ୍ତର୍ଜାତୀୟ ଚେସ୍‍ ପ୍ରତିଯୋଗିତାରେ ହଜାରେରୁ ଊର୍ଦ୍ଧ୍ୱ ଖେଳାଳି ଭାଗ ନେଉଛନ୍ତି। କିରଗିଜସ୍ତାନର ଫାରୁକ୍‍ ଅମାନୋତୋଭ ଟୁର୍ଣ୍ଣାମେଣ୍ଟର ଟପ୍‍ସିଡ୍‍ ରହିଛନ୍ତି। 

କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଓ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ଚେସ୍‍ ହଲ୍‍ରେ ଖେଳାଯିବାକୁ ଥିବା ସମସ୍ତ ପ୍ରତିଯୋଗିତା ‘ଏ’, ‘ବି’, ‘ସି’, ତିନୋଟି କ୍ୟାଟେଗୋରୀରେ ଖେଳାଯିବ। ଏ- କ୍ୟାଟେଗୋରୀରେ ୧୬ଶହରୁ ଊର୍ଦ୍ଧ୍ୱ ପଏଣ୍ଟ ହାସଲ୍‍ କରିଥିବା ଖେଳାଳି ଯୋଗ ଦେଉଥିବା ବେଳେ ବି- କ୍ୟାଟେଗୋରୀରେ ୧୬ରୁ କମ୍‍ ପଏଣ୍ଟ ହାସଲ୍‍ କରିଥିବା ଖେଳାଳି ଓ ସି- କ୍ୟାଟେଗୋରୀରେ ନୂତନ ଖେଳାଳିମାନେ ଅଂଶ୍ରଗ୍ରହଣ କରିଛନ୍ତି। ଏହି ପ୍ରତିଯୋଗିତାରେ ପୁରସ୍କାର ରାଶି ସର୍ବାଧିକ ୨୫ ଲକ୍ଷ ରଖାଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବା ଦ୍ୱାରା ଓଡ଼ିଶାର ଚେସ୍‍ ଖେଳାଳିମାନେ ବିଶେଷ ଉପକୃତ ହେବା ସହ ସେମାନେ ବିଭିନ୍ନ ରାଙ୍କିଂ ଓ ନର୍ମ ପାଇବାରେ ସହାୟକ ହେବ ବୋଲି ଆୟୋଜକମାନେ ପ୍ରକାଶ କରିଛନ୍ତି।  

Previous Post

‘ଓଡ଼ିଶା-ମୋ ପରିବାର’ ଆନୁକୂଲ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା

Next Post

କଂଗ୍ରେସକୁ ସଜାଡ଼ିବେ ଶରତ ପଟ୍ଟନାୟକ

Next Post
କଂଗ୍ରେସକୁ ସଜାଡ଼ିବେ ଶରତ ପଟ୍ଟନାୟକ

କଂଗ୍ରେସକୁ ସଜାଡ଼ିବେ ଶରତ ପଟ୍ଟନାୟକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA