Friday, May 1, 2026 12:30 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କଂଗ୍ରେସକୁ ସଜାଡ଼ିବେ ଶରତ ପଟ୍ଟନାୟକ

ଦ୍ୱିତୀୟ ଥର ପାଇଁ ପିସିସି ସଭାପତି

by Our Correspondent
23 May, 2022- 06:55 PM
in Latest News, News, Politics
1 min read
0
କଂଗ୍ରେସକୁ ସଜାଡ଼ିବେ ଶରତ ପଟ୍ଟନାୟକ

ଭୁବନେଶ୍ୱର: ପ୍ରତୀକ୍ଷା, କଳ୍ପନାଜଳ୍ପନାର ଅବସାନ ଘଟିଛି । ଶରତ ପଟ୍ଟନାୟକଙ୍କୁ ପ୍ରଦେଶ କଂଗ୍ରେସର ସଭାପତି ଭାବେ ନିଯୁକ୍ତି ମିଳିଛି । ଏଆଇସିସି ପକ୍ଷରୁ ଆଜି ଅପରାହ୍ନରେ ଏହି ଘୋଷଣା କରାଯାଇଛି । ଏଆଇସିସି ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳଙ୍କ ଦସ୍ତଖତରେ ଜାରି ଏହି ଘୋଷଣାନାମାରେ ବିଦାୟୀ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ଗ୍ରହଣ ସମ୍ପର୍କରେ ପ୍ରଥମରୁ ଜଣାଇ ଦିଆଯାଇଛି । ଦଳ ପ୍ରତି ନିରଞ୍ଜନଙ୍କ ଅବଦାନକୁ ସେଥିରେ ବାହାବା ଦିଆଯାଇଛି ।

ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବେ ବୋଲି ନୂଆ ସଭାପତି ଶ୍ରୀ ପଟ୍ଟନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି । ସଂଗଠନକୁ ସୁଦୃଢ଼ କରିବା ପାଇଁ ମିଳିତ ଭାବେ କାମ କରିବୁ ଏବଂ ବ୍ରଜରାଜନଗର ଉପନିର୍ବାଚନ ପରେ ୨୦୨୪ ସାଧାରଣ ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହେବ ବୋଲି ସେ କହିଛନ୍ତି ।

ପିସିସି ସଭାପତି ଦାୟିତ୍ୱ ନେବାରେ ଶରତ ପଟ୍ଟନାୟକ ନୂଆ ନୁହଁନ୍ତି । ୨୦୦୧ରୁ ୨୦୦୪ ପର୍ଯ୍ୟନ୍ତ ସେ ଥିଲେ ପିସିସି ସଭାପତି । ତାହା ପୂର୍ବରୁ ସେ ଯୁବ କଂଗ୍ରେସର ସଭାପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ଏକଦା ପଶ୍ଚିମ ଓଡ଼ିଶାରେ ତାଙ୍କର ପ୍ରବଳ ଦବଦବା ଥିଲା । ବଲାଙ୍ଗୀର ଲୋକସଭା ଆସନରୁ ସେ ଦୁଇଥର ସାଂସଦ ନିର୍ବାଚିତ ହୋଇଥିଲେ । ୫ ଥର ସାଂସଦ ପ୍ରାର୍ଥୀ ହୋଇ ପରାଜୟ ବରଣ କରିଥିଲେ ।

ଶରତଙ୍କ ନିଯୁକ୍ତିକୁ ବିଦାୟୀ ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ସୁର ରାଉତରାୟ, ମହମ୍ମଦ ମୋକିମ୍ ପ୍ରମୁଖ ସ୍ୱାଗତ କରିଥିଲେ ମଧ୍ୟ ରାଜଧାନୀର କଂଗ୍ରେସ କର୍ମୀ ମହଲରେ ସେତେଟା ଉତ୍ସୁକତା ଦେଖିବାକୁ ମିଳିନାହିଁ । ଜଣେ ନିର୍ବିବାଦୀୟ ବ୍ୟକ୍ତି ହୋଇଥିଲେ ମଧ୍ୟ ଶରତଙ୍କ ନେତୃତ୍ୱରେ କଂଗ୍ରେସ ଏକଜୁଟ୍ ହୋଇ ଶକ୍ତିଶାଳୀ ବିଜେଡ଼ି ଓ ବିଜେପି ସହ ଲଢ଼ିବାକୁ ସମର୍ଥ ହେବା ନେଇ ଅନେକଙ୍କ ମନରେ ଶଙ୍କା ଅଛି । ତେବେ ଏ ସମ୍ପର୍କରେ ଗଣମାଧ୍ୟମରେ କେହି ପାଟି ଖୋଲିନାହାନ୍ତି ।

ସୂଚନାଥାଉକି, ୨୦୧୯ ନିର୍ବାଚନ ପରେ ପରେ ପିସିସି ସଭପତି ଦାୟିତ୍ୱରୁ ଓହରି ଯିବାକୁ ଇଚ୍ଛା କରିଥିଲେ ନିରଞ୍ଜନ ପଟ୍ଟନାୟକ । ଏଆଇସିସି ପାଖକୁ ସେ ତାଙ୍କର ଇସ୍ତଫାପତ୍ର ପଠାଇଥିଲେ ମଧ୍ୟ ତାହା ଗ୍ରହଣ ନ ହେବାରୁ ସେ କାମଚଳା ଭାବେ ଦାୟିତ୍ୱ ତୁଲାଉଥିଲେ । ତେବେ ରାଜ୍ୟରେ କଂଗ୍ରେସର ଅବସ୍ଥା ଦିନକୁ ଦିନ ଆହୁରି ଖରାପ ହେଉଥିବା ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ପ୍ରମାଣିତ ହୋଇଯାଇଥିଲା । ଦଳର ଏଭଳି ଅବସ୍ଥାରେ ନୂଆ ପିସିସି ସଭାପତି ନିଯୁକ୍ତି ପ୍ରକ୍ରିୟା ଗତ ଏପ୍ରିଲ୍ ଶେଷ ସପ୍ତାହରେ ଆରମ୍ଭ ହୋଇଥିଲା ।

ଏପ୍ରିଲ୍ ୨୬ ତାରିଖରେ ପ୍ରଭାରୀ ଡକ୍ଟର ଚେଲ୍ଲା କୁମାର କଂଗ୍ରେସ ଭବନରେ ଦଳର ସବୁ ବିଧାୟକଙ୍କ ସମେତ ଶରତ ପଟ୍ଟନାୟକ, ଜୟଦେବ ଜେନା, ଚିରଞ୍ଜିବୀ ବିଶ୍ୱାଳ, ସୁରେଶ ମହାପାତ୍ରଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରିଥିଲେ । ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ସଭାପତି ପଦରେ ବସାଇବାକୁ ଅଧିକାଂଶ ବିଧାୟକ ଦାବି କରିଥିଲେ । ୭ ଜଣ ବିଧାୟକ ମହମ୍ମଦ ମୋକିମ୍ ଙ୍କ ସପକ୍ଷରେ ଚେଲ୍ଲା କୁମାରଙ୍କ ପାଖରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ । ତେବେ ବାହାରେ ଥାଇ ନିରଞ୍ଜନ ପଟ୍ଟନାୟକଙ୍କ ଗୋଷ୍ଠୀ ଶରତଙ୍କ ସପକ୍ଷରେ ଗୋଟିଚାଳନା କରୁଥିବା ଚର୍ଚ୍ଚା ହୋଇଥିଲା ।

ମେ’ ପ୍ରଥମ ସପ୍ତାହରେ ବିଧାୟକମାନଙ୍କୁ ଦିଲ୍ଲୀରେ ଭେଟିଥିଲେ ରାହୁଲ ଗାନ୍ଧୀ । ଓଡ଼ିଶାରେ କଂଗ୍ରେସକୁ କିଭଳି ସୁଦୃଢ଼ କରାଯାଇପାରିବ ଜଣ ଜଣ କରି ପଚାରି ବୁଝିଥିଲେ । ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ପିସିସି ସଭାପତି କରିବାକୁ ରାହୁଲ ଗାନ୍ଧୀଙ୍କ ଆଗରେ ଅଧିକାଂଶ ବିଧାୟକ ମତ ଦେଇଥିଲେ । ତେବେ ରାହୁଲଙ୍କ ନିଷ୍ପତ୍ତିକୁ ସମସ୍ତେ ମାନିନେବେ ବୋଲି ଜଣାଇ ଭୁବନେଶ୍ୱର ଫେରିଥିଲେ ।

Previous Post

୧୩ତମ କିଟ୍‍ ଅନ୍ତର୍ଜାତୀୟ ଚେସ୍‍ ମହୋତ୍ସବ ଉଦ୍‍ଘାଟିତ

Next Post

ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ସମର୍ କ୍ୟାମ୍ପ

Next Post
ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ସମର୍ କ୍ୟାମ୍ପ

ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ସମର୍ କ୍ୟାମ୍ପ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA